କରୋନା ଟେଷ୍ଟ ପାଇଁ ରକ୍ତ ନମୁନା ନେବା ପୂର୍ବରୁ ମେଡିକାଲରୁ ଯୁବକ ଫେରାର

ରାୟଗଡ଼ା ଅଫିସ,୪।୪: ରାୟଗଡ଼ା ଜିଲା କାଶୀପୁର ବ୍ଲକର ଜଣେ ଯୁବକ କେରଳରେ କାମ କରୁଥିଲେ। କରୋନା ପାଇଁ ଲକ୍ ଡାଉନ୍ ପରେ ଗାଡ଼ି ଚଳାଚଳ ବନ୍ଦ ହେବାରୁ ସେ ଆସିପାରୁ ନ ଥିଲେ। ପରେ ଏକ ମାଲଗାଡ଼ି ଯୋଗେ ଯୁବକ ଜଣକ ରାୟଗଡ଼ାରେ ପହଂଚି ଥିଲେ। ଶୁକ୍ରବାର ରାୟଗଡ଼ାରୁ ଲିଫ୍ଟ ମାଗି ସେ ଶିକରପାଇ ଆସିଥିଲେ। ସେଠାରେ ସ୍ଥାନୀୟ ପୋଲିସ ଜାଣିପାରି ତାଙ୍କୁ କାବୁ କରି କଲ୍ୟାଣସିଂପୁର ପୋଲିସକୁ ଜଣାଇଥିଲା। ରାୟଗଡ଼ାରୁ ମେଡିକାଲ ଟିମ ଯାଇ ଯୁବକଙ୍କୁ ଉଦ୍ଧାର କରି ରାୟଗଡା ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। କିନ୍ତୁ ଶନିବାର ସକାଳୁ ପରୀକ୍ଷା ପାଇଁ ତାଙ୍କ ରକ୍ତ ନମୁନା ଆଣିବା ପାଇଁ ଯିବାବେଳେ ଯୁବକ ଜଣକ ସେଠାରୁ ଖସିଯାଇଥିବା ଜଣାପଡ଼ିଥିଲା। ରାୟଗଡା ସିଡିଏମ୍ଓ ଖବର ଦେବା ପରେ ପୋଲିସ ମାମଲା ରୁଜୁକରି ତଦନ୍ତ ଚଳାଇଥିଲା। ଏସଡିପିଓ ତପନ ନାରାୟଣ ରଥଙ୍କ ସୂଚନା ଅନୁଯାୟୀ, ଉକ୍ତ ଯୁବକଙ୍କୁ ଶିକରପାଈ ନିକଟସ୍ଥ ବାଲିକଣା ଗ୍ରାମରୁ ଉଦ୍ଧାର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨ ମାସର କଂକ୍ରିଟ ରାସ୍ତା ଫାଟିଲା

ଯାଜପୁର ରୋଡ,୨୦ା୮(ଡି.ଏନ.ଏ.): ଯାଜପୁର ଜିଲାର ଅନ୍ୟତମ ପ୍ରମୁଖ ସହର ବ୍ୟାସନଗର ପୌରାଞ୍ଚଳରେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଛି। ସହରର ସଫେଇ କାର୍ଯ୍ୟରେ ବ୍ୟାପକ ଅନିୟମିତତା ଅଭିଯୋଗ...

ସାଇକେଲରେ ଜୟପୁରରୁ ଲଦାଖ ବାହାରିଲେ ବାବୁଲା

ଜୟପୁର, ୧।୩(ନି.ପ୍ର.) – ‘ସାଇକେଲ ଚଳାଇବା, ସୁସ୍ଥ ରହିବା’ ଏହି ବାର୍ତ୍ତା ନେଇ ଜୟପୁରରୁ ଲଦାଖ ସାଇକେଲ ଯାତ୍ରା ଆରମ୍ଭ କରିଛନ୍ତି କୋରାପୁଟ ଜିଲା ଲମତାପୁଟ...

କଟକଣା ସତ୍ତ୍ୱେ ଜମୁଛି ତାସ, କ୍ରିକେଟ ଖେଳ

ରସୁଲପୁର,୬।୪(ଡିଏନଏ): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସୋମବାର ସୁଦ୍ଧା ରାଜ୍ୟରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯ ଥିବାବେଳେ...

ନିଶ୍ଚିନ୍ତକୋଇଲି ବ୍ଲକରେ ୩ ରାସ୍ତା ନିର୍ମାଣ ନିମ୍ନମାନର

ନିଶ୍ଚିନ୍ତକୋଇଲି,୨୧।୨(ସ୍ବ.ପ୍ର.): ସରକାର ଗ୍ରାମ ରାସ୍ତାକୁ ସୁଦୃଢୀ କରଣ କରିବା ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି। ମାତ୍ର ଏସବୁ ରାସ୍ତାକାମ ନିମ୍ନମାନର ହେଉଥିବା ଅଭିଯୋଗ...

ଜନତାମୁହାଁ ନେତା

ଛେଣ୍ଡିପଦା,୧୬।୧: ପାଖେଇ ଆସିଲାଣି ପଞ୍ଚାୟତ ନିର୍ବାଚନ। ବିଜ୍ଞପ୍ତି ଅନୁଯାୟୀ ଆସନ୍ତା ୧୭ ତାରିଖରୁ ଆରମ୍ଭ ହେବ ପ୍ରାର୍ଥିପତ୍ର ଦାଖଲ। ତେଣୁ ତରବର ହୋଇ ନେତା ହୋଇଛନ୍ତି ଜନତା...

ନିଶା କବଳରେ ଯୁବବର୍ଗ

କେନ୍ଦ୍ରାପଡ଼ା ଅଫିସ, ୧୩।୮: କେନ୍ଦ୍ରାପଡା ଟାଉନ ପୋଲିସ ଗତ ସୋମବାର ସହରର ୩ ବ୍ରାଉନସୁଗାର ବ୍ୟବସାୟୀଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ପ୍ରାୟ ୧୦ଲକ୍ଷ ଟଙ୍କାର...

ଦୂର ହେଉଛି ଅବ୍ୟବସ୍ଥା

ରସୁଲପୁର,୨୮ା୪(ଡି.ଏନ.ଏ.): ରସୁଲପୁର ବ୍ଲକ୍‌ ଅଧୀନ ମଧୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅବ୍ୟବସ୍ଥା କ୍ରମଶଃ ଦୂର ହେବାରେ ଲାଗିଛି। ଏଠାରେ ରୋଗୀ ସେବାଠାରୁ ଆରମ୍ଭ କରି ଗରିବ ଲୋକଙ୍କୁ...

ହାତୀ ଛୁଆକୁ ଛାଡ଼ି ପଳାଇଲା ମା’: ମଣିଷ ଗନ୍ଧ ଦୂରେଇବାକୁ ବୋଳାଗଲା ଗୋବର

ଢେଙ୍କାନାଳ ଅଫିସ, ୨୬।୬-ହିନ୍ଦୋଳ ରେଞ୍ଜ ଅଧୀନ କନ୍ଧରା ସଂରକ୍ଷିତ ଜଙ୍ଗଲ ତଳି ଜନବସତି ନିକଟରେ ସୋମବାର ଏକ ମାଈ ହାତୀ ତା’ର ଶାବକକୁ ଛାଡ଼ି ପଳାଇଛି।...

Advertisement
Archives

Model This Week