କରୋନା ଗୁଜବ ଯୋଗୁ କ୍ଷତିରେ କୁକୁଡା ଚାଷୀ

ଭୁବନେଶ୍ୱର,୪ା୩: ବ୍ରଏଲର କୁକୁଡ଼ା ମାଂସରେ କରୋନା ବ୍ୟାପିବାର ଗୁଜବ ଯୋଗୁ ଏବେ ଏହି ସାରା ଦେଶରେ ଶିଳ୍ପ ଉପରେ ଏହାର ପ୍ରଭାବ ପଡିଛି। ଓଡ଼ିଶାରେ କୁକୁଡ଼ା ଚାଷୀମାନେ ଏହା ଦ୍ୱାରା ବିଶେଷ ଭାବେ ପ୍ରଭାବିତ ହୋଇଥିବା ଶିଳ୍ପ ପକ୍ଷରୁ କୁହାଯାଇଛି। ମିଥ୍ୟା ଖବର ଭାଇରାଲ ଯୋଗୁ କୁକୁଡା ଚାଷୀଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଥିବାରୁ ସାଇବର ସେଲ୍‌ରେ ଏନେଇ ଏକ ମାମଲା ରୁଜୁ କରାଯାଇଛି। ଅଣ୍ଡା ଏବଂ ବ୍ରଏଲର ଉତ୍ପାଦନରେ ଠିକ୍‌ ମୂଲ୍ୟ ଏବେ ଚାଷୀ ପାଇବା କଷ୍ଟକର ହେଉଛି। ଏପଟେ ମିଥ୍ୟା ଖବର ପ୍ରଚାର ଯୋଗୁ ଲୋକମାନେ ବ୍ରଏଲର କୁକୁଡ଼ା ମାଂସ ଖାଇବାକୁ କ୍ଷାନ୍ତ ରହୁଥିବାରୁ ଚାଷୀଙ୍କୁ ଆହୁରି କ୍ଷତି ସହିବାକୁ ପଡୁଛି ବୋଲି ଅଲ୍‌ ଓଡିଶା ପଲଟ୍ରି ଫୋରମ ପକ୍ଷରୁ ଏଠାରେ ଅନୁଷ୍ଠିତ ଖବରଦାତା କାର୍ଯ୍ୟକ୍ରମରେ କୁହାଯାଇଛି। ମକା ଏବଂ ସୋୟାକୁ ନେଇ କୁକୁଡାଙ୍କ ଲାଗି ସାଧାରଣତଃ ଖାଦ୍ୟ ପ୍ରସ୍ତୁତ ହୋଇଥାଏ। ଚିକେନ ଏବଂ ଅଣ୍ଡା ବ୍ୟବହାର କମିବା ଯୋଗୁ ସାରା ଦେଶରେ ମକା ଏବଂ ସୋୟା ଚାଷୀଙ୍କ ଉପରେ ଏହାର ପ୍ରଭାବ ପରିଲକ୍ଷିତ ହୋଇଥିବା କୁହାଯାଇଛି।
ଓଡ଼ିଶା ପଲଟ୍ରି ଫୋରମର ସଭାପତି ଏଚ୍‌.ଏମ୍‌ ଦାସ କହିଛନ୍ତି ଯେ, କରୋନାର ପ୍ରଭାବ ଚିକେନ ବ୍ୟବହାର ସହ କୌଣସି ସମ୍ପର୍କ ନାହିଁ। ଏ ନେଇ ଅପପ୍ରଚାର କରାଯାଇଛି। ଚିକେନ ଖାଇବାରେ କୌଣସି ଅସୁବିଧା ନାହିଁ । ଏ ପ୍ରକାରର ଅପପ୍ରଚାରରୁ ଏବେ ପରଦା ହଟିଛି। ଚିକେନ ଏବଂ ଅଣ୍ଡା ଦର କମିଥିବାରୁ ଏହାର ବ୍ୟବହାର ବଢିଲେ ଏହା ଚାଷୀ ଏବଂ ଅଂଶୀଦାରଙ୍କ ଲାଗି ଲାଭକାରୀ ହୋଇ ପାରିବ। ଭେଙ୍କଟେଶ୍ୱର ହ୍ୟାଚେରର ସାଧାରଣ ପ୍ରବନ୍ଧକ ଡ. ପୁଞ୍ଜା କହିଛନ୍ତି, କୁକୁଡା ପାଳନ ଯୋଗୁ ଓଡ଼ିଶାର ୪ ଲକ୍ଷ ଲୋକ ନିଯୁକ୍ତି ଲାଭ କରିଛନ୍ତି। ଅପପ୍ରଚାର ଯୋଗୁ କୃଷକଙ୍କ ଜୀବିକା ଉପରେ ଏହା ଗଭୀର ପ୍ରଭାବ ପକାଇଛି। ଏଭଳି ଗୁଜବ ଯୋଗୁ ଫେବୃୟାରୀରେ ଏହି ଶିଳ୍ପକୁ ୧୦୦ କୋଟି ଟଙ୍କାର କ୍ଷତି ହୋଇପାରେ ବୋଲି ସେ ମତ ରଖିଛନ୍ତି। ଗୁଜବକୁ ବିଶ୍ୱାସ ନ କରିବାକୁ ସଂଘ ପକ୍ଷରୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚିନ୍ତାରେ କେନ୍ଦୁପତ୍ର ତୋଳାଳି, ବନ୍ଧେଇ ଶ୍ରମିକ

ବଲାଙ୍ଗୀର ଅଫିସ, ୧୦ା୪ – କରୋନା ସଂକ୍ରମଣ ଭୟ ଚାଷବାସ, କ୍ଷୁଧା, ରୋଜଗାର ଉଜାଡିବା ଆରମ୍ଭ କରିଦେଲାଣି। ଦୀର୍ଘ ୨୧ଦିନର ଲକ୍‌ଡାଉନ୍‌ ପରେ ରାଜ୍ୟ କ୍ୟାବିନେଟ୍‌ରେ...

ବିହାରରୁ ନିଖୋଜ ବୃଦ୍ଧ ଢେଙ୍କାନାଳରୁ ଉଦ୍ଧାର

ଢେଙ୍କାନାଳ ଅଫିସ, ୩୦।୧୦: ବିହାରରୁ ୭ମାସ ତଳେ ନିଖୋଜ ହୋଇଯାଇଥିବା ଜଣେ ବୃଦ୍ଧଙ୍କୁ ଦୀପାବଳି ଦିନ ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ଥାନା ଅଞ୍ଚଳରୁ ଉଦ୍ଧାର କରାଯାଇଛି।...

ହ୍ବାଟ୍ସଆପ୍‌ରେ ବରିଷ୍ଠଙ୍କ କଥା ବୁଝିବେ ପୋଲିସ

ଭୁବନେଶ୍ୱର,୧୨।୪ (ବ୍ୟୁରୋ): କମିଶନରେଟ ପୋଲିସକୁ ଏବେ ଘାରିଛି ବରିଷ୍ଠ ନାଗରିକଙ୍କ ଚିନ୍ତା। କାରଣ ଏମାନଙ୍କୁ କରୋନା ଭୂତାଣୁ ସଂକ୍ରମଣ କରିବାର ଅଧିକ ଆଶଙ୍କା ରହୁଛି। ଯଦିଓ...

ଉଚ ଚିକିଛା ଲାଗି ଟଁକା ଅଭାବ୍‌: ୧୨ ବଛର ହେଲା ଖଟେ ପଡ଼ିଛନ୍‌ ଦ୍ରୌପଦୀ

ଭବାନୀପାଟଣା,୨୪।୮(ସ୍ବ.ପ୍ର): ଦିନେ ନୁହେ କି ଦୁଇ ଦିନ ନୁହେ, ଗଲା ୧୨ ବଛର ହେଲା ଅଜନା ରୋଗ୍‌ରେ ଖଟେ ପଡ଼ି ଅସାହା ଜୀବନ୍‌ ବିତଉଛନ୍‌ ଦ୍ରୌପଦୀ...

ଶିଶୁଙ୍କ ପାଇଁ କୋଭିଡ଼ ହସ୍ପିଟାଲରେ ସ୍ବତନ୍ତ୍ର ବ୍ୟବସ୍ଥା ଜରୁରୀ

କଟକ ଅଫିସ, ୯ା୪:  ଦେଶରେ ପ୍ରଥମ କରୋନାଜନିତ ଶିଶୁ ମୃତ୍ୟୁ ଖବର ମଙ୍ଗଳବାର ହସ୍ତଗତ ହୋଇଛି। ଗୁଜରାଟର ଜୁନାଗଡରେ ଏକ ୧୪ମାସର ଶିଶୁଠାରେ କରୋନା ଭୂତାଣୁ...

‘ରାଜ୍ୟରେ କୋଭିଡ ସ୍ଥିତି ବର୍ତ୍ତମାନ କମିବା ଅବସ୍ଥାରେ ଅଛି’

ଭୁବନେଶ୍ବର ୨୮।୧(ବ୍ୟୁରୋ): ରାଜ୍ୟରେ କୋଭିଡ ସ୍ଥିତି ନେଇ ପ୍ରତିକ୍ରିୟା ରଖିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର । ସେ କହିଛନ୍ତି, ରାଜ୍ୟରେ କୋଭିଡ ସ୍ଥିତି...

ଅଧିକାରୀ କରୁଛନ୍ତି ପକ୍ଷପାତିତା

ଭୁବନ, ୧୮।୬(ଡି.ଏନ୍‌.ଏ.) ଉନ୍ନୟନମୂଳକ କାର୍ଯ୍ୟରେ ପ୍ରଶାସନିକ ଅଧିକାରୀ ପକ୍ଷପାତିତା କରୁଥିବା ଅଭିଯୋଗରେ ଶୁକ୍ରବାର ଢେଙ୍କାନାଳ ଜିଲା ଭୁବନ ବ୍ଲକ କାର୍ଯ୍ୟାଳୟରେ ବିଡିଓଙ୍କୁ ଘେରିଛନ୍ତି ଭାଜପା କାର୍ଯ୍ୟକର୍ତ୍ତା।...

ବଢୁଛି ମାପ ଓଜନରେ ଜାଲିଆତି: ୩ ବର୍ଷରେ ୬୮୦ ପେଟ୍ରୋଲ ପମ୍ପ୍‌ରେ ଠକେଇ

ଯାଜପୁର ଅଫିସ,୫।୪: ଜନସାଧାରଣ କେବଳ ପେଟ୍ରୋଲ ଓ ଡିଜେଲ ଦର ଅହେତୁକ ବୃଦ୍ଧିଜନିତ ଆର୍ଥିକ ବୋଝକୁ ସହୁନାହାନ୍ତି, ପେଟ୍ରୋଲ ପମ୍ପ୍‌ରେ ମାପ ଠକେଇର ମଧ୍ୟ ଶିକାର...

Advertisement
Archives

Model This Week