‘କରୋନା’ ଗୀତ ଗାଇ ଟ୍ରୋଲ ହେଲେ ହ୍ୟୁମାନ ସାଗର

ଭୁବନେଶ୍ୱର, ୧୭।୩(ବ୍ୟୁରୋ)/କଟକ ଅଫିସ : ‘ଝିଅ ନୁହେଁ ତୁ କରୋନା ଭାଇରସ୍‌’। ଏହି ଗୀତକୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର୍‌ ଧରିଛି। ଓଡ଼ିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଏହି ଗୀତକୁ ଗାଇ ଟ୍ରୋଲ ହୋଇଛନ୍ତି। ଏହି ଗୀତରେ କରୋନା ଭାଇରସକୁ ଝିଅ ସହ ତୁଳନା କରାଯାଇଛି। କରୋନା ଭାଇରସକୁ ନେଇ ସାରା ବିଶ୍ୱରେ ଲୋକେ ମୁକାବିଲା କରୁଥିବାବେଳେ ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ଏପରି ଗୀତ ଗାଇଥିବାରୁ ସୋସିଆଲ ମିଡିଆରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ଗୀତଟି ଗତ ୭ ତାରିଖରେ ୟୁଟ୍ୟୁବରେ ଅପଲୋଡ୍‌ ହୋଇଥିଲା। ଗୀତର ଷ୍ଟୁଡିଓ ଭର୍ସନରେ ହ୍ୟୁମାନ ସାଗର ଏ ଗୀତକୁ କମେଡି ବୋଲି କହିବା ସହିତ ଗୀତର ଲେଖାକୁ ଅତି ସୁନ୍ଦର ବୋଲି କହୁଛନ୍ତି। ବର୍ତ୍ତମାନ ଏହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏ ଗୀତକୁ ନେଇ ଅନେକ ବୁଦ୍ଧିଜୀବୀ ଓ ସୋସିଆଲ ମିଡିଆ ୟୁଜର୍ସ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ଅଧ୍ୟାପକ ଜ୍ୟୋତିପ୍ରକାଶ ମହାପାତ୍ର ନିଜ ଫେସ୍‌ବୁକ୍‌ ଆକାଉଣ୍ଟରେ ହ୍ୟୁମାନ ସାଗରଙ୍କ ଏହି ଗୀତ ସମାଜ ପାଇଁ ଏକ ଅପମାନ କହିବା ସହିତ ତାଙ୍କର ଟିମକୁ ସେ ନିନ୍ଦା କରିଛନ୍ତି। ଅନ୍ୟପକ୍ଷରେ ସୋମବାର କଣ୍ଠଶିଳ୍ପୀଙ୍କ ନାଁରେ କଟକ ମହିଳା ଥାନାରେ ଏତଲା ଦିଆଯାଇଛି। ଉକ୍ତ ଗୀତରେ ନାରୀମାନଙ୍କୁ ଅସମ୍ମାନିତ କରାଯାଇଥିବା ଅଭିଯୋଗ କରି ସାମାଜିକ କର୍ମୀ ସସ୍ମିତା ଦାସ ଏହି ଅଭିଯୋଗ କରିଛନ୍ତି। ଏତଲା ଦିଆଯିବା ସମୟରେ ପୁଷ୍ପାଞ୍ଜଳି ଦାସ, ଦୀପକ ସାମନ୍ତରାୟ, ପ୍ରଣବ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅସୁସ୍ଥ ହାତୀକୁ ଟ୍ରାଙ୍କୁଲାଇଜ

ଛେଣ୍ଡିପଦା,୧୪ା୪(ସ୍ବ.ପ୍ର.)- ଅନୁଗୋଳ ଜିଲା ଜରପଡା ଓ ଅନୁଗୋଳ ବନାଞ୍ଚଳର ସୀମାନ୍ତ ରେଞ୍ଜ ଅଞ୍ଚଳରେ ଅସୁସ୍ଥ ହୋଇ ବୁଲୁଥିବା ଏକ ମାଈ ହାତୀକୁ ସୋମବାର ବନ ବିଭାଗ...

୫୦ ହଜାର ଚାଷୀ ବିକି ପାରିଲେନି ଧାନ

ଛତ୍ରପୁର,୨୬।୫(ଡି.ଏନ.ଏ)-ଗଞ୍ଜାମ ଜିଲାର ଚାଷୀମାନଙ୍କଠାରୁ ଖରିଫ୍‌ ଧାନ କିଣା ପ୍ରକ୍ରିୟା ଗତ ଫେବୃୟାରୀ ୨୮ ତାରିଖ ପରଠାରୁ ବନ୍ଦ ହୋଯାଇଛି। ଫଳରେ ବହୁ ଚାଷୀ ସେମାନଙ୍କ ଧାନ...

୬୬୦ ହେକ୍ଟରକୁ ମାଡୁନି ପାଣି

ବଅଁରପାଳ,୩୦ା୭(ଡି.ଏନ.ଏ.) ପ୍ରବାସୀ ଶ୍ରମିକମାନଙ୍କ ଘର ବାହୁଡ଼ାକୁ ଦୃଷ୍ଟିରେ ରଖି ଚଳିତବର୍ଷ ଚାଷ ଉପରେ ସରକାର ଅଧିକ ଗୁରୁତ୍ୱ ଦେଉଛନ୍ତି। କିନ୍ତୁ ଆବଶ୍ୟକ ପରିମାଣର ବର୍ଷା ଅଭାବରୁ ଅନେକ...

ଛତା ଉନ୍ନୀତ ସରକାରୀ ଉଚ୍ଚ ବିଦ୍ୟାଳୟ: ବିଦ୍ୟାଳୟ ସମସ୍ୟା ବଢିଚାଲିଛି, ସମାଧାନ ନାହିଁ

ନୂଆପଡା ଅଫିସ,୨୦ା୯ – ସରକାର ପ୍ରାଥମିକ ଶିକ୍ଷାର ବିକାଶ ସକାଶେ ସବୁବେଳେ କାମ କରି ବିଦ୍ୟାଳୟ ନିର୍ମାଣ କରୁଛନ୍ତି । ବିଭିନ୍ନ ବିଦ୍ୟାଳୟକୁ ଉନ୍ନୀତ ସରକାରୀ...

୧୬ କୋଟି ୫୦ ଲକ୍ଷ ଟଙ୍କାର ଗଞ୍ଜେଇ ଗଛ ନଷ୍ଟ

ଆର.ଉଦୟଗିରି,୯ା୧୧(ଡି.ଏନ.ଏ.)-ଆର.ଉଦୟଗିରି ଥାନା କାଲିପଙ୍କ ଏବଂ ପାଇକରାୟ ଜଙ୍ଗଲରୁ ଅବକାରୀ, ପୋଲିସ, ବନ ବିଭାଗ ଏବଂ ରାଜସ୍ବ ବିଭାଗ ଚଢ଼ାଉ କରି ବିପୁଳ ଗଞ୍ଜେଇ ଗଛ ନଷ୍ଟ...

ଚଳଚଞ୍ଚଳ ହେଉଛି ସାନଘାଗରା

କେନ୍ଦୁଝର, ୪ା୧୦ (ସ୍ବ.ପ୍ର.): କୋଭିଡ କଟକଣା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ସାନଘାଗରା ଜଳପ୍ରପାତ ପର୍ଯ୍ୟଟନ କେନ୍ଦ୍ର ଖୋଲିବା ପରେ ଧୀରେ ଧୀରେ...

ଅଢ଼େଇବର୍ଷ ବିତିଲା, ଗଡ଼ିଲାନି ବସ୍‌

ବରଗଡ଼ ଅଫିସ୍‌,୧୩।୭ – ଯାତ୍ରୀବାହୀ ବସ୍‌ ରହଣୀ ଏବଂ ଯାତ୍ରୀଙ୍କ ସୁବିଧା ଦୃଷ୍ଟିରୁ ବରଗଡ଼-ଭେଡ଼େନ କେନାଲ ରାସ୍ତା ପାର୍ଶ୍ୱରେ ନୂତନ ଘରୋଇ ବସ୍‌ଷ୍ଟାଣ୍ଡ ନିର୍ମିତ ହୋଇଛି।...

ଧାମରା ନିକଟରେ ମାଡ଼ ହେବ ୟାସ୍‌

ଭୁବନେଶ୍ୱର,୨୫ା୫: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ମଙ୍ଗଳବାର ଅତି ଭୀଷଣ ବାତ୍ୟାର ରୂପ ନେଇଛି। ବୁଧବାର ମଧ୍ୟାହ୍ନରେ ‘ୟାସ’ ୧୫୫ରୁ ୧୬୫ କି.ମି....

Advertisement
Archives

Model This Week