କରୋନା ଆରୋଗ୍ୟ ହାର ୨୫.୧୯%

ନୂଆଦିଲ୍ଲୀ,୧।୫: ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩ ହଜାର ଅତିକ୍ରମ କରିଥିବାବେଳେ ଆରୋଗ୍ୟ ହାରରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ୧୪ ଦିନ ତଳେ ଆରୋଗ୍ୟ ହାର ୧୩ ପ୍ରତିଶତ ରହିଥିବାବେଳେ ଏବେ ତାହା ୨୫.୧୯ ପ୍ରତିଶତକୁ ବୃଦ୍ଧି ପାଇଥିବା ଗୁରୁବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସେହିପରି ଲକ୍‌ଡାଉନ ପୂର୍ବରୁ କୋଭିଡ୍‌-୧୯ ମାମଲା ଦ୍ୱିଗୁଣିତ ହେବା ପାଇଁ ୩.୪ ଦିନ ଲାଗୁଥିବାବେଳେ ଏବେ ତାହା ୧୧ ଦିନକୁ ବୃଦ୍ଧି ପାଇଛି। କରୋନା ସଂକ୍ରମିତଙ୍କ ମଧ୍ୟରେ ମୃତ୍ୟୁହାର ୩.୨ ପ୍ରତିଶତ ରହିଛି, ଯାହା କି ଅନ୍ୟ ରାଷ୍ଟ୍ର ତୁଳନାରେ ବହୁତ କମ୍‌। ମୃତକଙ୍କ ମଧ୍ୟରେ ୬୫ ପ୍ରତିଶତ ପୁରୁଷ ହୋଇଥିବାବେଳେ ୩୫ ପ୍ରତିଶତ ମହିଳା। ମାର୍ଚ୍ଚ ୨୫ରୁ ଦେଶବ୍ୟାପୀ ଲକ୍‌ଡାଉନ ରହିବା ଫଳରେ କରୋନା ସଂକ୍ରମଣ ରୋକିବା ଦିଗରେ ଏହା ବେଶ୍‌ ସଫଳ ହୋଇପାରିଛି। ସଂକ୍ରମଣ ଓ ମୃତ୍ୟୁ ହାର କ୍ରମାଗତ ଭାବେ ହ୍ରାସ ପାଇଚାଲିଥିବା ନୀତି ଆୟୋଗର ମୁଖ୍ୟ କାର୍ଯ୍ୟନିର୍ବାହୀ ଅମିତାଭ କାନ୍ତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭ ହେଲା ସିନ୍ଦୁର ଖେଳ

କୋଲକତା,୫।୧୦: ବିଜୟା ଦଶମୀ ଅବସରରେ ଦେଶର ବିଭିନ୍ନ ସ୍ଥାନରେ ଆୟୋଜିତ ହୁଏ ସିନ୍ଦୁର ଖେଳ। ଏଥିରେ ବିବାହିତ ମହିଳାମାନେ ମା’ ଦୁର୍ଗାଙ୍କୁ ସିନ୍ଦୁର ଲଗାଇବା ପରେ...

୭ ସ୍ବତନ୍ତ୍ର ଟ୍ରେନ୍‌: ୬ ହଜାରରୁ ଅଧିକ ଶ୍ରମିକଙ୍କ ଘରବାହୁଡ଼ା

ନୂଆଦିଲ୍ଲୀ,୨।୫: ଭାରତରେ କରୋନା ସଂକ୍ରମଣ ନେଇ ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ଶ୍ରମିକଙ୍କୁ ନିଜ ନିଜ ରାଜ୍ୟକୁ ଫେରାଇ ଆଣିବା ଲାଗି...

ମୋଦିଙ୍କ ନାଁର ଅର୍ଥ ବୁଝାଇଲେ ଶିବରାଜ

ଭୋପାଳ,୩୦।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨.୦ ସରକାରକୁ ଏକ ବର୍ଷ ପୂରଣ ହୋଇଛି। ଏହି ଅବସରରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ମୋଦିଙ୍କ ନାଁର...

ଭୁବନେଶ୍ୱର ଡୁମ୍‌ଡୁମା ସୁବାସ ନଗର ବସ୍ତିକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା

ଭୁବନେଶ୍ୱର,୨୦।୬(ବ୍ୟୁରୋ): ରାଜଧାନୀର ଡୁମଡୁମା ଅଞ୍ଚଳ ସୁବାସ ନଗର ବସ୍ତିକୁ ଶନିବାର କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଛି। ସୁବାସ ନଗର ବସ୍ତିରୁ ଏକାଧିକ କରୋନା ପଜିଟିଭ୍‌...

ତ୍ରିପୁରା-ନାଗାଲାଣ୍ଡ-ମେଘାଳୟରେ ଫେବୃୟାରୀରେ ବିଧାନସଭା ନିର୍ବାଚନ ପାଇଁ ଇସିଙ୍କ ପ୍ରସ୍ତୁତି…

ନୂଆଦିଲ୍ଲୀ,୮।୧ : ଭାରତର ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କ ନେତୃତ୍ୱରେ ନିର୍ବାଚନ ଆୟୋଗଙ୍କର ଏକ ୧୬ ଜଣିଆ ଦଳ ଜାନୁଆରୀ ୧୧ରେ ତ୍ରିପୁରାରେ ପହଞ୍ଚି...

ମୋଦିଙ୍କୁ ଚିଠି ଲେଖିଲେ ଅମରିନ୍ଦର: କୃଷକ ଆନ୍ଦୋଳନର ସମାଧାନ ବାହାର କରନ୍ତୁ

ଚଣ୍ଡିଗଡ,୨୦।୨: ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟଟେନ୍‌ ଅମରିନ୍ଦର ସିଂ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି। କୃଷକ ଆନ୍ଦୋଳନର ସମାଧାନର ବାଟ ବାହାର କରିବାକୁ ସେ...

ମହାରାଷ୍ଟ୍ରରେ ଏମିତି କେହି ଦୁଷ୍ୟନ୍ତ ନାହାଁନ୍ତି ଯାହାଙ୍କ ପିତା ଜେଲ୍‌ରେ ଅଛନ୍ତି: ସଞ୍ଜୟ

ମୁମ୍ବାଇ,୨୯।୧୦: ମହାରାଷ୍ଟ୍ରରେ ଭାରତୀୟ ଜନତା ପାର୍ଟି ଓ ଶିବସେନା ମଧ୍ୟରେ ମେଣ୍ଟ ହୋଇଥିବା ବେଳେ ଏପର୍ଯ୍ୟନ୍ତ ସେମାନେ ସରକାର ଗଠନ କରି ପାରୁ ନାହାନ୍ତି। କାରଣ...

ଗୋଆ କଂଗ୍ରେସରେ ସଙ୍କଟ: ୮ ବିଧାୟକ ବାଡ଼ ଡେଇଁ ଧରିଲେ ପଦ୍ମ…

ପଣଜୀ, ୧୪।୯ : ଗୋଆରେ କଂଗ୍ରେସ ଏକ ବଡ଼ ଝଟ୍‌କା ଲାଗିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗମ୍ବର କାମାତ ଏବଂ ବିରୋଧୀ ଦଳର ନେତା ମାଇକେଲ ଲୋବୋଙ୍କ...

Advertisement
Archives

Model This Week