କରୋନା ଆତଙ୍କ: ମୃତ୍ୟୁ ସଂଖ୍ୟା ୨ଲକ୍ଷ ୩୯ ହଜାର ଟପିଲା; ୩୪ ଲକ୍ଷରୁ ଅଧିକ ସଂକ୍ରମିତ

ଓ୍ବାଶିଂଟନ,୨।୫: କରୋନା ସଂକ୍ରମଣ ନେଇ ସାରା ପୃଥିବୀରେ ଆତଙ୍କ ଦେଖାଦେଇଛି। ଇତିମଧ୍ୟରେ ପୃଥିବୀରେ ମୃତକଙ୍କ ସଂଖ୍ୟା ୨ ଲକ୍ଷ ୩୯ ହଜାର ୫୮୬ରେ ପହଞ୍ଚିଛି। ସେହିପରି ସଂକ୍ରମିତଙ୍କ ସଂଖ୍ୟା ୩୪ ଲକ୍ଷ ୬୦୭ ଛୁଇଁଛି। ଆମେରିକାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୧ ଲକ୍ଷ ୩୧ ହଜାର ୨୮୦ ଥିବାବେଳେ ମୃତକଙ୍କ ସଂଖ୍ୟା ୬୫ ହଜାର ୭୬୬ ରହିଛି। ଗତ ୨୪ ଘଣ୍ଟାରେ ଏଠାରେ ୧୮୮୩ ଜଣଙ୍କ ମୃତ୍ୟୁ ଘଟିଛି। ସ୍ପେନ୍‌ରେ ୨ଲକ୍ଷ ୪୨ ହଜାର ୯୮୮ ଜଣ ସଂକ୍ରମିତ ହୋଇଥିବାବେଳେ ମୃତକଙ୍କ ସଂଖ୍ୟା ୨୪ ହଜାର ୮୨୪ ରହିଛି। ଇଟାଲିରେ ମୃତକଙ୍କ ସଂଖ୍ୟା ୨୮ ହଜାର ୨୩୬ ଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ୨ଲକ୍ଷ ୭ ହଜାର ୪୨୮ ରହିଛି। ବ୍ରିଟେନରେ ଗତ ୨୪ ଘଣ୍ଟା ମଧ୍ୟରେ ୭୩୯ ଲୋକଙ୍କର ମୃତ୍ୟୁ ଘଟିଛି। ବର୍ତ୍ତମାନ ସୁଦ୍ଧା ସେଠାରେ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୭୭ ହଜାର ୪୫୪ ରହିଛି ଏବଂ ମୃତକଙ୍କ ସଂଖ୍ୟା ୨୭ ହଜାର ୫୧୦ ରହିଛି। ଜାପାନରେ ସଂକ୍ରମିତଙ୍କ ସଂଖ୍ୟା ୧୫ ହଜାର ୨୫୭ ଥିବାବେଳେ ମୃତ୍ୟୁ ସଂଖ୍ୟା ୪୭୧ ଛୁଇଁଛି। ଏଠାରେ ଜାରି ହୋଇଥିବା ଜରୁରୀକାଳୀନ ସ୍ଥିତିର ସମୟ ସୀମା ମେ ୬ରେ ଶେଷ ହେବ। ତେବେ ଏହାର ଅବଧିଙ୍କୁ ପୁଣି ଏକ ମାସ ବଢ଼ାଇବା ଚିନ୍ତା କରାଯାଉଥିବା ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ରୋଗୀଙ୍କ ଉପରେ ହେବ ସେପ୍ସିସ୍‌ ଔଷଧର ପରୀକ୍ଷା

ନୂଆଦିଲ୍ଲୀ,୨୫ା୪: ସେପ୍ସିସ୍‌ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ଔଷଧକୁ ଗୁରୁତର କୋଭିଡ୍‌-୧୯ ରୋଗୀଙ୍କଠାରେ ପରୀକ୍ଷାମୂଳକ ଭାବେ ପ୍ରୟୋଗ କରିବା ଲାଗି ନିଷ୍ପତ୍ତି ହୋଇଛି। ଦେଶର ତିନୋଟି...

ବ୍ରିଟିଶ ତେଲ ଟ୍ୟାଙ୍କରକୁ ଅପହରଣ ଉଦ୍ୟମ କରି ଅଡୁଆରେ ଇରାନ

ଦୁବାଇ,୧୧।୭: ତେଲ ଟ୍ୟାଙ୍କରକୁ ନେଇ ବ୍ରିଟେନ ଓ ଇରାନ ମଧ୍ୟରେ ଲାଗି ରହିଥିବା ବିବାଦ ମଧ୍ୟରେ ଏବେ ଇରାନ ଅଡୁଆରେ ପଡିଯାଇଛି। ବୁଧବାର ପର୍ସିୟାନ ଗଲ୍ଫ...

ରାଜ୍ୟପାଳଙ୍କୁ କରୋନା

ଭୁବନେଶ୍ୱର,୨ା୧୧(ବ୍ୟୁରୋ): ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଏବଂ ତାଙ୍କ ସ୍ତ୍ରୀ କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ରାଜ୍ୟପାଳ ନିଜେ ସୋମବାର ଟୁଇଟ୍‌ କରି ସୂଚନା ଦେଇଛନ୍ତି।...

ବ୍ଲିଚିଂ ପାଣିରେ ହେଲା ବିଶୋଧନ

ପରଜଙ୍ଗ/ଭୁବନ, ୫।୩(ଡି.ଏନ.ଏ.)-ରାଜ୍ୟରେ ବୃଦ୍ଧି ପାଉଥିବା କରୋନା ରୋଗୀ ସଂଖ୍ୟା ରାଜ୍ୟ ସରକାରଙ୍କୁ ଚିନ୍ତାରେ ପକାଇଛି। ଏହା ପରେ ପ୍ରତିଷେଧକମୂଳକ ବ୍ୟବସ୍ଥା ସ୍ବରୂପ ଜନଗହଳିପୂର୍ଣ୍ଣ ସ୍ଥାନକୁ ରାସାୟନିକ...

ପଟାପୋଲରେ ଚାଲିଛି ସ୍ବାସ୍ଥ୍ୟ ପରୀକ୍ଷା

କଟକ ଅଫିସ୍‌,୯ା୪: ପଟାପୋଲ ଅଞ୍ଚଳକୁ ସିଲ୍‌ କରିବା ପରେ କଟକ ମହାନଗର ନିଗମ(ସିଏମ୍‌ସି) ପକ୍ଷରୁ ଉକ୍ତ ଅଞ୍ଚଳକୁ ବିଶୋଧନ କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ନିୟମିତ...

କୋଭିଡ୍‌-୧୯: ଘରକୁ ଫେରିଲେ ପୂର୍ବତନ ହକି ଖେଳାଳି ଦିଓ୍ବାନ

ନୂଆଦିଲ୍ଲୀ,୧୫।୫(ପି.ଟି.): କୋଭିଡ-୧୯ ସଂକ୍ରମଣ କାରଣରୁ ଆମେରିକାରେ ଫସି ରହିଥିବା ପୂର୍ବତନ ହକି ଖେଳାଳି ତଥା ବିଶ୍ୱକପ୍‌ ବିଜେତା ଅଶୋକ ଦିଓ୍ବାନ ଶେଷରେ ଘରକୁ ଫେରିଛନ୍ତି। ଲକ୍‌ଡାଉନ୍‌...

କରୋନା ପରେ ବାଲ୍ୟ ବିବାହ ବୃଦ୍ଧି ପାଇବା ଆଶଙ୍କା: ଜାତିସଂଘ

ଜେନେଭା,୨୧।୪: କରୋନା ସଂକ୍ରମଣର ତାଣ୍ଡବ ଯୋଗୁ ପୃଥିବୀର ଆର୍ଥିକ ସ୍ଥିତି ଖରାପ ହେବାରେ ଲାଗିଛି। କରୋନା ପରବର୍ତ୍ତୀ ପୃଥିବୀରେ ବହୁ ପରିବର୍ତ୍ତନ ଆସିବା ସହିତ ଆପରାଧୀକ...

୫୧ ଲୋକଙ୍କୁ ପଥର ଫିଙ୍ଗି ମୃତ୍ୟୁ ଦଣ୍ଡାଦେଶ…

ତେହେରାନ, ୩୧।୫ : ଇରାନରେ, ୫୧ ଜଣଙ୍କୁ ପଥର ଫିଙ୍ଗି ମୃତ୍ୟୁ ଦଣ୍ଡାଦେଶ ନିର୍ଦ୍ଦେଶ ଜାରି କରାଯାଇଛି। ବୈବାହିକ ସମ୍ପର୍କରେ ନିଜ ସାଥୀଙ୍କୁ ପ୍ରତାରଣା କରିଥିବାରୁ...

Advertisement
Archives

Model This Week