କରୋନା ଆତଙ୍କ ବେଳେ ସ୍ବାମୀଙ୍କ ମୃତ୍ୟୁ ଆଣିଛି ଦୁଃଖ

ଲାଠୋର, ୨୦ା୪ (ଡି.ଏନ.ଏ.)  ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ମାଲପଡା ପଞ୍ଚାୟତ ଅଧୀନ ଜଲପାଙ୍କେଲ ଗ୍ରାମର ସୁଜାତା ମେହେର(୨୭)। ସ୍ବାମୀ ଦୁର୍ଯ୍ୟୋଧନ ମେହେର(୩୦), ଝିଅ ଗୀତା(୮) ଓ ପୁଅ ତପ(୫)କୁ ନେଇ ତାଙ୍କର ତେଲଲୁଣର ସଂସାର। କରୋନା ଆତଙ୍କ ସହ ଲକ୍‌ଡାଉନ ଯୋଗୁ ଆର୍ଥିକ ଅନଟନରେ ବୁଡିଯାଇଥିଲା ସୁଜାତାଙ୍କ ବୁଣାକାର ପରିବାର ା ବ୍ୟବସାୟ ନ ଥିବାରୁ ପରିବାର ସଦସ୍ୟମାନେ ହାତବାନ୍ଧି ବସିଥିଲେ ା ତଥାପି ଦଇବ ସହିଲା ନାହିଁ ା ଏହି ପରିବାର ଉପରେ ମାଡି ଆସିଲା ଆଉ ଏକ କଳା ମେଘ। ଗତ ୧୨ ତାରିଖରେ ଜ୍ୱରରେ ଆକ୍ରାନ୍ତ ହୋଇଥିବା ସ୍ବାମୀ ଦୁର୍ଯ୍ୟୋଧନଙ୍କ ପାଟଣାଗଡ଼ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଲା। ଏପରି ଖବର ପାଇବା ପରେ ସୁଜାତାଙ୍କ ପାଦତଳ ମାଟି ଯେମିତି ଫାଟି ଯାଇଥିଲା ା ଦୁଇ ଛୋଟ ପିଲାଙ୍କୁ ଧରି ସେ କ’ଣ କରିବେ କିଛି ଚିନ୍ତା ବି କରି ପାରି ନ ଥିଲେ ା ଏବେ ଭାଗ୍ୟକୁ ଆଦରି କେବଳ ଲୁହ ଗଡ଼ାଇବା ଛଡ଼ା ତାଙ୍କ ପାଖରେ ଅନ୍ୟ କୌଣସି ଚାରା ନାହିଁ ା
ଦୁର୍ଯ୍ୟୋଧନ ମେହେରଙ୍କର ସମ୍ପତ୍ତି ବୋଲି କିଛି ନାହିଁ। ନିଜର କୌଳିକ ବୃତ୍ତି ଲୁଗା ବୁଣି ପରିବାର ପ୍ରତିପୋଷଣ କରୁଥିଲେ ସେ। ମହାଜନଙ୍କଠାରୁ ସୂତା ଆଣି ଲୁଗା ବୁଣିବା ପରେ ସ୍ଥାନୀୟ ବଜାରରେ ବିକ୍ରି କରୁଥିଲେ। ଏଥିରୁ ଯାହା ମିଳୁଥିଲା ସେଥିରେ ବଡକଷ୍ଟରେ ଚାରି ପ୍ରାଣୀ କୁଟୁମ୍ବ ଚଳାଇବା କଠିନ ହେଉଥିଲା। କରୋନା ଭୟବହତାକୁ ଲକ୍ଷ୍ୟ କରି ସରକାର ଲକ୍‌ଡାଉନ ଘୋଷଣା କରିବା ପରେ ଅନ୍ୟମାନଙ୍କ ପରି ଏହି ବୁଣାକାର ପରିବାରର ଉପାର୍ଜନା ଉପରେ ପଡିଥିଲା ଚଡ଼କ। ବୁଣିଥିବା ଲୁଗା ବିକ୍ରି ହୋଇ ନ ପାରି ଘରେ ପଡି ରହିଲା। ଏଥିସହିତ କଞ୍ଚାମାଲ ସଂଗ୍ରହ ବି ହୋଇ ପାରିଲାନି। ଏପରି ଦୁଃଖଦ ପରିସ୍ଥିତି ବେଳେ ଦୁର୍ଯ୍ୟୋଧନଙ୍କ ମୃତ୍ୟୁ ସବୁକିଛି ଯେମିତି ଓଲଟପାଲଟ କରିଥିଲା ା ସରକାରୀ ସାହାଯ୍ୟ କହିଲେ ଆବାସ ଯୋଜନାରେ ଘର ଖଣ୍ଡିଏ ଏବଂ ମାସକୁ ପଞ୍ଚାୟତରୁ ମିଳୁଥିବା ୧୦ କେଜି ଚାଉଳ ଏହି ପରିବାର ପାଇଁ ସାହା ଭରସା ହୋଇଛି ା ଏତିକିରେ ସୁଜାତା କିପରି ନିଜ ପରିବାର ଚଳାଇବେ ସେହି ଚିନ୍ତାରେ ପଡ଼ିଛନ୍ତି ା ପ୍ରଶାସନ ଏଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପୃଥ୍ବୀ-୨ର ରାତ୍ରିକାଳୀନ ବ୍ୟବହାରିକ ପରୀକ୍ଷଣ

ବାଲେଶ୍ୱର ଅଫିସ, ୩।୧୨-ବାଲେଶ୍ୱର ଚାନ୍ଦିପୁର ସମନ୍ବିତ ପରୀକ୍ଷଣ କେନ୍ଦ୍ରର ୩ ନମ୍ବର ଲଞ୍ଚପ୍ୟାଡ଼୍‌ରୁ ଆଣବିକ ଓ ପାରମ୍ପରିକ ଯୁଦ୍ଧାସ୍ତ୍ର ପରିବହନ କ୍ଷମତା ରଖୁଥିବା ପୃଥ୍ବୀ-୨ କ୍ଷେପଣାସ୍ତ୍ରର...

ଅସୁସ୍ଥ ସ୍ତ୍ରୀଙ୍କୁ ଟ୍ରଲିରେ ୯୦ କି.ମି. ବୋହିବା ଘଟଣା: ଜୀବନ ଯୁଦ୍ଧରେ ହାରିଗଲେ ସୁକାନ୍ତି

କଟକ ଅଫିସ/ପୁରୀ ଅଫିସ/ସାକ୍ଷୀଗୋପାଳ: (ଡି.ଏନ୍‌.ଏ.), ୧୨।୧୦ଶେଷରେ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି ସୁକାନ୍ତି ଭୋଇ। କଟକ ଏସ୍‌ସିବି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ରବିବାର ମଧ୍ୟାହ୍ନରେ ସେ ସବୁଦିନ...

କାପୁଡ଼ିଆ ସମାଜ ପାଳିଲା ରକ୍ଷାବନ୍ଧନ ଉତ୍ସବ: ଶୋଭାଯାତ୍ରାରେ ଦୁଲୁକିଲା ସହର

ଭୁବନ, ୧୫।୮(ଡି.ଏନ.ଏ.)-ଢେଙ୍କାନାଳ ଜିଲା ଭୁବନ କାପୁଡ଼ିଆ ସମାଜ ପକ୍ଷରୁ ଗୁରୁବାର ଧୂମ୍‌ଧାମରେ ରକ୍ଷାବନ୍ଧନ ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ସଙ୍ଗଠନର କୋଠଘରେ ଆରାଧ୍ୟ ଦେବତା...

ଜି.ଉଦୟଗିରି ନିର୍ବାଚନମଣ୍ଡଳୀରେ ବିଜେଡିର ସାଲୁଗା ବିଜୟୀ

ଦାରିଙ୍ଗବାଡ଼ି,୨୪।୫(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଜି.ଉଦୟଗିରି ନିର୍ବାଚନ ମଣ୍ଡଳୀରେ ବିଜେଡି ବିଧାୟକ ପ୍ରାର୍ଥୀ ସାଲୁଗା ପ୍ରଧାନ ବିଜୟୀ ହୋଇଛନ୍ତି। ସାଲୁଗା ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ଶ୍ୟାମଘନ...

ସ୍ନାନମଣ୍ଡପରେ ଦର୍ଶନ ଦେଲେ ତିନିଠାକୁର

ବାରିପଦା ଅଫିସ,୧୭।୬: ଦ୍ୱିତୀୟ ଶ୍ରୀକ୍ଷେତ୍ର କୁହାଯାଉଥିବା ବାରିପଦା ଜଗନ୍ନାଥ ମନ୍ଦିରରେ ସୋମବାର ଭୋର ୪ଟାରେ ମହାପ୍ରଭୁ ପହଣ୍ଡି ହୋଇ ସ୍ନାନମଣ୍ଡପକୁ ଆସିଥିଲେ। ଭୋର ପ୍ରାୟ ୫ଟାରେ...

ଫାଷ୍ଟ ଫୁଡ୍‌ ଖାଦ୍ୟରେ ରାସାୟନିକ ଦ୍ରବ୍ୟ

ବ୍ରହ୍ମପୁର ଅଫିସ,୨୪।୮:ବ୍ରହ୍ମପୁର ସହରବାସୀଙ୍କ କ୍ଷେତ୍ରରେ ଫାଷ୍ଟଫୁଡ ଆଦର ବୃଦ୍ଧି ପାଇବାରେ ଲାଗିଛି। ଯାହାକୁ ନେଇ ସହରର ସାହି ଛକଠାରୁ ଆରମ୍ଭ କରି ମୁଖ୍ୟ ଛକରେ ମଧ୍ୟ...

ପୁଣି ଜୁଡ଼ିଆ ଘାଟିରେ ଧସିଲା ପଥର

କେନ୍ଦୁଝର,୨୦ା୮(ସ୍ବ.ପ୍ର.): ଲଘୁଚାପ ଜନିତ ବର୍ଷାର ପ୍ରଭାବରେ ସ୍ଥାନୀୟ ଜୁଡ଼ିଆ ଘାଟିରେ ମାଟି ଓ ପଥର ଖସି ରାସ୍ତା ଉପରେ ପଡ଼ିବାରୁ ଜାତୀୟ ରାଜପଥ ୪୯ରେ ଯାତାୟାତ...

ବଢ଼ିବ ବିଜ୍ଞାନ ଜ୍ଞାନ

ଅନୁଗୋଳ ଅଫିସ, ୬ା୧ (ଅମିତ କୁମାର ସାମଲ) – ଅନୁଗୋଳ ଜିଲାରେ ନିର୍ମାଣ ହେବ ସାଇନ୍ସ ପାର୍କ। ଏଥିପାଇଁ ଛେଣ୍ଡିପଦା ବ୍ଲକରେ ସ୍ଥାନ ଚିହ୍ନଟ କରାଯାଇଛି।...

Advertisement
Archives

Model This Week