କରୋନା ଆକ୍ରାନ୍ତ ଚିହ୍ନଟ ଅଞ୍ଚଳରେ ପହଞ୍ଚିଲେ ଉପଜିଲାପାଳ

ବାଲେଶ୍ୱର ଅଫିସ,୨୦ା୪ : ବାଲେଶ୍ୱର ଜିଲାରେ ସୋମବାର ଆଉ ଦୁଇ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଜଣେ ଶିଶୁକନ୍ୟା ଏବଂ ଜଣେ ଯୁବକ ଥିବା ଜିଲା ପ୍ରଶାସନ ସୂତ୍ରରୁ ପ୍ରକାଶ। ନୀଳଗିରି ବ୍ଲକ ଧରମପୁର ପଞ୍ଚାୟତ ରିଗିଡ଼ି ଗ୍ରାମର ଏହି ଅଢ଼େଇ ବର୍ଷର ଶିଶୁକନ୍ୟା କରୋନା ଭୂତାଣୁ ଚିହ୍ନଟ ହେବା ପରେ ସ୍ଥାନୀୟ ଉପଜିଲାପାଳ ଏବଂ ବିଡିଓ ପୋଲିସ ସମେତ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଜିଲାପାଳଙ୍କ ନିର୍ଦ୍ଦେଶରେ ଗ୍ରାମର ୧ କିଲୋମିଟର ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଛି। ଏତଦ୍‌ବ୍ୟତୀତ ଏକ ଡାକ୍ତରୀ ଟିମ୍‌ ପହଞ୍ଚି ସିଡିଏମ୍‌ଓଙ୍କ ଉପସ୍ଥିତିରେ ଉକ୍ତ ପରିବାର ତଥା କଣ୍ଟାକ୍ଟରେ ଆସିଥିବା ଲୋକମାନଙ୍କୁ ଚିହ୍ନଟ କରିବା ସହ ପରିବାର ଲୋକଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇଛି। ସେହିପରି ବାଲେଶ୍ୱର ରେଲ୍‌ଓ୍ବେ କଲୋନୀର ୩୦ ବର୍ଷୀୟ ଜଣେ ଯୁବକ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲା ପ୍ରଶାସନ ଏବଂ ସ୍ବାସ୍ଥ୍ୟ ବିଭାଗ କର୍ମଚାରୀମାନେ ପହଞ୍ଚି ତାଙ୍କର ଟ୍ରାଭେଲ ହିଷ୍ଟ୍ରି ଏବଂ କଣ୍ଟାକ୍ଟ ଲିଷ୍ଟ ସଂଗ୍ରହ କରୁଛନ୍ତି।
ସୂଚନାଯୋଗ୍ୟ, ଶନିବାର ଜିଲାରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସୋମବାର ଆଉ ୨ ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ରେ ପହଞ୍ଚଛି।


Enter your email to get our daily news in your inbox.

All Right Reserved By Dharitri.Com

୧୦ କେନ୍ଦ୍ରରେ ମାଟ୍ରିକ ସମ୍ମେଟିଭ ପରୀକ୍ଷା ଦେଲେ ୧୯୦୮ ପରୀକ୍ଷାର୍ଥୀ

ବେଗୁନିଆପଡ଼ା,୨୩ା୧୧(ଡି.ଏନ୍‌.ଏ.): ବୁଧବାରଠାରୁ ଆରମ୍ଭ ହୋଇଛି ଦଶମ ଶ୍ରେଣୀ ସମ୍ମେଟିଭ ପରୀକ୍ଷା। ଗଞ୍ଜାମ ଜିଲା ବେଗୁନିଆପଡ଼ା ଓ କୋଦଳାରେ ରାଜ୍ୟରେ ମୋଟ୍‌ ୧୯୦୮ ପରୀକ୍ଷାର୍ଥୀ ପରୀକ୍ଷା ଦେଉଥିବା...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୪.୭୧ ଲକ୍ଷ ଟଙ୍କା ପ୍ରଦାନ

ବ୍ରହ୍ମପୁର ଅଫିସ,୨୩ା୪: କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ଗଞ୍ଜାମ ଜିଲାର ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନଙ୍କ ପକ୍ଷରୁ ଗୁରୁବାର ୪ଲକ୍ଷ ୭୧ ହଜାର...

ପିପିଲିରେ ସାନି ନିର୍ବାଚନ: ଜିଲା ରିଟର୍ନିଂ ଅଫିସରଙ୍କ ରିପୋର୍ଟକୁ ଅପେକ୍ଷା

ଭୁବନେଶ୍ୱର,୧୪।୪: ପିପିଲି ଉପନିର୍ବାଚନ ପୂର୍ବରୁ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ବୁଧବାର ପରଲୋକ ହୋଇଯାଇଛି। ଏନେଇ ରାଜ୍ୟ ନିର୍ବାଚନ ଅଧିକାରୀ(ସିଇଓ) ସୁଶୀଲ ଲୋହାନୀ କହିଛନ୍ତି, ଜିଲା...

ଭାସିଗଲା କାର୍‌, ଅଳ୍ପକେ ବର୍ତ୍ତିଲେ ୪

କଟକ ଅଫିସ,୧୬।୮- ଲଘୁଚାପଜନିତ ବର୍ଷା ଯୋଗୁ ରାଜ୍ୟର ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। କଟକ ଜିଲା ଆଠଗଡ ଅଞ୍ଚଳରେ ବନ୍ୟାପାଣି ମାଡିଆସିବା ଫଳରେ...

ପିକ୍‌ଅପ ଧକ୍କାରେ ସାଇକେଲ ଆରୋହୀ ମୃତ: ସ୍ଥାନୀୟ ଲୋକଙ୍କ ଆନ୍ଦୋଳନ

ବାଲେଶ୍ୱର ଅଫିସ,୭।୨: ବାଲେଶ୍ୱର ଶିଳ୍ପାଞ୍ଚଳ ଥାନା ଅଧୀନ ବାମପଦା ଛକରେ ଶୁକ୍ରବାର ଦୁର୍ଘଟଣା ଘଟିଛି। କୁଣ୍ଡା ବୋଝେଇ ପିକ୍‌ଅପ ଭ୍ୟାନ ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ...

ବର୍ଷାରେ ଧସିଲା ୧୦ ନଂ. କେନାଲ ମାଟି

ଜଗତ୍‌ସିଂହପୁର ଅଫିସ,୩ା୪: ଜଳ ସମ୍ପଦ ବିଭାଗ ଜଗତ୍‌ସିଂହପୁର ଡିଭିଜନର ମନମାନିକୁ ନେଇ ଅସନ୍ତୋଷ ବଢ଼ୁଛି। ଗତ ୨ ଦିନ ହେବ ବର୍ଷା ଯୋଗୁ ଜଗତ୍‌ସିଂହପୁର ସହର...

୩୧ ବିଦେଶ ଫେରନ୍ତାଙ୍କ କ୍ୱାରାଣ୍ଟାଇନ୍‌ ଅବଧି ସରିଲା

କେନ୍ଦୁଝର,୯ା୪(ଡି.ଏନ୍‌.ଏ.): କେନ୍ଦୁଝର ଜିଲାକୁ ୩୭ଜଣ ବ୍ୟକ୍ତି ବିଦେଶରୁ ଫେରିଛନ୍ତିି। ସେମାନଙ୍କ ମଧ୍ୟରୁ ୩୧ଜଣଙ୍କ ହୋମ କ୍ୱାରାଣ୍ଟାଇନ୍‌ ଅବଧି ଶେଷ ହୋଇଛି। ଜିଲାରେ ବର୍ତ୍ତମାନ ପର୍ଯ୍ୟନ୍ତ କରୋନା...

‘ପଲ୍ଲିଶ୍ରୀ ମେଳା ଓ ଏକ୍ସପୋ ଓଡ଼ିଶା’ ଉଦ୍‌ଘାଟିତ

ବାଲେଶ୍ୱର ଅଫିସ,୨୫ା୧୨:ବାଲେଶ୍ୱର ଆଇଟିଆଇ ପଡ଼ିଆରେ ଜାତୀୟସ୍ତରୀୟ ଶିଳ୍ପ ଏବଂ ବାଣିଜ୍ୟ ମେଳା ‘ପଲ୍ଲିଶ୍ରୀ ମେଳା ଓ ଏକ୍ସପୋ ଓଡ଼ିଶା’ ମଙ୍ଗଳବାର ସନ୍ଧ୍ୟାରେ କେନ୍ଦ୍ର ଅଣୁ, କ୍ଷୁଦ୍ର...

Advertisement
Archives

Model This Week