କରୋନାର ସ୍ପ୍ରେଡ୍ ମ୍ୟାପ୍‌: ଚାଇନାରୁ ଆରମ୍ଭ; ସୁପର ସ୍ପ୍ରେଡର ଇଟାଲି ଦ୍ୱାରା ୫୦ରୁ ଅଧିକ ଦେଶରେ ସଂକ୍ରମିତ

ୱାଶିଂଟନ, ୪ ।୪: କରୋନା ସଂକ୍ରମଣ ସମଗ୍ର ମାନବ ସମାଜ ପାଇଁ ବିପଦ ସୃଷ୍ଟି କରିଛି । ଏହାର ଆରମ୍ଭ ଚାଇନାର ଉହାନସ୍ଥିତି ମାଂସ ବଜାରରୁ ଆରମ୍ଭ ହୋଇଥିବାବେଳେ ପରବର୍ତ୍ତୀ ସମୟରେ ସୁପର ସ୍ପ୍ରେଡର ଇଟାଲି ଦ୍ୱାରା ପୃଥିବୀର ୫୦ରୁ ଅଧିକ ଦେଶକୁ ବ୍ୟାପିଥିବା ଏକ ସ୍ପ୍ରେଡ୍ ମ୍ୟାପ୍ ରିପୋର୍ଟରେ ପ୍ରକାଶ ପାଇଛି । ସଂକ୍ରମିତ ହୋଇଥିବା ୫୦ରୁ ଅଧିକ ଦେଶରେ ଇଟାଲିରୁ ଫେରିଥିବା ଲୋକଙ୍କଠାରେ ହିଁ କରୋନା ଭୂତାଣୁ ଚିହ୍ନଟ ହୋଇଥିବା ଏହି ରିପୋର୍ଟରେ କୁହାଯାଇଛି । ଉହାନରୁ ରୋମ୍‌ର ଦୂରତା ୮ ହଜାର କିଲୋମିଟରରୁ ଅଧିକ । ତେବେ ବି ସୃଷ୍ଟି ସ୍ଥାନରୁ ଏତେ ଦୂରରେ କରୋନା ଭୂତାଣୁ ଆତଙ୍କ ସୃଷ୍ଟି କରିଥିଲା । ଇଟାଲିରେ ପ୍ରଥମ ୨ କରୋନା ସଂକ୍ରମିତଙ୍କୁ ଜାନୁୟାରୀ ୩୧ରେ ଚିହ୍ନଟ କରାଯାଇଥିଲା । ସେମାନେ ଚାଇନାରୁ ଫେରିଥିବା ପର୍ଯ୍ୟଟକ ଥିଲେ । ଏହାପରେ କରୋନା ଏଠାରେ ବ୍ୟାପିବାରେ ଲାଗିଥିଲା । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବହୁ ଦେଶ ବିମାନ ଉଡ଼ାଣ ବନ୍ଦ କରିଥିଲେ ମଧ୍ୟ ଇଟାଲି ଏହା ଜାରି ରଖିଥିଲା । ଅବସ୍ଥା ଅସମ୍ଭାଳ ହେବାରୁ ମାର୍ଚ୍ଚ ୧୬ରେ ଇଟାଲି ବିମାନ ଉଡ଼ାଣ ଉପରେ ରୋକ ଲଗାଇଥିଲା । ସେତେବେଳକୁ ଏଠାରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିଲା । କରୋନା ସଂକ୍ରମଣ ନେଇ ସରକାରଙ୍କ ଦାୟିତ୍ୱହୀନତା, ରୋକିବା ପାଇଁ ଉପଯୁକ୍ତ ପଦକ୍ଷେପ ଗ୍ରହଣରେ ବିଳମ୍ବ ଏବଂ ଏଠାରେ ଥିବା ଜନସଂଖ୍ୟା ସାନ୍ଦ୍ରତା ଯୋଗୁ କରୋନାର ଗୋଷ୍ଠୀ ସଂକ୍ରମଣ ସହଜରେ ହୋଇଥିଲା ବୋଲି ରିପୋର୍ଟ ଦର୍ଶାଯାଇଛି । ଭାରତରେ ମାର୍ଚ୍ଚ ୬ରେ ୧୬ ଜଣ ଇଟାଲି ପର୍ଯ୍ୟଟକଙ୍କଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଥିଲା । ,ହାପରେ ସେମାନଙ୍କ ଟ୍ରାଭେଲ୍ ହିଷ୍ଟ୍ରି ସଂଗ୍ରହ କରାଯାଇ ଉପଯୁକ୍ତ ପଦକ୍ଷେପ ଗ୍ରହଣ ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଇଟାଲି ଯୋଗୁ କରୋନା ୟୁରୋପ, ଏସିଆ, ଆଫ୍ରିକା, ଆମେରିକା ଆଦି ବହୁ ଅଞ୍ଚଳରେ ବ୍ୟାପିଥିବା ରିପୋର୍ଟରେ କୁହାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ରାଜରାସ୍ତାରେ ଯମରାଜ-ଚିତ୍ରଗୁପ୍ତ ଯୋଡ଼ି: ଭିଡ଼ିଓ ଭାଇରାଲ

ରାୟପୁର, ୧୮।୭: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଏପରିସ୍ଥଳେ ଛତିଶଗଡ଼ରେ ଯମରାଜ ଏବଂ ଚିତ୍ରଗୁପ୍ତଙ୍କ ଯୋଡ଼ି ରାଜରାସ୍ତାରେ ବୁଲିବୁଲି ଲୋକଙ୍କୁ କରୋନା ସଂକ୍ରମଣରୁ...

୮ ହଜାର କୋଟିର ଅଳଙ୍କାର ଲୁଟି ନେଲେ ଚୋର

ବର୍ଲିନ,୨୬।୧୧: ଜର୍ମାନର ରାଜକୀୟ ସଂଗ୍ରହାଳୟ ଗ୍ରୀନ୍‌ ବୋଲ୍ଟରେ ବଡ଼ ଧରଣର ଚୋରି ହୋଇଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ଏପରି ବଡ଼ ଧରଣର ଚୋରି ହୋଇ ନ...

ସ୍ବାସ୍ଥ୍ୟମନ୍ତ୍ରୀ କରୋନା ପଜିଟିଭ୍‌: ୧୫ ଦିନ ତଳେ ନେଇଥିଲେ ଟିକା

ଚଣ୍ଡିଗଡ଼,୫।୧୨: ହରିୟାଣା ସ୍ବାସ୍ଥ୍ୟମନ୍ତ୍ରୀ ଅନୀଲ ଭିଜ୍‌ଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଏନେଇ ସେ ଟୁଇଟ୍‌ କରି ଶନିବାର ସୂଚନା ଦେଇଛନ୍ତି। ସେ...

ୟୁଟ୍ୟୁବରେ ଲାଇକ୍‌ ପାଇବା ପାଇଁ ଅସହାୟ ବ୍ୟକ୍ତିଙ୍କୁ ବିସ୍କୁଟରେ ଟୁଥ୍‌ପେଷ୍ଟ ମିଶାଇ ଖୁଆଇଲେ ୟୁଟ୍ୟୁବର୍ସ

ମାଦ୍ରିଦ୍‌,୪।୬: ଆଜିକାଲି ଯୁବପୀଢ଼ିଙ୍କ ଭିତରେ ସୋସିଆଲ ମିଡିଆକୁ ନେଇ କ୍ରେଜ ବଢ଼ିବାରେ ଲାଗିଛି। ଲାଇକ ଓ କମେଣ୍ଟ ପାଇବା ପାଇଁ ନିଜର ଜୀବନ ସହ ଅନ୍ୟର...

କରୋନାରେ ପ୍ରାଣ ହରାଇଲେ ୩୫ ବର୍ଷୀୟ ଯୁବ ଆଇଏଏସ୍‌ ଅଫିସର

ମୁମ୍ବାଇ, ୧୦।୧୦: ୨୦୧୫ ବ୍ୟାଚ୍‌ର ଯୁବ ଆଇଏଏସ୍‌ ଅଧିକାରୀ ସୁଧାକର ସିନ୍ଧେ କରୋନାରେ ପ୍ରାଣ ହରାଇଛନ୍ତି। କରୋନା ଆକ୍ରାନ୍ତ ଜଣାପଡ଼ିବା ପରେ ୩୫ ବର୍ଷୀୟ ସୁଧାକରଙ୍କୁ...

ସମୁଦ୍ରରେ ଖସିଲା ରୁଷିଆ ବିମାନ

ମସ୍କୋ, ୭ା୭: ରୁଷିଆର ଏକ ବିମାନ ଆଣ୍ଟୋନଭ୍‌ ଏଏନ୍‌-୨୬ ପେଟ୍ରୋପାଭ୍‌ଲୋଭସ୍କ-କାମ୍‌ଚାଟସ୍କାଏରୁ ଉତ୍ତର କାମ୍‌ଚାଟ୍‌ସ୍କାଏର ପାଲାନା ଗ୍ରାମ ଅଭିମୁଖେ ଯାଉଥିବାବେଳେ ମଙ୍ଗଳବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନଟି କାମ୍‌ଚାଟ୍‌କା...

ଚିତ୍ରରେ କରୋନା ସଚେତନତା ବାର୍ତ୍ତା

ଶେରଗଡ଼,୩ା୪(ଡି.ଏନ୍‌.ଏ.): କରୋନା ସଚେତନତା ଲାଗି ସମଗ୍ର ଦେଶବାସୀ ଯେମିତି ଅଣ୍ଟା ଭିଡ଼ିଛନ୍ତି। ସମସ୍ତଙ୍କୁ ସରକାର ଘରେ ରହିବାକୁ ପରାମର୍ଶ ଦେଇଛନ୍ତି। ଏହି ଲକ୍‌ଡାଉନ୍‌ ଯୋଗୁ ଲୋକଙ୍କ...

କରୋନା ଟିକା ଓମିକ୍ରନ୍‌ରୁ ରକ୍ଷା କରି ପାରିବ କି? ଜାଣନ୍ତୁ ଏ ସମ୍ପର୍କରେ…

ବ୍ରିସବେନ,୪ା୧୨: ଦକ୍ଷିଣ ଆଫ୍ରିକାରେ ପ୍ରଥମେ ଚିହ୍ନଟ ହୋଇଥିବା କରୋନା ଭାଇରସର ନୂଆ ଭାରିଆଣ୍ଟ ‘ଓମିକ୍ରନ’। ଯାହାକି ସମଗ୍ର ବିଶ୍ୱବାସୀଙ୍କ ଚିନ୍ତା ବଢ଼ାଇଛି। ଏହି ନୂଆ ଭାରିଆଣ୍ଟକୁ...

Advertisement
Archives

Model This Week