Posted inଖେଳ

କରୋନାରେ ଆକ୍ରାନ୍ତ ଚେଲସି ଖେଳାଳି

ଲଣ୍ଡନ,୧୩।୩- ପ୍ରିମିୟର ଲିଗ୍‌ କ୍ଲବ ଚେଲସି ଦଳର ଖେଳାଳି ହଡସନ ଓଡୋଇ କରୋନା ଭାଇରସରେ ଆକ୍ରାନ୍ତ ଥିବା ରିପୋର୍ଟରୁ ଜଣାପଡ଼ିଛି। ଭାଇରସର ସଂସ୍ପର୍ଷରେ ଆସିବାରେ ଓଡୋଇ ପ୍ରିମିୟର ଲିଗ୍‌ର ପ୍ରଥମ ଖେଳାଳି। ତାଙ୍କ ସ୍ବାବ ରିପୋର୍ଟ ଆସିବା ପରେ ଦଳୀୟ ସଦସ୍ୟ ଓ କୋଚିଂ ଷ୍ଟାଫଙ୍କୁ କ୍ୱାରାଣ୍ଟାଇନରେ ରହିବାକୁ କ୍ଲବ ପକ୍ଷରୁ ନିର୍ଦ୍ଦେଶ ଦିଆଯିବ। ଏହା ବ୍ୟତୀତ ଆର୍ସେନଲ ମ୍ୟାନେଜର ମିକେଲ ଆର୍ତେତାଙ୍କ ରିପୋର୍ଟ ମଧ୍ୟ ପଜେଟିଭ ଆସିଛି। ଏଥିଯୋଗୁ ଆର୍ସେନଲ ଖେଳାଳିମାନଙ୍କୁ ଅଲଗା ରଖାଯିବ। ଚେଲସି ପୁରୁଷ ଦଳର ଖେଳାଳି କଲମ ରିପୋର୍ଟ ପଜେଟିଭ ଆସିଛି। ତାଙ୍କ ସମ୍ପର୍କରେ ଥିବା ଖେଳାଳି ଓ ଷ୍ଟାଫଙ୍କୁ ସରକାରଙ୍କ ନିୟମ ଅନୁସାରେ ନିଜ ଆଡ଼ୁ ଅଲଗା ରହିବାକୁ ପଡ଼ିବ। ଏଥିରେ ଦଳର ସମସ୍ତ ଖେଳାଳି, କୋଚିଂ ଷ୍ଟାଫ ଓ ବ୍ୟାକରୁମ ଷ୍ଟାଫ ମଧ୍ୟ ସାମିଲ ରହିବେ। ପରବର୍ତ୍ତୀ ମ୍ୟାଚ୍‌ ସମ୍ପର୍କରେ ପ୍ରିମିୟର ଲିଗ୍‌ ଅଫିସିଆଲଙ୍କ ସହ ଚେଲସି ପକ୍ଷରୁ ଆଲୋଚନା କରାଯିବ ବୋଲି କୁହାଯାଇଛି। ହଡସନଙ୍କ ନିକଟରେ ପ୍ରଥମେ ଲକ୍ଷଣ ଦେଖାଦେଇଥିଲା। ଏଥିଯୋଗୁ ସେ ସୋମବାରଠାରୁ ଦଳଠୁ ଦୂରେଇ ଥିଲେ। ମଙ୍ଗଳବାର ତାଙ୍କର ସ୍ବାବ ପରୀକ୍ଷା କରାଯାଇଥିଲା। କରୋନାରେ ଆକ୍ରାନ୍ତ ହେବା ସତ୍ତ୍ୱେ ୧୯ ବର୍ଷୀୟ ଖେଳାଳି ଏବେ ସୁସ୍ଥ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କିଶନଙ୍କ ବିସ୍ଫୋରକ ବ୍ୟାଟିଂ, ସନ୍‌ରାଇଜର୍ସର ଦ୍ୱିତୀୟ ବିଜୟ

ହାଇଦ୍ରାବାଦ, ୧୩।୪: ଅଧିନାୟକ ଇଶାନ କିଶନଙ୍କ ବିସ୍ଫୋରକ ବ୍ୟାଟିଂ ପରେ ପ୍ରଫୁଲ୍ଲ ହିଙ୍ଗେ ଓ ସାକିବ ହୁସେନଙ୍କ ଡ୍ରିମ୍‌ ଡେବ୍ୟୁ ବଳରେ ସନ୍‌ରାଇଜର୍ସ ହାଇଦ୍ରାବାଦ ସୋମବାର ଅନୁଷ୍ଠିତ…

ହଙ୍ଗେରୀ ନିର୍ବାଚନ ଫଳାଫଳ, କିଏ ହେବେ ନୂଆ ପ୍ରଧାନମନ୍ତ୍ରୀ ଜାଣନ୍ତୁ…

ବୁଦାପେଷ୍ଟ,୧୩ା୪: ୧୬ ବର୍ଷ ଧରି କ୍ଷମତାରେ ରହିଥିବା ହଙ୍ଗେରୀ ପ୍ରଧାନମନ୍ତ୍ରୀ ଭିକ୍ଟର ଓର୍ବାନ୍‌ ରବିବାର ଅନୁଷ୍ଠିତ ନିର୍ବାଚନରେ ପରାଜିତ ହୋଇଛନ୍ତି। ହଙ୍ଗେରୀୟ ଭୋଟର ତାଙ୍କ ଏକଚ୍ଛତ୍ରବାଦ ନୀତି…

ଦାଦନ ଖଟିବାକୁ ଯାଇଥିଲେ, ଫେରିଲା ଯୁବତୀଙ୍କ ମୃତଦେହ

ମୋହନା୧୩।୪(ମନ୍ମଥ ମିଶ୍ର): ଚାନ୍ଦା ଆଦାୟ କରି ମୁମ୍ବାଇରୁ ଆସିଲା ମୃତଦେହ। ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ଦମାଦୁଆ…

ସାଙ୍ଗମାନଙ୍କ ସହିତ ଯାତ୍ରା ଦେଖି ଯାଇଥିଲେ, ଶବ ହୋଇ ଫେରିଲେ… ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ଲୋଇସିଂହା,୧୩।୪(ସୁଶାନ୍ତ ବାରିକ): ସାଙ୍ଗମାନଙ୍କ ସହିତ ଯାତ୍ରା ଦେଖିଯିବା ହେଲା କାଳ। ଶୁକ୍ରବାର ରାତିରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା କୁଟେନପାଲି ନିକଟରେ ଏକ ଅଜଣା ଗାଡି ଧକ୍କାରେ…

ଗୋଡ଼ ମଧ୍ୟରେ ଲୁଚାଇ ନେଇଗଲେ ୭ ଲକ୍ଷ ଟଙ୍କାର ଶାଢ଼ି, ସିସିଟିଭିରେ କଏଦ ଲୁଟ୍‌ର କୌଶଳ…

ଅନୁଗୋଳ,୧୩।୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଅମଲାପଡ଼ା ଅଞ୍ଚଳରେ ଥିବା ବୟନିକା ଶୋ’ରୁମ୍‌ରୁ ଏକ ବଡ଼ ଧରଣର ଚୋରି ହୋଇଛି। ଗ୍ରାହକ ବେଶରେ ଆସିଥିବା ୭ ଜଣ ମହିଳା…

ଅଂଶୁଘାତରେ ଚାଲିଗଲା ବ୍ୟକ୍ତିଙ୍କ ଜୀବନ

ଗୁଣୁପୁର, ୧୩।୪(ସଂକେତ ପାତ୍ର): ଖରାଦିନ ଆରମ୍ଭ ସହିତ ଅଂଶୁଘାତ ଜନିତ ପ୍ରଥମ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ରାୟଗଡା ଜିଲା ଗୁଣୁପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତର…

ଅନୁସୂଚିତ ଜାତି ମୋର୍ଚ୍ଚା ଜିଲା ସଭାପତି ଭାବେ ନିଯୁକ୍ତ ହେଲେ ବିକ୍ରମ ତାଣ୍ଡି, ରାଜ୍ୟ ସଭାପତିଙ୍କୁ ଜଣାଇଲେ କୃତଜ୍ଞତା

ବଲାଙ୍ଗୀର ,୧୩।୪(ସୁନୀଲ କୁମାର ମହାନ୍ତି): ଅନୁସୂଚିତ ଜାତି ମୋର୍ଚ୍ଚା ବଲାଙ୍ଗୀର ଜିଲା ସଭାପତି ଭାବରେ ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତା ବିକ୍ରମ ତାଣ୍ଡିଙ୍କୁ ମନୋନୀତ କରାଯାଇଛି। ଏନେଇ ବିକ୍ରମ…

ମାଟି ତଳେ ଲୁଚାଇ ରଖିଥିଲେ ୨କୋଟି ଟଙ୍କାର ଗଞ୍ଜେଇ, ଧରିଲା ପୋଲିସ

ମୋହନା,୧୩।୪(ମନ୍ମଥ ମିଶ୍ର): ଜଙ୍ଗଲରେ ଲୁଚାଇ ରଖାଯାଇଥିବା ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ରା.ଉଦୟଗିରି ପୋଲିସ। ବିଶେଷ ସୂତ୍ରରୁ ଖବର ପାଇ ସୋମବାର ରା. ଉଦୟଗିରି ଏସ୍‌ଡ଼ିପିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri