କରୋନାଠୁ ପଙ୍ଗପାଳ

ଭାରତ ଏବେ ସବୁଆଡ଼ୁ ବିପଦରେ ପଡ଼ିଛି। ବାତ୍ୟା, ବନ୍ୟା, ଭୂମିକମ୍ପ, ଦୁର୍ଭିକ୍ଷ ଭଳି ପ୍ରାକୃତିକ ବିପର୍ଯ୍ୟୟ ଦେଖିଆସୁଥିବା ଏହି ଦେଶ ପାଇଁ କରୋନା ଭୂତାଣୁ ବିଷମ ପରିସ୍ଥିତି ସୃଷ୍ଟି କରିଛି। କୋଭିଡ୍‌-୧୯ ଯୋଗୁ କରାଯାଇଥିବା ଲକ୍‌ଡାଉନ୍‌ ଫଳରେ ଦୁଇ ମାସରୁ ଅଧିକ ସମୟ କିଛି ଲୋକ ଘରେ ବସି ଖାଇଲେ ଓ ଆହୁରି ଅନେକେ ଖାଇବାକୁ ପାଇଲେ ନାହିଁ। ଭବିଷ୍ୟତ ପାଇଁ ସାଇତା ହୋଇ ରହିଥିବା ଖାଦ୍ୟଶସ୍ୟ କମିଆସିଲାଣି। ନୂତନ ଭାବେ ଫସଲ ଉତ୍ପାଦନ ହୋଇପାରି ନ ଥିବାରୁ ଆଗକୁ ଖାଦ୍ୟ ସଙ୍କଟ ଦେଖାଦେବ ବୋଲି ସ୍ପଷ୍ଟ ଦିଶିଲାଣି। ଏଭଳିସ୍ଥଳେ ଶସ୍ୟ ଖେତ ଉପରେ ପଙ୍ଗପାଳଙ୍କ ଆକ୍ରମଣ ଚାଷୀଙ୍କ ପାଇଁ ଏକ ବଡ଼ ନୂଆ ବିପଦ ଆଣିଦେଇଛି। ଗୁଜରାଟ, ପଞ୍ଜାବ, ହରିୟାଣା, ରାଜସ୍ଥାନ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ ଉତ୍ତର ପ୍ରଦେଶ ଆଦି ରାଜ୍ୟର ଚାଷଜମିରେ ପ୍ରବେଶ କରି ସର୍ବନାଶ କଲେଣି। ୧ ବର୍ଗ କିଲୋମିଟର ଅଞ୍ଚଳରେ ୮ କୋଟି ପଙ୍ଗପାଳଙ୍କ ଉପସ୍ଥିତି ଓ ଯେଉଁ ହାରରେ ସେଗୁଡ଼ିକ ଖାଦ୍ୟ ଖାଇ ଚାଲିଛନ୍ତି ତାହା ଚିନ୍ତାର ବିଷୟ ହୋଇଛି। କୁହାଗଲାଣି ୨୭ ବର୍ଷ ପରେ ଏହା ଭାରତ ପାଇଁ ବଡ଼ ଚ୍ୟାଲେଞ୍ଜର ସମୟ ଆଣିଛି। ୧୯୯୩ ପରେ ଏହା ଖାଦ୍ୟଶସ୍ୟ ଉପରେ ସବୁଠାର ବଡ଼ ଆକ୍ରମଣ ବୋଲି କୁହାଯାଉଛି। ଏହି ଭ୍ରମଣକାରୀ କୀଟଙ୍କୁ ହଟେଇବା ସହଜ ନ ଥିବାରୁ ସେମାନେ ଫସଲ ଖାଇବା ସହ ସେଗୁଡ଼ିକୁ ପର୍ଯ୍ୟାପ୍ତ ପରିମାଣରେ ନଷ୍ଟ କରିଚାଲିଛନ୍ତି। ଗୋଟିଏ ପଙ୍ଗପାଳ ମାତ୍ର ୯୦ ଦିନ ବଞ୍ଚୁଥିଲେ ହେଁ ଯେଉଁ ହାରରେ ସେଗୁଡ଼ିକ ବଂଶ ବିସ୍ତାର କରିଥାଆନ୍ତି, ସେଗୁଡ଼ିକୁ ରୋକିବା ସମ୍ଭବ ନୁହେଁ।
କୁହାଯାଇଥାଏ, ଦୁର୍ଭାଗ୍ୟ ଏକୁଟିଆ ଆସେ ନାହିଁ, ସେ ତା’ ବନ୍ଧୁବାନ୍ଧବଙ୍କୁ ଧରି ଆସେ। ଭାରତ ଆଜି ସେଭଳି ଗୋଟିଏ ପରେ ଗୋଟିଏ ବିପଦର ସାମ୍ନା କରିଚାଲିଛି। ଉତ୍ତର ଆଫ୍ରିକା ଓ ପଶ୍ଚିମ ଏସିଆର ରାଷ୍ଟ୍ରରେ ପଙ୍ଗପାଳ ଆକ୍ରମଣ ବଡ଼ ଚିନ୍ତାର ବିଷୟ ପାଲଟିଛି। ଏହାର ପ୍ରଭାବରେ ଏହିସବୁ ଅଞ୍ଚଳର କୃଷି ଅର୍ଥନୀତି ପ୍ରବଳ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି। ସେହି ତାଲିକାରେ ଏବେ ଭାରତ ସାମିଲ ହୋଇଯାଇଛି।
ଭାରତ ଉପମହାଦେଶ ପାଇଁ ପଙ୍ଗପାଳ ଏକମାତ୍ର ବିପଦ ନୁହେଁ, ସମଗ୍ର ପୃଥିବୀକୁ ଗ୍ରାସ କରିଥିବା ନୋଭେଲ କରୋନା ଭାଇରସ୍‌ କୋଭିଡ-୧୯ ଭାରତକୁ ବାଦ୍‌ ପକାଇ ନାହିଁ। ସରକାରୀ ସ୍ତରରେ ତଥ୍ୟ ଏବଂ ଦୂରଦୃଷ୍ଟିର ଅଭାବ ଯୋଗୁ ଅସମୟରେ ଲକ୍‌ଡାଉନ୍‌ କରାଗଲା। ସେହି ଭୁଲ୍‌ ନିଷ୍ପତ୍ତିରୁ ଉପୁଜିଲା ପ୍ରବାସୀ ଶ୍ରମିକଙ୍କ ସମସ୍ୟା। କର୍ମସ୍ଥଳୀରେ ମାଲିକମାନେ ଅମାନୁଷିକତା ପ୍ରଦର୍ଶନ କରି ସେହି ଶ୍ରମିକମାନଙ୍କୁ ମୌଳିକ ସୁବିଧା ଯୋଗାଇବା ପରିବର୍ତ୍ତେ ସେଠାରୁ ତଡ଼ିଦେଲେ। ଅନେକ ଶହ କିଲୋମିଟର ପାଦରେ ଚାଲି ଚାଲି ଘର ପାଖରେ ପହଞ୍ଚିଲା ବେଳକୁ ନିଜ ଗ୍ରାମବାସୀ ପାଲଟିଯାଇଛନ୍ତି ସେମାନଙ୍କ ଶତ୍ରୁ। ଅର୍ଥାତ୍‌ ଘରେ ମଧ୍ୟ ନ୍ୟାୟରୁ ବଞ୍ଚିତ ହେଲେ ଏହି ଅସହାୟ ଶ୍ରମିକ, କାରଣ ସେମାନଙ୍କୁ କରୋନା ଭୂତାଣୁର ସକ୍ରିୟ ପ୍ରତୀକ ଭାବେ ଦେଖାଗଲା। ଘରମୁହାଁ ହୋଇଥିବା ଏହି ଲୋକମାନେ କେବଳ ଶିଳ୍ପର ନୁହେଁ, ତନ୍ମଧ୍ୟରୁ ଅନେକେ କୃଷି ଖେତରେ କାମ କରୁଥିଲେ। ପଞ୍ଜାବ, ହରିୟାଣା, କେରଳ, ମହାରାଷ୍ଟ୍ର ଏବଂ ଆନ୍ଧ୍ରପ୍ରଦେଶର ଚାଷୀ ତାହାର ବିଲରେ କାମ କରୁଥିବା କୃଷିଜୀବୀଙ୍କୁ ଅଣଦେଖା କରି ଏବେ ନିଜେ ରବି ଫସଲ ଅମଳ ବେଳେ ଏକୁଟିଆ ହୋଇଯାଇଛି। ଏହାଦ୍ୱାରା କୃଷିକାର୍ଯ୍ୟ ମଧ୍ୟ ଅନେକ କ୍ଷତି ସହିବାକୁ ଯାଉଛି।
ବାତ୍ୟା ଅମ୍ଫନ୍‌ ଉତ୍ତର ଓଡ଼ିଶା, ପଶ୍ଚିମବଙ୍ଗ ସହିତ ବାଂଲାଦେଶରେ ଛିଡ଼ା ଫସଲକୁ ଉଜାଡ଼ିଦେବା ସହିତ ଅନେକ କ୍ଷୟକ୍ଷତି ଘଟାଇଛି। ମଣିଷ ସୃଷ୍ଟି କରିଥିବା ବିଭାଜନ ଯଥା ଜିଲା, ରାଜ୍ୟ ବା ଦେଶକୁ ପ୍ରକୃତିର ଶକ୍ତି ମାନେନାହିଁ। ଭୁଲିଯିବା ପୂର୍ବରୁ ଏଠାରେ ଉଲ୍ଲେଖ କରିବା ଦରକାର ଯେ ଗତ ସୋମବାର, ୨୫ ମେ’ ୨୦୨୦ରେ ଉତ୍ତରପୂର୍ବାଞ୍ଚଳର କେତୋଟି ରାଜ୍ୟ ଯଥା- ମେଘାଳୟ, ନାଗାଲାଣ୍ଡ, ମିଜୋରାମ ଏବଂ ପଡ଼ୋଶୀ ଦେଶ ମ୍ୟାନ୍‌ମାର୍‌ରେ ରିକ୍ଟର ସ୍କେଲ୍‌ରେ ୫.୫ ତୀବ୍ରତା ବିଶିଷ୍ଟ ଭୂମିକମ୍ପ ହୋଇଯାଇଛି। ଏଥିରୁ କ୍ଷୟକ୍ଷତି ବିଶେଷ ଦୃଷ୍ଟି ଆକର୍ଷଣ କରି ନ ଥିଲେ ମଧ୍ୟ ଏହି ଘଟଣା ପ୍ରମାଣ କରିଦେଉଛି ଯେ କୌଣସି ପ୍ରକାରର ପ୍ରାକୃତିକ ବିପର୍ଯ୍ୟୟ ଭାରତ ଉପମହାଦେଶକୁ ଛାଡୁନାହିଁ। ଅବଶ୍ୟ ନୋଭେଲ୍‌ କରୋନା ଭାଇରସ୍‌ ପ୍ରକୃତିର ସୃଷ୍ଟି ନୁହେଁ। ଏହା ମନୁଷ୍ୟକୃତ ବୋଲି କୁହାଯାଉଛି। ସମ୍ଭବତଃ ସେଥିପାଇଁ ପୃଥିବୀର କୋଣ ଅନୁକୋଣରେ ଏହାର କୁପ୍ରଭାବ ଦେଖିବାକୁ ମିଳୁଛି। ଯାହା କୁହାଯାଉଛି ଏହାଦ୍ୱାରା ମୁଖ୍ୟତଃ ପୁରୁଷ, ଉଭୟ ବୟସ୍କ ଓ ଯୁବକ ଅଧିକ ଆକ୍ରାନ୍ତ ହେଉଛନ୍ତି। ଗୋଟେପଟେ ଏହି ରୋଗର ଚିନ୍ତା ଘାରୁଥିବା ବେଳେ ଅନ୍ୟପଟେ ତାହାର ନାଗରିକମାନଙ୍କୁ ଅତିଶୀଘ୍ର ଭାରତ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିବାରୁ ଚାଇନାର ମନ୍ଦ ଉଦ୍ଦେଶ୍ୟ ପରିଲକ୍ଷିତ ହୋଇଛି। ଯେଉଁଭଳି ଭାବେ ଭାରତୀୟ କୂଟନୀତି ବିଫଳ ହୋଇଛି ସେଥିରୁ ବାଂଲାଦେଶ ଓ ନେପାଳ ଆମଠାରୁ ଦୂରେଇ ଗଲେଣି। ମନେହେଉଛି ଯେପରି ଚାଇନାର ଲାଲ୍‌ସେନା ଭିଆଉଥିବା ସୀମାନ୍ତ ସମସ୍ୟା ଆହୁରି ଉଗ୍ର ହୋଇପାରେ। ଏଠାରେ ମନେପଡ଼େ ଓଡ଼ିଆର ଢଗ ନଈ ନ ଦେଖୁଣୁ…। କରୋନା ପ୍ରଭାବରୁ ପୃଥିବୀର ଅର୍ଥନୀତି କେଉଁ ମୋଡ଼ ନେବ ସ୍ପଷ୍ଟ ହେବା ଆଗରୁ ଭାରତର ମନ୍ତ୍ରୀମାନେ ଯେଉଁଭଳି ଭାବେ ବୟାନ ଦେଇ କହୁଛନ୍ତି ଯେ, ଅନେକ ପାଶ୍ଚାତ୍ୟ କମ୍ପାନୀ ଚାଇନା ଛାଡ଼ି ଭାରତ ଆସିବେ ତାହା ସମ୍ପୂର୍ଣ୍ଣ ଭାବେ ଅପରିପକ୍ୱ ମନେହୁଏ। ଭାରତକୁ ଏକ ଶିକ୍ଷା ଦେବା ପାଇଁ ସୀମାନ୍ତରେ ଅଶାନ୍ତ ପରିସ୍ଥିତି ସୃଷ୍ଟି କରାଯାଇଥାଇପାରେ।
ପଙ୍ଗପାଳ, କୋଭିଡ୍‌-୧୯, ପ୍ରବାସୀ ଶ୍ରମିକଙ୍କ ସମସ୍ୟା, ଅର୍ଥନୈତିକ ମାନ୍ଦାବସ୍ଥା, କୂଟନୈତିକ ବିଫଳତା, ଅମ୍ଫନ, ଭୂକମ୍ପ ଏବଂ ଶେଷରେ ଚାଇନାର ଧମକ ଭାରତୀୟମାନଙ୍କୁ ଅତିଷ୍ଠ କରିବା କଥା। ଏହା ପରେ ତ୍ରାହି ତ୍ରାହି ଡାକିଲେ ହୁଏତ ଆମ କଥା ଶୁଣିବାକୁ କେହି ଇଚ୍ଛୁକ ହେବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟ ଓ ଜୀବନଶୈଳୀ

ପିଲାବେଳର ପାଠ କିଛି ମନେ ଥାଉ କି ନ ଥାଉ, ଏଇ ପଦଟି ସମସ୍ତଙ୍କର ମନେଥିବ – ‘ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ’।...

୨୦୨୬ର ଚିନ୍ତା

୨୦୨୬ ଦେଶର ରାଜନୈତିକ ଦଳ ଓ ସରକାର ପାଇଁ ବ୍ୟସ୍ତବହୁଳ ହେବା ଅବଶ୍ୟମ୍ଭାବୀ। ଆସାମ, କେରଳ, ତାମିଲନାଡ଼ୁ, ପଶ୍ଚିମବଙ୍ଗ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡ଼ୁଚେରୀରେ ଆଲୋଚ୍ୟ...

କାର୍ଯ୍ୟରେ ବିଳମ୍ବ

ଜମି ବିବାଦ ଦେଖାଦେଲେ ସରକାରୀ କାମଗୁଡ଼ିକର ସମୟସୀମା ଗଡ଼ିଚାଲେ। ଠିକାଦାର ବିଳମ୍ବ କରନ୍ତି କିମ୍ବା ଏଥିରେ ଜଡ଼ିତ ବିଭାଗଗୁଡ଼ିକ ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଚେଷ୍ଟା...

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

ଦୁଇ ଦେଶ ଲୁଟୁଛନ୍ତି

ସମ୍ଭବତଃ ୨୦୨୫ ବର୍ଷଟି ସମସ୍ତଙ୍କର ମନେ ରହିବ, କାରଣ ଆମେରିକାର ରାଷ୍ଟ୍ରପତି ଏହି ବର୍ଷ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥାକୁ ଶେଷ କରିଦେଇଛନ୍ତି। କନ୍ତୁ ସତ କଥା...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri