‘କରତାଳି ଦିଏ ପ୍ରେରଣା’

ସିମୁଳିଆ, ୧୭ା୩(ସନ୍ତୋଷ କୁମାର ନାୟକ)-ପିଲାଦିନେ ସୁଲଳିତ କଣ୍ଠରେ ଗୀତ ବୋଲି ପାରୁଥିଲେ ପୂଜାରାଣୀ । ସ୍କୁଲରେ ପଢିବା ବେଳେ ବିଭିନ୍ନ କାର୍ଯ୍ୟକ୍ରମରେ ଗୀତ ବୋଲି ପ୍ରଶଂସା ପାଇଥିଲେ। ଏହା ତାଙ୍କୁ ପରେ କଳା ଜଗତ ମଧ୍ୟକୁ ଟାଣି ନେଇଥିଲା। ସେ ଏବେ ଓଡ଼ିଶା ଯାତ୍ରା ଜଗତର ଜଣେ ଉଦୀୟମାନ, ପ୍ରତିଭା ସମ୍ପନ୍ନ ନାୟିକା। ପ୍ରଥମେ ସେ ଯାତ୍ରାରେ ନୃତ୍ୟ ପରିବେଷଣ କରି ଅଭିନୟ ଜୀବନ ଆରମ୍ଭ କରିଥିଲେ। ପରେ କମେଡ଼ି, ପାର୍ଶ୍ୱ ନାୟିକ ଓ ପରେ ମୁଖ୍ୟ ନାୟିକା ଭୂମିକାରେ ଅଭିନୟ କରିଆସୁଛନ୍ତି। ଜଣେ କଳାକାରଙ୍କ ଜୀବନ କଷ୍ଟପ୍ରଦ ହେଲେ ବି ଦର୍ଶକଙ୍କ କରତାଳି ଦେଇଥାଏ ପ୍ରେରଣା। କଳା ମାଧ୍ୟମରେ ସମାଜରେ ଜାଗରଣ ଆଣିବା ସମ୍ଭବ ବୋଲି ସେ କହିଛନ୍ତି।
ପୂଜାଙ୍କ ଘର ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ବଣା ଅଞ୍ଚଳରେ ା ମନୋରମା ଓ ଶଙ୍କର୍ଷଣ ପତ୍ରୀଙ୍କ ଦୁଇଝିଅ ଦୁଇପୁଅଙ୍କ ମଧ୍ୟରେ ପୂଜା ସାନ ଝିଅ। ସ୍ଥାନୀୟ ବଣା ପଦ୍ମାବତୀ ବାଳିକା ବିଦ୍ୟାଳୟରେ ପାଠ ପଢି ପରେ ଓଡ଼ିଶା ଯାତ୍ରା ମଞ୍ଚରେ ପାଦ ଥାପିଥିଲେ। ତାଙ୍କର ନିଖୁଣ ଅଭିନୟ ମଞ୍ଚରେ ଦର୍ଶକଙ୍କୁ ବାନ୍ଧି ରଖେ। ସେ ନୀୟତି, ଶିବାନୀ, କଳିଙ୍ଗ ଓ କୋଣାର୍କ ଗଣନାଟ୍ୟରେ ଅଭିନୟ କରିଛନ୍ତି। ୨୦୧୬ରୁ କୋଣାର୍କ ଗଣନାଟ୍ୟରେ ସେ ପାର୍ଶ୍ୱ ନାୟିକ ଓ ପର ମୁଖ୍ୟ ନାୟିକା ଭୂମିକା ତୁଲାଉ ଆସୁଛନ୍ତି। ଅଦ୍ୟାବଧି ୧୮ଖଣ୍ଡ ନାଟକରେ ନାୟିକା ଭୂମିକାରେ ଅଭିନୟ କରିସାରିଲେଣି ା ‘କେନ୍ଦ୍ରାପଡ଼ାର ବାବା’, ‘ବଦ୍‌ନାମ ହେଲି ତୋରି ପାଇଁ’, ‘ଆଖି ଅବୁଝାକୁ ମନ ଅବୁଝା’, ‘ମଣିଷ ଦେଖିଲେ ଡର ଲାଗୁଛି’, ‘ମୀରା ପିନ୍ଧିଦେଲା ରାଧା ସିନ୍ଦୁର’, ‘ବଦ୍‌ମାସ’, ‘ଛୁଇଁଦେଲେ ମେଘ ବରଷିଯାଏ’, ‘କାଇଁଚମାଳି’, ‘ଭାଗ୍ୟ ଖେଳୁଛି ଖେଳ’ ପରି ନାଟକ ତାଙ୍କୁ ସଫଳତା ଆଣି ଦେଇଛି।
ପୂଜା କହନ୍ତି, ଯାତ୍ରା ଜଗତର ଗୁରୁ ଦୈତାରୀ ପଣ୍ଡା, କୈଳାସ ବେହେରା, ଜଗାବାବା ତାଙ୍କୁ ସବୁ ଚରିତ୍ରରେ ଅଭିନୟ କରିବାକୁ ଶିକ୍ଷା ଦେଇଥିଲେ। ଅଦ୍ୟାବଧି ସେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ୧୩ଟି ସମ୍ମାନ ଲାଭ କରିଛନ୍ତି। ତାଙ୍କୁ ମଧ୍ୟ ମିଳିଛି ‘ଚକୋଲେଟ ନାୟିକା’ ସମ୍ମାନ। ଆଗକୁ ଜଣେ ଆଗଧାଡିର କଳାକାର ହେବାକୁ ଲକ୍ଷ୍ୟ ରଖିଛନ୍ତି ା କଳା ପାଇଁ ସେ ନିଜ ପରିବାରରୁ ପ୍ରେରଣା ପାଇଛନ୍ତି। ତାଙ୍କ ଜେଜେ ତ୍ରୈଲୋକ୍ୟ ଥିଲେ ଜଣେ କଳାପ୍ରେମୀ ବ୍ୟକ୍ତି। ସେ ହାରମୋନିୟମ ବଜାଇବା ସହିତ ଗାଁ ଡ୍ରାମାରେ ସୁନ୍ଦର ଅଭିନୟ କରୁଥିଲେ। ତାଙ୍କ ଅଜା ରନତ୍ାକର ଜଣେ ପାଲା ଗାୟକ। ଉଭୟ ଅଜା ଓ ଜେଜେଙ୍କ କଳା ପ୍ରତିଭା ତାଙ୍କୁ କଳା ଜଗତ ପ୍ରତି ଆକୃଷ୍ଟ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୋନମ ୱାଙ୍ଗଚୁକଙ୍କ ପାଇଁ ନ୍ୟୁୟର୍କଠାରୁ ଆରମ୍ଭ କରି ଲଣ୍ଡନ ପର୍ଯ୍ୟନ୍ତ ପ୍ରଦର୍ଶନ, ଭାରତ ସରକାରଙ୍କୁ କଲେ ବଡ଼ ଅପିଲ୍‌

ନୂଆଦିଲ୍ଲୀ,୨୨।୭: ଆମେରିକାସ୍ଥିତ ଏକ ଅଧିକାର ଗ୍ରୁପର କର୍ମକର୍ତ୍ତାମାନେ ଆମରଣ ଅନଶନ କରୁଥିବା ସୋନମ ୱାଙ୍ଗଚୁକଙ୍କ ପ୍ରତି ଏକଜୁଟତା ଜାହିର କରିବା ପାଇଁ ନ୍ୟୁୟର୍କ ଏବଂ ସାନ ହୋଜେରେ…

ଅଙ୍ଗନଦୀରେ ଭାସିଗଲେ ଗୋପାଳକ, ଅଗ୍ନିଶମ ବିଭାଗ ପକ୍ଷରୁ ଚାଲିଛି ଖୋଜାଖୋଜି

ପଦ୍ମପୁର,୨୨।୭ (ପ୍ରଦୀପ୍ତ ଦାଶ) : ପଦ୍ମପୁର ଉପଖଣ୍ଡ ଜଗଦଳପୁର ଥାନା ଅନ୍ତର୍ଗତ ସମ୍ବଲପୁରୀ ଗ୍ରାମ ନିକଟରେ ଥିବା ଅଙ୍ଗନଦୀରେ ଭାସିଯାଇ ଜଣେ ଗୋପାଳକ ନିଖୋଜ ହୋଇଥିବା ଘଟଣା…

BCCIର ବଡ଼ ଘୋଷଣା: ଏଣିକି ଏମିତି କଲେ ବୋଲରଙ୍କୁ…ନୂଆ ନିୟମ ଜାରି

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୨୦୨୬-୨୭ ଘରୋଇ କ୍ରିକେଟ ସିଜନ ପୂର୍ବରୁ ଖେଳର ନିୟମରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି। ନୂତନ ନିୟମଗୁଡ଼ିକର ପ୍ରଭାବ…

ଭଟାପଲାକୁ ନୂତନ ଗ୍ରାମ ପଞ୍ଚାୟତ ମାନ୍ୟତା ଦାବି ଜୋରଦାର: ଲିଖିତ ଦାବିପତ୍ର ଦାଖଲ

କର୍ଲାମୁଣ୍ଡା,୨୨।୭(ପ୍ରଦୀପ କୁମାର ସାହୁ):କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଭଟାପଲାକୁ ସୱତନ୍ତ୍ର ଗ୍ରାମ ପଞ୍ଚାୟତର ମାନ୍ୟତା ପ୍ରଦାନ କରିବା ଦାବିରେ ଅଞ୍ଚଳବାସୀଙ୍କ ସୱର ଦିନକୁ ଦିନ ଜୋରଦାର ହେଉଛି। ଦୀର୍ଘଦିନ…

ଆନ୍ଦୋଳନକୁ ନେଇ କଂଗ୍ରେସ କଲା ବଡ଼ ପ୍ଲାନ! ଛାନିଆ ହେଲେ କେନ୍ଦ୍ର ସରକାର, ରାଜନୀତିରେ ଚହଳ…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀରେ ନିଟ୍ (NEET) ପେପର୍ ଲିକ୍ ବିରୋଧରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ବିରୋଧୀ ଦଳଗୁଡ଼ିକ ମଧ୍ୟରେ ଏକ ନୂଆ ଜୀବନ ସଞ୍ଚାର କରୁଛି। ଜୁଲାଇ ୨୦ ତାରିଖରେ…

CJPର ଆନ୍ଦୋଳନ ପରେ ସୋସିଆଲ ମିଡିଆରେ ବଡ଼ ଘୋଷଣା କଲେ ଧର୍ମେନ୍ଦ୍ର ପ୍ରଧାନ, ରାହୁଲଙ୍କୁ ନେଇ କହିଲେ…

ନୂଆଦିଲ୍ଲୀ,୨୨।୭: CJP (ସିଜେପି)ର ‘ଚଲୋ ସଂସଦ’ ପ୍ରଦର୍ଶନ ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଥମ ଥର ପାଇଁ ସାର୍ବଜନୀନ ପ୍ରତିକ୍ରିୟା ରଖିଛନ୍ତି। ସେ କଂଗ୍ରେସ ନେତା…

ରାହୁଲ ଗାନ୍ଧୀଙ୍କ ପିଏମ ଆବାସ ସମ୍ମୁଖରେ ଆନ୍ଦୋଳନ ପରେ ପଡିଲା ପ୍ରଭାବ: ସରକାରଙ୍କ ପକ୍ଷରୁ…

ନୂଆଦିଲ୍ଲୀ,୨୨।୭: NEET ପରୀକ୍ଷା ବିବାଦକୁ ନେଇ ବିରୋଧୀଙ୍କ ପ୍ରଦର୍ଶନ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି ଭିତରେ ସରକାରଙ୍କ ପକ୍ଷରୁ ଏକ ବଡ଼ ଜବାବ…

ବିପଦରେ ବୈଭବ ସୂର୍ଯ୍ୟବଂଶୀଙ୍କ ସ୍ଥାନ! ଜିମ୍ବାୱେ ମ୍ୟାଚରେ ବିଫଳ ହେଲେ…

ନୂଆଦିଲ୍ଲୀ,୨୨।୭: ବୈଭବ ସୂର୍ଯ୍ୟବଂଶୀ ୧୫ ବର୍ଷ ବୟସରେ ନିଜର ଝଡ଼ ବ୍ୟାଟିଂ ବଳରେ ଟିମ ଇଣ୍ଡିଆରେ ସ୍ଥାନ ପାଇଛନ୍ତି। ସେ ଇଂଲଣ୍ଡ ବିପକ୍ଷ ଟି-ଟେଣ୍ଟି ଅନ୍ତର୍ଜାତୀୟ (T20I)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri