କରତାରପୁର କରିଡର: ଭାରତ-ପାକିସ୍ତାନ ମଧ୍ୟରେ କଥାବାର୍ତ୍ତାକୁ ସ୍ବାଗତ କଲା ଆମେରିକା

ଓ୍ବାଶିଂଟନ, ୧୭।୭: କରତାରପୁର କରିଡରକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ବିବାଦର ସମାଧାନ ହୋଇଛି। ଉଭୟ ଦେଶ ମଧ୍ୟରେ ହୋଇଥିବା ଚୁକ୍ତି ମୁତାବକ ଭାରତର ୮୦ ପ୍ରତିଶତ ପ୍ରସ୍ତାବକୁ ପାକିସ୍ତାନ ଗ୍ରହଣ କରିଛି। ଉଭୟ ଦେଶ ମଧ୍ୟରେ ଏହି ସଫଳ କଥାବାର୍ତ୍ତାକୁ ସ୍ବାଗତ କରିଛି ଆମେରିକା। ଏହା ଏକ ସକରାତ୍ମକ ପଦକ୍ଷେପ ବୋଲି ଏକ ରିପୋର୍ଟରେ ଆମେରିକା କହିଛି। ସୂଚନାଯୋଗ୍ୟ, ବର୍ଷ ତମାମ କରତାରପୁର ଯିବା ପାଇଁ ଭାରତୀୟ ଶିଖଙ୍କୁ ଭିସାମୁକ୍ତ ଯାତାୟତ ନିମନ୍ତେ ଅନୁମତି ଦେବାକୁ ଭାରତର ଦାବିକୁ ପାକିସ୍ତାନ ଗ୍ରହଣ କରିଛି। ଦୁଇ ଦେଶର ଅଧିକାରୀଙ୍କ ମଧ୍ୟରେ ୱାଘା ସୀମାରେ ବେଠକ ଅନୁଷ୍ଠିତ ହୋଇଥିଲା ଏବଂ ଏଥିରେ ଭାରତର ପ୍ରମୁଖ ଦାବିକୁ ପାକିସ୍ତାନ ଗ୍ରହଣ କରିଥିବାରୁ ଏବେ କରିଡର କାର୍ଯ୍ୟ ବରାନ୍ବିତ ହୋଇପାରିବ। ଗୁରୁ ନାନକ ଦେବଙ୍କ ୫୫୦ତମ ଜୟନ୍ତୀ ଅବସରରେ ନଭେମ୍ବର ୨୦୧୯ ପର୍ଯ୍ୟନ୍ତ ଏହି କରିଡର ବ୍ୟବହାର ହେବ। ୮୦ ପ୍ରତିଶତ ପ୍ରସ୍ତାବ ନେଇ ଉଭୟ ଦେଶ ସହମତି ପ୍ରକାଶ କରିଥିବାରୁ ଅନ୍ୟ ୨୦ ପ୍ରତିଶତ ପ୍ରସ୍ତାବ ମଧ୍ୟ ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ ହୋଇପାରିବ ବୋଲି କୁହାଯାଇଛି। ପ୍ରତିଦିନ ଭାରତରୁ ୫ ହଜାର ଶ୍ରଦ୍ଧାଳୁଙ୍କୁ ଦର୍ଶନ ପାଇଁ ସୁଯୋଗ ଦେବାକୁ ଭାରତ ଦାବି କରିଥିବାବେଳେ ସ୍ବତନ୍ତ୍ର ଉତ୍ସବ ସମୟରେ ଏହି ସଂଖ୍ୟା ୧୦ ହଜାର ପର୍ଯ୍ୟନ୍ତ ବୃଦ୍ଧି କରିବାକୁ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇନ୍ଧନ ଭରା ଟ୍ରକ ସହ ୨ ଯାତ୍ରୀବାହୀ ବସ ଧକ୍କା: ୩୦ ମୃତ

ଦମିଶ୍କ,୮।୩: ସିରିଆରେ ଏକ ଇନ୍ଧନ ଭରା ଟ୍ରକ ସହିତ ୨ ଯାତ୍ରୀବାହୀ ବସ ଧକ୍କା ହୋଇଛି। ଏଥିରେ ୩୦ ଜଣଙ୍କ ମୃତ୍ୟୁ ଘଟିଛି। ଦମିଶ୍କ-ହାମ୍ସ୍‌ ହାଇଓ୍ବେରେ...

ସମୁଦ୍ର ତଳୁ ବି ମିଶାଇଲ ଆକ୍ରମଣ କରିପାରେ ଚାଇନା, ଟାର୍ଗେଟରେ ଆମେରିକା, ଭାରତ

ବେଜିଂ,୧ ।୮: ଚାଇନା ଲୁଚିଛପି ଦୀର୍ଘ ଓ ସ୍ୱଳ୍ପ ଦୂରଗାମୀ ପାରମ୍ପରିକ ମିଶାଇଲର ଷ୍ଟକ ବୃଦ୍ଧି କରିବାରେ ଲାଗିପଡିଛି । ଆମେରକିା ବିଶେଷଜ୍ଞଙ୍କ ଏକ ରିପୋର୍ଟ...

ଏଲନ ମସ୍କ କହିଲେ ପ୍ରଥମେ ନିଜ ମୁଣ୍ଡରେ ଲଗାଇବେ ନ୍ୟୁରାଲିଙ୍କ ଇନପ୍ଲାଣ୍ଟ, ମେଣ୍ଢା, ଘୁଷୁରୀ, ମାଙ୍କଡ଼ଙ୍କ ଉପରେ ହୋଇଛି ପ୍ରୟୋଗ

ୱାଶିଂଟନ,୩ ।୧୨: ଅରବ ପତି ବ୍ୟବସାୟୀ ଏଲନ ମସ୍କ ଦାବି କରିଛନ୍ତି, ସେ ନିଜେ ସାରା ବିଶ୍ୱକୁ ନ୍ୟୁରାଲିଙ୍କ ଇନପ୍ଲାଣ୍ଟ ଲଗାଇ ଦେଖାଇବେ । ସେ...

ସାଇଟୋକାଇନ୍‌ ଷ୍ଟର୍ମ: କରୋନା ମୁକାବିଲାରେ ମଣିଷ ପାଇଁ ଶତ୍ରୁ ପାଲଟୁଛି ଆଣ୍ଟିବଡ଼ି

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୬।୫: କରୋନା ସଂକ୍ରମଣରେ ମଣିଷ ଶରୀର ପାଇଁ କିଭଳି ରୋଗ ପ୍ରତିରୋଧକ ଶକ୍ତି ହିଁ ଶତ୍ରୁ ପାଲଟି ଥାଏ ସେ ନେଇ ଏକ ରିପୋର୍ଟ ପ୍ରକାଶ...

ୟୁକ୍ରେନ ସଙ୍କଟ ବଢ଼ାଇବନି ରୁଷିଆ: ମାକ୍ରଁ

କ୍ୱିଭ୍‌, ୯।୨:  ରୁଷିଆ ଓ ୟୁକ୍ରେନ ମଧ୍ୟରେ ଲାଗି ରହିଥିବା ଉତ୍ତେଜନା ଭିତରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରଁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କୁ ଭେଟିଛନ୍ତି।...

କରାଚି ଜେଲରେ ୩ଶହ କରୋନା ପଜିଟିଭ

କରାଚି,୨୩।୫: ପାକିସ୍ତାନର କରାଚି ସେଣ୍ଟ୍ରାଲ ଜେଲରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଶନିବାର ମିଳିଥିବା ଖବର ଅନୁଯାୟୀ, ଏବେ କରାଚି ସେଣ୍ଟ୍ରାଲ୍‌ ଜେଲରେ କରୋନା...

ପ୍ରଥମ ମ୍ୟାଲେରିଆ ଟିକାକୁ ଡବ୍ଲ୍ୟୁଏଚ୍‌ଓ ମଞ୍ଜୁରୀ

ଜେନେଭା, ୭।୧୦: ମ୍ୟାଲେରିଆ ନିରାକରଣ ପାଇଁ ପ୍ରସ୍ତୁତ ପ୍ରଥମ ଟିକାକୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ବୁଧବାର ମଞ୍ଜୁରୀ ପ୍ରଦାନ କରିଛି। ମ୍ୟାଲେରିଆ ବିରୋଧୀ ଲଢ଼େଇରେ...

କିମ୍‌-ଜୋଙ୍ଗ୍‌-ଉନ୍‌ଙ୍କ ମୁଣ୍ଡରେ ବ୍ୟାଣ୍ଡେଜ୍‌ ପଡ଼ିଥିବା ନେଇ ଚର୍ଚ୍ଚା

ପ୍ୟୋଙ୍ଗ୍‌ୟାଙ୍ଗ୍‌,୫ା୮: ଉତ୍ତରକୋରିଆ ଶାସକ କିମ୍‌-ଜୋଙ୍ଗ-ଉନ୍‌ ତାଙ୍କର କ୍ରୁର ଶାସନ ପାଇଁ ସବୁବେଳେ ଚର୍ଚ୍ଚାରେ ଥାନ୍ତି। କିନ୍ତୁ ଏବେ ସେ ତାଙ୍କ ସ୍ବାସ୍ଥ୍ୟକୁ ନେଇ ଚର୍ଚ୍ଚାରେ ରହିଛନ୍ତି।...

Advertisement
Archives

Model This Week