ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲା:  କରନ, ସଲମାନଙ୍କ ସମେତ ୮ଜଣ ସେଲିବ୍ରିଟିଙ୍କ ନାଁରେ ମାମଲା ରୁଜୁ

ମୁମ୍ବାଇ,୧୭।୬: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଚାଲିଛି। ତାଙ୍କ ଭଳି ଭର୍ସାଟାଇଲ ଅଭିନେତା ଏଭଳି ପଦକ୍ଷେପ କାହିଁକି ନେଲେ ସେନେଇ ଏବେ ସମସ୍ତଙ୍କ ମନରେ ଉଙ୍କି ମାରୁଛି। ଏହି ପ୍ରଶ୍ନର ଉତ୍ତର ପାଇଁ ମୁମ୍ବାଇ ପୋଲିସ ସମସ୍ତ ପ୍ରକାରର ଛାନଭିନ୍‌ ଚଳାଇଛି। ଇତିମଧ୍ୟରେ ବିହାର ମୁଜଫରପୁରରେ ବୁଧବାର ଜଣାଶୁଣା ୮ଜଣ ସେଲିବ୍ରିଟିଙ୍କ ନାଁରେ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି। ଏହି ୮ଜଣଙ୍କ ମଧ୍ୟରେ ବଲିଉଡ୍‌ ସୁପରଷ୍ଟାର ସଲମାନ ଖାଁ ଏବଂ ଜଣାଶୁଣା ଫିଲ୍ମ ପ୍ରଯୋଜକ ଓ ନିର୍ଦ୍ଦେଶକ  କରନ ଜୋହର ରହିଛନ୍ତି। ସେହିପରି ଏକତା କପୁର, ସଞ୍ଜୟ ଲୀଲା ଭଂସାଲୀ, ଆଦିତ୍ୟ ଚୋପ୍ରାଙ୍କ ସମେତ ୮ଜଣଙ୍କ ବିରୋଧରେ ଓକିଲ ସୁଧୀର ଓଝା ମାମଲା ରୁଜୁ କରିଛନ୍ତି। ଏମାନଙ୍କ ଉପରେ ସୁଶାନ୍ତଙ୍କୁ ଆତ୍ମହତ୍ୟା କରିବା ପାଇଁ ଉସୁକାଇଥିବା ଅଭିଯୋଗରେ ସିଜିଏମ୍‌ କୋର୍ଟରେ ମାମଲା ରୁଜୁ କରାଯାଇଛି। ତେବେ ଏହି ମାମଲାର ଶୁଣାଣି ଜୁଲାଇ ୩ରେ ହେବ ବୋଲି ଜଣାପଡ଼ିଛି। ଅପରପକ୍ଷେ ବଲିଉଡ୍‌ରେ ଉକ୍ତ ସେଲିବ୍ରିଟିଙ୍କ ଷଡଯନ୍ତ୍ର ଯୋଗୁ ସୁଶାନ୍ତଙ୍କ ଫିଲ୍ମ ରିଲିଜ୍‌ ହୋଇ ନ ଥିଲା। ଏହି କାରଣରୁ ଫିଲ୍ମ ସହ ଜଡ଼ିତ ଇଭେଣ୍ଟକୁ ମଧ୍ୟ ସୁଶାନ୍ତଙ୍କୁ ଆମନ୍ତ୍ରଣ କରାଯାଉ ନ ଥିଲା ବୋଲି ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ, ଗତ ରବିବାର ମୁମ୍ବାଇ ସ୍ଥିତ ନିଜ ଘରେ ସୁଶାନ୍ତ ଆତ୍ମହତ୍ୟା କରିଥିଲେ। ତାଙ୍କ ମୃତ୍ୟୁକୁ ନେଇ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଥିଲା। ଏହାପରେ ସେ ଶୋଷଣର ଶୀକାର ହୋଇ ଆତ୍ମହତ୍ୟା କରିଛନ୍ତି ବୋଲି ବିଭିନ୍ନ ସ୍ତରରେ ଏକାସାଙ୍ଗେ ସ୍ବର ଉଠିଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

୪ ଦିନ ହେଲା ଜଳୁଛି ଜଙ୍ଗଲ

ଚେନ୍ନାଇ,୧୩ା୩: ତାମିଲନାଡୁର ଡିଣ୍ଡିଗୁଲ ଜିଲାର ପେରୁମାଲ ପାହାଡ଼ିଆ ଜଙ୍ଗଲରେ ଗୁରୁବାରଠାରୁ ନିଆଁ ଲାଗିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଲିଭୁନାହିଁ। ନିଆଁର ପ୍ରକୋପ ଏତେ ଅଧିକ ଯେ,...

ସଞ୍ଜୟଙ୍କ ଖଳନାୟକ ଭୂମିକାକୁ ବେଶ ପସନ୍ଦ କରନ୍ତି ଦର୍ଶକ, ‘ପାନିପତ୍‌’ରେ ସେମିତି କିଛି ରୂପରେ ଆସିବେ ନଜର

ବମ୍ବେ: ଦର୍ଶକଙ୍କୁ ସଞ୍ଜୟଙ୍କ ଖଳନାୟକ ଭୂମିକା ବେଶ୍‌ ପସନ୍ଦ ଆସିଥାଏ। ବିଗତ ଦିନରେ ରିଲିଜ ହୋଇଥିବା ଫିଲ୍ମ ‘ଖଳନାୟକ’, ‘କାରତୁସ୍‌’, ‘ବାସ୍ତବ’, ‘କାଣ୍ଟେ’, ‘ପ୍ଲାନ୍‌’, ‘ମୁସାଫିର’...

ଦିବ୍ୟାଙ୍ଗକୁ ନିଜ ହାତରେ ଖୁଆଇଲେ ଯବାନ

ଶ୍ରୀନଗର,୧୪।୫: ଜମ୍ମୁ କାଶ୍ମୀର ଶ୍ରୀନଗରେ ଜଣେ ଯବାନଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭାଇରାଲ ହୋଇଥିବା ଭିଡିଓରେ ଜଣେ ଯବାନ ଜଣେ ଦିବ୍ୟାଙ୍ଗ ଶିଶୁଙ୍କୁ ଖାଦ୍ୟ...

ବିବାଦୀୟ ବୟାନ ଦେଲେ ମମତାଙ୍କ ପୁତୁରା: କହିଲେ, ‘ଜୟ ଶ୍ରୀରାମ’ର ଜବାବରେ କୁହ ‘ରାମ୍‌ ନାମ୍‌ ସତ୍ୟ ହେ’

କୋଲକାତା,୨୫।୬: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ତଥା ତୃଣମୂଳ କଂଗ୍ରେସ(ଟିଏମ୍‌ସି)ର ଦ୍ୱିତୀୟ ନମ୍ବରର ପ୍ରଭାବଶାଳୀ ବ୍ୟକ୍ତି ଅଭିଷେକ ବାନାର୍ଜୀ ଜୟ ଶ୍ରୀରାମ ନାରା ଉପରେ...

ମତଦାନ ପୂର୍ବରୁ ନନ୍ଦିଗ୍ରାମରେ ଲାଗିଲା ୧୪୪ ଧାରା

କୋଲକାତା,୩୧।୩: ନନ୍ଦିଗ୍ରାମରେ ବିଶୃଙ୍ଖଳା କରିବା, ଭୋଟରଙ୍କୁ ଧମକାଇବାକୁ ବାହାର ରାଜ୍ୟରୁ ଗୁଣ୍ଡା ଆସିଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ନିର୍ବାଚନ କମିସନଙ୍କ ପାଖରେ ଅଭିଯୋଗ କରି...

ବର୍ଷକରେ ୩ଗୁଣ ବଢ଼ିଛି ରୋଗୀଙ୍କ ସଂଖ୍ୟା

ଭାରତରେ ପ୍ରତିଦିନ କ୍ୟାନ୍‌ସରରେ ୩୦୦ ଲୋକ ପ୍ରାଣ ହରାଉଛନ୍ତି। ଗତ ଦୁଇ ଦଶନ୍ଧିରେ କ୍ୟାନ୍‌ସର ରୋଗୀଙ୍କ ସଂଖ୍ୟା ଭାରତରେ ଦୁଇ ତୃତୀୟାଂଶରୁ ଅଧିକ ବୃଦ୍ଧି ପାଇଛି।...

ସ୍ବାମୀଙ୍କୁ ଅନ୍ୟ ଜଣେ ମହିଳାଙ୍କ ସହ ଦେଖି ସ୍ତ୍ରୀ କଲେ ଏମିତି

ମିରଟ,୧୬।୩: ଉତ୍ତର ପ୍ରଦେଶର ମିରଟ୍‌ରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ବିବାହିତ ବ୍ୟକ୍ତି ଅନ୍ୟ ଜଣେ ମହିଳାଙ୍କ ସହ ବୁଲିବା ମହଙ୍ଗା ପଡିଛି। ଏହା...

ଏମ୍ସ ଗଲେ ଉନ୍ନାଓ ପୀଡିତାଙ୍କ ଓକିଲ

ଲକ୍ଷ୍ନୌ,୬।୮: ଉତ୍ତର ପ୍ରଦେଶ ରାୟବରେଲିରେ ଗତ ମାସରେ ଦୁର୍ଘଟଣାର ଶିକାର ହୋଇଥିବା ଉନ୍ନାଓ ବଳାତ୍କାର ପୀଡିତାଙ୍କ ଓକିଲ ମଙ୍ଗଳବାର ଦିଲ୍ଲୀରେ ଥିବା ଅଲ୍‌ ଇଣ୍ଡିଆ ଇନଷ୍ଟିଚ୍ୟୁଟ...

Advertisement
Archives

Model This Week