କରଣଙ୍କ ପାଦ ଛୁଇଁଲେ କାର୍ତ୍ତିକ

ମୁମ୍ବାଇ: ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ୟନ ତାଙ୍କ କ୍ୟାରିୟରରେ ଆଗକୁ ବଢ଼ିବାରେ ଲାଗିଛନ୍ତି। ଏବେ ସେ ଅନ୍ୟମାନଙ୍କଠାରୁ କମ୍‌ ବଜେଟରେ କାମ କରୁଛନ୍ତି ବୋଲି କୁହାଯାଉଛି। କିନ୍ତୁ ତାଙ୍କର ସବୁ ଫିଲ୍ମ ବକ୍ସ ଅଫିସ୍‌ରେ ଶହେ କୋଟିରୁ ଊର୍ଦ୍ଧ୍ୱ ଆୟ କରୁଛି। କାର୍ତ୍ତିକଙ୍କ ଫିଲ୍ମକୁ ପ୍ରଶଂସକ ବେଶ୍‌ ପସନ୍ଦ କରିଥାନ୍ତି। ଫିଲ୍ମ ‘ପତି ପତ୍ନୀ ଔର୍‌ ଓ୍ବ’ ପରେ ଏବେ ସେ ଦୋସ୍ତାନା-୨ର ଶୁଟିଂ ପାଇଁ ଲାଗିପଡ଼ିଛନ୍ତି। ତେବେ ଶୁଟିଂର ଆରମ୍ଭରୁ କାର୍ତ୍ତିକଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ପ୍ରଯୋଜକ ତଥା ନିର୍ଦ୍ଦେଶକ କରଣ ଜୋହରଙ୍କ ପାଦ ଛୁଇଁ କାର୍ତ୍ତିକ ଆଶୀର୍ବାଦ ନେଉଥିବାର ଦେଖିବାକୁ ମିଳିଛି। ଏହି ଫଟୋ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି।

କାର୍ତ୍ତିକ ଏହି ଫଟୋକୁ ଇନ୍‌ଷ୍ଟାଗ୍ରାମରେ ଶେୟାର କରିବା ସହ କ୍ୟାପଶନରେ ଲେଖିଛନ୍ତି, ‘ମା’ ଦା ଲାଡଲା ଚଣ୍ଡିଗଡ଼ ନିକଲା ଗୟା’। ଦୋସ୍ତାନା-୨। ଏଥିସହ ସେ ଲେଖିଛନ୍ତି, ଏହା ଧର୍ମା ପ୍ରଡକ୍ସନର ଏକ ପରମ୍ପରା, ଏହି ବ୍ୟାନରରେ ହେଉଥିବା ସମସ୍ତ ଫିଲ୍ମର ଆରମ୍ଭରୁ ସବୁ ଅଭିନେତାଙ୍କୁ ଏହା କରିବା ଉଚିତ ବୋଲି କାର୍ତ୍ତିକ କହିଛନ୍ତି। ତେବେ ତାଙ୍କର ଏହି କ୍ୟାପଶନର ପ୍ରତିଉତ୍ତର ରଖିଛନ୍ତି କରଣ। କାର୍ତ୍ତିକଙ୍କ ପୋଷ୍ଟରେ ସେ ହସିବା ସହ ଏହା ବେକାର କଥା ବୋଲି କହିଛନ୍ତି। ମୋତେ ବୃଦ୍ଧ ହେବାର ଅନୁଭବ କରାଇବା ବନ୍ଦ କର ବୋଲି କାର୍ତ୍ତିକଙ୍କୁ କରଣ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କୁ ହରାଇଲେ ଏହି ଲୋକପ୍ରିୟ ଅଭିନେତ୍ରୀ, ଶୋକରେ ବୁଡ଼ିଲା…

ବମ୍ବେ: ବାପାଙ୍କୁ ହରାଇଛନ୍ତି ଲୋକପ୍ରିୟ ଟେଲିିଭିଜନ ଅଭିନେତ୍ରୀ ହିନା ଖାନ୍‌। ମୁମ୍ବାଇ ସ୍ଥିତ ତାଙ୍କ ବାସଭବନରେ ହୃଦ୍‌ଘାତ ହେବା ଯୋଗୁ ମଙ୍ଗଳବାର ହିନାଙ୍କ ବାପାଙ୍କ ନିଧନ...

ଗୁଜରାଟ, ମଧ୍ୟପ୍ରଦେଶ-ହରିଆଣା ପରେ ଏବେ ଏହି ରାଜ୍ୟରେ ଟ୍ୟାକ୍ସ ଫ୍ରି ହେଲା ‘ଦ କଶ୍ମୀର ଫାଇଲ୍ସ’

ମୁମ୍ବାଇ,୧୪।୩: ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘ଦ କାଶ୍ମୀର ଫାଇଲ୍ସ’କୁ ନେଇ ସାରା ଦେଶରେ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି। ନିକଟରେ ଏହି ପିଲ୍ମ ସିନେମା ହଲ୍‌ରେ...

ଦେଖିଲେ ଚିହ୍ନି ହେଉନି

ବମ୍ବେ: ପ୍ରତ୍ୟେକ ଚରିତ୍ରରେ ନିଜକୁ ଢ଼ାଳିବା ଲାଗି କଳାକାରଟିଏ ବହୁତ ପରିଶ୍ରମ କରିଥାଏ। ସେଭଳି ଜଣେ ଅଭିନେତା ହେଲେ ବଲିଉଡ୍‌ରେ ‘ସିରିଏଲ୍‌ କିସର୍‌’ ଭାବେ ପରିଚିତ...

କୌଣସି ସ୍ମୃତି ରଖିବାକୁ ଚାହୁଁ ନାହାଁନ୍ତି ସାମନ୍ଥା, ଫେରାଇ ଦେଲେ ବିବାହର ଶାଢୀ

ସାଉଥ୍‌ ସୁନ୍ଦରୀ ସାମନ୍ଥା ରୁଥ୍‌ ପ୍ରଭୁ ଏବଂ ନାଗା ଚୈତନ୍ୟ ତାଙ୍କ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରୁହନ୍ତି। ତେବେ ଦୀର୍ଘ ଦିନର...

ବୟଫ୍ରେଣ୍ଡଙ୍କ ସହିତ ସ୍କୁଟିରେ ବୁଲିଲେ ଶ୍ରଦ୍ଧା କପୁର: ଭିଡ଼ିଓ ଭାଇରାଲ

ମୁମ୍ବାଇ, ୧୦।୬: ବଲିଉଡ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କର ଏକ ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓରେ ଶ୍ରଦ୍ଧା ବୟଫ୍ରେଣ୍ଡ ରୋହନ ଶ୍ରେଷ୍ଠଙ୍କ...

ବିବାହ କରିବାକୁ ଯାଉଛନ୍ତି କି ଶ୍ରଦ୍ଧା: ଇସାରାରେ ବନ୍ଧୁ କହିଲେ ଏମିତି…

ବଲିଉଡ୍‌ରେ ଏବେ ବିବାହ ଋତୁ ଆରମ୍ଭ ହୋଇଯାଇଛି। ଅଭିନେତା ବରୁଣ ଧଓ୍ବନ ଏବଂ ନତାଶା ଦଲାଲଙ୍କ ବିବାହ ପରେ ଏବେ ଶକ୍ତି କପୁରଙ୍କ ଝିଅ ଶ୍ରଦ୍ଧା...

ଅନୁଷ୍କାଙ୍କ ସହ ଇଣ୍ଟିମେଟ ସିନ୍ କରିବାକୁ ଚାହୁଁଛନ୍ତି ରଣବୀର!

ମୁମ୍ବାଇ: ଫିଲ୍ମ ‘ବ୍ୟାଣ୍ଡ ବାଜା ବାରାତ’ରେ ରଣବୀର ସିଂ ଓ ଅନୁଷ୍କା ଶର୍ମାଙ୍କ ଯୋଡି ଦର୍ଶକଙ୍କ ହୃଦୟ ଜିତିବାରେ ସକ୍ଷମ ହୋଇଥିଲ । ଉଭୟଙ୍କ ଆକ୍ଟିଙ୍ଗ...

ବାନ୍ଦ୍ରା ରେଲଓ୍ବେ ଷ୍ଟେଶନର ୧୩୦ ବର୍ଷ ପୂର୍ତ୍ତି ଅବସରରେ ସ୍ପେଶାଲ ଡାକ ଟିକେଟ ଉନ୍ମୋଚନ କଲେ ଶାହରୁଖ

ମୁମ୍ବାଇ: ମୁମ୍ବାଇର ପପୁଲାର ବାନ୍ଦ୍ରା ଷ୍ଟେଶନକୁ ୧୩୦ ବର୍ଷ ପୂରିଛି। ଏହି ଅବସରରେ ଶୁକ୍ରବାର ବଲିଉଡ୍‌ ବାହଶାହ ଶାହରୁଖ ଖାନ ପୋଷ୍ଟାଲ ଏନ୍‌ଭଲପ୍‌ ଓ ଡାକ...

Advertisement
Archives

Model This Week