କମ୍ପ୍ୟୁଟର ଶିକ୍ଷକ ନିଯୁକ୍ତି ନାମରେ ଠକେଇ ମାମଲା : ୩ ଅଟକ

କେନ୍ଦୁଝର,୧୫।୯(ସ୍ବ.ପ୍ର.): କମ୍ପ୍ୟୁଟର ଶିକ୍ଷକ ନିଯୁକ୍ତି ନାମରେ ଠକେଇ ମାମଲାରେ ଟାଉନ ଥାନା ପୋଲିସ ଓଡ଼ିଶା ଏଜୁକେଶନ ଆଣ୍ଡ ଟ୍ରେନିଂ (ଓଏଇଟି) ନାମକ ଏକ କମ୍ପ୍ୟୁଟର ସଂସ୍ଥାର ୩ ଜଣଙ୍କୁ ରବିବାର ଅଟକ ରଖି ପଚରା ଉଚରା କରୁଥିବା ଜଣାପଡ଼ିଛି। କମ୍ପ୍ୟୁଟର ତାଲିମ ନେବା ପରେ ବିଭିନ୍ନ ହାଇସ୍କୁଲ ଓ ଏମ୍‌ଇ ସ୍କୁଲରେ ଶିକ୍ଷକ ନିଯୁକ୍ତି ଦେବାକୁ କହି ପ୍ରତ୍ୟେକ ପିଲାଙ୍କ ଠାରୁ ୪୦ହଜାର ଟଙ୍କା ଆଦାୟ କରିଥିବା ସଂସ୍ଥା ବିରୋଧରେ କ୍ଷତିଗ୍ରସ୍ତ ଯୁବତୀ/ଯୁବକମାନେ ସ୍ଥାନୀୟ ଟାଉନ ଥାନାରେ ଲିଖିତ ଏତଲା ଦେବା ପରେ ପୋଲିସ ଏମାନଙ୍କୁ ଅଟକ ରଖିଛି।
ଅଭିଯୋଗ ଅନୁଯାୟୀ,୨୦୧୬ ଡିସେମ୍ବର ୨୫ରେ ପ୍ରଥମ ବ୍ୟାଚ୍‌ ମୟୂରଭଞ୍ଜ ଜିଲା କରଡିଆ ଶାଖା, କରିଆରେ ସେମାନଙ୍କୁ ତାଲିମ ଦିଆଯାଇଥିଲା। ଦ୍ୱିତୀୟ ବ୍ୟାଚ୍‌ ଫ୍ୟୁଚର ବିଦ୍ୟାର୍ଥୀ, ବଣିଆପାଟ, କେନ୍ଦୁଝର ସହରରେ ତାଲିମ ଦିଆଯାଇଥିଲା। ଅଲ୍‌ ଇଣ୍ଡିଆ ଆଇଟି ଆସୋସିଏଶନରୁ ଫ୍ରାଞ୍ଚାଇଜ୍‌ ଆଣି ଏହି ଓଇଏଟି ସଂସ୍ଥା ଚାଲିଥିଲା।ଏହି ସଂସ୍ଥାର ମାଲିକ ଅମୂଲ୍ୟ କୁମାର ମହାନ୍ତି(ଏମ୍‌ଡି), ମଳୟ କୁମାର ପାତ୍ର ( ନିର୍ଦ୍ଦେଶକ), ଜଗଦା ରଞ୍ଜନ ପାତ୍ର, ରବି ନାରାୟଣ ମହାନ୍ତ(ଆକାଉଣ୍ଟାଣ୍ଟ)ଥିବା ଅଭିଯୋଗ କରିଛନ୍ତି। ପ୍ରତ୍ୟେକ ଯୁବତୀ/ଯୁବକଙ୍କ ଠାରୁ ୪୦ ହଜାର ଟଙ୍କା ଲେଖାଏ ଆଦାୟ କରିଥିବା ଅଭିଯୋଗ ହୋଇଛି। ଏ ବାବଦକୁ ୩୦ ହଜାର ଟଙ୍କାର ରସିଦ ଦେଇଥିବା ବେଳେ ଅବଶିଷ୍ଟ ଟଙ୍କା ବିନା ରସିଦରେ ନେଇଥିବା ଅଭିଯୋଗ ହୋଇଛି। କିଛି ପିଲାଙ୍କୁ ଚାକିରି ଦେଇ ନ ପାରିବାରୁ ସେମାନେ କୋର୍ଟର ଆଶ୍ରୟ ନେଇଥିଲେ। ପରେ ୧୩ ଅକ୍ଟୋବରରେ ଚେକ୍‌ ପ୍ରଦାନ କରାଯାଇଥିଲେ ହେଁ ଏହି ଚେକରେ ଟଙ୍କା ଉଠାଯାଇ ପାରି ନ ଥିଲା ବୋଲି ସେମାନେ ଅଭିଯୋଗ କରିଛନ୍ତି। ଏଣୁ ଏହା ଏକ ବଡ଼ ଧରଣର ଠକେଇ କରାଯାଇଥିବାରୁ ଟଙ୍କା ଜମା ଦେଇଥିବା ଯୁବତୀ/ଯୁବକମାନେ ରବିବାର ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଫଳରେ ଉକ୍ତ ସଂସ୍ଥାର ୩ ଜଣଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି। ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଟାଉନ ଥାନାଧିକାରୀ ସୋମନାଥ ଜେନା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କିଶନଙ୍କ ବିସ୍ଫୋରକ ବ୍ୟାଟିଂ, ସନ୍‌ରାଇଜର୍ସର ଦ୍ୱିତୀୟ ବିଜୟ

ହାଇଦ୍ରାବାଦ, ୧୩।୪: ଅଧିନାୟକ ଇଶାନ କିଶନଙ୍କ ବିସ୍ଫୋରକ ବ୍ୟାଟିଂ ପରେ ପ୍ରଫୁଲ୍ଲ ହିଙ୍ଗେ ଓ ସାକିବ ହୁସେନଙ୍କ ଡ୍ରିମ୍‌ ଡେବ୍ୟୁ ବଳରେ ସନ୍‌ରାଇଜର୍ସ ହାଇଦ୍ରାବାଦ ସୋମବାର ଅନୁଷ୍ଠିତ…

ହଙ୍ଗେରୀ ନିର୍ବାଚନ ଫଳାଫଳ, କିଏ ହେବେ ନୂଆ ପ୍ରଧାନମନ୍ତ୍ରୀ ଜାଣନ୍ତୁ…

ବୁଦାପେଷ୍ଟ,୧୩ା୪: ୧୬ ବର୍ଷ ଧରି କ୍ଷମତାରେ ରହିଥିବା ହଙ୍ଗେରୀ ପ୍ରଧାନମନ୍ତ୍ରୀ ଭିକ୍ଟର ଓର୍ବାନ୍‌ ରବିବାର ଅନୁଷ୍ଠିତ ନିର୍ବାଚନରେ ପରାଜିତ ହୋଇଛନ୍ତି। ହଙ୍ଗେରୀୟ ଭୋଟର ତାଙ୍କ ଏକଚ୍ଛତ୍ରବାଦ ନୀତି…

ଦାଦନ ଖଟିବାକୁ ଯାଇଥିଲେ, ଫେରିଲା ଯୁବତୀଙ୍କ ମୃତଦେହ

ମୋହନା୧୩।୪(ମନ୍ମଥ ମିଶ୍ର): ଚାନ୍ଦା ଆଦାୟ କରି ମୁମ୍ବାଇରୁ ଆସିଲା ମୃତଦେହ। ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ଦମାଦୁଆ…

ସାଙ୍ଗମାନଙ୍କ ସହିତ ଯାତ୍ରା ଦେଖି ଯାଇଥିଲେ, ଶବ ହୋଇ ଫେରିଲେ… ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ଲୋଇସିଂହା,୧୩।୪(ସୁଶାନ୍ତ ବାରିକ): ସାଙ୍ଗମାନଙ୍କ ସହିତ ଯାତ୍ରା ଦେଖିଯିବା ହେଲା କାଳ। ଶୁକ୍ରବାର ରାତିରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା କୁଟେନପାଲି ନିକଟରେ ଏକ ଅଜଣା ଗାଡି ଧକ୍କାରେ…

ଗୋଡ଼ ମଧ୍ୟରେ ଲୁଚାଇ ନେଇଗଲେ ୭ ଲକ୍ଷ ଟଙ୍କାର ଶାଢ଼ି, ସିସିଟିଭିରେ କଏଦ ଲୁଟ୍‌ର କୌଶଳ…

ଅନୁଗୋଳ,୧୩।୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଅମଲାପଡ଼ା ଅଞ୍ଚଳରେ ଥିବା ବୟନିକା ଶୋ’ରୁମ୍‌ରୁ ଏକ ବଡ଼ ଧରଣର ଚୋରି ହୋଇଛି। ଗ୍ରାହକ ବେଶରେ ଆସିଥିବା ୭ ଜଣ ମହିଳା…

ଅଂଶୁଘାତରେ ଚାଲିଗଲା ବ୍ୟକ୍ତିଙ୍କ ଜୀବନ

ଗୁଣୁପୁର, ୧୩।୪(ସଂକେତ ପାତ୍ର): ଖରାଦିନ ଆରମ୍ଭ ସହିତ ଅଂଶୁଘାତ ଜନିତ ପ୍ରଥମ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ରାୟଗଡା ଜିଲା ଗୁଣୁପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତର…

ଅନୁସୂଚିତ ଜାତି ମୋର୍ଚ୍ଚା ଜିଲା ସଭାପତି ଭାବେ ନିଯୁକ୍ତ ହେଲେ ବିକ୍ରମ ତାଣ୍ଡି, ରାଜ୍ୟ ସଭାପତିଙ୍କୁ ଜଣାଇଲେ କୃତଜ୍ଞତା

ବଲାଙ୍ଗୀର ,୧୩।୪(ସୁନୀଲ କୁମାର ମହାନ୍ତି): ଅନୁସୂଚିତ ଜାତି ମୋର୍ଚ୍ଚା ବଲାଙ୍ଗୀର ଜିଲା ସଭାପତି ଭାବରେ ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତା ବିକ୍ରମ ତାଣ୍ଡିଙ୍କୁ ମନୋନୀତ କରାଯାଇଛି। ଏନେଇ ବିକ୍ରମ…

ମାଟି ତଳେ ଲୁଚାଇ ରଖିଥିଲେ ୨କୋଟି ଟଙ୍କାର ଗଞ୍ଜେଇ, ଧରିଲା ପୋଲିସ

ମୋହନା,୧୩।୪(ମନ୍ମଥ ମିଶ୍ର): ଜଙ୍ଗଲରେ ଲୁଚାଇ ରଖାଯାଇଥିବା ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ରା.ଉଦୟଗିରି ପୋଲିସ। ବିଶେଷ ସୂତ୍ରରୁ ଖବର ପାଇ ସୋମବାର ରା. ଉଦୟଗିରି ଏସ୍‌ଡ଼ିପିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri