Posted inଫୁରସତ

କମେଡି ଯୋଡ଼ି

ଓଡ଼ିଆ ଯାତ୍ରାଜଗତରେ ବାପି-ଟୁକୁ ଏକ ଜଣାଶୁଣା ଯୋଡ଼ି। ବାପି-ଟୁକୁ ମଞ୍ଚକୁ ଆସିଲେ ତଳେ ବସିଥିବା ଦର୍ଶକଙ୍କ ଓଠରେ ମନକୁ ମନ ହସ ଫୁଟିଉଠେ। ଆଜିକୁ ପ୍ରାୟ ପନ୍ଦରବର୍ଷ ତଳେ ଏହି ଯୋଡ଼ିଙ୍କର ପ୍ରଥମ ଦେଖା ହୋଇଥିଲା। ସେତେବେଳେ ବାପି ‘ପଞ୍ଚସଖା ଗଣନାଟ୍ୟ’ରେ ଅଭିନୟ କରୁଥିଲେ। ଆଉ ‘ଧରିତ୍ରୀ ଅପେରା’ ଛାଡ଼ି ଟୁକୁ ସେହି ବର୍ଷ ଆସି ପହଞ୍ଚତ୍ଲେ ‘ପଞ୍ଚସଖା ଗଣନାଟ୍ୟ’ରେ। ଏଠାରେ ହିଁ ଜନ୍ମନେଲା ବାପି-ଟୁକୁ ଯୋଡ଼ି। ବାପିଙ୍କ ଘର ଜଗତ୍‌ସିଂହପୁର ହୋଇଥିବା ବେଳେ ଟୁକୁଙ୍କ ଘର ହେଉଛି ଭଦ୍ରକର ତିହିଡି। ଟୁକୁଙ୍କର ପିଲାବେଳୁ ନାଚଗୀତ ପ୍ରତି ରୁଚିଥିଲା। ପିଲାଙ୍କ ମେଳରେ ନାଚୁଥିଲେ। ଗଁାରେ ‘ଧରିତ୍ରୀ ଅପେରା’ ଯାତ୍ରା କରୁଥିଲା। ବାମଦେବବାବୁ ସେହି ପାର୍ଟିର ଡ୍ୟାନ୍ସ ମାଷ୍ଟର ଥିଲେ। ବାମଦେବବାବୁ ତାଙ୍କୁ ଯାତ୍ରାକୁ ନେଇ ଆସିଲେ। ତେବେ ଟୁକୁ ଯାତ୍ରାକୁ ଆସିବା କଥା ଘରେ ଜଣେଇ ନ ଥିଲେ। ଲୁଚି ଲୁଚି ଚାଲିଆସିଲେ ଯାତ୍ରାକୁ। ଘରଲୋକ ଖୋଜାଖୋଜି କରି ତାଙ୍କୁ ପାଇଲେ ଭୁବନେଶ୍ୱରର ଖଣ୍ଡଗିରିରେ। ତେବେ ସେତେବେଳକୁ ଯାତ୍ରାର ମାୟାରେ ପଡ଼ି ସାରିଥିଲେ ଟୁକୁ। ‘ପଞ୍ଚସଖା ଗଣନାଟ୍ୟ’ରେ ବାପିଙ୍କ ସହ ଦେଖା ହେବା ପରେ ତାଙ୍କ ଜୀବନର ମୋଡ଼ ବଦଳିଗଲା। ବାପି ହିଁ ତାଙ୍କୁ ପ୍ରଥମେ ପ୍ରସ୍ତାବ ଦେଲେ ମ୍ୟାରେଜ କରିବା ପାଇଁ। ବାସ୍‌, ସେମାନେ ମଞ୍ଚ ଅଭିନେତା ଅଭିନେତ୍ରୀରୁ ପାଲଟିଗଲେ ସ୍ବାମୀ ସ୍ତ୍ରୀ। ଟୁକୁଙ୍କ ମତରେ, ବାପି ତ ଜଣେ ଭଲ ଅଭିନେତା ଏକଥା ସତ। ତା’ ସହିତ ସେ ମଧ୍ୟ ଜଣେ ଭଲ ଜୀବନସାଥୀ। ମୋତେ ସବୁବେଳେ ସହଯୋଗ କରନ୍ତି। ତେବେ ଆମେ ବାହାରେ ସିନା ସ୍ବାମୀସ୍ତ୍ରୀ। ହେଲେ ମଞ୍ଚରେ ଆମେ ସମ୍ପୂର୍ଣ୍ଣ ଭାବରେ ଆମ ଚରିତ୍ର ଭିତରେ ପଶି କାମ କରୁ। କେମିତି ଚରିତ୍ରଟିକୁ ସରସସୁନ୍ଦର କରି ଦର୍ଶକଙ୍କର ମନୋରଞ୍ଜନ କରିବୁ ସେକଥା ଚିନ୍ତାକରୁ। ଉଭୟ ବାପି-ଟୁକୁ ଅନେକ ନାଟକରେ ଅଭିନୟ କରିଛନ୍ତି। ସେଥିମଧ୍ୟରୁ କେତୋଟି ହେଉଛି ‘ହସୁଛି କେବଳ କାନ୍ଦିବା ପାଇଁ’, ‘ବନ୍ଧା ପଡ଼ିଗଲା ସୁରେଶ ପଣ୍ଡା’, ‘ଶହେ ଶହେରେ ଖେଳ’, ‘ମାଳି ସାହି ମୀରା କାହାରି ନୁହେଁ’, ‘ଦିନକ ପାଇଁ ମୁଁ ଦ୍ରୌପଦୀ ହେବି’, ‘ଆଖି ତୁ କାନ୍ଦନା’, ‘ଚୁପ୍‌ଚାପ୍‌ କଥା ଟୁପ୍‌ଟାପ୍‌ ରାତି’। ଚଳିତବର୍ଷ ‘ସୂର୍ଯ୍ୟମନ୍ଦିର’ରେ ରହି ଲୋକମାନଙ୍କୁ ହସାଉଛନ୍ତି ବାପି-ଟୁକୁ। ସୂର୍ଯ୍ୟମନ୍ଦିରରେ ସେମାନେ ଅଭିନୟ କରିଥିବା ନାଟକଗୁଡ଼ିକ ମଧ୍ୟରେ ରହିଛି ‘ମାୟାବିନୀ ମୌସୁମୀ’, ‘କାହାଣୀ କହୁଛି ସୂର୍ଯ୍ୟମନ୍ଦିର’, ‘ପ୍ରେମିକାର ନଁା ଚନ୍ଦ୍ରଭାଗା’, ‘ଭିତିରି କଥା’, ‘ପୁଅ ଯିବ ଶାଶୁଘର’।


Enter your email to get our daily news in your inbox.

All Right Reserved By Dharitri.Com

ବହି ଦୋକାନ ଯେଉଁଠି ନାହାଁନ୍ତି କୌଣସି କର୍ମଚାରୀ…

ଦୁବାଇର ‘ବୁକ୍‌ ହିରୋ’ ନାମକ ଏକ ବହି ଦୋକାନ ରହିଛି। ଏଠାରେ କେବଳ ବହି ରହିଛି। ଲୋକେ ଦୋକାନକୁ ଯାଇ ନିଜ ପସନ୍ଦର ବହି କିଣି...

ଏମିତି କରୁଥିଲା କୁକୁର: ରାଗିଗଲା ହାତୀ

ବର୍ତ୍ତମାନ ସମୟରେ ଲୋକେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଛନ୍ତି। ଏହି ସମୟରେ ମଧ୍ୟ ସୋସିଆଲ ମିଡିଆର ଚାହିଦା ବଢ଼ିଥିବା ବେଳେ ଭାଇରାଲ ହେଉଥିବା ଫଟୋ...

ଏମିତି ଜିନିଷ ଚୋରି କଲେ ଚୋର, ଶେଷରେ ଚିଠିରେ ଲେଖିଲେ…

କରୋନା ମହାମାରୀ ସମଗ୍ର ବିଶ୍ୱକୁ କବଳିତ କରିଛି। ଏହି ଭୟାବହ ପରିସ୍ଥିତିରେ ପରସ୍ପର ପରସ୍ପରକୁ ସାହାଯ୍ୟ କରୁଛନ୍ତି। ଏପରି ସମୟରେ ଜଣେ ଚୋର ଅଜବ ଜିନିଷ...

ଆଇସିୟୁରେ ଝିଅର ବାହାଘର ପରେ ମା’ଙ୍କ ମୃତ୍ୟୁ

ଗୟା,୨୬।୧୨: ଅନେକ ଥର ଫିଲ୍ମରେ ହସ୍ପିଟାଲରେ ବାହାଘର ହେଉଥିବା ସମସ୍ତେ ଦେଖିଥିବେ। କିନ୍ତୁ ସତରେ ହସ୍ପିଟାଲରେ ବାହାଘର ହେବା କଥା କେହି ଦେଖିଛନ୍ତି କି ଶୁଣିଛନ୍ତି।...

ମାସ୍କ ନ ପିନ୍ଧିଲେ ଅଜବ ଦଣ୍ଡ; ହସ୍ପିଟାଲରେ କରିବାକୁ ପଡ଼ିବ ସ୍ବେଚ୍ଛାସେବୀ କାମ

ଗ୍ବାଲିଅର, ୬।୭- ମହାମାରୀ କରୋନା ସଂକ୍ରମଣରୁ ବଞ୍ଚତ୍ବା ଲାଗି ଜନସାଧାରଣଙ୍କୁ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ମାନି ଚଳିବାକୁ ସରକାର ପରାମର୍ଶ ଦେଇଛନ୍ତି। କିନ୍ତୁ...

ଆଦିମ ପ୍ରବୃତ୍ତି ‘କାନିବାଲିଜମ୍‌’

ନୂଆଦିଲ୍ଲୀ: ପୃଥିବୀର ଅନେକ ସ୍ଥାନରେ ଆଜି ବି ନରଭକ୍ଷୀ ମଣିଷଙ୍କ କଥା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ୨୦୧୧ରେ ପାକିସ୍ତାନ ପଞ୍ଜାବ ପ୍ରଦେଶ ଅନ୍ତର୍ଗତ ଭାକ୍କର ଜିଲାରୁ...

ସ୍ମାର୍ଟ ତକିଆ

ନିଦର ଅଭାବ, ଠିକ୍‌ରେ ନିଦ ନ ହେବା ଆଜିକାଲିର ଏକ ମୁଖ୍ୟ ସମସ୍ୟା ପାଲିଗଲାଣି। ଏଥିଯୋଗୁ ମଧୁମେହ, ହୃଦରୋଗ, ଅବସାଦ ପରି ଅନେକ ପ୍ରକାରର ସ୍ବାସ୍ଥ୍ୟଗତ...

ଯେଉଁ ଗାଁରେ ମୃତକଙ୍କୁ ନିଜଘରେ ଦିଆଯାଏ କବର

ଉତ୍ତର ପ୍ରଦେଶ ଆଗ୍ରାର ଅଛନେରା ବ୍ଲକ ଛହ ପୋଖରା ଗାଁର ମୁସଲମାନ ପରିବାରର ସଦସ୍ୟମାନେ ସେମାନଙ୍କ ପରିଜନଙ୍କ ମୃତ ଶରୀରକୁ ନିଜ ଘରେ ହିଁ କବର...

Advertisement
Archives

Model This Week