କମୁନି ଚଳନ୍ତା ଟ୍ରେନରୁ କୋଇଲା ଚୋରି

ଭଦ୍ରକ ଅଫିସ, ୨୮।୬ – ଭଦ୍ରକ-ଧାମରା ରେଳପଥରେ ଚଳନ୍ତା ଟ୍ରେନରୁ କାଇଲା ଚୋରି କମୁନି। ଏହି କୋଇଲା ଚୋରା ଚାଲାଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଦିନଦ୍ୱିପ୍ରହରେ ଚଳନ୍ତା ଟ୍ରେନରୁ କୋଇଲା ଚୋରି କରାଯାଉଥିଲେ ମଧ୍ୟ ଏଥିପ୍ରତି ପୋଲିସ କିମ୍ବା ବନ୍ଦର କର୍ତ୍ତୃପକ୍ଷ ଦୃଷ୍ଟି ଦେଉ ନ ଥିବା ଅଭିଯୋଗ ହେଉଛି। ଏପଟେ ଚୋରା କୋଇଲାକୁ ପରିବହନ କରିବା ପାଇଁ ଦିନ ପରିବର୍ତ୍ତେ ରାତିରେ ଜଳପଥ ଯୋଗେ ଚାଲାଣ ଏକପ୍ରକାର ସୁରକ୍ଷିତ ସମୟ ମଣିଲେଣି କୋଇଲା ବେପାରୀ। ଚଳନ୍ତା ଟ୍ରେନରୁ କୋଇଲା କାଢ଼ିବା ପାଇଁ ଉଦ୍ୟମ କରୁଥିବା ବେଳେ ବିଦ୍ୟୁତ୍‌ ଖୁଣ୍ଟରୁ ପଡ଼ି ୧୦ ରୁ ଊର୍ଦ୍ଧ୍ୱ ବେସରକାରୀ ଭାବେ ମୃତ୍ୟୁବରଣ ଓ ଗୁରୁତର ଆହତ ହେଲେଣି। ତଥାପି ବେପାରୀମାନେ ଏହି ଚୋରା ବେପାର ଛାଡୁନାହାନ୍ତି।
ପ୍ରକାଶ ଯେ, ଲୋକେ ରେଳ ଲାଇନ କଡ଼ରେ ଥିବା ବିଦ୍ୟୁତ୍‌ ଖୁଣ୍ଟକୁ ଚଢ଼ି ଚଳନ୍ତା ଟ୍ରେନରୁ କୋଇଲା ଖସାଇଥାନ୍ତି। ସେମାନେ ଏହି କୋଇଲାକୁ ବେପାରୀଙ୍କୁ ବିକ୍ରି କରିଥାନ୍ତି। ବେରୋଜଗାରୀ ଲୋକେ ବିପଜନ୍ନକ ଅବସ୍ଥାରେ ଏଭଳି କୋଇଲା ସଂଗ୍ରହ କରି ବିକି ଆସୁଥିବା ଘଟଣା ନେଇ ବାରମ୍ବାର ଅଭିଯୋଗ ହେବା ସତ୍ତ୍ବେ ପ୍ରଶାସନ ଓ ପୋଲିସ କୌଣସି ପଦକ୍ଷେପ ନେଉ ନ ଥିବା କୁହାଯାଉଛି। ଗତବର୍ଷ ବିଦ୍ୟୁତ୍‌ ଖୁଣ୍ଟରୁ ଖସି ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିବା ପରେ ପୋଲିସ ଓ ପ୍ରଶାସନର ନିଦ ଭାଙ୍ଗିଥିଲା। ତତ୍କାଳୀନ ଏସ୍‌ପି ଅନୁପ କୁମାର ସାହୁ ଓ ଜିଲାପାଳ ଜ୍ଞାନରଞ୍ଜନ ଦାସଙ୍କ ନିର୍ଦ୍ଦେଶକ୍ରମେ ଚୋରା କୋଇଲା ମାଫିଆଙ୍କୁ ଧରିବା ପାଇଁ ଏକ ବ୍ଲ୍ୟୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଥିଲା। ହେଲେ ଏହି ବ୍ଲ୍ୟୁପ୍ରିଣ୍ଟ କିଛିଦିନ କାମ କରିଥିଲା। ଏବେ ଏହା ଫାଇଲ୍‌ ତଳେ ଚାପି ହୋଇଯାଇଛି।
ଧାମରାରୁ ଯାଉଥିବା ଚଳନ୍ତା ଟ୍ରେନରୁ କୋଇଲା ଚୋରି ପଛରେ ପୋଲିସର ସହମତି ରହୁଥିବା ଅଞ୍ଚଳବାସୀ ଅଭିଯୋଗ କରିଆସୁଛନ୍ତି। ଦୈନିକ ଶତାଧିକ କୁଇଣ୍ଟାଲ ଉଚ୍ଚମାନର କୋଇଲା ଚଳନ୍ତା ଟ୍ରେନରୁ ଲୁଟ୍‌ ହେଉଛି। ଧାମରା ବନ୍ଦର କର୍ତ୍ତୃପକ୍ଷ କର୍ମଚାରୀ ଅଭାବ ଦର୍ଶାଇ ଏଥିପ୍ରତି ଧ୍ୟାନ ଦେଉ ନ ଥିବାବେଳେ ଧାମରା, ନାୟକାଣିଡିହୀ, ବାଂଶଡା, ଘଣ୍ଟେଶ୍ୱର, ପୀରାହାଟ, ତିହିଡି ଓ ସାବରଙ୍ଗ ଫାଣ୍ଡି, ଚାନ୍ଦବାଲି, ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ ନୀରବଦ୍ରଷ୍ଟା ସାଜିଛି। ପ୍ରତିଦିନ ଚଳନ୍ତା ଟ୍ରେନରୁ ବିପଦପୂର୍ଣ୍ଣ ଭାବେ ରେଳଲାଇନ କଡ଼ରେ ଥିବା ବିଦ୍ୟୁତ୍‌ ଖୁଣ୍ଟ ଉପରେ ଚଢ଼ି ଆଙ୍କୁଡା ସାହାଯ୍ୟରେ କୋଇଲା ଚୋରି କରି ତଳକୁ ପକାଇବା କାର୍ଯ୍ୟରେ ନାବାଳକଙ୍କଠାରୁ ମଧ୍ୟବୟସ୍କ ଲୋକ ଲିପ୍ତ ରହୁଥିବା କୁହାଯାଉଛି। ରାତିଅଧରେ ସ୍ଥଳଭାଗରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯିବାରୁ ଏବେ ଜଳପଥରେ ନଦୀ ପାର୍‌ କରାଯାଇ ଯାଜପୁର, କେନ୍ଦ୍ରାପଡ଼ା ଓ ଭଦ୍ରକର ବିଭିନ୍ନ ଅଞ୍ଚଳକୁ କୋଇଲା ଚୋରା ଚାଲାଣ କରାଯାଉଛି। ପୋଲିସ ଛୋଟମୋଟ ବେପାରୀଙ୍କୁ ଧରି ବାହାବା ନେଉଥିବା ବେଳେ ପ୍ରକୃତ କୋଇଲା ମାଫିଆଙ୍କୁ ଧରିବାକୁ ସାହସ କରୁ ନ ଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏହାକୁ ରୋକିବା ପାଇଁ ଏସ୍‌ପି ରାଜେଶ ପଣ୍ଡିତ ସ୍ବତନ୍ତ୍ର ଦୃଷ୍ଟିଦେଇ ପଦକ୍ଷେପ ନେବେ ବୋଲି କହିଛନ୍ତି। ସ୍ବତନ୍ତ୍ର ଭାବେ ଚଢ଼ାଉ କରାଯାଇ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଜିଲାପାଳ ଜ୍ଞାନରଞ୍ଜନ ଦାସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri