କମିବାରେ ଲାଗିଛି ମହାନଦୀ ଜଳସ୍ତର : ଖଣ୍ଡପଡା ନିର୍ବାଚନମଣ୍ଡଳୀର ୬ ପଞ୍ଚାୟତ ପ୍ରଭାବିତ

କଣ୍ଟିଲୋ,୨୨ା୭ (ସ୍ବ.ପ୍ର.): ସମ୍ପ୍ରତି ଛତିଶଗଡ ସରକାର ମହାନଦୀ ଉପରମୁଣ୍ଡରେ ଛୋଟବଡ ୫୦ରୁ ଊର୍ଦ୍ଧ୍ୱ ପ୍ରକଳ୍ପ (ବ୍ୟାରେଜ) ନିର୍ମାଣ କରିବା ଫଳରେ ଏହାର ପ୍ରଭାବ ମହାନଦୀ ଉପରେ ପଡିଛି। ନୟାଗଡ଼ ଜିଲା ଖଣ୍ଡପଡା ନିର୍ବାଚନମଣ୍ଡଳୀର ମହାନଦୀ ଉପକୂଳରେ ଥିବା ୬ଟି ପଞ୍ଚାୟତ ଏହାଦ୍ୱାରା ପ୍ରଭାବିତ ହୋଇଛି। ଚିରସ୍ରୋତା ମହାନଦୀର ଯେଉଁ ସ୍ଥାନରେ ପାଣି କାତ ପାଉ ନ ଥିଲା ସେଠି ଏବେ ବାଲିର ପାହାଡ ସୃଷ୍ଟି ହୋଇଛି। ଏହାଛଡା ମହାନଦୀ ଅବବାହିକାରେ ଦ୍ରୁତ ଜଙ୍ଗଲ କ୍ଷୟ ଯୋଗୁ ନଦୀ ଗର୍ଭ କ୍ରମେ ପୋତି ହୋଇଯାଉଛି। ଏଥିଯୋଗୁ ନିର୍ବାଚନୀମଣ୍ଡଳୀ ଅନ୍ତର୍ଗତ ସିଧାମୂଳା, ବଡବାଣପୁର, କଣ୍ଟିଲୋ, ପଥରଚକଡା, ପଦ୍ମାବତୀ, କରବର ଆଦି ପଞ୍ଚାୟତଗୁଡିକ ଗଭୀର ଭାବେ ପ୍ରଭାବିତ ହୋଇଛି। ମହାନଦୀ ଜଳକୁ ଆଧାର କରି ଗଢିଉଠିଥିବା ପାନୀୟ ଜଳ ଓ ସେଚ ପ୍ରକଳ୍ପଗୁଡିକ ବନ୍ଦ ହୋଇପଡିଛି। ସିଧାମୂଳା ଗ୍ରାମଠାରେ ମହାନଦୀ ଉପକୂଳରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଇନ୍‌ଟେକ୍‌ ୱେଲ୍‌ ପୋତି ହୋଇଯିବା ଫଳରେ ପ୍ରାୟ ୧୦ଲକ୍ଷ ଟଙ୍କା ପାଣିରେ ପଡିଛି। ସେହିଭଳି ବଡବାଣପୁର ଗ୍ରାମଠାରେ ଥିବା ୭୦ ଲକ୍ଷ ଟଙ୍କାର କେଏଫଡବ୍ଲ୍ୟୁ ମେଗା ଜଳସେଚନ ପ୍ରକଳ୍ପ ସମ୍ପୂର୍ଣ୍ଣ ଅଚଳ ହୋଇପଡିବା ସହ ଲକ୍ଷ ଲକ୍ଷ ଟଙ୍କାର ଯନ୍ତ୍ରାଂଶ ଖତ ଖାଉଛି। ବାଣପୁର ଗ୍ରାମରେ ମଧ୍ୟ ପାନୀୟ ଜଳ ଯୋଗାଣ ବାଧାପ୍ରାପ୍ତ ହୋଇଛି। ସେହିଭଳି କଣ୍ଟିଲୋ ଗ୍ରାମରେ ପାନୀୟଜଳ ଯୋଗାଣ ବ୍ୟାହତ ହେବା ସହ ଛୋଟ ଛୋଟ ସେଚ ପ୍ରକଳ୍ପ ବନ୍ଦ ହୋଇଯାଇଛି। ମହାନଦୀର ଜଳସ୍ତର କମିବାରେ ଲାଗିଥିବାରୁ ଭବିଷ୍ୟତରେ ଏହା ସାଙ୍ଘାତିକ ରୂପ ନେବା ଆଶଙ୍କା ସୃଷ୍ଟି ହୋଇଛି। ଉପକୂଳବର୍ତ୍ତୀ ଗ୍ରାମଗୁଡିକରେ ଥିବା ମତ୍ସ୍ୟଜୀବୀମାନଙ୍କ ଜୀବିକା ଗଭୀର ଭାବେ ପ୍ରଭାବିତ ହୋଇଛି। ସେମାନେ ଦୈନିକ ମହାନଦୀରୁ ମାଛଧରି ବ୍ୟବସାୟ କରି ପରିବାର ପ୍ରତିପୋଷଣ କରୁଥିଲେ। ବର୍ତ୍ତମାନ ବେଉଷା ଚାଲିଯିବା ପରେ ସେମାନଙ୍କ ପରିବାର ଆର୍ଥିକ ଅନଟନ ମଧ୍ୟରେ ଗତି କରୁଛନ୍ତି। ଅନେକେ ବ୍ୟବସାୟ ଛାଡି ଦାଦନ ମୁହାଁ ହେଲେଣି। ଏହା ସହ ସ୍ଥାନୀୟ ମାଛ ବଜାରରେ ମହାନଦୀର ମାଛ ସ୍ବପ୍ନ ପାଲଟିଗଲାଣି। ମହାନଦୀ ଓଡିଶାର ଜୀବନରେଖା ହୋଇଥିବା ବେଳେ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ କେନ୍ଦ୍ର ଓ ରାଜ୍ୟ ସରକାର ପରସ୍ପର ପ୍ରତି କାଦୁଅ ଫିଙ୍ଗାଫିଙ୍ଗି ହୋଇ ବୟାନବାଜି କରୁଥିବା ବେଳେ ଜନସାଧାରଣ ଏହାର କୁପରିଣାମ ଭୋଗିବାକୁ ଯାଉଛନ୍ତି। ସ୍ଥାନୀୟ ଅଞ୍ଚଳରେ ଏହାକୁ ନେଇ ବଡଧରଣର ଗଣଆନ୍ଦୋଳନ ହେବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri