କବି ପ୍ରଦୀପ

ଦେଶାତ୍ମବୋଧ ସଙ୍ଗୀତ କଥା ଉଠିଲେ ମନକୁମନ ଯେଉଁ ଗୀତଟି କାନ ପାଖରେ ଗୁଣୁଗୁଣୁ ହେଇଯାଏ, ତାହା ହେଉଛି କୋକିଳକଣ୍ଠୀ ଲତା ମଙ୍ଗେସ୍‌କର ଗାଇଥିବା ‘ଏ ମେରେ ଓ୍ବତନ୍‌ କେ ଲୋଗେଁ।’। ଶହୀଦ ଯବାନଙ୍କ ସ୍ମୃତି ଉଦ୍ଦେଶ୍ୟରେ କୃତଜ୍ଞତା ଜଣେଇବା ପାଇଁ ଏ ଗୀତର ବିକଳ୍ପ ଆଉ କିଛି ନାହିଁ। ଏହି ଗୀତର ଗୀତିକାର ହେଉଛନ୍ତି କବି ପ୍ରଦୀପ। ତେବେ କବି ପ୍ରଦୀପଙ୍କ ଅସଲ ନାମ ହେଉଛି ରାମଚନ୍ଦ୍ର ନାରାୟଣଜୀ ଦ୍ୱିବେଦୀ। ଭାରତର ଜଣେ ଦେଶାତ୍ମବୋଧ କବିତାର ରଚୟିତା, କବି ତଥା ଗୀତିକାର ଭାବରେ ସେ ସୁପରିଚିତ। ‘ଏ ମେରେ ଓ୍ବତନ୍‌ କେ ଲୋଗେଁ।’ ଗୀତଟି ତାଙ୍କୁ ରାତାରାତ ବିଖ୍ୟାତ କରିଦେଇଥିଲା। ଚାଇନା-ଭାରତ ଯୁଦ୍ଧରେ ବଳିଦାନ ଦେଇଥିବା ବୀରମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି କବି ପ୍ରଦୀପ ଏହି ଗୀତଟିକୁ ରଚନା କରିଥିଲେ।
‘ବନ୍ଧନ’ ଦେଲା ପରିଚୟ: କବି ପ୍ରଦୀପଙ୍କୁ ଲୋକମାନେ ପ୍ରଥମକରି ଜାଣିଲେ ‘ବନ୍ଧନ’ ଫିଲ୍ମରୁ। ତେବେ ‘କିସ୍‌ମତ୍‌’ ଫିଲ୍ମରେ ସେ ରଚନା କରିଥିବା ଗୀତଟି ତାଙ୍କୁ ଜଣେ ରାଷ୍ଟ୍ରବାଦୀ କବି ଭାବରେ ମାନ୍ୟତା ଦେଇଥିଲା। ଗୀତଟି ଥିଲା ‘ଦୂର ହଟୋ ଏ ଦୁନିଆ ଓ୍ବାଲୋ’। ଏହି ଫିଲ୍ମଟି ଥିଲା ଗୋଲ୍‌ଡେନ୍‌ ଜୁବିଲି ଅତିକ୍ରମ କରିଥିବା ପ୍ରଥମ ଭାରତୀୟ ଫିଲ୍ମ। ଫିଲ୍ମଟି ୧୯୪୩ ମସିହାରେ ରିଲିଜ୍‌ ହେଲା। ଦ୍ୱିତୀୟ ବିଶ୍ୱଯୁଦ୍ଧ ପାଇଁ ସେତେବେଳେ ସମଗ୍ର ବିଶ୍ୱରେ ଭୟର ଘନଘଟା। ପୁଣି ଭାରତୀୟ ସ୍ବାଧୀନତା ସଂଗ୍ରାମ ତା’ର ଚରମ ସୀମାରେ ପହଞ୍ଚତ୍ ଯାଇଥିଲା। ଏଭଳି ଏକ ସମୟରେ କବି ପ୍ରଦୀପ ଅସୀମ ସାହସର ପରିଚୟ ଦେଇ ରଚନା କରିଥିଲେ ‘ଦୂର ହଟୋ ଏ ଦୁନିଆଓ୍ବାଲୋ’। ତେବେ ସମସ୍ୟା ଉପୁଜିଥିଲା ଯେତେବେଳେ ଗୀତଟି ବ୍ରିଟିଶ୍‌ ସରକାରଙ୍କ କାନକୁ ଯାଇଥିଲା। ସେଥିଲାଗି ଗିରଫ ହେବା ଭୟରେ କବି ପ୍ରଦୀପଙ୍କୁ କିଛିଦିନ ପାଇଁ ଅଣ୍ଡରଗ୍ରାଉଣ୍ଡ ହୋଇଯିବାକୁ ପଡ଼ିଥିଲା। ଅବଶ୍ୟ ବ୍ରିଟିଶ୍‌ ସରକାର ତାଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲେ। ପାଞ୍ଚ ଦଶନ୍ଧିର କ୍ୟାରିୟର ମଧ୍ୟରେ କବି ପ୍ରଦୀପ ୭୨ଟି ଫିଲ୍ମ ପାଇଁ ପ୍ରାୟ ୧୭ଶହ ଗୀତ ରଚନା କରିଥିଲେ। ସେଥିମଧ୍ୟରୁ ଚଲ୍‌ ଚଲ୍‌ରେ ନୌଯବାନ, ଆଓ ବଚ୍ଚୋ ତୁହ୍ମେ ଦିଖାଏଁ, ‘ଦେ ଦି ହମେ ଆଜାଦି ବିନା ଖଡ୍ଟ ବିନା ଢ଼ାଲ’ ଆଦି ଗୋଟିଏ ଗୋଟିଏ ମାଇଲଖୁଣ୍ଟ।
ପ୍ରାଥମିକ ଜୀବନ: ୧୯୧୫ ମସିହାରେ ଉଜ୍ଜୟିନୀ ନିକଟ ବଡନାଗର ନାମକ ଏକ ସ୍ଥାନରେ ଗୋଟିଏ ମଧ୍ୟବିତ୍ତ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ କବି ପ୍ରଦୀପ। ତାଙ୍କର ପିତୃଦତ୍ତ ନାମ ଥିଲା ରାମଚନ୍ଦ୍ର ନାରାୟଣଜୀ ଦ୍ୱିଦେବୀ। ସେ ପଢ଼ିବା ପ୍ରତି ବେଶ୍‌ ଆଗ୍ରହୀ ଥିଲେ। ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟରେ ପଢ଼ିବା ବେଳେ ସେ ବିଶେଷ ଭାବରେ କବିତା ପ୍ରତି ଆକୃଷ୍ଟ ହୋଇଥିଲେ। ପିଲାଟି ବେଳୁ ଲେଖିବା ପ୍ରତି ଯେଉଁ ଆଗ୍ରହ ଥିଲା, ତାହା ବଡ଼ ହୋଇ ଆହୁରି ବଢ଼ି ଯାଇଥିଲା। ସେ କବିତା ଲେଖା ଆରମ୍ଭ କଲେ ଆଉ କବିତାଗୁଡ଼ିକ ଏଭଳି ମର୍ମସ୍ପର୍ଶୀ ଥିଲା ଯେ, ତାହା ଲୋକମାନଙ୍କୁ ଆତ୍ମବିସ୍ମୃତ କରିଦେଉଥିଲା। ତେବେ ମଜାର କଥା, ସେ ନିଜ ନାମରେ କବିତା ସବୁ ଲେଖୁ ନ ଥିଲେ। ତା’ ପରିବର୍ତ୍ତେ ଛଦ୍ମନାମ ବ୍ୟବହାର କରିଥିଲେ। ଛଦ୍ମନାମଟି ଥିଲା ‘ପ୍ରଦୀପ’। ତେବେ ସେତେବେଳେ ସେ ଜାଣି ନ ଥିଲେ, ସାମୟିକ ଭାବରେ ନିଜର ମୂଳ ନାମଟିକୁ ଲୁଚାଇବା ପାଇଁ ସେ ଯେଉଁ ନାମଟିକୁ ବ୍ୟବହାର କରୁଛନ୍ତି, ତାହା ଏପରି ଭାବରେ ପ୍ରସିଦ୍ଧ ହୋଇଯିବ ଯେ, ସେଥିରେ ତାଙ୍କର ମୂଳ ନାମଟି ସମ୍ପୂର୍ଣ୍ଣ ଭାବରେ ଲୁଚିଯିବ। ବାସ୍ତବରେ ଆଜି ତାହା ହିଁ ହୋଇଛି। ରାମଚନ୍ଦ୍ର ନାରାୟଣଜୀ କହିଲେ ହୁଏତ କୌଣସି ଲୋକ ବୁଝି ନ ପାରନ୍ତି, ମାତ୍ର କାହାରିକୁ କବି ପ୍ରଦୀପଙ୍କର ପରିଚୟ ଦେବାକୁ ପଡ଼ିବ ନାହିଁ।
ଏ ମେରେ ଓ୍ବତନ୍‌ କେ ଲୋଗେଁ।: ଏକ ସର୍ବାଧିକ ଲୋକପ୍ରିୟ ରାଷ୍ଟ୍ରଭକ୍ତି ଗୀତ ହେଉଛି ‘ଏ ମେରେ ଓ୍ବତନ୍‌ କେ ଲୋଗେଁ।’। ତେବେ ଏହି ଗୀତ ପଛରେ ରହିଥିବା ଗୋଟିଏ କାହାଣୀ ହେଉଛି ଏହିଭଳି। ୧୯୬୨ରେ ଲାଗିଥିଲା ଭାରତ ଓ ଚାଇନା ଯୁଦ୍ଧ। ଏଥିରେ ବୀର ମେଜର ସଇତାନ ସିଂହ ଭଟ୍ଟି ଅତି ବୀରତ୍ୱର ସହିତ ଲଢ଼େଇ କରିଥିଲେ। ତାଙ୍କର ସାହସିକତା ତଥା ବଳିଦାନ କବି ପ୍ରଦୀପଙ୍କ ଅନ୍ତରାତ୍ମାକୁ ଛୁଇଁ ଯାଇଥିଲା, ଏବଂ ସ୍ବତଃସ୍ଫୂର୍ତ୍ତ ଭାବରେ ସେ ‘ଏ ମେରେ ଓ୍ବତନ୍‌ କେ ଲୋଗେଁ।’ ଗୀତଟିକୁ ଲେଖି ପକେଇଥିଲେ। ଗୀତଟିକୁ ସ୍ବର କରିଥିଲେ କମ୍ପୋଜର ସି. ରାମଚନ୍ଦ୍ର। ତେବେ ସେତେବେଳେ ଲତା ମଙ୍ଗେସ୍‌କର ଓ ସି. ରାମଚନ୍ଦ୍ରଙ୍କ ମଧ୍ୟରେ କୌଣସି କାରଣରୁ ମତାନ୍ତର ଲାଗି ରହିଥିଲା। ତେଣୁ ସି. ରାମଚନ୍ଦ୍ର ଗୀତଟିକୁ ମୁଖ୍ୟତଃ ଆଶା ଭେଁାସ୍‌ଲେଙ୍କୁ ଆଖି ଆଗରେ ରଖି ସ୍ବରରେ ସଜାଇଥିଲେ। ମାତ୍ର କବି ପ୍ରଦୀପ ଜିଦ୍‌ ଧରିଲେ ଯେ, ଏ ଗୀତଟି ଲତାଙ୍କ କଣ୍ଠରେ ହିଁ ରେକର୍ଡ଼ ହେବ। ତାଙ୍କର ସିକ୍ସଥ ସେନ୍ସ ଏକଥା କହୁଥିଲା ଯେ, ଗୀତଟି ଯେଉଁଥିପାଇଁ ରଚିତ ହୋଇଛି, ତାହାକୁ କେବଳ ଲତା ମଙ୍ଗେସ୍‌କରଙ୍କ କଣ୍ଠ ହିଁ ଯଥୋଚିତ ନ୍ୟାୟ ଦେଇପାରିବ। ଏଥିରେ ସି. ରାମଚନ୍ଦ୍ରଙ୍କର କିଛି କରିବାର ନ ଥିଲା। ତେବେ ସେ ରୋକ୍‌ଠୋକ୍‌ ମନା କରିଦେଲେ ଯେ, ସେ ଲତାଙ୍କୁ ଆପ୍ରୋଚ କରିବେ ନାହିଁ। ଯଦି ଲତାଙ୍କୁ କେହି ଗୀତ ଗାଇବାକୁ ଡାକି ଆଣିପାରେ, ତା’ହେଲେ ତାଙ୍କୁ ଗୀତ ଶିଖେଇବାରେ ତାଙ୍କର କୌଣସି ଆପତ୍ତି ନାହିଁ। ଲତାଙ୍କୁ ବୁଝେଇବାର ଦାୟିତ୍ୱ ନେଲେ କବି ପ୍ରଦୀପ। ତେବେ ଲତା କହିଲେ, ସେ ଆଗ ଗୀତ ଶୁଣିବେ। ଯଦି ତାଙ୍କୁ ଭଲ ଲାଗିବ ତା’ହେଲେ ସେ ରିହର୍ସାଲ କରିବାକୁ ଯିବେ। ନ ହେଲେ ନାହିଁ। ପ୍ରଦୀପ ଲତାଙ୍କୁ ନେଇ ଗୀତର ରେକର୍ଡିଂ ଶୁଣେଇଲେ। ଗୀତଟିକୁ ଶେଷ ପର୍ଯ୍ୟନ୍ତ ଶୁଣିବା ପାଇଁ ଲତାଙ୍କର ଧୈର୍ଯ୍ୟ ରହିଲା ନାହିଁ। ସେ ଏଭଳି ଭାବରେ ମନ୍ତ୍ରମୁଗ୍ଧ ହୋଇଗଲେ ଯେ, ଗୀତ ଗାଇବାକୁ ପ୍ରତିଶ୍ରୁତି ଦେଲେ। ତେବେ ସର୍ତ୍ତ ରଖିଲେ, ଗୀତର ଫାଇନାଲ ରେକର୍ଡିଂ ସରିବା ପର୍ଯ୍ୟନ୍ତ ଯେତେଦିନ ରିହର୍ସାଲ ହେବ, ସବୁ ରିହର୍ସାଲରେ କବି ପ୍ରଦୀପ ଉପସ୍ଥିତ ରହିବେ। ନ ହେଲେ ସେ ରିହର୍ସାଲରୁ ଓହରି ଆସିବେ। ତାହା ହିଁ ହୋଇଥିଲା। ଏହି ଗୀତ ପାଇଁ କବି ପ୍ରଦୀପଙ୍କୁ ଭାରତ ସରକାରଙ୍କ ପକ୍ଷରୁ ‘ରାଷ୍ଟ୍ରୀୟ କବି’ ସମ୍ମାନ ପ୍ରଦାନ କରାଯାଇଥିଲା। ୧୯୯୮ ଡିସେମ୍ବର ୧୧ ତାରିଖରେ ଏହି ମହାନ୍‌ ବ୍ୟକ୍ତିତ୍ୱଙ୍କର ଦେହାନ୍ତ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସୁସ୍ଥ ହେଉଛନ୍ତି ଅଭିଜିତ୍‌ ମଜୁମଦାର: ମେଡିକାଲରୁ ହେବେ ଡିସ୍‌ଚାର୍ଜ

ଭୁବନେଶ୍ୱର, ୩୧।୧୨: ସୁସ୍ଥ ହେଉଛନ୍ତି ସଙ୍ଗୀତକାର ଅଭିଜିତ୍‌ ମଜୁମଦାର। ଆସନ୍ତା ୨/୩ ଦିନ ମଧ୍ୟରେ ଏମ୍ସରୁ ଡିସ୍‌ଚାର୍ଜ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଅଭିଜିତଙ୍କୁ ଚିକିତ୍ସା...

ବିଳିବିଳାଉଛନ୍ତି ହାଫିଜ ସଇଦ: ଭାରତକୁ ନେଇ ଏମିତି କହିଦେଲେ, ୫୦ ବର୍ଷ ପର୍ଯ୍ୟନ୍ତ…

ଇସଲାମାବାଦ୍‌,୩୧।୧୨: ଜମ୍ମୁ କଶ୍ମୀରରେ ସକ୍ରିୟ ଥିବା ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବା(LeT)ର ପ୍ରତିଷ୍ଠାତା ହାଫିଜ ସଇଦ ଏବଂ ତାଙ୍କର ନିକଟତର ସହଯୋଗୀମାନେ ପୁଣି ଥରେ ଭାରତର ଅପରେଶନ...

ଆକ୍ସନରେ ନୟନତାରା: ନୂଆବର୍ଷରେ କରିବେ ଧମାଲ୍‌

ପ୍ରଶଂସକମାନେ ୟଶଙ୍କ ଫିଲ୍ମ ‘ଟକ୍ସିକ’ର ମୁକ୍ତିଲାଭ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ନୂଆବର୍ଷ ପୂର୍ବରୁ ପ୍ରଶଂସକଙ୍କୁ ବଡ଼ ଉପହାର ଦେଇଛନ୍ତି ଏହି ଫିଲ୍ମର ନିର୍ମାତା।...

ବିଜେଡି ଅସନ୍ତୁଷ୍ଟଙ୍କ ଉପରେ ମୋକିମଙ୍କ ନଜର, ନୂଆ ସମୀକରଣକୁ ନେଇ କହିଲେ…

ଭୁବନେଶ୍ୱର,୩୧ା୧୨: ନୂଆଦଳ ଓ ସମୀକରଣକୁ ନେଇ କଂଗ୍ରେସର ପୂର୍ବତନ ବିଧାୟକ ମହମ୍ମଦ ମୋକିମ ଏକ ବଡ଼ ବୟାନ ଦେଇଛନ୍ତି। ମୁଖ୍ୟତଃ ଭାଜପା, ବିଜେଡି ଏବଂ କଂଗ୍ରେସକୁ...

PEOଙ୍କୁ ପଚରାଉଚରା କରୁଛି ଭିଜିଲାନ୍ସ: ଚଢାଉବେଳେ ମିଳିଥିଲା ପୁଳାପୁଳା ଟଙ୍କା

ହାଟଡିହୀ,୩୧l୧୨(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପିଇଓ ଜିତେନ୍ଦ୍ର ଜେନାଙ୍କ ଘର, ବ୍ୟବସାୟ ପ୍ରତିଷ୍ଠାନ ଏବଂ କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟାଳୟ ଉପରେ ଗତ ମଙ୍ଗଳବାରରୁ ଭିଜିଲାନ୍ସ...

ଭଦ୍ରକ ଏସପି ଅଫିସକୁ ନୂଆ ବର୍ଷରେ ଫୁଲତୋଡ଼ା ମନା: ଲାଗିଲା ନୋଟିସ

ଭଦ୍ରକ,୩୧।୧୨(ସନାତନ ରାଉତ): ଭଦ୍ରକ ଏସ୍‌ପି ଅଫିସକୁ ନୂଆବର୍ଷରେ ଫୁଲ ତୋଡ଼ା ନେଇ ଯିବାକୁ ବାରଣ କରାଯାଇଛି। ନୂଆ ବର୍ଷରେ ଶୁଭେଚ୍ଛା ଜଣାଇବା ପାଇଁ ବହୁ ବହୁ...

ଭିତରେ ମିଟିଂ କରୁଥିଲେ ସିଏସଓ: ଅଫିସ ଭିତରେ ଧାରଣା ଦେଲେ ଚାଷୀ, ଧାନ ନ ଉଠିବାରୁ…

ବଲାଙ୍ଗୀର, ୩୧।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଳକ କୁସମେଲ ପ୍ୟାକ୍ସରେ ଚାଷୀମାନଙ୍କ ଧାନ କିଣା ନ ଥିବାରୁ ଏହି ପ୍ୟାକ୍ସ ଅନ୍ତର୍ଗତ ବିଭିନ୍ନ...

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…

ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍‌ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri