କପିଳାସ ନାଟ୍ୟ ମହୋତ୍ସବର ଚତୁର୍ଥ ସନ୍ଧ୍ୟା: ବିଡ଼ମ୍ବିତ ଶୈଶବର ଅକୁହାକଥା ‘କାହାନୀ ଏକ୍‌ କଂସ୍‌ କୀ’

ଢେଙ୍କାନାଳ ଅଫିସ,୨୯ା୧୨ – ଢେଙ୍କାନାଳର କଳାପରିଷଦ ଅନୁଷ୍ଠାନ ପକ୍ଷରୁ ୩୯ତମ ବାର୍ଷିକ ଉତ୍ସବ ଅବସରରେ ସ୍ଥାନୀୟ ମିନି ଷ୍ଟାଡିୟମ ଗଜଲକ୍ଷ୍ମୀ କଳାମଣ୍ଡପଠାରେ ଚାଲିଥିବା ଜାତୀୟ ବହୁଭାଷୀ କପିଳାସ ନାଟ୍ୟ ମହୋତ୍ସବର ଶନିବାର ଚତୁର୍ଥ ସନ୍ଧ୍ୟାରେ ନୂଆଦିଲ୍ଲୀର ଡ୍ରାମାଟୋଲୋଜୀ ଥିଏଟର ଗ୍ରୁପ୍‌ ଦ୍ୱାରା ହିନ୍ଦୀ ନାଟକ ‘କାହାନୀ ଏକ୍‌ କଂସ୍‌ କୀ’ ମଞ୍ଚସ୍ଥ ହୋଇଥିଲା। ନାଟକର ନାଟ୍ୟକାର ଥିଲେ ଡିପି ସିହ୍ନା ଓ ନିର୍ଦ୍ଦେଶନା ଦେଇଥିଲେ ସୁନୀଲ ଚୌହ୍ବାନ। ବିଡ଼ମ୍ବିତ ଶୈଶବର ଅକୁହା କଥା ବଖାଣିଥିଲା ନାଟକ ‘କାହାନୀ ଏକ୍‌ କଂସ୍‌ କୀ’ । ପୁରାଣ ପୃଷ୍ଠାକୁ ଅବଲୋକନ କଲେ ପ୍ରତ୍ୟେକ ଭାରତୀୟ ଜାଣନ୍ତି ଯେ ମଥୁରାର ରାଜା କଂସ ଜଣେ ଉଗ୍ର ଓ ଖଳ ପ୍ରକୃତିର ରାଜା ଥିଲେ। ତାଙ୍କ ରାଜତ୍ୱ ଥିଲା ଏକ ଚ୍ଛତ୍ରବାଦ। କିନ୍ତୁ ନାଟକରେ ଦର୍ଶାଯାଇଛି ଯେ, ଶୈଶବରୁ କଂସ ଜଣେ ଭଲ ରାଜକୁମାର ଥିଲେ। ବହୁ ଦୟାଳୁ ମଧ୍ୟ ଥିଲେ। ନିଜ ଭଉଣୀ ଦେବକୀଙ୍କୁ ସେ ଅତି ଭଲ ପାଉଥିଲେ। ଏପରିକି ପିଲାମାନେ ଦେବକୀଙ୍କ କଣ୍ଢେଇ ନଦୀରେ ପଡିଯିବାରୁ ସେ ନଦୀକୁ ଡେଇଁ କଣ୍ଢେଇଟିକୁ ଆଣିଥିଲେ। କିନ୍ତୁ ଶୈଶବ ଅବସ୍ଥାରେ ତାଙ୍କୁ ରାଜା ହେବାର ସ୍ବପ୍ନ ଦେଖାଇ ଦିଆଗଲା। ଯେତେବେଳେ ସେ ବଡହେଲେ ସେ ଜାଣିବାକୁ ପାଇଲେ ଯେ, ଦେବକୀଙ୍କ ଗର୍ଭର ୮ମ ସନ୍ତାନ ହିଁ ତାଙ୍କ ମୃତ୍ୟୁର କାରଣ ହେବ। ଏହିସବୁ କଥା ତାଙ୍କୁ ଅତ୍ୟନ୍ତ ବିଚଳିତ କରିଥିଲା। ତାଙ୍କ ପିତା ତାଙ୍କୁ ରାଜା କରିବା ପାଇଁ ଚାହିଁଥିଲେ। ଶୈଶବରୁ ଜଣେ ଶାନ୍ତ ଓ ଦୟାଳୁ ଭାବ ଥିବା ଜଣେ ଶିଶୁ ଧୀରେ ଧୀରେ ବଡ ହେଉଥିବା ବେଳେ ତାଙ୍କ ଉପରେ ଏହିସବୁ ମାନସିକତା ଲଦିଦେବା ଯୋଗୁ ତାଙ୍କର ଶୈଶବ ବିଡମ୍ବିତ ହେବାରେ ଲାଗିଲା। ବଡହେବା ପରେ କଂସ କିଭଳି ରାଜା ହୋଇଥିଲେ ତାହାହିଁ ବଖାଣିଛି ନାଟକ ‘କାହାନୀ ଏକ୍‌ କଂସ୍‌ କୀ’। କୌଣସି ଶିଶୁକୁ ତାର ଶୈଶବରେ ନିଜ ଭିତରେ ଥିବା ଇଚ୍ଛାଶକ୍ତି ଓ ମାନସିକତାକୁ ବଦଳାଇ ତାଙ୍କ ଉପରେ ଅନ୍ୟ କୌଣସି ଚାପ ପକାଇଲେ ଭବିଷ୍ୟତରେ ଏହାର ପରିଣତି ଭୟାବହ ହୁଏ ବୋଲି ନାଟକର ସାରାଂଶରେ ଦର୍ଶାଯାଇଛି। ଏହି ନାଟକରେ ବିଭିନ୍ନ ଭୂମିକାରେ ଶତିନ୍ଦ୍ର ଯାଦବ, ସେହେଲା ଖାନ, ଗୌରବ ରାୟ, କ୍ରିଷ୍ଣା ଦାସ, ଦେବେଶ ଯାଦବ, ଶିଖର ମିଶ୍ର, ସାକ୍ଷୀ ଶର୍ମା, ରାନୁ ଶର୍ମା, ନିଶାନ୍ତ ଶୁକ୍ଲା, ହାରି କଶ୍ୟପ, ସଞ୍ଜୟ, ଅଜୟ ମୋସ୍ତି, ରୋଜିତ ଚୌଧୁରୀ, ତାଉବ୍‌ ଖାନ, ଅଙ୍କିତ, ଭୁଙ୍କଲ, ଅଭିଷେକ, ଅଙ୍କିତ ଗିରି ପ୍ରମୁଖ ଅଭିନୟ କରିଥିଲେ। ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଦେବଙ୍ଗ ପ୍ରତାପ ସିଂହ। ଆଲୋକ ସଜାଇଥିଲେ ସୁନୀଲ ଚୌହ୍ବାନ। ମେକପ୍‌ ସୋନାଲ ଓ ମନୀଷା ଏବଂ ମଞ୍ଚସଜ୍ଜା କରିଥିଲେ ଶିଖର ମିଶ୍ର । ପ୍ରାରମ୍ଭରେ ଆୟୋଜିତ ସଭାରେ ଶିଳ୍ପପତି ଗଙ୍ଗାଧର ସାମଲ ମୁଖ୍ୟ ଅତିଥି ଓ ଓଡ଼ିଶା ଲେଖିକା ସଂସଦ ସଭାପତି ପ୍ରଭା ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। କଳାପରିଷଦ ସଭାପତି ଦିଲ୍ଲୀଶ୍ୱର ମହାରଣା ଉତ୍ସବରେ ଅଧ୍ୟକ୍ଷତା କରିଥିଲେ। ଇନ୍ଦ୍ରମଣି ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ ଅବନୀ ମିଶ୍ର ସଂଯୋଜନା କରିଥିଲେ। ରବିବାର ଉଦ୍‌ଯାପନୀ ସନ୍ଧ୍ୟାରେ କଲିକତାର ବିଭବ ନାଟ୍ୟ ଏକାଡେମୀ ପକ୍ଷରୁ ବଙ୍ଗଳା ନାଟକ ‘ଚରନ୍‌ ଏ ସୋମୋୟେ’ ମଞ୍ଚସ୍ଥ ହେବ ।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଟ୍‌ରୁ ଝୁଲନ୍ତା ଅବସ୍ଥାରେ ମିଳିଲା ପୂର୍ବତନ ମୁଖ୍ୟ ଶାସନ ସଚିବଙ୍କ ମୃତଦେହ, ଘଟଣାକୁ ନେଇ ଖେଳିଗଲା ଚାଞ୍ଚଲ୍ୟ

ନୂଆଦିଲ୍ଲୀ, ୯।୯: ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ୧୯୭୫ ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀ ରାକେଶ ମେହଟ୍ଟା (୭୪) ନୋଏଡ଼ା ସ୍ଥିତ ନିଜ ଫ୍ଲାଟ୍‌ରେ ଆତ୍ମହତ୍ୟା…

କୋହଲିଙ୍କୁ ପଛରେ ପକାଇଲେ ରୋହିତ! ଟି-୨୦ ଅନ୍ତର୍ଜାତୀୟରେ ଭାରତର ଦ୍ରୁତତମ ଶତକ ଭାବେ ନମ୍ବର-୧, ଜାଣନ୍ତୁ କିଏ କେଉଁ ସ୍ଥାନରେ…

ନୂଆଦିଲ୍ଲୀ,୯।୯: ଗତ ଦୁଇ ଦଶନ୍ଧି ଧରି କ୍ରିକେଟର ସବୁଠୁ ଲୋକପ୍ରିୟ ଫର୍ମାଟ ହେଉଛି ଟି-୨୦। ପ୍ରାୟ ପ୍ରତି ମାସରେ ବିଶ୍ୱର କୌଣସି ନା କୌଣସି ଦେଶରେ ଟି-୨୦…

ମଦ ବିରୋଧରେ ତାତିଲେ ମହିଳା: ଦୋକାନରେ ପକାଇଲେ ତାଲା

ମହାକାଳପଡ଼ା, ୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବାଙ୍କୀଛନ୍ଦା ଗ୍ରାମରେ ବେଆଇନ ଦେଶୀ ଓ ବିଦେଶୀ ମଦ ଦୋକାନରେ ମହିଳା ଗୋଷ୍ଠୀ ମଙ୍ଗବଳାର ତାଲା ପକାଇ…

ବ୍ରିଟିଶ ଗଣ୍ଡ ପୋତିବା ପାଇଁ ଗଦା ହୋଇଛି ଆସ୍‌ପଣ୍ଡ: ଜମିରେ ମାଡ଼ୁଛି ବିଷାକ୍ତ ପାଣି

ମହାକାଳପଡ଼ା, ୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ଜମ୍ବୁ – ମାର୍ଶାଘାଇ ମୁଖ୍ୟ କେନାଲ ବ୍ରିଟିଶ ଗଣ୍ଡ ପୋତିବା ପାଇଁ ପାହାଡ଼ ଭଳି…

ଭଲ ଡ୍ରାଇଭିଂ ରେକର୍ଡ ଥିଲେ ଚାଳକଙ୍କୁ ମିଳିବ ଏହି ଉପହାର, ନିୟମ ଭାଙ୍ଗିଲେ ରଦ୍ଦ ହେବ ଲାଇସେନ୍ସ: ଜାଣନ୍ତୁ ନୂଆ ନିୟମ

ନୂଆଦିଲ୍ଲୀ,୯।୯: ରାସ୍ତାରେ ବାରମ୍ବାର ଟ୍ରାଫିକ ନିୟମ ଉଲ୍ଲଂଘନ କରୁଥିବା ଗାଡ଼ି ଚାଳକଙ୍କ ପାଇଁ ଆସୁଛି ବଡ଼ ଝଟ୍‌କା। ଏଣିକି କେବଳ ଚାଲାଣ କାଟି ଛାଡ଼ି ଦିଆଯିବ ନାହିଁ।…

କଟକରେ ଚାଞ୍ଚଲ୍ୟ: ଘରୋଇ କଲେଜରୁ ମିଳିଲା ଛାତ୍ରଙ୍କ ଝୁଲନ୍ତା ମୃତଦେହ

କଟକ,୯।୯(ପ୍ରଭୁ କଲ୍ୟାଣ ପାଲ୍‌): କଟକର ସିଡିଏ ଅଞ୍ଚଳରେ ଚାଞ୍ଚଲ୍ୟ। ଏକ ଘରୋଇ କଲେଜରେ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। ଝୁଲନ୍ତା ଅବସ୍ଥାରେ ମିଳିଛି ଛାତ୍ରଙ୍କ ମୃତଦେହ। ସିଡିଏ…

ଦୁନିଆର ସବୁଠୁ ଧନୀ ପ୍ରଧାନମନ୍ତ୍ରୀ ଜାଣନ୍ତୁ କିଏ? ଟ୍ରମ୍ପଙ୍କଠାରୁ ୭ ଗୁଣ ଅଧିକ ଦରମା

ନୂଆଦିଲ୍ଲୀ, ୯।୯: ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲରେନ୍ସ ୱଙ୍ଗଙ୍କ ଦରମା ଏବେ ପୁଣି ବଢ଼ିବାକୁ ଯାଉଛି। ଏହି ବୃଦ୍ଧି ପରେ ସେ ବିଶ୍ୱର ସର୍ବାଧିକ ଦରମା ପାଉଥିବା ସରକାରୀ…

ସିକନ୍ଦରାବାଦରୁ ଓଡ଼ିଆ ଶ୍ରମିକ ନିଖୋଜ: ସୁପରଫାଷ୍ଟ ଟ୍ରେନରେ ଗାଁକୁ ଫେରୁଥିବାବେଳେ ବାଟରୁ ଉଭାନ୍‌

ଦିଗପହଣ୍ଡି,୯।୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ନନ୍ଦ ଗାଁ ର ସମୀର ଗୌଡ଼(୨୬) ଦାଦନ ଶ୍ରମିକ ଭାବେ ମହାରାଷ୍ଟ୍ରର ପୁଣେ ନିକଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri