କପିଳାସ ନାଟ୍ୟ ମହୋତ୍ସବର ଚତୁର୍ଥ ସନ୍ଧ୍ୟା: ବିଡ଼ମ୍ବିତ ଶୈଶବର ଅକୁହାକଥା ‘କାହାନୀ ଏକ୍‌ କଂସ୍‌ କୀ’

ଢେଙ୍କାନାଳ ଅଫିସ,୨୯ା୧୨ – ଢେଙ୍କାନାଳର କଳାପରିଷଦ ଅନୁଷ୍ଠାନ ପକ୍ଷରୁ ୩୯ତମ ବାର୍ଷିକ ଉତ୍ସବ ଅବସରରେ ସ୍ଥାନୀୟ ମିନି ଷ୍ଟାଡିୟମ ଗଜଲକ୍ଷ୍ମୀ କଳାମଣ୍ଡପଠାରେ ଚାଲିଥିବା ଜାତୀୟ ବହୁଭାଷୀ କପିଳାସ ନାଟ୍ୟ ମହୋତ୍ସବର ଶନିବାର ଚତୁର୍ଥ ସନ୍ଧ୍ୟାରେ ନୂଆଦିଲ୍ଲୀର ଡ୍ରାମାଟୋଲୋଜୀ ଥିଏଟର ଗ୍ରୁପ୍‌ ଦ୍ୱାରା ହିନ୍ଦୀ ନାଟକ ‘କାହାନୀ ଏକ୍‌ କଂସ୍‌ କୀ’ ମଞ୍ଚସ୍ଥ ହୋଇଥିଲା। ନାଟକର ନାଟ୍ୟକାର ଥିଲେ ଡିପି ସିହ୍ନା ଓ ନିର୍ଦ୍ଦେଶନା ଦେଇଥିଲେ ସୁନୀଲ ଚୌହ୍ବାନ। ବିଡ଼ମ୍ବିତ ଶୈଶବର ଅକୁହା କଥା ବଖାଣିଥିଲା ନାଟକ ‘କାହାନୀ ଏକ୍‌ କଂସ୍‌ କୀ’ । ପୁରାଣ ପୃଷ୍ଠାକୁ ଅବଲୋକନ କଲେ ପ୍ରତ୍ୟେକ ଭାରତୀୟ ଜାଣନ୍ତି ଯେ ମଥୁରାର ରାଜା କଂସ ଜଣେ ଉଗ୍ର ଓ ଖଳ ପ୍ରକୃତିର ରାଜା ଥିଲେ। ତାଙ୍କ ରାଜତ୍ୱ ଥିଲା ଏକ ଚ୍ଛତ୍ରବାଦ। କିନ୍ତୁ ନାଟକରେ ଦର୍ଶାଯାଇଛି ଯେ, ଶୈଶବରୁ କଂସ ଜଣେ ଭଲ ରାଜକୁମାର ଥିଲେ। ବହୁ ଦୟାଳୁ ମଧ୍ୟ ଥିଲେ। ନିଜ ଭଉଣୀ ଦେବକୀଙ୍କୁ ସେ ଅତି ଭଲ ପାଉଥିଲେ। ଏପରିକି ପିଲାମାନେ ଦେବକୀଙ୍କ କଣ୍ଢେଇ ନଦୀରେ ପଡିଯିବାରୁ ସେ ନଦୀକୁ ଡେଇଁ କଣ୍ଢେଇଟିକୁ ଆଣିଥିଲେ। କିନ୍ତୁ ଶୈଶବ ଅବସ୍ଥାରେ ତାଙ୍କୁ ରାଜା ହେବାର ସ୍ବପ୍ନ ଦେଖାଇ ଦିଆଗଲା। ଯେତେବେଳେ ସେ ବଡହେଲେ ସେ ଜାଣିବାକୁ ପାଇଲେ ଯେ, ଦେବକୀଙ୍କ ଗର୍ଭର ୮ମ ସନ୍ତାନ ହିଁ ତାଙ୍କ ମୃତ୍ୟୁର କାରଣ ହେବ। ଏହିସବୁ କଥା ତାଙ୍କୁ ଅତ୍ୟନ୍ତ ବିଚଳିତ କରିଥିଲା। ତାଙ୍କ ପିତା ତାଙ୍କୁ ରାଜା କରିବା ପାଇଁ ଚାହିଁଥିଲେ। ଶୈଶବରୁ ଜଣେ ଶାନ୍ତ ଓ ଦୟାଳୁ ଭାବ ଥିବା ଜଣେ ଶିଶୁ ଧୀରେ ଧୀରେ ବଡ ହେଉଥିବା ବେଳେ ତାଙ୍କ ଉପରେ ଏହିସବୁ ମାନସିକତା ଲଦିଦେବା ଯୋଗୁ ତାଙ୍କର ଶୈଶବ ବିଡମ୍ବିତ ହେବାରେ ଲାଗିଲା। ବଡହେବା ପରେ କଂସ କିଭଳି ରାଜା ହୋଇଥିଲେ ତାହାହିଁ ବଖାଣିଛି ନାଟକ ‘କାହାନୀ ଏକ୍‌ କଂସ୍‌ କୀ’। କୌଣସି ଶିଶୁକୁ ତାର ଶୈଶବରେ ନିଜ ଭିତରେ ଥିବା ଇଚ୍ଛାଶକ୍ତି ଓ ମାନସିକତାକୁ ବଦଳାଇ ତାଙ୍କ ଉପରେ ଅନ୍ୟ କୌଣସି ଚାପ ପକାଇଲେ ଭବିଷ୍ୟତରେ ଏହାର ପରିଣତି ଭୟାବହ ହୁଏ ବୋଲି ନାଟକର ସାରାଂଶରେ ଦର୍ଶାଯାଇଛି। ଏହି ନାଟକରେ ବିଭିନ୍ନ ଭୂମିକାରେ ଶତିନ୍ଦ୍ର ଯାଦବ, ସେହେଲା ଖାନ, ଗୌରବ ରାୟ, କ୍ରିଷ୍ଣା ଦାସ, ଦେବେଶ ଯାଦବ, ଶିଖର ମିଶ୍ର, ସାକ୍ଷୀ ଶର୍ମା, ରାନୁ ଶର୍ମା, ନିଶାନ୍ତ ଶୁକ୍ଲା, ହାରି କଶ୍ୟପ, ସଞ୍ଜୟ, ଅଜୟ ମୋସ୍ତି, ରୋଜିତ ଚୌଧୁରୀ, ତାଉବ୍‌ ଖାନ, ଅଙ୍କିତ, ଭୁଙ୍କଲ, ଅଭିଷେକ, ଅଙ୍କିତ ଗିରି ପ୍ରମୁଖ ଅଭିନୟ କରିଥିଲେ। ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଦେବଙ୍ଗ ପ୍ରତାପ ସିଂହ। ଆଲୋକ ସଜାଇଥିଲେ ସୁନୀଲ ଚୌହ୍ବାନ। ମେକପ୍‌ ସୋନାଲ ଓ ମନୀଷା ଏବଂ ମଞ୍ଚସଜ୍ଜା କରିଥିଲେ ଶିଖର ମିଶ୍ର । ପ୍ରାରମ୍ଭରେ ଆୟୋଜିତ ସଭାରେ ଶିଳ୍ପପତି ଗଙ୍ଗାଧର ସାମଲ ମୁଖ୍ୟ ଅତିଥି ଓ ଓଡ଼ିଶା ଲେଖିକା ସଂସଦ ସଭାପତି ପ୍ରଭା ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। କଳାପରିଷଦ ସଭାପତି ଦିଲ୍ଲୀଶ୍ୱର ମହାରଣା ଉତ୍ସବରେ ଅଧ୍ୟକ୍ଷତା କରିଥିଲେ। ଇନ୍ଦ୍ରମଣି ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ ଅବନୀ ମିଶ୍ର ସଂଯୋଜନା କରିଥିଲେ। ରବିବାର ଉଦ୍‌ଯାପନୀ ସନ୍ଧ୍ୟାରେ କଲିକତାର ବିଭବ ନାଟ୍ୟ ଏକାଡେମୀ ପକ୍ଷରୁ ବଙ୍ଗଳା ନାଟକ ‘ଚରନ୍‌ ଏ ସୋମୋୟେ’ ମଞ୍ଚସ୍ଥ ହେବ ।


Enter your email to get our daily news in your inbox.

All Right Reserved By Dharitri.Com

ଫେରିବ ହକିର ହୃତଗୌରବ

ଢେଙ୍କାନାଳ ଅଫିସ, ୨୩।୧ ଢେଙ୍କାନାଳ ଜିଲାରେ ଶେଷନିଃଶ୍ୱାସ ନେଉଥିବା ହକିକୁ ମିଳିବ ପୁନର୍ଜନ୍ମ। ଏହି ଲୋକପ୍ରିୟ ଖେଳ ନୂଆ ରୂପରେ ପଡ଼ିଆକୁ ଫେରିବ। ହକିକୁ କ୍ୟାରିୟର...

ଅଧା ହିତାଧିକାରୀଙ୍କୁ ମିଳିନି ଡାଲି

ଢେଙ୍କାନାଳ ଅଫିସ, ୧୭।୫ – କରୋନା ପ୍ରଭାବିତ ଓଡ଼ିଶାର ଗରିବ ହିତାଧିକାରୀଙ୍କୁ ୩ମାସ ଯାଏ ବିନା ମୂଲ୍ୟରେ ଚାଉଳ ଏବଂ ଡାଲି ଯୋଗାଇ ଦେବାକୁ ରାଜ୍ୟ...

ଜମୁଛି ଲକ୍ଷ୍ମୀପୂଜା, କମ୍ପୁଛି ମଣ୍ଡପ

ହିନ୍ଦୋଳ,୧୯ା୧୦(ଡି.ଏନ.ଏ): ଗଣପର୍ବ ଲକ୍ଷ୍ମୀପୂଜାକୁ ନେଇ ଉତ୍ସବ ମୁଖର ହୋଇଉଠିଛି ସାରା ଢେଙ୍କାନାଳ ଜିଲା। ପୂରପଲ୍ଲୀଠାରୁ ଆରମ୍ଭ କରି ସାରା ସହରରେ ମନ୍ତ୍ରଧ୍ୱନୀରେ ପ୍ରକମ୍ପିତ ହେଉଛି ମା’ଙ୍କ...

ଏନ୍‌ଏଚ୍‌ ଉପରେ ବର୍ଷାପାଣି ସୁଅ: ୨ ଘଣ୍ଟା ଯାତାୟାତ ବ୍ୟାହତ

କାମାକ୍ଷାନଗର, ୨୬ା୭(ଡି.ଏନ୍‌.ଏ.)-ଲଘୁଚାପ ପ୍ରଭାବରେ ହୋଇଥିବା ଲଗାଣବର୍ଷାରେ କାମାକ୍ଷାନଗର ଦେଇ ଯାଇଥିବା ୫୩ନଂ. ଜାତୀୟ ରାଜପଥର ବାଇସିଙ୍ଗାଗଡ଼ାରେ ୨ଫୁଟ ପାଣି ଜମି ରହିଥିଲା। ଫଳରେ ୨ ଘଣ୍ଟା...

ଡିହଡୋଳ ଫରେଷ୍ଟ ସେକ୍ସନରେ ଦନ୍ତା ଦୌରାତ୍ମ୍ୟ: ଆକ୍ରମଣରେ ମାମୁ, ଭାଣିଜୀ ସମେତ ୩ ଗୁରୁତର

ପରଜଙ୍ଗ, ୯।୧(ଡି.ଏନ.ଏ.) – ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନରେ ପୁଣିଥରେ ହାତୀ ଦୌରାତ୍ମ୍ୟ ଦେଖାଦେଇଛି। ଜନବସତିକୁ ପଶି ଆସିଥିବା ଏକ ଦନ୍ତା...

ରୁଙ୍ଗ୍‌ଟାରେ ୧୧ ହଜାର କୋଟିର ପୁଞ୍ଜି ନିବେଶ

ଭୁବନେଶ୍ୱର (ବ୍ୟୁରୋ)/ଢେଙ୍କାନାଳ ଅଫିସ ୧୫।୭: ୨୦୩୦ ମସିହା ସୁଦ୍ଧା ରାଜ୍ୟରେ ଇସ୍ପାତ ଉତ୍ପାଦନ ୧୦୦ ମିଲିୟନ ଟନ୍‌ରେ ପହଞ୍ଚତ୍ବ। ଏଥିଲାଗି ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ...

୩୬୦ ଲିଟର ମଦ ଜବତ, ୪ ଗିରଫ

ଢେଙ୍କାନାଳ ଅଫିସ, ୨୩।୪: ଢେଙ୍କାନାଳ ଜିଲା ଅବକାରୀ ମୋବାଇଲ ସ୍କ୍ବାଡ୍‌ ପକ୍ଷରୁ ବୁଧବାର ଭୋର ସମୟରେ ସଦର ଥାନା ବେଲଟିକିରି, କାଙ୍କଡ଼ପାଳ ଏବଂ ସିମିଳିଆ ଅଞ୍ଚଳରେ ଚଢ଼ାଉ...

ପାଣି ପାଇଁ ଦେଢ଼ କିମି

ପରଜଙ୍ଗ, ୨୬।୨ (ଡି.ଏନ.ଏ.) – ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଗେଙ୍ଗୁଟିଆ ପଞ୍ଚାୟତ ଅନ୍ତର୍ଗତ କୁଲେଇ ଗ୍ରାମରେ ଖରାଦିନ ପୂର୍ବରୁ ଦେଖାଦେଇଛି ପାନୀୟଜଳ ସଙ୍କଟ। ଏଠାରେ...

Advertisement
Archives

Model This Week