କପିଲ ଦେବ ପିନ୍ଧିଲେ ଏମିତି ପ୍ୟାଣ୍ଟ୍‌, ଫ୍ୟାନ୍‌ କହିଲେ ରଣବୀରଙ୍କଠାରୁ ଦୂରେଇ ରୁହ

୧୯୮୩ରେ ହୋଇଥିବା କ୍ରିକେଟ ବିଶ୍ୱକପରେ ଭାରତର ଐତିହାସିକ ବିଜୟକୁ ନେଇ ଫିଲ୍ମ ‘୮୩’ ନିର୍ମାଣ କରାଯାଉଛି। ଏହି ଫିଲ୍ମରେ ବଲିଉଡ ଅଭିନେତା ରଣବୀର ସିଂହ କପିଲ ଦେବଙ୍କ ଭୂମିକାରେ ନଜର ଆସୁଛନ୍ତି। ଇତିମଧ୍ୟରେ ଫିଲ୍ମର ପ୍ରଥମ ପୋଷ୍ଟର ମଧ୍ୟ ରିଲିଜ୍‌ ହୋଇଯାଇଛି। ରଣବୀରଙ୍କୁ କପିଲ ଦେବଙ୍କ ଅବତାରରେ ଦେଖି ତାଙ୍କ ପ୍ରଶଂସକ ଫିଲ୍ମକୁ ନେଇ ଅଧିକ ଉତ୍ସାହିତ ହୋଇଥିବା ଦେଖାଯାଇଛି। ନିକଟରେ କପିଲ ଦେବ ବିଭିନ୍ନ ରଙ୍ଗ ଥିବା ଏକ ଟ୍ରାକ୍‌ ଶୁଟ୍‌ ପ୍ୟାଣ୍ଟ୍‌ ପିନ୍ଧିଥିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଯାହାକୁ ନେଇ ସେ ଟ୍ରୋଲ ହୋଇଛନ୍ତି। ଫ୍ୟାନ୍‌ କହିଛନ୍ତି, ରଣବୀରଙ୍କ ଚକ୍କରରେ ପଡି କପିଲ ନିଜକୁ ପରିବର୍ତ୍ତନ କରିଦେଲେଣି। ରଣବୀରଙ୍କଠାରୁ ଯେତେଦୂର ସମ୍ଭବ ଦୂରେଇ ରୁହନ୍ତୁ ବୋଲି କପିଲଙ୍କୁ ଫ୍ୟାନ୍‌ମାନେ କହିଛନ୍ତି। ଏହି ଫିଲ୍ମରେ ରଣବୀରଙ୍କ ସହ ତାଙ୍କ ସ୍ତ୍ରୀ ଅଭିନେତ୍ରୀ ଦୀପିକା ପାଦୁକୋନ ମଧ୍ୟ ନଜର ଆସିବେ। ସେ ଏଥିରେ କପିଲ ଦେବଙ୍କ ସ୍ତ୍ରୀଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ପ୍ରସିଦ୍ଧ ଗାୟକଙ୍କ ଚଷମା ୧ କୋଟି ଟଙ୍କାରେ ନିଲାମ

ଯେଉଁମାନେ ସଙ୍ଗୀତ ଶୁଣିବାକୁ ଭଲ ପାଆନ୍ତି, ସେମାନେ ଜନ୍‌ ଲେନନ୍‌ଙ୍କ ନାଁ ନିଶ୍ଚୟ ଶୁଣିଥିବେ। ଦ ବିଟଲ୍ସ ନାମରେ ପ୍ରସିଦ୍ଧ ଜନ୍‌ଙ୍କ ଚଷମା ନିକଟରେ ୧...

ଡିସେମ୍ବର ୨୨ରେ ବାରବାଟୀରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ଦିନିକିଆ: ୫ରୁ ମିଳିବ ଟିକେଟ

କଟକ ଅଫିସ,୧୬।୧୧: ସ୍ଥାନୀୟ ବାରବାଟୀ ଷ୍ଟାଡିୟମ୍‌ରେ ଆସନ୍ତା ଡିସେମ୍ବର ୨୨ ତାରିଖରେ ଭାରତ ଓ ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ଦିନିକିଆ କ୍ରିକେଟ ମ୍ୟାଚ୍‌ ଅନୁଷ୍ଠିତ ହେବ। ଏଥିଲାଗି...

ସନ୍ତୋଷ ଟ୍ରଫି: ପଞ୍ଜାବ-ସର୍ଭିସେସ୍‌ ଫାଇନାଲ

ଲୁଧିଆନା, ୨୦।୪(ପି.ଟି.)-ଭାରତୀୟ ଘରୋଇ ଫୁଟ୍‌ବଲର ଅନ୍ୟତମ ସମ୍ମାନଜନକ ପ୍ରତିଯୋଗିତା ସନ୍ତୋଷ ଟ୍ରଫିର ଫାଇନାଲ ରବିବାର ପଞ୍ଜାବ ଓ ସର୍ଭିସେସ୍‌ ମଧ୍ୟରେ ହେବ। ଶୁକ୍ରବାର ସ୍ଥାନୀୟ ଗୁରୁ...

ଅଷ୍ଟ୍ରେଲିଆ ମହିଳା ଫୁଟବଲ କୋଚ୍‌ ପଦ ଛାଡିଲେ ଆଣ୍ଟେ ମିଲିକିକ୍‌

ସିଡ୍‌ନୀ,୧୯।୭(ଏପି): ଆଣ୍ଟେ ମିଲିକିକ୍‌ ଅଷ୍ଟ୍ରେଲିଆ ମହିଳା ଫୁଟବଲ କୋଚ୍‌ ପଦରୁ ଇସ୍ତଫା ଦେଇଛନ୍ତି। ସେ ଏ- ଲିଗ୍‌ ଏକ୍ସାପାନ୍ସନ କ୍ଲବ୍‌ ମାକାର୍ଥୁର ଏଫ୍‌ସିର ପ୍ରଥମ କୋଚ୍‌...

୧ ବର୍ଷରେ ୫୨ଟି ସମୁଦ୍ର କୂଳ ସଫା କଲେ ୭୦ ବର୍ଷୀୟ ବୃଦ୍ଧା

ଯେଉଁ ବସୁଧା ଆମକୁ ବଞ୍ଚିବାକୁ ସମସ୍ତ ଉପାଦାନ ଦେଉଛି ତାକୁ ଏବଂ ତାହାର ପରିବେଶକୁ ସୁରକ୍ଷିତ ରଖିବା ହେଉଛି ଆମର ମୌଳିକ କର୍ତ୍ତବ୍ୟ। ତା’ର ଅବହେଳା...

ହିରୋ ସବ୍‌ଜୁନିୟର ଲିଗ୍‌: ଓଡ଼ିଶା ଏଫ୍‌ସିର ବୃହତ୍‌ ବିଜୟ

ଭୁବନେଶ୍ୱର, ୨୩।୧ (ସ୍ପୋଟର୍‌ସ ବ୍ୟୁରୋ)- ଇଣ୍ଡିଆନ ସୁପର୍‌ ଲିଗ୍‌ (ଆଇଏସ୍‌ଏଲ୍‌) ଫ୍ରାଞ୍ଚାଇଜ ଓଡ଼ିଶା ଏଫ୍‌ସିର ୧୩ ବର୍ଷରୁ କମ୍‌ ଦଳ ହିରୋ ସବ୍‌ଜୁନିୟର ଲିଗ୍‌ରେ ବୃହତ୍‌...

ଭାରତୀୟ କବାଡ଼ି ଦଳର ପାକିସ୍ତାନ ଗସ୍ତ ଉପରେ ତଦନ୍ତ ହେବ

ଅମ୍ରିତସର/ନୂଆଦିଲ୍ଲୀ,୧୮।୨- ପାକିସ୍ତାନରେ ଅନୁଷ୍ଠିତ ସର୍କଲ କବାଡ଼ି ବିଶ୍ୱକପ୍‌ରେ ସ୍ବୀକୃତି ପାଇ ନ ଥିବା ଭାରତୀୟ ଦଳ ଅଂଶଗ୍ରହଣ କରିଥିଲା। ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି କ୍ରୀଡ଼ା...

ଆଉଟ୍‌ଡୋର୍‌‌ରେ ପ୍ରଥମେ ଟ୍ରେନିଂ ଆରମ୍ଭ କଲେ ଶାର୍ଦ୍ଦୁଳ

ପାଲ୍‌ଘର୍‌ (ମହାରାଷ୍ଟ୍ର), ୨୪ା୫: ପେସ୍‌ ବୋଲର ଶାର୍ଦ୍ଦୁଳ ଠାକୁର ଶନିବାର ଆଉଟ୍‌ଡୋର୍‌ ଟ୍ରେନିଂ ଆରମ୍ଭ କରିଛନ୍ତି। କରୋନାଭାଇରସ୍‌ଯୋଗୁ ଲକ୍‌ଡାଉନ୍‌ରେ ଦୁଇମାସ ଘରେ ରହିବା ପରେ ପ୍ରଥମ...

Play 250+ Trending Games
Archives

Model This Week

Why Dharitri