କନ୍ୟାଶ୍ରମ ଦେଇଛି ସାହାରା

ସୋର,୧୯।୧୨(ଡି.ଏନ.ଏ.)- ବାଲେଶ୍ୱର ଜିଲା ସୋରସ୍ଥିତ ଗାନ୍ଧୀ ପୁରୁବାଇ କନ୍ୟାଶ୍ରମର ଅନ୍ତେବାସୀ ମାହେଶ୍ୱରୀ ରଣା (୧୭) ଚିତ୍ର ମାଧ୍ୟମରେ ସାମାଜିକ ସଚେତନତାର ବାର୍ତ୍ତା ଦେଇ ବେଶ୍‌ ଚର୍ଚ୍ଚାକୁ ଆସିଛନ୍ତି । କେବଳ ଚିତ୍ରାଙ୍କନ ନୁହେଁ ନାଚ, ଗୀତରେ ମଧ୍ୟ ମାହିର୍‌। ୨୦୧୮ ରେ ‘ବେଟି ବଚାଓ ଓ ବେଟି ବଢ଼ାଓ’ ଚିତ୍ରାଙ୍କନ ପ୍ରତିଯୋଗିତାରେ ଭାଗ ନେଇ ରାଜ୍ୟରେ ପ୍ରଥମ ହୋଇ ଜାତୀୟ ଗୋଲ୍ଡ ମେଡ଼ାଲ ହାସଲ କରିଛନ୍ତି। ଚଳିତବର୍ଷ ସ୍ବଚ୍ଛ ଭାରତ ଚିତ୍ରାଙ୍କନ ପ୍ରତିଯୋଗିତାରେ ‘ସ୍ବଚ୍ଛ ଭାରତ’ ଚିତ୍ର ଆଙ୍କି ସେ ମଧ୍ୟ ରାଜ୍ୟରୁ ପ୍ରଥମ ସ୍ଥାନ ଅଧିକାର କରି ନିଜ ଅଞ୍ଚଳ ଲାଗି ପୁଣି ଗୌରବ ଆଣିିଛନ୍ତି। ବର୍ତ୍ତମାନ ସେ ବାଲେଶ୍ୱର ଜିଲାର ତଳନଗର କଲେଜରେ ଯୁକ୍ତ୨ ପ୍ରଥମବର୍ଷର କଳା ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି।
ନିଜ ପାଇଁ ନିଜେ ପରିଚୟ ସୃଷ୍ଟି କରିଥିବା ଛାତ୍ରୀ ମାହେଶ୍ୱରୀ ୭ବର୍ଷର ହୋଇଥିବା ବେଳେ ଘରୋଇ ପରିସ୍ଥିତି ଲାଗି ସୋର ସ୍ଥିତ ଗାନ୍ଧୀ ପୁରୁବାଇ କନ୍ୟାଶ୍ରମକୁ ଆସି ସେବେଠାରୁ ଏଠାରେ ରହିି ଆସୁଛନ୍ତି। କନ୍ୟାଶ୍ରମରେ ସେ ତୃତୀୟ ଶ୍ରେଣୀରୁ ପାଠ ପଢ଼ା ଆରମ୍ଭ କରି ଏବେ ଯୁକ୍ତ ୨ ପଢୁଛନ୍ତି। ତାଙ୍କ ଜନ୍ମସ୍ଥାନ ରୂପ୍‌ସା ଥାନା ଅନ୍ତର୍ଗତ ଗଡ଼ମଉଜା ଗ୍ରାମରେ । ତାଙ୍କ ବାପା ପର୍ଶୁରାମ ରଣା ଓ ମା’ ମନୋରମା ରଣା କେବେ କେବେ କନ୍ୟାଶ୍ରମ ଆସି ଝିଅଙ୍କୁ ଭେଟି ଯାଆନ୍ତି। ମାହେଶ୍ୱରୀ ଘରୁ ପାଦ କାଢ଼ି ଆସିବା ଠାରୁ ଆଉ କେବେ ଘରକୁ ଯାଇ ନାହାନ୍ତି । ଗାନ୍ଧୀ ପୁରୁବାଇ କନ୍ୟାଶ୍ରମର ସମ୍ପାଦିକା ସୁମତି ମହାନ୍ତିଙ୍କୁ ସେ ମା’ ଓ ବାପା ଭାବି ନେଇ ସ୍ନେହଶ୍ରଦ୍ଧାରେ ବଢ଼ି ଆସିଛନ୍ତି। କନ୍ୟାଶ୍ରମରେ ପାଠ ପଢ଼ିବା ବେଳେ ଧ୍ରୁବ ସାରଙ୍କ ଠାରୁ ସେ ଓଡ଼ିଶୀ ନାଚ ଓ ଗୀତ ଶିଖିଥିଲେ। ସେହିପରି ରାଜୁ ସାର୍‌ ତାଙ୍କୁ ଚିତ୍ର ଶିକ୍ଷା ଦେଇଥିଲେ। ଏଥିଲାଗି ମାହେଶ୍ୱରୀ ସେମାନଙ୍କୁ ମୂଳ ଗୁରୁ ମାନିଥିବା କହିଛନ୍ତି।
ପାଠ ପଢିବା ସାଙ୍ଗକୁ ନିୟମିତ ନାଚଗୀତ ଓ ଚିତ୍ରକଳା ଅଙ୍କନ ଅଭ୍ୟାସ ଜାରି ରଖି ଆଗକୁ ଆଗକୁ ସେ ବଢି ଚାଲିଛନ୍ତି। ସୋର ସମେତ ଜିଲାର ବିଭିନ୍ନ ଅନୁଷ୍ଠାନରେ ଆୟୋଜିତ ପ୍ରତିଯୋଗିତାରେ ସେ ଅଂଶଗ୍ରହଣ କରି ସାଉଣ୍ଟିଛନ୍ତି ବହୁ ପ୍ରଶଂସା ଓ ପୁରସ୍କାର। ସୋର ମହୋତ୍ସବ, କାଂଶବାଂଶ ସାଂସ୍କୃତିକ ପରିଷଦ ସମେତ ବିଭିନ୍ନ ଅନୁଷ୍ଠାନର ପ୍ରତିଯୋଗିତା ଓ କାର୍ଯ୍ୟକ୍ରମରେ ଭାଗ ନେଇ ସେ ଓଡ଼ିଶୀ, ସମ୍ବଲପୁରୀ, ଆଧୁନିକ ନାଚ, ଗୀତ ପରିବେଷଣ କରି କୃତିତ୍ୱ ହାସଲ କରିପାରିଛନ୍ତି। ଓଡ଼ିଶା ସରକାରଙ୍କ ମହିଳା ଶିଶୁ ବିକାଶ ମିଶନ ଶକ୍ତି ରାଷ୍ଟ୍ରୀୟ ଶିଶୁ ସୁରକ୍ଷା ସମିତି ପକ୍ଷରୁ ହୋସ୍‌ଲା-୨୦୧୮ ପ୍ରତିଯୋଗିତାରେ ରାଜ୍ୟର ପ୍ରଥମ ସ୍ଥାନ ଅଧିକାର କରି ଜାତୀୟ ଗୋଲ୍ଡ ମେଡ଼ାଲ ପାଇବା ସହ ୬୦ହଜାର ଟଙ୍କା ପୁରସ୍କାର ପାଇବା ତାଙ୍କୁ ଚିତ୍ରକଳା ଲାଗି ପ୍ରେରଣା ଯୋଗାଇଛି। କଳା ଶିକ୍ଷକ ରାଜବଲ୍ଲଭ ସାହୁଙ୍କ ପାଇଁ ସେ ଏଭଳି ସଫଳତା ପାଇ ପାରିଥିବା କହିଛନ୍ତି। ଉଚ୍ଚଶିକ୍ଷା ଲାଭ କରି ଭବିଷ୍ୟତରେ ଜଣେ ଆର୍ଟିଷ୍ଟ ହୋଇ ସମାଜରେ ସଚେତନତାର ବାର୍ତ୍ତା ପ୍ରଚାର କରିବାକୁ ଲକ୍ଷ୍ୟ ରଖିଛନ୍ତି ମାହେଶ୍ୱରୀ ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri