କନ୍ୟାଶ୍ରମରେ ନିର୍ଯାତନା ଅଭିଯୋଗର ତଦନ୍ତ ଆରମ୍ଭ:ଦୁଇ ସ୍କୁଲରେ ୧୩ ଛାତ୍ରୀଙ୍କ ହେଲା ନାମଲେଖା

ଅନୁଗୋଳ ଅଫିସ, ୭।୧

ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକରେ ଥିବା କ୍ଷୀରୋଦବାସିନୀ କନ୍ୟାଶ୍ରମରେ ଦୁଇ ଅନ୍ତେବାସୀ ଭଉଣୀଙ୍କୁ ନିର୍ଯାତନା ଦିଆଯିବା ଅଭିଯୋଗ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ଜିଲା ଶିଶୁ ସୁରକ୍ଷା ଅଧିକାରୀ (ଡିସିପିଓ) ଗୌରୀ ଶଙ୍କର ବେହେରା। ଦୁଇଜଣିଆ ଟିମ୍‌ ସହ ଡିସିପିଓ ବେହେରା ଉକ୍ତ କନ୍ୟାଶ୍ରମ ଛାଡ଼ିଥିବା ଅନ୍ତେବାସୀଙ୍କ ଘରକୁ ଯାଇ ଘଟଣା ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି। ଏଥିସହ ଉକ୍ତ କନ୍ୟାଶ୍ରମ ଛାଡ଼ିଥିବା ମୋଟ୍‌ ୧୩ ଜଣ ଛାତ୍ରୀଙ୍କ ନାମ ୨ଟି ବିଦ୍ୟାଳୟରେ ଲେଖାଯାଇଥିବା ଡିସିପିଓ ବେହେରା ପ୍ରକାଶ କରିଛନ୍ତି।
ଡିସିପିଓ କହିଛନ୍ତି, କନ୍ୟାଶ୍ରମ ଛାଡ଼ିଥିବା ୧୩ ଜଣ ଅନ୍ତେବାସୀଙ୍କ ନାମ ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଅଞ୍ଚଳର ହତା ଶିମିଳିପଡ଼ା ୟୁପି ସ୍କୁଲ ଓ ସାନହୁଲା ଉଚ୍ଚ ବିଦ୍ୟାଳୟରେ ଲେଖାଯାଇଛି। ଛାତ୍ରୀମାନଙ୍କ ସ୍କୁଲ ଲିଭିଂ ପ୍ରମାଣପତ୍ର ନ ଥିବାରୁ ସେମାନଙ୍କ ବୟସ ପ୍ରମାଣପତ୍ର ପ୍ରଦାନ କରାଯାଇ ନାମ ଲେଖାଯାଇଛି। ସେମାନେ ନିୟମିତ ବିଦ୍ୟାଳୟକୁ ଆସୁଛନ୍ତି କି ନାହିଁ, ତାହା ଅବଗତ କରିବାକୁ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି। ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଛାତ୍ରୀମାନଙ୍କ ନାମ ନିକଟସ୍ଥ ବିଦ୍ୟାଳୟରେ ଲେଖାଯାଇଥିବା ବେଳେ ଅନୁସୂଚିତ ଜାତି ଓ ଜନଜାତିର ଛାତ୍ରୀଙ୍କ ଅଭିଭାବକଙ୍କୁ ଜାତିଗତ ପ୍ରମାଣପତ୍ର ପାଇଁ ଆବେଦନ କରିବାକୁ କୁହାଯାଇଛି। ଉକ୍ତ ପ୍ରମାଣପତ୍ର ମିଳିବା ପରେ ଜିଲାରେ ଥିବା ଅନୁସୂଚିତ ଜାତି ଓ ଜନଜାତି ବିଦ୍ୟାଳୟରେ ନାମ ଲେଖାଯିବ ବୋଲି ଡିସିପିଓ ବେହେରା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ଦ୍ୱିତୀୟ ଏମ୍‌ସ ପ୍ରତିଷ୍ଠା ପାଇଁ ପ୍ରସ୍ତାବ: କେନ୍ଦ୍ର ସ୍ବାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର, ୨୫।୧୧(ବ୍ୟୁରୋ): ଓଡ଼ିଶାରେ ଦ୍ୱିତୀୟ ଏମ୍‌ସ ପ୍ରତିଷ୍ଠା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ସଚିବଙ୍କଚ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ। ସୁନ୍ଦରଗଡ଼ ଜିଲାରେ...

ଉଲଗ୍ନ କରି ଚଲାଇଲେ ରାସ୍ତାରେ

ସାରସକଣା,୧ା୪- ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଅନ୍ତର୍ଗତ ପାକଟିଆଠାରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପୋଖରୀ ଖନନକୁ କେନ୍ଦ୍ର କରି ଜଣେ ମହିଳାଙ୍କୁ ଆକ୍ରମଣ କରାଯାଇଛି। ଆକ୍ରମଣକାରୀମାନେ ତାଙ୍କୁ ଉଲଗ୍ନ...

ଗଞ୍ଜେଇ ବ୍ୟବସାୟ କରି କୋଟିପତି

ଛେଣ୍ଡିପଦା, ୨୮ା୧୧(ସ୍ବ.ପ୍ର.)-ଗଞ୍ଜେଇ ବ୍ୟବସାୟ କରି ଛିଡ଼ା କରିଥିଲେ ବିଶାଳ ସାମ୍ରାଜ୍ୟ। ରାଜ୍ୟ ବାହାର ବ୍ୟବସାୟୀଙ୍କ ସହ ସମ୍ପର୍କ ବଢ଼ାଇ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ଚାଲିଥିଲା କୋଟି...

କଟକ ସହରରୁ ୯୩ କରୋନା ପଜିଟିଭ ଚିହ୍ନଟ

କଟକ ଅଫିସ,୫।୧୦-କଟକ ସହରରୁ ସୋମବାର ମୋଟ ୯୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ କ୍ୱାରାଣ୍ଟାଇନରୁ ୪୭ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୪୬...

ରାଜ୍ୟରେ ଉତ୍ପାଦନ ହେଉଛି ୨୦ହଜାର ମେଟ୍ରିକ୍‌ ଟନ୍‌ ଲିଚୁ

ଭୁବନେଶ୍ୱର,୧୯।୨(ବ୍ୟୁରୋ): ଲିଚୁ ଚାଷ ପାଇଁ ଆର୍ଦ୍ର ଉପକ୍ରାନ୍ତୀୟ ଜଳବାୟୁ ଅତ୍ୟନ୍ତ ଉତ୍କୃଷ୍ଟ। ଓଡ଼ିଶାରେ ପ୍ରାୟ ୪,୪୭୭ ହେକ୍ଟର ଜମିରେ ଲିଚୁ ଚାଷ କରାଯାଇ ୨୦,୪୩୧ ମେଟ୍ରିକ୍‌...

ଡେଲିମାର୍କେଟ ଭିଡ ବଢାଉଛି ସଂକ୍ରମଣ ଭୟ

ବଲାଙ୍ଗୀର ଅଫିସ, ୬ା୪: ପଶ୍ଚିମ ଓଡିଶାର କଳାହାଣ୍ଡି ଜିଲାରେ କରୋନା ସଂକ୍ରମିତ ଯୁବକଙ୍କୁ ଚିହ୍ନଟ କରାଯାଇଛି। ଏହା ଜଣାପଡିବା ପରେ ପଶ୍ଚିମ ଓଡିଶାର ବିଭିନ୍ନ ଜିଲାରେ...

ଲିଙ୍କ୍‌ ଫେଲ ହେବାରୁ କାର୍ଯ୍ୟ ଠପ୍‌:ପରିବହନ କାର୍ଯ୍ୟାଳୟରେ ଉତ୍ତେଜନା

ଢେଙ୍କାନାଳ ଅଫିସ,୩ା୧୨ ଲାଇସେନ୍ସ, ଗାଡ଼ି କାଗଜପତ୍ର କରାଇବାକୁ ସୋମବାର ଢେଙ୍କାନାଳ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟକୁ ଆସିଥିବା ଲୋକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି। ସକାଳ ୧୦ଟାରୁ...

ପାଣିରେ ଭର୍ତ୍ତି ବିଦ୍ୟାଳୟ ଅଗଣା

ବଇଣ୍ଡା, ୭ା୫(ଡି.ଏନ.ଏ.) କାଳବୈଶାଖୀଜନିତ ବର୍ଷା ପାଣିରେ ଭର୍ତ୍ତି ହୋଇଛି ବିଦ୍ୟାଳୟ ଅଗଣା। ଏହାକୁ ନେଇ ସୃଷ୍ଟି ହୋଇଛି ପୂତ୍ତିଗନ୍ଧମୟ। କୋମଳମତି ପିଲାଙ୍କୁ ସଂକ୍ରମଣଜନିତ ରୋଗ ଆଶଙ୍କା...

Advertisement
Archives

Model This Week