କନ୍ଧମାଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩: ଦିନକରେ ୭ ଚିହ୍ନଟ, ଜଣଙ୍କୁ ନେଇ ଚିନ୍ତା

ଫୁଲବାଣୀ ଅଫିସ, ୨୭ା୫-କନ୍ଧମାଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ଗୋଟିଏ ଦିନରେ ୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କୁ ମିଶାଇ ଜିଲାରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୧୩ରେ ପହଞ୍ଚିଛି। ଚିହ୍ନଟ ୭ଜଣଙ୍କ ମଧ୍ୟରୁ ୬ ଜଣ ତାମିଲନାଡୁ ଫେରନ୍ତା। ସେମାନେ ଫିରିଙ୍ଗିଆ ବ୍ଲକ ରତଙ୍ଗସ୍ଥିତ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଥିଲେ। ଅନ୍ୟ ଜଣକ ଉକ୍ତ ଅସ୍ଥାୟୀ କେନ୍ଦ୍ରର ସ୍ବେଚ୍ଛାସେବୀ। ସେ ବାହାରେ ବୁଲାବୁଲି କରିଥିବା ଜଣାପଡ଼ିବା ପରେ ପ୍ରଶାସନର ଚିନ୍ତା ବଢ଼ିଛି। ବିଡିଓଙ୍କ ନେତୃତ୍ୱରେ ମେଡିକାଲ ଟିମ୍‌ ଗଠନ କରାଯାଇ ଆଖପାଖ ଗ୍ରାମରେ ଲୋକଙ୍କୁ ସେହି ଆକ୍ରାନ୍ତଙ୍କ ଯାତାୟାତ ବିଷୟରେ ପଚରାଉଚରା କରାଯାଉଛି।
ଜିଲା ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ସଂକ୍ରମିତ ୬ ଜଣ ପୂର୍ବ ସଂକ୍ରମିତ ୨ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି। ସମସ୍ତ ସଂକ୍ରମିତ ପୁରୁଷ। ସେମାନଙ୍କ ମଧ୍ୟରୁ ୨ ଜଣ ୨୬ ବର୍ଷର, ଅନ୍ୟମାନେ ୩୮, ୩୪, ୨୮, ୨୩ ଓ ଜଣେ ୧୬ ବର୍ଷର। ସମସ୍ତଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱର ପଠାଯାଇଛି। ସମ୍ପୃକ୍ତ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରକୁ ସିଲ୍‌ କରାଯିବା ସହ ତାହାକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। ସୂଚନାଯୋଗ୍ୟ, ମଙ୍ଗଳବାର ସୁଦ୍ଧା ଦେଶର ୧୭ ରାଜ୍ୟରୁ ମୋଟ ୨୮୭୬ ଜଣ ପ୍ରବାସୀ ଜିଲାକୁ ଫେରିଛନ୍ତି। ସେମାନଙ୍କ ମଧ୍ୟରୁ ୫୨୯ ଜଣଙ୍କ ରିପୋର୍ଟ ନେଗେଟିଭ୍‌ ଆସିବାରୁ ହୋମ୍‌ କ୍ୱାରାଣ୍ଟାଇନ୍‌ ପାଇଁ ଘରକୁ ପଠାଇ ଦିଆଯାଇଛି। ଅନ୍ୟ ୨୩୪୭ ଜଣ ଜିଲାର ୪୮ଟି ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅଛନ୍ତି। ପରୀକ୍ଷା ପାଇଁ ଅଦ୍ୟାବଧି ପଠାଯାଇଥିବା ୧୪୫୯ ନମୂନା ମଧ୍ୟରୁ ମଙ୍ଗଳବାର ସୁଦ୍ଧା ୧୩୨୯ଟି ନମୁନାର ରିପୋର୍ଟ ଆସିଛି। ସେଥିମଧ୍ୟରୁ ୧୩ଟି ପଜିଟିଭ୍‌ ଥିବାବେଳେ ୧୩୧୬ ନେଗେଟିଭ୍‌ ବୋଲି ସ୍ବାସ୍ଥ୍ୟ ବିଭାଗ ସୂତ୍ରରୁ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗିିବା ଘଟଣାରେ ସନ୍ଦିଗ୍ଧଙ୍କୁ ଜେରା

ପୁରୀ ଅଫିସ,୬।୪: ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗିିବା ଘଟଣାରେ ଅଟକ ସନ୍ଦିଗ୍ଧକୁ ଜେରା କରୁଛି ପୋଲିସ। ସିସିଟିଭି ଆଧାରରେ ସନ୍ଦିଗ୍ଧଙ୍କୁ ପଚରାଉଚରା କରାଯାଉଛି। ସନ୍ଦିଗ୍ଧଜଣଙ୍କ କେବଳ...

ସ୍ମାର୍ଟ ଆଣ୍ଟି ଏୟାରଫିଲ୍ଡ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର ଅଫିସ,୨୧।୧- ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଙ୍ଗଠନ (ଡିଆର୍‌ଡିଓ) ଏବଂ ହିନ୍ଦୁସ୍ତାନ ଏରୋନେଟିକ୍‌ ଲିମିଟେଡ୍‌ (ହାଲ୍‌) ଦ୍ୱାରା ନିର୍ମିତ ସ୍ମାର୍ଟ ଆଣ୍ଟି ଏୟାରଫିଲ୍ଡ(ସ) କ୍ଷେପଣାସ୍ତ୍ରକୁ...

ଘର ସହାୟତା ଅପେକ୍ଷାରେ ବନ୍ୟା ବିପନ୍ନ

ଗୋପ,୯।୯(ଡି.ଏନ୍‌.ଏ.): ବନ୍ୟା ଛାଡ଼ିବାର ଦୁଇ ସପ୍ତାହ ପୂରିଛି। ହେଲେ ବିପନ୍ନଙ୍କ ଦୁଃଖ ସରିନି। କେତେକଙ୍କ ଘର ବନ୍ୟା ପାଣିରେ ଭାଙ୍ଗି ଯାଇଛି। ଏପରି ଏକ ଦୁଃଖଦ...

ଧରାପଡ଼ିଲା ଗଞ୍ଜେଇ ଭର୍ତ୍ତି ଟ୍ରକ

ବ୍ରହ୍ମପୁର ଅଫିସ,୫ା୨: ଗଜପତି, କନ୍ଧମାଳ ଅଞ୍ଚଳରୁ ବେଆଇନ ଭାବେ ଗଞ୍ଜେଇ ବ୍ରହ୍ମପୁର ସହର ଦେଇ ବାହାର ରାଜ୍ୟକୁ ଚୋରା ଚାଲାଣ ହେଉଛି। ବ୍ରହ୍ମପୁର ଅବକାରୀ ଗୋଇନ୍ଦା...

ରାସ୍ତା ଉଚ୍ଛେଦ କରିବାକୁ ଯାଇ ତହସିଲଦାର ହଟହଟା

ବାଲିକୁଦା,୨୩ା୩(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା ବାଲିକୁଦା ତହସିଲ ପ୍ରଶାସନ ଶ୍ମଶାନ ଓ ଗୋଚରରେ ନିର୍ମାଣ କରାଯାଇଥିବା ବେଆଇନ ରାସ୍ତାକୁ ବୁଧବାର ଜେସିବି ଲଗାଇ ତାଡ଼ିଛି। ତେବେ ଏହି...

ଆମ୍ମାକୁଣ୍ଡରୁ ସଂଗ୍ରହ ହେଲା ଜଳ

ମାଲକାନଗିରି/ଖଇରପୁଟ/କୁଡୁମୁଲୁଗୁମ୍ମା,୧୦।୧(ଡି.ଏନ.ଏ.): କରୋନା ମହାମାରୀ ପାଇଁ ଗତ ଦୁଇବର୍ଷ ଧରି ମାଲ୍ୟବନ୍ତ ମହୋତ୍ସବ ଅନୁଷ୍ଠିତ ହୋଇପାରି ନ ଥିବା ବେଳେ ଚଳିତ ବର୍ଷ ଏହି ମହୋତ୍ସବ ପାଇଁ...

ଭୁଷୁଡ଼ିଲା ସ୍କୁଲ ପାଚେରି, ଆଖିବୁଜିଲେ ପଞ୍ଚମ ଶ୍ରେଣୀ ଛାତ୍ରୀ

ରାୟଗଡ଼ା ଅଫିସ/ଗୁଣୁପୁର,୧୬।୯(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ପଦ୍ମପୁର ବ୍ଲକ ବିଚିକଟ ସରକାରି ଉଚ ପ୍ରାଥମିକ ବିଦ୍ୟାଳୟରେ ଏକ ଅଘଟଣ ଘଟିଛି। ନିର୍ମାଣଧୀନ ପାଚେରି କାନ୍ଥ ଭୁଷୁଡ଼ି ଜଣେ...

କରୋନା ନେଲା ମା’ପୁଅଙ୍କ ଜୀବନ

ଲଇକେରା,୧୭ା୫: କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ଝାରସୁଗୁଡ଼ା ଜିଲା ଲଇକେରା ବ୍ଲକର ମା’ପୁଅଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ବ୍ଲକ ମୁଖ୍ୟାଳୟର ମା’ ବୁଇ...

Advertisement
Archives

Model This Week