କନ୍ଦାଇଲା ବିଦାୟ ବେଳା

ଢେଙ୍କାନାଳ ଅଫିସ, ୭।୬ – ସମ୍ପର୍କ ଦିନ କେଇଟାର। ହାତଗଣତି ଭିତରେ ସମସ୍ତେ ବାନ୍ଧି ହୋଇଯାଇଥିଲେ ସମ୍ପର୍କ ଦଉଡ଼ିରେ। ଆଉ ଯେତେବେଳେ ଅତିଆପଣାର ସମ୍ପର୍କକୁ ବିଦାୟ ଦେବାର ବେଳଆସିଲା, ସେତେବେଳେ ଆଖିରୁ ଆପଣାଛାଏ ଝରିପଡ଼ିଲା ଲୁହ। ଶନିବାର ଏମିତି ଏକ ଭାବବିହ୍ବଳ ପରିବେଶ ଦେଖିବାକୁ ମିଳିଥିଲା ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ପୋରୁହଖୋଜ ପଞ୍ଚାୟତର ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ସଙ୍ଗରୋଧ କେନ୍ଦ୍ରରେ। ସଙ୍ଗରୋଧ ଅବଧି ସରିବା ପରେ ୧୩ଜଣ ପ୍ରବାସୀ ଶନିବାର ଏଠାରୁ ଘରକୁ ବାହୁଡ଼ିଛନ୍ତି। ସରପଞ୍ଚ ଶୁଭଦର୍ଶିନୀ ପରିଡ଼ା ସମସ୍ତଙ୍କୁ ଆମ୍ବଗଛ ଚାରା, ଚକୋଲେଟ୍‌ ଦେଇ ବିଦାୟ ଦେଇଥିଲେ।
ଏ ନେଇ ସରପଞ୍ଚ କୁହନ୍ତି, ପଞ୍ଚାୟତର ସଙ୍ଗରୋଧ କେନ୍ଦ୍ର କେବଳ ମହିଳାଙ୍କ ଲାଗି ଉଦ୍ଦିଷ୍ଟ। ପ୍ରବାସୀମାନେ ୧୦ଦିନ କ୍ୱାରାଣ୍ଟାଇନ୍‌ ଅବଧି ପୂରଣ କରିଛନ୍ତି। ସ୍ବାବ୍‌ ପରୀକ୍ଷା ରିପୋର୍ଟ ନେଗେଟିଭ୍‌ ଆସିବା ପରେ ସେମାନଙ୍କୁ ଘରକୁ ଛଡ଼ାଯାଇଛି। ଯିବା ବେଳକୁ ସେମାନଙ୍କୁ ଗଛ ଲଗାଇବାକୁ ଉତ୍ସାହିତ କରାଇ ଚାରା ଦିଆଯାଇଛି। ସରକାରୀ ନିର୍ଦ୍ଦେଶ ଅନୁଯାୟୀ ଆଉ ୭ଦିନ ହୋମ୍‌ କ୍ୱାରାଣ୍ଟାଇନରେ ରହିବାକୁ ପରାମର୍ଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚମ୍ପୁଆ ସେକ୍ସନରେ ୧୭ ହାତୀ

ଚମ୍ପୁଆ, ୬।୫(ଡି.ଏନ.ଏ.) କେନ୍ଦୁଝର ଜିଲା ଚମ୍ପୁଆ ବନାଞ୍ଚଳକୁ ପୁଣି ଲେଉଟିଲେ ହାତୀ ପଲ। ୨ ଦିନ ହେବ ଏହି ହାତୀ ପଲ ଚମ୍ପୁଆ ଓ ଉଖୁଣ୍ଡା ସେକ୍ସନ...

ଲକ୍‌ଡାଉନ୍‌ରେ ନିର୍ମାଣ ଶ୍ରମିକ କ୍ଷତିଗ୍ରସ୍ତ: ସରକାରୀ ସହାୟତା ପ୍ରଦାନ

ଚୌଦ୍ୱାର,୧୦ା୪(ଡି.ଏନ୍‌.ଏ.): କରୋନା ପାଇଁ ଚାଲିଥିବା ଲକ୍‌ଡାଉନ୍‌ ଯୋଗୁ ଆର୍ଥିକସ୍ତରରେ କ୍ଷତିଗ୍ରସ୍ତ ନିର୍ମାଣ ଶ୍ରମିକମାନଙ୍କୁ ପ୍ରତ୍ୟେକ ୧୫୦୦ଟଙ୍କା ଲେଖାଏ ସହାୟତା ପ୍ରଦାନ କରାଯିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।...

ଆଜି ଖୋଲିବ ଶ୍ରୀମନ୍ଦିର

ପୁରୀ ଅଫିସ,୨୩ା୧୨: ସବୁ ଉତ୍କଣ୍ଠା ଓ ପ୍ରତୀକ୍ଷାର ଅବସାନ ଘଟାଇ ବୁଧବାରଠାରୁ ଶ୍ରୀମନ୍ଦିର ଖୋଲିବ। ଭକ୍ତ ଓ ଭଗବାନଙ୍କ ମିଳନ ହେବ। ଦର୍ଶନ ପାଇଁ ପ୍ରଶାସନ...

ମେରାମଣ୍ଡଳୀ ଅଞ୍ଚଳରେ ବିଦ୍ୟୁତ୍‌ ବିଭ୍ରାଟ: ଜରୁରୀ ସେବା ବାଧାପ୍ରାପ୍ତ, ତାତିଲେ ଜନତା

ଢେଙ୍କାନାଳ ଅଫିସ, ୩ା୭ – ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ ମେରାମଣ୍ଡଳୀ ସବ୍‌ଷ୍ଟେଶନ ଅଞ୍ଚଳରେ ବିଦ୍ୟୁତ୍‌ ବିଭ୍ରାଟ ସୀମା ଟପିଲାଣି। ବାରମ୍ବାର ବିଦ୍ୟୁତ୍‌ କାଟ୍‌...

କୋଟାରୁ ଫେରିଥିବା ଛାତ୍ରୀଛାତ୍ରଙ୍କ ସ୍ବାବ୍‌ ସଂଗ୍ରହ

ସୋନପୁର,୪।୫(ନି.ପ୍ର.): ଲକ୍‌ଡାଉନ୍‌ ଯୋଗୁଁ ରାଜସ୍ଥାନର କୋଟାରେ ଫସି ରହିଥିବା ସୁବର୍ଣ୍ଣପୁର ଜିଲାର ୩୭ ଛାତ୍ରୀଛାତ୍ର ସୋମବାର ସୋନପୁରରେ ପହଞ୍ଚତ୍ଛନ୍ତି । ୨ଟି ସ୍ବତନ୍ତ୍ର ବସ୍‌ରେ ମେଡିକାଲ...

ଚିନ୍ତା ବଢ଼ାଇଲାଣି ଯାଜପୁର: ପୁଣି ଜଣେ ପଜିଟିଭ୍‌ ଚିହ୍ନଟ, ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭୯କୁ ବୃଦ୍ଧି

ଭୁବନେଶ୍ୱର,୬।୫(ବ୍ୟୁରୋ): ଯାଜପୁର ଜିଲାରେ ପୁଣି ଜଣେ କରୋନା ପଜିଟିଭ୍‌ ବୁଧବାର ଅପରାହ୍ନରେ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୫୪ରେ ପହଞ୍ଚିଛି। ସେହିଭଳି...

ଗଁ।କୁ ନାହିଁ ସବୁଦିନିଆ ପକ୍କାରାସ୍ତା: ବିଧାୟକଙ୍କୁ ଭେଟିଲେ ଗ୍ରାମବାସୀ

ଭଦ୍ରକ ଅଫିସ, ୨୧।୮: ଭଦ୍ରକ ବ୍ଲକ ଦଇସିଂ ପଞ୍ଚାୟତ କୁଶୁନନଗର ମୌଜାର ବଢେଇଗଡିଆ ଗଁ।କୁ ନାହିଁ ସବୁଦିନିଆ ପକ୍କାରାସ୍ତା। ଫଳରେ ଲୋକେ ଯାତାୟାତ କରିବାରେ ଅସୁବିଧାର...

ସାମାଜିକ ବାସଁଦ୍‌ ଲାଗି ଅଟ୍‌କିଛେ ବାପର ଶୁଧିକାଯ୍‌

ବିନିକା, ୫।୨ (ଡି.ଏନ୍‌.ଏ)- ଆଏଜ୍‌କାର ବୈଜ୍ଞାନିକ୍‌ ଯୁଗ୍‌ରେ ମୁନୁଷ୍‌ ପୃଥିବୀରୁ ଯାଇ ଚନ୍ଦ୍ରରେ ପାଦ୍‌ ଥାପି ସାଏଲାନ। ହେଲେ ବି ଆମର ସମାଜରେ ଅନେକ୍‌ ଲୋକ୍‌...

Advertisement
Archives

Model This Week