କଦଳୀର ଦାମ୍‌ ୮୫ଲକ୍ଷ ଟଙ୍କା

ଟଙ୍କାଏ କି ଦୁଇ ଟଙ୍କା ନୁହେଁ ବରଂ ୮୫ଲକ୍ଷ ଟଙ୍କାର କଦଳୀ ଖାଇ ଏବେ ଜଣେ ବ୍ୟକ୍ତି ଚର୍ଚ୍ଚାକୁ ଆସିଛନ୍ତି। ଆଉ ଏହାକୁ ଖାଇବା ପରେ କୌଣସି ବିବାଦ ମଧ୍ୟ ଉପୁଜି ନ ଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଆମେରିକାର ଏକ ଆର୍ଟ ଶୋ’ରେ ଗୋଟିଏ କଦଳୀକୁ କାନ୍ଥରେ ସେଲୋଟେପ୍‌ ବାନ୍ଧି ପ୍ରଦର୍ଶନ କରାଯାଇଥିଲା। ସେଠାକୁ ବୁଲି ଆସିଥିବା ଆମେରିକାର ଜଣେ ଆର୍ଟିଷ୍ଟ ଡେବିଡ ଡଟୁନା ଉକ୍ତ କଦଳୀକୁ କାନ୍ଥରୁ କାଢ଼ି ଆଣି ଖାଇ ଦେଇଥିଲେ। ତେବେ ଆର୍ଟ ଗ୍ୟାଲେରୀରେ ଉପସ୍ଥିତ ଥିବା ଅନ୍ୟ ବ୍ୟକ୍ତିମାନେ ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏଥିସହ ତାଙ୍କୁ ବିଭିନ୍ନ ପ୍ରକାର ପ୍ରଶ୍ନ ପଚାରିଥିଲେ। ତେବେ ଡଟୁନା କଦଳୀ ଖାଇବାର ୧୫ ମିନିଟ୍‌ ଭିତରେ ଆଉ ଗୋଟିଏ କଦଳୀ ଆଣି କାନ୍ଥରେ ରଖାଯାଇଥିଲା। ଏହାପରେ ଆର୍ଟ ଗ୍ୟାଲେରୀ ସହ ସମ୍ପୃକ୍ତ ଥିବା ଲୁସିୟନ ଟେରାସ କହିଥିଲେ, ଉକ୍ତ ବ୍ୟକ୍ତି ଆର୍ଟକୁ ଖରାପ୍‌ କରିନାହାନ୍ତି। କାରଣ ତାହା ଆର୍ଟ ନୁହେଁ ବରଂ ତାହା ଥିଲା ଅସଲି କଦଳୀ। ସୂଚନାମୁତାବକ ଇଟାଲୀର ଆର୍ଟିଷ୍ଟ ମୋରିଜିଓ କେଟଲନ୍‌ ତମ୍ବା ରଙ୍ଗରେ ଏକ କଦଳୀର କଳାକୃତି ପ୍ରସ୍ତୁତ କରିଥିଲେ। ଏହିଭଳି ୩ଟି କଳାକୃତି ମଧ୍ୟରୁ ୨ଟି ବିକ୍ରି ହୋଇଯାଇଥିବା ବେଳେ ଅନ୍ୟଟିର ଦାମ୍‌ ୧.୦୭କୋଟି ଟଙ୍କା ରଖାଯାଇଥିଲା। ପରେ ଏହାକୁ ୮୫.୮୧ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାରେ ବିକ୍ରି କରାଯାଇଥିଲା। କିନ୍ତୁ ମିଆମିରେ ଏହା ପ୍ରଦର୍ଶିତ ହେବାକୁ ଥିବା ବେଳେ ମେରିଜିଓ କିନ୍ତୁ ସେଠାରେ ମଜାଳିଆ ଢଙ୍ଗରେ ଅସଲି କଦଳୀ ଲଗାଇଦେଇଥିଲେ। ଆଉ ସେଠାକୁ ଆସିଥିବା ଡଟୁନା ଏହାକୁ ଖାଇଦେଇଥିଲେ। ଯାହା ଏବେ ଚର୍ଚ୍ଚାର ପରିସରକୁ ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଫିସରେ ପ୍ଲାଷ୍ଟିକ୍‌ ବ୍ୟବହାର ହେଉଥିବାରୁ ଜିଲାପାଳ ନିଜ ଉପରେ ଲଗାଇଲେ ୫ ହଜାର ଟଙ୍କା ଜରିମାନା

ପୁଣେ,୧୦।୧୦:ମହାରାଷ୍ଟ୍ରର ବିଡ୍‌ ଜିଲାପାଳ ଆସ୍ତିକ ପାଣ୍ଡେ ଏକ ନିଆରା କାର୍ଯ୍ୟ ପାଇଁ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ନିଜ ଅଫିସରେ ପ୍ଲାଷ୍ଟିକ ବ୍ୟବହାର ହେବାରୁ ଏଥିପାଇଁ ନିଜକୁ...

ୟୁରୋପର ଭ୍ରମ ସୃଷ୍ଟି କରୁଛି ଭାରତର ଏହି ଗାଁ, ଆଶ୍ଚର୍ଯ୍ୟ ହେଉଛନ୍ତି ଲୋକେ

ନିକଟରେ କେରଳରେ ଏପରି ଏକ ପାର୍କ ନିର୍ମାଣ କରାଯାଇଛି, ଯାହା ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। କହୁଛନ୍ତି ଏହା ଆମ ଭାରତ ନା ୟୁରୋପ? ଏହା...

ପ୍ରେମ କରି ଚର୍ଚ୍ଚାରେ ବିଶ୍ୱର ଏହିସବୁ ଲୋକପ୍ରିୟ ନେତା

ନିକଟରେ ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନସନ ୱେଷ୍ଟମିଂଷ୍ଟର କ୍ୟାଥେଡ୍ରଲରେ ତାଙ୍କ ଗର୍ଲଫ୍ରେଣ୍ଡ କ୍ୟାରି ସାଇମଣ୍ଡସଙ୍କୁ ଗୁପ୍ତରେ ବିବାହ କରିଥିଲେ। ୫୬ ବର୍ଷ ବୟସରେ ବୋରିସ ତୃତୀୟ...

ବିମାନ ଦୁର୍ଘଟଣାରେ ୨ ପାକ୍‌ ସେନା ପାଇଲଟ ନିହତ

ରାଓ୍ବଲପିଣ୍ଡି,୧୩।୪: ପାକିସ୍ତାନ ସେନାର ମୁସକ ପ୍ରଶିକ୍ଷଣ ବିମାନ ସୋମବାର ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୨ ସେନା ପାଇଲଟଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ଦୁର୍ଘଟଣା...

ପୃଥିବୀକୁ ଡାର୍‌ଓ୍ବିନଙ୍କ ଅବଦାନ

ପୃଥିବୀକୁ ବୈଜ୍ଞାନିକ ଡାର୍‌ଓ୍ବିନ ପ୍ରଦାନ କରିଥିବା ଅବଦାନକୁ କେବେ ଭୁଲି ହେବ ନାହିଁ। ଏନେଇ ସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ଫେବୃୟାରୀ ୧୨ରେ ତାଙ୍କ ଜନ୍ମ...

ଜନ୍ମ ଜନ୍ମାନ୍ତର ପାପ କ୍ଷୟ କରେ ଭୀଷ୍ମ ପଞ୍ଚକ ବ୍ରତ…

ପବିତ୍ର କାର୍ତ୍ତିକ ମାସର ଶୁକ୍ଳ ଏକାଦଶୀଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଶେଷ ୫ ଦିନକୁ ଭୀଷ୍ମ ପଞ୍ଚକ କୁହାଯାଇଥାଏ। ଏହି ବ୍ରତ କଲେ ଏକ ହଜାର ଏକାଦଶୀ...

ବାଲୁଚିସ୍ତାନରେ ଭୟଙ୍କର ବିସ୍ଫୋରଣ

କ୍ୱେଟା,୧୬।୮: ପାକିସ୍ତାନ କ୍ୱେଟା ନିକଟ ବାଲୁଚିସ୍ତାନର କୁଚଲାକରେ ଥିବା ଏକ ମସ୍‌ଜିଦରେ ଶୁକ୍ରବାର ଏକ ଭୟଙ୍କର ବିସ୍ଫୋରଣ ହୋଇଛି। ଏଥିରେ ୪ ଜଣଙ୍କ ମୃତ୍ୟୁ ହେବା...

ଥରିଲା ଜାପାନ ଓ ଦକ୍ଷିଣ ଫିଲିପାଇନ୍ସ୍‌

ଟୋକିଓ,୧୩।୭: ଜାପାନ ଏବଂ ଦକ୍ଷିଣ ଫିଲିପାଇନ୍ସ୍‌ରେ ଶନିବାର ଭୂକମ୍ପ ଅନୁଭୁତ ହୋଇଛି। ଜାପାନରେ ହୋଇଥିବା ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୧ ଥିବାବେଳେ ଦକ୍ଷିଣ ଫିଲିପାଇନ୍ସ୍‌ରେ...

Advertisement
Archives

Model This Week