କଦଳୀର ଦାମ୍‌ ୮୫ଲକ୍ଷ ଟଙ୍କା

ଟଙ୍କାଏ କି ଦୁଇ ଟଙ୍କା ନୁହେଁ ବରଂ ୮୫ଲକ୍ଷ ଟଙ୍କାର କଦଳୀ ଖାଇ ଏବେ ଜଣେ ବ୍ୟକ୍ତି ଚର୍ଚ୍ଚାକୁ ଆସିଛନ୍ତି। ଆଉ ଏହାକୁ ଖାଇବା ପରେ କୌଣସି ବିବାଦ ମଧ୍ୟ ଉପୁଜି ନ ଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଆମେରିକାର ଏକ ଆର୍ଟ ଶୋ’ରେ ଗୋଟିଏ କଦଳୀକୁ କାନ୍ଥରେ ସେଲୋଟେପ୍‌ ବାନ୍ଧି ପ୍ରଦର୍ଶନ କରାଯାଇଥିଲା। ସେଠାକୁ ବୁଲି ଆସିଥିବା ଆମେରିକାର ଜଣେ ଆର୍ଟିଷ୍ଟ ଡେବିଡ ଡଟୁନା ଉକ୍ତ କଦଳୀକୁ କାନ୍ଥରୁ କାଢ଼ି ଆଣି ଖାଇ ଦେଇଥିଲେ। ତେବେ ଆର୍ଟ ଗ୍ୟାଲେରୀରେ ଉପସ୍ଥିତ ଥିବା ଅନ୍ୟ ବ୍ୟକ୍ତିମାନେ ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏଥିସହ ତାଙ୍କୁ ବିଭିନ୍ନ ପ୍ରକାର ପ୍ରଶ୍ନ ପଚାରିଥିଲେ। ତେବେ ଡଟୁନା କଦଳୀ ଖାଇବାର ୧୫ ମିନିଟ୍‌ ଭିତରେ ଆଉ ଗୋଟିଏ କଦଳୀ ଆଣି କାନ୍ଥରେ ରଖାଯାଇଥିଲା। ଏହାପରେ ଆର୍ଟ ଗ୍ୟାଲେରୀ ସହ ସମ୍ପୃକ୍ତ ଥିବା ଲୁସିୟନ ଟେରାସ କହିଥିଲେ, ଉକ୍ତ ବ୍ୟକ୍ତି ଆର୍ଟକୁ ଖରାପ୍‌ କରିନାହାନ୍ତି। କାରଣ ତାହା ଆର୍ଟ ନୁହେଁ ବରଂ ତାହା ଥିଲା ଅସଲି କଦଳୀ। ସୂଚନାମୁତାବକ ଇଟାଲୀର ଆର୍ଟିଷ୍ଟ ମୋରିଜିଓ କେଟଲନ୍‌ ତମ୍ବା ରଙ୍ଗରେ ଏକ କଦଳୀର କଳାକୃତି ପ୍ରସ୍ତୁତ କରିଥିଲେ। ଏହିଭଳି ୩ଟି କଳାକୃତି ମଧ୍ୟରୁ ୨ଟି ବିକ୍ରି ହୋଇଯାଇଥିବା ବେଳେ ଅନ୍ୟଟିର ଦାମ୍‌ ୧.୦୭କୋଟି ଟଙ୍କା ରଖାଯାଇଥିଲା। ପରେ ଏହାକୁ ୮୫.୮୧ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାରେ ବିକ୍ରି କରାଯାଇଥିଲା। କିନ୍ତୁ ମିଆମିରେ ଏହା ପ୍ରଦର୍ଶିତ ହେବାକୁ ଥିବା ବେଳେ ମେରିଜିଓ କିନ୍ତୁ ସେଠାରେ ମଜାଳିଆ ଢଙ୍ଗରେ ଅସଲି କଦଳୀ ଲଗାଇଦେଇଥିଲେ। ଆଉ ସେଠାକୁ ଆସିଥିବା ଡଟୁନା ଏହାକୁ ଖାଇଦେଇଥିଲେ। ଯାହା ଏବେ ଚର୍ଚ୍ଚାର ପରିସରକୁ ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଜାତି-ଅଞ୍ଚଳର ବିକାଶ ପାଇଁ ଅର୍ଥର ଅଭାବ ନାହିଁ, ଆଗକୁ ବଢ଼ିବାକୁ ହେଲେ କେବଳ ଏକତା ଜରୁରୀ’

ଭଞ୍ଜନଗର,୩୧ା୫(ବାବୁଲା ପ୍ରଧାନ): ଜାତି ଏବଂ ଅଞ୍ଚଳର ବିକାଶ ପାଇଁ ଅର୍ଥର ଅଭାବ ନାହିଁ। ଆଗକୁ ବଢ଼ିବାକୁ ହେଲେ ଏକତା ମନୋଭାବ ହିଁ ଜରୁରୀ ବୋଲି ନିଖିଳ ଉତ୍କଳ…

ବିଦେଶରେ ସୁନା ଶସ୍ତା କିନ୍ତୁ ଭାରତରେ ମହଙ୍ଗା କାହିଁକି? ଲକ୍ଷେ ଟଙ୍କାର ସୁନା କିଣିଲେ ୧୮ହଜାର ଅଧିକ କାହିଁକି ଦେବାକୁ ପଡ଼େ

ନୂଆଦିଲ୍ଲୀ,୩୧ା୫: ବିବାହ ହେଉ କିମ୍ବା ଦୀପାବଳି କିମ୍ବା ଧନତେରସ ଭଳି ପର୍ବ, ଲୋକମାନେ ଏପରି ପ୍ରତ୍ୟେକ ଅବସରରେ ସୁନା କିଣିବାକୁ ପସନ୍ଦ କରନ୍ତି । ତଥାପି, ବାସ୍ତବତା…

ଗୁଗଲକୁ ବଡ଼ ଝଟକା: ହାଇକୋର୍ଟ ଲଗାଇଲେ ୩୦ ଲକ୍ଷ ଟଙ୍କାର ଜରିମାନା

ନୂଆଦିଲ୍ଲୀ,୩୧।୫: ଗୁଗଲ (Google) ଏବେ ଭାରତରେ ବଡ଼ ଆଇନଗତ ଅସୁବିଧାରେ ପଡ଼ିଛି। ଟ୍ରେଡମାର୍କ ଉଲ୍ଲଂଘନ ମାମଲାରେ ଦିଲ୍ଲୀ ହାଇକୋର୍ଟ ଗୁଗଲ ଉପରେ ୩୦ ଲକ୍ଷ ଟଙ୍କାର ଜରିମାନା…

‘ଯଦି ତୁମେ ଭାଜପାକୁ ସମର୍ଥନ କରିବ ତୁମେ ଦେଶଭକ୍ତ’, ନଚେତ୍‌…

କୋଲକାତା,୩୧ା୫: ପଶ୍ଚିମବଙ୍ଗର ଦକ୍ଷିଣ ଚବିଶି ପ୍ରଗଣା ଜିଲାର ସୋନାରପୁରରେ ତୃଣମୂଳ କଂଗ୍ରେସ (TMC) ଏମ୍‌ପି ଅଭିଷେକ ବାନାର୍ଜୀଙ୍କୁ ଏକ ବଡ଼ ଧରଣର ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।…

ସ୍ବାମୀଙ୍କ ନଜରରେ ପଡିଗଲା ସ୍ତ୍ରୀଙ୍କ ପରକୀୟା ପ୍ରୀତି, ପ୍ରେମିକଙ୍କ ସହ ମିଶି କରିଥିଲେ ହତ୍ୟା ଉଦ୍ୟମ, ଏବେ ଗଲେ ଜେଲ୍

ଦିଗପହଣ୍ଡି,୩୧|୫(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗାଁ ଛକରେ ରହୁଥିବା ଏସ.ଶଙ୍କର ରେଡ୍ଡୀଙ୍କ  ଅନୁପସ୍ଥିତିରେ ତାଙ୍କ ସ୍ତ୍ରୀ ଏସ.ରଶ୍ମିତା ରେଡ୍ଡୀ…

୨ ଓ୍ବାରେଣ୍ଟି କୋର୍ଟ ଚାଲାଣ: ଜଣେ ହତ୍ୟା ମାମଲାରେ ଥିଲେ ଫେରାର, ଆଉ ଜଣେ…

ଦିଗପହଣ୍ଡି,୩୧ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ରବିବାର ୨ ଓ୍ବାରେଣ୍ଟିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଦିଗପହଣ୍ଡି ଥାନା କୁକୁଡ଼ାଖଣ୍ଡି ବ୍ଲକ ମହୁଡ଼ା…

ଦୁଇ ବର୍ଷର କାର୍ଯ୍ୟଦକ୍ଷତା ନେଇ ପ୍ରଧାନମନ୍ତ୍ରୀ ମାଗିଛନ୍ତି ତଥ୍ୟ: ମନମୋହନ କହିଲେ…

ଭୁବନେଶ୍ୱର,୩୧।୫: ରାଜ୍ୟରେ ବିଜେପି ସରକାରଙ୍କ ଦୁଇ ବର୍ଷର କାର୍ଯ୍ୟଦକ୍ଷତା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତଥ୍ୟ ମାଗିଥିବା ସୂଚନା ମିଳିଛି। ଏନେଇ ରାଜ୍ୟ ଭାଜପା ସଭାପତି ମନମୋହନ…

ରାଜ୍ୟରେ ଭତ୍ତାକୁ ନେଇ ଆସିଲା ବଡ଼ ଅପ୍‌ଡେଟ୍: ମନମୋହନ ସାମଲ କହିଲେ…

ଭୁବନେଶ୍ୱର,୩୧।୫: ରାଜ୍ୟରେ ଭତ୍ତା ବଣ୍ଟନ ସମସ୍ୟାକୁ ନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ। ସେ କହିଛନ୍ତି, ଆସନ୍ତା ୧୫ ଦିନ ମଧ୍ୟରେ ଭତ୍ତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri