କଥାରେ ସୀମିତ ସ୍ବଚ୍ଛତା

ସ୍ବଚ୍ଛ ସୁନ୍ଦର ସହର ହେବ ଢେଙ୍କାନାଳ। ଥରେ ମାତ୍ର ବ୍ୟବହାର ଉପଯୋଗୀ ପ୍ଲାଷ୍ଟିକ୍‌, ପଲିଥିନ ସାମଗ୍ରୀ ଉପରେ ଜାରି କରାଯିବ କଟକଣା। ଏହାକୁ କାର୍ଯ୍ୟକାରୀ କରିବାକୁ ୫ମାସ ହେଲା ଗୁରୁତ୍ୱ ଦେଇଆସୁଛି ଜିଲା ପ୍ରଶାସନ। ସଭାସମିତି, ବୈଠକରେ ଅଧିକାରୀମାନେ ପ୍ଲାଷ୍ଟିକ୍‌ ବାରଣ କଥା କହି ବୁଲୁଛନ୍ତି। ଏପରି କି ପ୍ରସିଦ୍ଧ ଲକ୍ଷ୍ମୀପୂଜାକୁ ପଲିଥିନ ମୁକ୍ତ କରିବାକୁ ପ୍ରଶାସନିକ ବୈଠକରେ ଆଲୋଚନା ମଧ୍ୟ କରାଯାଇଥିଲା। ହେଲେ ଭସାଣି ଉତ୍ସବ ଶେଷ ହେବା ପରେ ଏହାର ବାସ୍ତବତା ପଦାକୁ ଆସିଛି। ଏଥିରୁ କାମ କେବଳ କଥାରେ ସୀମିତ ବୋଲି ସ୍ପଷ୍ଟ ହୋଇଛି। ଅକ୍ଟୋବର ୧୩ରୁ ଆରମ୍ଭ ହୋଇଥିବା ଲକ୍ଷ୍ମୀପୂଜା ୨୩ ତାରିଖରେ ଶେଷ ହୋଇଛି। ଏହି ଅବସରରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାର ଦୁଇପାର୍ଶ୍ୱରେ ପସରା ମେଲାଇଥିଲେ ଶତାଧିକ ବ୍ୟବସାୟୀ। ବିକ୍ରିବଟା ପରେ ଏବେ ଉକ୍ତ ସ୍ଥାନ ଆବର୍ଜନାକୁଣ୍ଡରେ ପରିଣତ ହୋଇଛି। ସେହିପରି ମହିଷାପାଟ ପଡ଼ିଆରେ ଆୟୋଜିତ ସରସ ମେଳାରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଛି। କେବଳ ଲକ୍ଷ୍ମୀପୂଜା କି ମେଳା ପଡ଼ିଆ ନୁହେଁ, ଜିଲାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ କପିଳାସ, ଯୋରନ୍ଦା ସମେତ ବିଭିନ୍ନ ଦେବଦେବୀଙ୍କ ପୀଠରେ ମଧ୍ୟ ପ୍ଲାଷ୍ଟିକ, ପଲିଥିନକୁ ବାରଣ କରାଯାଇଛି। ହେଲେ ଏହା କେବଳ ଧର୍ମକୁ ଆଖିଠାର ସଦୃଶ। ନିୟମ କଡ଼ାକଡ଼ି କରାଯାଉ ନ ଥିବାରୁ ପର୍ଯ୍ୟଟକ, ଶ୍ରଦ୍ଧାଳୁଙ୍କ ଉପରେ ଏହାର ପ୍ରଭାବ ପଡୁନାହିଁ। ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ବିଧିବଦ୍ଧ ଭାବେ ପଲିଥିନ ବ୍ୟାନ୍‌ କରାଯାଇଛି। ଏଥିପୂର୍ବରୁ ୨ମାସ ତଳେ ସହରରେ ପଲିଥିନ ନିଷେଧ ଲାଗି ଡାକବାଜି ଯନ୍ତ୍ର ସହାୟତାରେ ପ୍ରଚାର କରିଥିଲା ଜିଲା ପ୍ରଶାସନ। ଲୋକଙ୍କୁ ସଚେତନ କରାଇବାକୁ ଏହାର ଦଣ୍ଡବିଧାନ ସମ୍ପର୍କରେ ଅବଗତ ମଧ୍ୟ କରାଯାଇଥିଲା। ହେଲେ ବ୍ୟବସାୟୀମାନେ ଖୁଲମଖୁଲା ଜରି ମୁଣାରେ ବ୍ୟବସାୟ ଚଳାଇଛନ୍ତି। ଫଳରେ ପ୍ରଶାସନର ସଚେତନତା କାର୍ଯ୍ୟକ୍ରମ କେବଳ କଥାରେ ସୀମିତ ବୋଲି ସାଧାରଣରେ ଆଲୋଚନା ହେଉଛି। ଲକ୍ଷ୍ମୀପୂଜା ସମୟରେ ହୋଇଥିବା ଲଗାଣ ବର୍ଷାରେ ସହରବାସୀଙ୍କୁ କନ୍ଦାଇଥିଲା ପଲିଥିନ। ଡ୍ରେନ୍‌ରେ ପଲିଥିନ ବର୍ଜ୍ୟ ପଶି ଜାମ୍‌ ହୋଇଯିବାରୁ ନର୍ଦ୍ଦମାଜଳ ନିଷ୍କାସିତ ହୋଇ ନ ପାରି ବ୍ୟସ୍ତବହୁଳ ରାସ୍ତାକୁ ପୂତିଗନ୍ଧମୟ କରିଦେଇଥିଲା। ନିୟମ କଡ଼ାକଡ଼ି ନ ହେଲେ ଆଗାମୀ ଦିନରେ ମଧ୍ୟ ଏପରି ସମସ୍ୟାର ପୁନରାବୃତ୍ତି ହେବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ। ଏବେଠୁ ଜିଲା ପ୍ରଶାସନ ଏବଂ ପୌରସଂସ୍ଥା ସମସ୍ୟାକୁ ହୃଦୟଙ୍ଗମ ନ କଲେ ଆଇନ ନାଲିଫିତା ତଳେ ରହିଯିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱରରେ ପାକିସ୍ତାନ ଆତଙ୍କୀ ଲିଙ୍କ: ପୁଅକୁ ଦିଲ୍ଲୀ ପୋଲିସ ନେବା ପରେ ଏମିତି କହିଲେ ବାପା

ଭୁବନେଶ୍ୱର,୧୧।୪: ମୋ ପୁଅ ନିର୍ଦ୍ଦୋଷ କହିଲେ ଇମ୍ରାନଙ୍କ ବାପା। ପୁଅକୁ ଦିଲ୍ଲୀ ପୋଲିସ ଉଠାଇ ନେବା ପରେ ଏମିତି କହିଲେ ବାପା। ମୋ ପୁଅ ନିର୍ଦ୍ଦୋଷ, ସେ…

‘ନିଜ ମାତୃଭାଷା ଯେତେ ଆଗକୁ ଯିବ ସେ ଅଞ୍ଚଳ ସେତେ ଆଗକୁ ବଢ଼ିବ’

ଭଞ୍ଜନଗର,୧୧ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଓଡ଼ିଆ ପକ୍ଷ ଅବସରରେ ଶନିବାର ଭଞ୍ଜ ସାହିତ୍ୟ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ…

ସରକାରୀ ଯୋଜନାରେ ଲକ୍ଷପତି ହେଲେ ୨ ଭାଇ: ସମାଜ ପାଇଁ ଉଦାହରଣ

ଲଖନପୁର,୧୧ା୪(ଗୌତମ ସାହୁ):ବର୍ତ୍ତମାନ ସମୟରେ ଯୁବପିଢ଼ି ଉଚ୍ଚଶିକ୍ଷା ଗ୍ରହଣ କରି ସରକାରୀ ଚାକିରି ପାଇବା ଆଶାରେ ନିଜ ବୟସ ଗଡ଼ାଇ ଚାଲିଛନ୍ତି। ସେହିପରି ଆଉକିଛି ଯୁବପିଢ଼ି ସ୍ବଳ୍ପ ସମୟରେ…

ଅଫିସରେ କାମ କରୁଥିବାବେଳେ ଟଳିପଡ଼ିଲେ DFO, ଆହୁରି ବର୍ଷେ ଥିଲା ଚାକିରି

ଚାନ୍ଦବାଲି,୧୧ା୪(ଅଶୋକ ପଣ୍ଡା): ଚାନ୍ଦବାଲିରେ କର୍ତ୍ତବ୍ୟରତ ଭଦ୍ରକ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ(DFO) ସୌଭାଗ୍ୟ କୁମାର ସାହୁଙ୍କ ମୃତ୍ୟୁ ଘଟିଛି। ଶନିବାର ପୂର୍ବାହ୍ନ ୧୧ ଟାରେ ସେ ଛାତିରେ ଯନ୍ତ୍ରଣା…

୩ ଘଣ୍ଟା କହି ୭ ଘଣ୍ଟା କାଟିଲେଣି: ବିଦ୍ୟୁତ ସେବା ନ ପାଇ ଲୋକେ ହଟହଟା

ଭଞ୍ଜନଗର,୧୧।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଟାଟା ପାୱାର ପକ୍ଷରୁ ଶନିବାର ବିଦ୍ୟୁତ ମରାମତି ପାଇଁ ସକାଳ ୮ ଟା ରୁ ପୁର୍ବାହ୍ନ ୧୧ ଟା ପର୍ଯ୍ୟନ୍ତ…

ଦିଲ୍ଲୀରୁ ଭୁବନେଶ୍ୱର ଯାଏ ଲମ୍ବିଛି ଆତଙ୍କବାଦୀ ଚେର, ପାକିସ୍ତାନ ସହ ରହିଛି…

ଭୁବନେଶ୍ୱର,୧୧ା୪: ଆତଙ୍କବାଦୀ କଳା କାରନାମାର ହୋଇଛି ପର୍ଦ୍ଦାଫାଶ। ଦେଶ ବିରୋଧରେ ଏକ ବଡ଼ ଧରଣର ଷଡ଼ଯନ୍ତ୍ର ପୂର୍ବରୁ ଭୁବନେଶ୍ୱରରୁ ଆତଙ୍କୀଙ୍କୁ ଆସି ଧରିଛି ଦିଲ୍ଲୀ ପୋଲିସ। କ୍ୟାପିଟାଲ…

ଗୋଟିଏ IPL ମ୍ୟାଚ ଖେଳି ଏତେ ଟଙ୍କା ରୋଜଗାର କରନ୍ତି ବୈଭବ, ଜାଣିଲେ ଉଡିଯିବ ହୋସ୍‌

ନୂଆଦିଲ୍ଲୀ,୧୧।୪: ଆଇପିଏଲ ୨୦୨୬ର ୧୬ ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଆରସିବିକୁ ୬ ଉଇକେଟ୍‌ରେ ପରାସ୍ତ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ରାଜସ୍ଥାନ ରୟାଲ୍ସର ପ୍ରତିନିଧିତ୍ୱ କରୁଥିବା…

ବୈଭବ ସୂର୍ଯ୍ୟବଂଶୀଙ୍କ ପାଇଁ ସ୍ବତନ୍ତ୍ର ବାର୍ତ୍ତା ଲେଖିଲେ କୋହଲି, ୨ଟି ଶବ୍ଦରେ କହିଦେଲେ…

ନୂଆଦିଲ୍ଲୀ,୧୧।୪: ବିଶ୍ୱର ପ୍ରସିଦ୍ଧ ବୋଲରଙ୍କ ବିରୋଧରେ ମଧ୍ୟ ପ୍ରଥମ ବଲରୁ ଷ୍ଟ୍ରାଇକ କରିବାର କ୍ଷମତା ପାଇଁ ବୈଭବ ସୂର୍ଯ୍ୟବଂଶୀଙ୍କୁ ବ୍ୟାପକ ପ୍ରଶଂସା ମିଳୁଛି। ଏହି ବ୍ୟାଟସମ୍ୟାନଙ୍କୁ ଦେଖିଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri