୨୦୩୯ ସୁଦ୍ଧା ଭାରତ ତୃତୀୟ ବୃହତ୍‌ ଅର୍ଥନୀତି

ନୂଆଦିଲ୍ଲୀ,୩୧।୧୦: ୨୦୩୯ ସୁଦ୍ଧା ଭାରତ ବିଶ୍ୱର ତୃତୀୟ ବୃହତ୍‌ ଅର୍ଥ ବ୍ୟବସ୍ଥା ହେବ। ବ୍ଲୁମବର୍ଗ ପକ୍ଷରୁ ବୁଧବାର ପ୍ରକାଶିତ ନିୟୁ ଇକୋନୋମି ଡ୍ରାଇଭର୍‌ସ ଆଣ୍ଡ ଡିସରପ୍ଟର୍ସ ଇଣ୍ଡେକ୍ସ ରିପୋର୍ଟରେ ଏହା ପ୍ରକାଶ ପାଇଛି। ଜନସଂଖ୍ୟାର ବିଭିନ୍ନ ପ୍ରସଙ୍ଗ ଦୃଷ୍ଟିକୋଣରୁ ଭାରତରେ ଅନୁକୂଳ ସ୍ଥିତି ଥିବା ସତ୍ତ୍ୱେ ଦ୍ରୁତ ଅଭିବୃଦ୍ଧି ହାସଲ ଲାଗି ବିଭିନ୍ନ ସମସ୍ୟା ରହିଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ଚାଇନାର ଦ୍ରୁତ ଅଭିବୃଦ୍ଧି ହାସଲ ବେଳେ ଯେଉଁ ସବୁ ସୁଯୋଗ ଉପରେ କାର୍ଯ୍ୟ କରିଥିଲା ଭାରତ ମଧ୍ୟ ସେହି ଦିଗଗୁଡିକ ପ୍ରତି ଧ୍ୟାନ ରଖିଛି। ୨୦୩୯ ସୁଦ୍ଧା ବିଶ୍ୱର ତୃତୀୟ ସର୍ବବୃହତ୍‌ ଅର୍ଥ ବ୍ୟବସ୍ଥା ହେବାର କ୍ଷମତା ଭାରତ ରଖିଛି ବୋଲି ଉକ୍ତ ରିପୋର୍ଟରେ ବ୍ୟାଖ୍ୟା କରାଯାଇଛି। ବର୍ତ୍ତମାନ ସମୟରେ ଭାରତ ଅଟୋମେଶନ, ଡିଜିଟାଇଜେଶନ, ପାଣିପାଗ ପରିବର୍ତ୍ତନ, ସଂରକ୍ଷଣବାଦ ଭଳି ଚ୍ୟାଲେଞ୍ଜ ସାମ୍ନା କରୁଛି। ରିପୋର୍ଟ ମୁତାବକ ଭାରତ ସରକାର ଗ୍ରହଣ କରୁଥିବା ସଂସ୍କାର ପଦକ୍ଷେପ ଦ୍ରୁତ ଅଭିବୃଦ୍ଧି ଦିଗରେ ସହାୟକ ହେବାର ସମ୍ଭାବନା ରହିଛି। ମାତ୍ର ଅଭିବୃଦ୍ଧି ରାସ୍ତାରେ ଅନେକ ଚ୍ୟାଲେଞ୍ଜ ମଧ୍ୟ ରହିଛି। ଚାଇନା ତୁନଳାରେ ଏହି ଚ୍ୟାଲେଞ୍ଜ ଅଧିକ। ଏହି କ୍ଷେତ୍ରରେ ଭାରତର ସ୍ଥାନ ୮୦ତମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଦଳିଲା ଟୋଲ ନିୟମ: ହାଇୱେରେ ଯାତ୍ରା କରୁଥିବା ଲୋକଙ୍କ ଉପରେ କ’ଣ ପଡିବ ପ୍ରଭାବ? ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୭: ଯଦି ଆପଣ ପ୍ରାୟତଃ ଜାତୀୟ ରାଜପଥ (ନ୍ୟାଶନାଲ ହାଇୱେ) କିମ୍ବା ଏକ୍ସପ୍ରେସୱେରେ ଯାତ୍ରା କରନ୍ତି, ତେବେ NHAI (ଏନ.ଏଚ.ଏ.ଆଇ.) ର ଏହି ନୂତନ ନିୟମ ଆପଣଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri