କତାଶିଳ୍ପକୁ ଅଣଦେଖା

ପୁରୀ ଅଫିସ, ୩୧।୫: ବାତ୍ୟା ଫନୀ ସମଗ୍ର ପୁରୀ ଜିଲାକୁ ଧ୍ୱଂସବିଧ୍ୱଂସ୍ତ କରିଦେଇଛି। ଭାଙ୍ଗି ପକାଇଛି ଅନେକ ଘରଦ୍ୱାର, ବିଦ୍ୟୁତ୍‌ ଖୁଣ୍ଟ ଏବଂ ଟାୱାର। ଧରାଶାୟୀ ହୋଇଛି ଲକ୍ଷ ଲକ୍ଷ ଗଛ। ସରକାର ଘର, ଗୃହପାଳିତ ପଶୁ ପ୍ରଭୃତିଙ୍କ କ୍ଷୟକ୍ଷତି ପାଇଁ ସହାୟତା ରାଶି ଘୋଷଣା କରିଛନ୍ତି। ହେଲେ କତାଶିଳ୍ପ ପ୍ରତି ଅଣଦେଖା କରିଛନ୍ତି। ଏହାର କ୍ଷୟକ୍ଷତି ଆକଳନ କରାଯାଇନାହିଁ। କତାଶିଳ୍ପକୁ ଆଦରି ଗୁଜୁରାଣ ମେଣ୍ଟାଉଥିବା ଅନେକ ପରିବାର ଏଥିଯୋଗୁ ହତୋତ୍ସାହିତ ହୋଇପଡ଼ିିଛନ୍ତି। କାହିଁକି କତାଶିଳ୍ପ ପ୍ରତି ସରକାର ବିମୁଖ ବୋଲି ପ୍ରଶ୍ନ ଉଠାଇବା ସହ ମୁଖ୍ୟ ଶାସନ ସଚିବ, କେନ୍ଦ୍ର ସରକାରଙ୍କ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରଣାଳୟ, କୟର ବୋର୍ଡ ଅଧ୍ୟକ୍ଷ, ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କୟର ବୋର୍ଡକୁ ଚିଠି ଲେଖିଛନ୍ତି। ହେଲେ ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇ ନ ଥିବାରୁ ସେମାନେ ମାନସିକ ଚାପରେ ରହିଛନ୍ତି। ଓଡ଼ିଶା ଷ୍ଟେଟ୍‌ କୟର ଇଣ୍ଡଷ୍ଟ୍ରିଜ ଆଣ୍ଡ୍‌ ମ୍ୟାନୁଫ୍ୟାକ୍ଚର୍ସ ଆସୋସିଏଶନ ପକ୍ଷରୁ ଦର୍ଶାଯାଇଛି ଯେ, ଓଡ଼ିଶା କତାଶିଳ୍ପକୁ ସମ୍ପୂର୍ଣ୍ଣ ଭବେ ଉଜାଡ଼ି ଦେଇଛି ଫନୀ। ପୁରୀ, ଖୋର୍ଦ୍ଧା, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା ଏବଂ ଏହାର ଆଖପାଖ ଜିଲାର କତାଶିଳ୍ପ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ପ୍ରଭାବିତ ହୋଇଛି। ଏହିସବୁ ଜିଲାରେ ଲକ୍ଷାଧିକ ଲୋକ କତାଶିଳ୍ପ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରିଥାନ୍ତି। କତାରେ ବିଭିନ୍ନ ପ୍ରକାର ସାମଗ୍ରୀ, ଘରକରଣା ଜିନିଷ, ଖେଳନା ଆଦି ତିଆରି କରି ଦି’ ପଇସା ରୋଜଗାର କରିଥାନ୍ତି। ବିଶେଷକରି ପୁରୀ ଜିଲାରେ ବହୁ ସଂଖ୍ୟାରେ ନଡ଼ିଆ ଗଛ ଥିବାରୁ ଅନେକ ପରିବାର କତାଶିଳ୍ପକୁ ଆଦରି ନେଇଥିଲେ। ପୁରୀର ଏହା ଏକ ପାରମ୍ପରିକ କୁଟୀର ଶିଳ୍ପ ବୋଲି ଧରାଯାଇଥାଏ। ପରୋକ୍ଷ ଏବଂ ପ୍ରତ୍ୟକ୍ଷ ଭାବେ ପ୍ରାୟ ୧ ଲକ୍ଷ ଲୋକ ଏହାଦ୍ୱାରା ନିଯୁକ୍ତି ପାଇଥିଲେ। ଏଥିରେ ୮୫ପ୍ରତିଶତ ମହିଳା ସାମିଲ ରହି ପରିବାର ପ୍ରତିପୋଷଣରେ ନିଜର ସହଭାଗିତା ଦେଇପାରୁଥିଲେ । ଏହାକୁ ନଜରରେ ରଖି ଜିଲାରେ ପ୍ରାୟ ୯,୯୮୬ ହେକ୍ଟର ନଡ଼ିଆ ଚାଷ କରାଯାଇଥିଲା। ଅନେକ ଲୋକ ବ୍ୟାଙ୍କରୁ ଋଣ ଆଣି ଯନ୍ତ୍ରପାତି କିଣିଥିଲେ । ନଡ଼ିଆ କତାରୁ ପାପୋଛ, ମ୍ୟାଟ୍‌ ସମେତ ବିଭିନ୍ନ ପ୍ରକାର ହସ୍ତତନ୍ତ ସାମଗ୍ରୀ, ଖେଳଣା ପ୍ରସ୍ତୁତ କରୁଥିଲେ। ପୁରୀ ଜିଲାର କତାଶିଳ୍ପର ଚାହିଦା ବାହାରେ ରହିଥିବାରୁ ଏହାକୁ ଆପଣାଇଥିବା ଲୋକେ ଭଲ ରୋଜଗାର ମଧ୍ୟ କରୁଥିଲେ। ହେଲେ ବାତ୍ୟା ସବୁକିଛି ଉଜାଡ଼ି ଦେଇଛି। କତାଶିଳ୍ପର ଶେଡ୍‌, ଯନ୍ତ୍ରପାତି ସବୁ ନଷ୍ଟ ହୋଇଯାଇଛି। ସେହିପରି ଜିଲାର ପ୍ରାୟ ୯୦ ପ୍ରତିଶତ ନଡ଼ିଆ ଗଛ ଭାଙ୍ଗିଯାଇଛି। ତେଣୁ କତାଶିଳ୍ପକୁ ଆଶ୍ରା କରିଥିବା ଲୋକଙ୍କ ମେରୁଦଣ୍ଡ ଏକପ୍ରକାର ଦୋହଲିଯାଇଛି। ଏହି ସମୟରେ ସରକାରଙ୍କ ଅଣଦେଖା ସେମାନଙ୍କୁ ଅଧିକ କଷ୍ଟ ଦେଇଛି। ଜଣେ ଜଣେ ଲୋକଙ୍କର ୨ରୁ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ଷତି ହୋଇଥିଲେ ମଧ୍ୟ କ୍ଷୟକ୍ଷତିର ଆକଳନ କରାଯାଉନାହିଁ। ସରକାରଙ୍କ ପକ୍ଷରୁ ତୁରନ୍ତ କ୍ଷୟକ୍ଷତି ଆକଳନ କରାଯିବାକୁ ସଂଘ ପକ୍ଷରୁ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କୁ ଦାବିପତ୍ର ଦିଆଯାଇଛି। ଭାଙ୍ଗିଯାଇଥିବା ଶେଡ୍‌ର ପୁନରୁଦ୍ଧାର ପାଇଁ ଆର୍ଥିକ ସହାୟତା ଦେବା, ଯନ୍ତ୍ରପାତି ମରାମତି, ଅନ୍ୟ ରାଜ୍ୟରୁ ଅନୁନ୍ୟ ୫ବର୍ଷ ପର୍ଯ୍ୟନ୍ତ କଞ୍ଚାମାଲ ଯୋଗାଇଦେବାର ବ୍ୟବସ୍ଥା, ସବୁ କତାଶିଳ୍ପକୁ ୫ ବର୍ଷ ପର୍ଯ୍ୟନ୍ତ ସବ୍‌ସିଡିରେ ବିଦ୍ୟୁତ୍‌ ଯୋଗାଇଦେବା ପ୍ରମୁଖ ଦାବି କରାଯାଇଛି। ସରକାର ତୁରନ୍ତ ପଦକ୍ଷେପ ନେବାକୁ ସଂଘ ସମ୍ପାଦକ ପ୍ରଶାନ୍ତ କୁମାର ମହାପାତ୍ରଙ୍କ ସମେତ ଅନ୍ୟ କର୍ମକର୍ତ୍ତା ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାଲ୍‌ ତଥ୍ୟ ଦେଇ ଆବାସ ହାତେଇଥିଲେ ନାଏବ ସରପଞ୍ଚ

ରସୁଲପୁର,୫ା୧୨(ରଞ୍ଜତ ରାଉତ): ରସୁଲପୁର ବ୍ଲକ ଅନ୍ତର୍ଗତ ବାହାଦଲାପୁର ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ବଣ୍ଟନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା। ପଞ୍ଚାୟତର ନାଏବ ସରପଞ୍ଚ ତିଳୋତ୍ତମା ନାୟକ...

ବାତ୍ୟା ‘ମିଗ୍‌ଜୋମ’: ପ୍ରବଳ ବର୍ଷା ନେଇ ଚିନ୍ତାରେ ଚାଷୀ

ଛତ୍ରପୁର,୫।୧୨(ଦିଲୀପ ସାମଲ): ପଶ୍ଚିମ କେନ୍ଦ୍ରୀୟ ଏବଂ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଦକ୍ଷିଣ ଆନ୍ଧ୍ର ଓ ତାମିଲନାଡୁ ଉପକୂଳରେ କେନ୍ଦ୍ରୀଭୂତ ହୋଇଥିବା ସାମୁଦ୍ରିକ ଝଡ଼ ‘ମିଗ୍‌ଜୋମ’ ଭୟଙ୍କର...

କୋରେଇରେ ଛପି ରହିଛନ୍ତି ନକଲି ଶିକ୍ଷକ

କୋରେଇ,୫ା୧୨(ଚନ୍ଦ୍ରକାନ୍ତ ପତି) : ରାଜ୍ୟରେ ଜାଲ ସାର୍ଟିଫିକେଟ ବଳରେ ଚାକିରିକୁ ନେଇ ତୁମ୍ବିତୋଫାନ ଚାଲିଛି। ରାଜ୍ୟର ବିଭିନ୍ନ ଜିଲାର ଅନେକ ଯୁବତୀଯୁବକ ନକଲି ପ୍ରମାଣପତ୍ର ଦେଇ...

ବସ୍‌ରେ ଆସି ବାଇକ୍‌ ଚୋରି

ଭୁବନେଶ୍ୱର,୫।୧୨(ସୂର୍ଯ୍ୟକାନ୍ତ ବେହେରା):ବସ୍‌ରେ ଆସି ଭୁବନେଶ୍ୱରର ବିଭିନ୍ନ ଥାନା ଅଞ୍ଚଳରୁ ବାଇକ ଚୋରି କରି ଚମ୍ପଟ ମାରୁଥିବା ଏକ ୩ଜଣିଆ ଗ୍ୟାଙ୍ଗକୁ ଖଣ୍ଡଗିରି ଥାନା ପୋଲିସ ଧରିଛି।...

ବିନା ବ୍ରେକ୍‌ରେ ୪୮ଘଣ୍ଟା ନାଟକ ପ୍ରଦର୍ଶନ

ଭୁବନେଶ୍ୱର,୫।୧୨(ଶର୍ମିଷ୍ଠା ପାଣିଗ୍ରାହୀ):ବିନା ବ୍ରେକ୍‌ରେ ଲଗାତର ୪୮ ଘଣ୍ଟାରୁ ଅଧିକ ସମୟ ନାଟକ ପରିବେଷଣ କରି ବିଶ୍ୱ ରେକର୍ଡ ସୃଷ୍ଟି କରିଛି ନାଟ୍ୟ ସଂସ୍ଥା ମିରର ଥିଏଟର।...

ଶ୍ରୀଜଗନ୍ନାଥଙ୍କ ଉପରେ ଆସିବ ୨-ଡି ଓଡ଼ିଆ ଆନିମେଶନ

ଭୁବନେଶ୍ୱର,୫।୧୨(ଶର୍ମିଷ୍ଠା ପାଣିଗ୍ରାହୀ): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପରେ ଆସିବ ୨-ଡି ଓଡ଼ିଆ ଆନିମେଶନ ସିରିଜ। ‘ଜୟ ଜଗନ୍ନାଥ’ ନାଁରେ ନାମିତ ଏହି ବିବିଧ ବିଭାଗର ସିରିଜ ବିଶେଷ...

ବ୍ୟାଙ୍କିଙ୍ଗ୍‌ ଠକେଇ ରୋକିବ ‘ରାପିଡ୍‌ ଆଲର୍ଟ ସିଷ୍ଟମ’

ଭୁବନେଶ୍ୱର,୫।୧୨(ଅନୁରାଧା ମହାରଣା):ଡିଜିଟାଲ ବ୍ୟାଙ୍କିଂର ବ୍ୟବହାର ବୃଦ୍ଧି ସହିତ ବ୍ୟାଙ୍କିଙ୍ଗ ଠକେଇ ଘଟଣା ମଧ୍ୟ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ତେବେ ଏପରି ଠକେଇ ମାମଲାକୁ ନିୟନ୍ତ୍ରଣ...

ନାରୀ ନିର୍ଯାତନାରେ ଓଡ଼ିଶା ୪ର୍ଥ

ଭୁବନେଶ୍ୱର,୫ା୧୨(ସତ୍ୟଜିତ୍‌ ରାଉତ):ଦେଶବ୍ୟାପୀ ମହିଳା ଓ ଶିଶୁ ବିରୋଧୀ ହିଂସା, ଅପରାଧ ବୃଦ୍ଧି ଚିନ୍ତାଜନକ ରହିଛି। ଅଧିକାଂଶ ମହିଳା ଘରୋଇ ହିଂସାର ଶିକାର ହେଉଛନ୍ତି। ଦେଶରେ ମହିଳା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri