କଣ୍ଟ ସମୟ ପୂରିଲାଣି, ସରୁନି ପ୍ରକଳ୍ପ କାର୍ଯ୍ୟ: ୬୧ ଅଧାପନ୍ତରିଆ, ୧୫ ଆରମ୍ଭ ହୋଇନି

କାମାକ୍ଷାନଗର, ୧୨ା୧୧(ଡି.ଏନ.ଏ) – ଗ୍ରାମାଞ୍ଚଳର ଜନସାଧାରଣଙ୍କ ମୌଳିକ ସମସ୍ୟାର ସମାଧାନ ଲାଗି ରାଜ୍ୟରେ ଆରମ୍ଭ ହୋଇଛି ‘ଆମ ଗାଁ, ଆମ ବିକାଶ’ କାର୍ଯ୍ୟକ୍ରମ। ରାଜ୍ୟ ସରକାର ସିଧାସଳଖ ଜନପ୍ରତିନିଧିଙ୍କ ସହ ଆଲୋଚନା କରି ପଞ୍ଚାୟତର ଆବଶ୍ୟକତାକୁ ଦେଖି ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ କରିବାକୁ ମଞ୍ଜୁରୀ ଦେଇଛନ୍ତି। ଏଥିପାଇଁ ଆର୍ଥିକ ଅନୁଦାନ ବ୍ୟବସ୍ଥା ମଧ୍ୟ କରାଯାଇଛି। ହେଲେ ଆନ୍ତରିକତା ଅଭାବରୁ ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକରେ ଆଗଉନି ଏହି ଯୋଜନାର ପ୍ରକଳ୍ପ କାର୍ଯ୍ୟ। ବ୍ଲକର ୨୨ ପଞ୍ଚାୟତ ପାଇଁ ମଞ୍ଜୁରୀପ୍ରାପ୍ତ ୨୨୫ ପ୍ରକଳ୍ପ ମଧ୍ୟରୁ ୬୧ଟି ଅଧାପନ୍ତରିଆ ଅବସ୍ଥାରେ ପଡ଼ିଥିବାବେଳେ ୧୫ଟିର କାମ ଏଯାଏ ଆରମ୍ଭ ହୋଇନି।
ଗ୍ରାମୀଣ ବିକାଶକୁ ଅଗ୍ରାଧିକାର ଦେଇ ୨୦୧୮ ମାର୍ଚ୍ଚ ୫ରେ ସାରା ରାଜ୍ୟରେ ଆରମ୍ଭ ହୋଇଥିଲା ‘ଆମ ଗାଁ, ଆମ ବିକାଶ’ ଯୋଜନା। ଏହିକ୍ରମରେ କାମାକ୍ଷାନଗର ବ୍ଲକର ୨୨ ପଞ୍ଚାୟତକୁ ଦୁଇଟି ପର୍ଯ୍ୟାୟରେ ୨୨୫ ପ୍ରକଳ୍ପ ମଞ୍ଜୁର କରାଯାଇଥିଲା। ଏଥିଲାଗି ମୋଟ ୫ କୋଟି ୪୨ ଲକ୍ଷ ୭୫ ହଜାର ଟଙ୍କା ବ୍ୟୟବରାଦ ହୋଇଥିଲା। ଏହି ଅନୁଦାନ ଟଙ୍କାରେ ଗୋଷ୍ଠୀଘର, ଏସ୍‌ଏଚ୍‌ଜିର ଉନ୍ନତି ଲାଗି ସହାୟକ ଗୃହ, ପୋଖରୀରୁ ପଙ୍କ ଉଦ୍ଧାର କରାଯିବାକୁ ଲକ୍ଷ୍ୟ ରଖାଯାଇଥିଲା। ୨୦୧୮ ଜୁନ୍‌ ୩୦ରେ ଦ୍ୱିତୀୟ ପର୍ଯ୍ୟାୟ ଆମ ଗାଁ, ଆମ ବିକାଶ କାର୍ଯ୍ୟକ୍ରମର ଅନୁଦାନ ଘୋଷଣା ବେଳେ କାମାକ୍ଷାନଗର ବ୍ଲକ ଅଧ୍ୟକ୍ଷଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନ୍‌ଫରେନ୍ସିଂରେ କଥା ହୋଇଥିଲେ। ଏଥିସହ ସମସ୍ତ ପ୍ରକଳ୍ପକୁ ୬ମାସ ଭିତରେ ସାରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ହେଲେ ଧାର୍ଯ୍ୟ ସମୟ ଅତିକ୍ରାନ୍ତ ହୋଇଯାଇଥିଲେ ମଧ୍ୟ ୧୫ ପ୍ରକଳ୍ପ କାମ ଏଯାଏ ଆରମ୍ଭ ହୋଇନାହିଁ। ସେଗୁଡ଼ିକ ମଧ୍ୟରେ ବାଇସିଙ୍ଗା ପଞ୍ଚାୟତର ୩, ବାଉଁଶପାଳ, ବାରୁଆଁ (କା), ଭଏରପୁର, କାଦୁଆ, ତୁମୁସିଙ୍ଗା ପଞ୍ଚାୟତର ୨ଟି ଲେଖାଏ, କଣ୍ଟାପାଳ ଏବଂ ମହୁଲପାଳର ଗୋଟିଏ ଲେଖାଏ ପ୍ରକଳ୍ପ ରହିଛି। ମୋଟ ୪ କୋଟି ୨୭ ଲକ୍ଷ ୧୫ ହଜାର ଟଙ୍କା ଖର୍ଚ୍ଚ ହୋଇଛି। ୬୧ପ୍ରକଳ୍ପ ଅଧପନ୍ତରିଆ ହୋଇପଡ଼ିଛି। ଜନପ୍ରତିନିଧି ଏବଂ ପ୍ରଶାସନର ଆନ୍ତରିକତା ଅଭାବରୁ ଏପରି ସମସ୍ୟା ସୃଷ୍ଟି ହୋଇଥିବା ଅଭିଯୋଗ ହେଉଛି। ଏଥିପ୍ରତି ଗୁରୁତ୍ୱ ଦେଇ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ସମ୍ପୃକ୍ତ ପଞ୍ଚାୟତବାସୀ ଦାବି କରିଛନ୍ତି।
ଏ ନେଇ ବ୍ଲକ ସହକାରୀ ଯନ୍ତ୍ରୀ ପ୍ରଫୁଲ୍ଲ ମହାରଣା କୁହନ୍ତି, କାମ ତ୍ୱରାନ୍ବିତ କରିବା ପାଇଁ ଠିକାଦାରଙ୍କୁ କୁହାଯାଉଛି। କେତେକ ସ୍ଥାନରେ ଜମି ସମସ୍ୟା ଯୋଗୁ କାମ ଅଟକିଛି। ଅନ୍ୟ ପ୍ରକଳ୍ପଗୁଡ଼ିକ ବିଳମ୍ବରେ ଆରମ୍ଭ ହୋଇଥିବାରୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ ହେବାରେ ସମସ୍ୟା ଉପୁଜିଛି। କାର୍ଯ୍ୟ ଶେଷ କରିବାକୁ ଠିକାଦାରଙ୍କୁ ଚିଠି କରାଯାଇଥିବା ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି କ୍ୟାବିନେଟ

ଭୁବନେଶ୍ୱର,୨୧ା୭(ଅନିଲ ଦାସ):ଲୋକସେବା ଭବନରେ ଶୁକ୍ରବାର ସା ୬ଟା ୩୦ ମିନିଟରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ...

ସିଇଟି ଅଧ୍ୟାପକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ : ୨.୧୯ କୋଟିର ସମ୍ପତ୍ତି ଠାବ

ଭୁବନେଶ୍ୱର,୨୪।୧୧(ବ୍ୟୁରୋ):  ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୋମବାର ଜଣେ ଅଧ୍ୟାପକଙ୍କ ଘର ସମେତ ୪ ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। ସେ ହେଲେ...

ଇଡିରେ ହାଜର ହେଲେ ଅଭୟକାନ୍ତ ପାଠକ

ଭୁବନେଶ୍ୱର,୨୫।୧୧(ବ୍ୟୁରୋ): ପୂର୍ବତନ ଆଇଏଫ୍‌ଏସ୍‌ ଅଭୟକାନ୍ତ ପାଠକ ଗୁରୁବାର ଇଡିରେ ହାଜର ହେଲେ । ସେ ଦ୍ବିତୀୟ ଥର ପାଇଁ ଇଡିରେ ହାଜର ହୋଇଛନ୍ତି। ଚାକିରି ଦେବା...

ତେଲେଙ୍ଗାନାରେ ଓଡ଼ିଆ ଯବାନ ସହିଦ, ଗାଁରେ ପହଞ୍ଚିଲା ମରଶରୀର

ପାରଳାଖେମୁଣ୍ଡି,୨୫ା୪(ଡି.ଏନ୍‌.ଏ.): ତେଲେଙ୍ଗାନାରେ ଓଡ଼ିଆ ଯବାନ ସହିଦ ହୋଇଛନ୍ତି। ବିଏସ୍‌ଏଫ୍‌ରେ କାର୍ଯ୍ୟରତ ଯବାନ ଏମ୍‌ ରାମରାଜୁଙ୍କ ସିକନ୍ଦରାବାଦର ଏକ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଆଜି ତାଙ୍କ ମରଶରୀର...

ଶ୍ରମିକ ଟ୍ରେନ୍‌ରେ ପ୍ରବାସୀ ମହିଳାଙ୍କ ପ୍ରସବ; ତେଲଙ୍ଗାନାରୁ ବଲାଙ୍ଗୀର ଫେରୁଥିଲେ

ଟିଟିଲାଗଡ଼, ୫।୬(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଟିଟିଲାଗଡ଼ଠାରେ ଲିଙ୍ଗମପାଲିରୁ ବଲାଙ୍ଗୀର ଯାଉଥିବା ଶ୍ରମିକ ଟ୍ରେନରେ ଜଣେ ପ୍ରବାସୀ ମହିଳା ଶୁକ୍ରବାର ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି। ଉଭୟ...

ଜାଇକା କାମ ବେଳେ ଘର ଭାଙ୍ଗିଲା

କଟକ ଅଫିସ,୧୮ା୭: ଜାଇକାକୁ ନେଇ ପୁଣି ଥରେ ବିବାଦ ଦେଖାଦେଇଛି। ଜାଇକା କାର୍ଯ୍ୟ ଚାଲିଥିବା ବେଳେ ଗୋଟିଏ ଘର ଓ ପାଚେରି ଭାଙ୍ଗି ଯାଇଥିବା କଟକ...

ଟ୍ରିପଲ ରାଇଡିଂ କରୁଥିଲେ ହେବ ଲାଇସେନ୍ସ ରଦ୍ଦ

ବ୍ରହ୍ମପୁର ଅଫିସ,୧୧ା୯: ସଡ଼କ ଦୁର୍ଘଟଣା ରୋକିବାକୁ ଟ୍ରାଫିକ୍‌ ପୋଲିସ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଉଛି। ଟ୍ରିପଲ ରାଇଡିଂ ଯୋଗୁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଛି। ଏଥିରେ...

ରାଜ୍ୟରେ କମିବ ଶୀତ : ଘନ କୁହୁଡ଼ି ପାଇଁ ୟେଲୋ ଆଲର୍ଟ

ଭୁବନେଶ୍ୱର,୫।୧(ବ୍ୟୁରୋ): ବର୍ଷା ପରେ ଶୀତ ବୃଦ୍ଧି ପାଇଥିବା ବେଳେ ଏବେ ପୁଣି ତାପମାତ୍ରା ବଢିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ୭...

Advertisement
Archives

Model This Week