କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ଏମସ୍‌ର କେନ୍ଦ୍ରୀୟ ଟିମ୍‌: ୧୬୫ ସ୍ବାବ୍‌ ରିପୋର୍ଟ ନେଗେଟିଭ୍‌

ବାହାନଗା,୩ା୫(ଡି.ଏନ୍‌.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ବିଷ୍ଣୁପୁର ଗ୍ରାମର ହୋଇଥିବା କଣ୍ଟେନମେଣ୍ଟ ଜୋନରେ ଭୁବନେଶ୍ୱରସ୍ଥିତ ଏମସ୍‌ର କେନ୍ଦ୍ରୀୟ ଟିମ୍‌ ତଦନ୍ତ ପାଇଁ ପହଞ୍ଚିଥିଲେ। ଏହି ୩ଜଣିଆ କେନ୍ଦ୍ରୀୟ ଟିମ୍‌ ସହିତ ବିଡିଓ ରଘୁନାଥ ମହାପାତ୍ର ଉପସ୍ଥିତ ରହି କରୋନା ସଂକ୍ରମିତଙ୍କ ଘରକୁ ଯାଇ ପରିବାର ସଦସ୍ୟଙ୍କ ସହ ଆଲୋଚନା କରିଥିଲେ। କଲିକତାରୁ ଫେରି କ୍ୱାରାଣ୍ଟାଇନ୍‌ରେ ଥିବା କେତେକ ଲୋକଙ୍କ ଘରକୁ ଯାଇ ସେମାନେ ବୁଝାବୁଝି କରିଥିଲେ ା ପରେ ସଂଗୃହୀତ ସ୍ବାବ ବାବଦରେ ତଥ୍ୟ ସଂଗ୍ରହ କରିବା ସହିତ ସମସ୍ତଙ୍‌କର ସ୍ବାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିଥିଲେ। ଦୁଇ ଦିନରେ ସଂଗ୍ରହ ହୋଇଥିବା ୧୬୫ଜଣଙ୍କର ସ୍ବାବ ରିପୋର୍ଟ ନେଗେଟିଭ ରହିଛି ା ଗତ ୨୭ତାରିଖରେ ବିଷ୍ଣୁପୁର ଗ୍ରାମରେ ଜିଲାର ୧୬ ନମ୍ବର କରୋନା ସଂକ୍ରମଣ ଚିହ୍ନଟ ହେବା ପରେ ସେହି ରାତିରୁ ଜିଲାପାଳ ଗ୍ରାମର ସମସ୍ତ ପ୍ରବେଶ ପଥକୁ ସିଲ୍‌ କରି କଣ୍ଟେନମେଣ୍ଟ ଜୋନ ଘୋଷଣା କରିଥିଲେ। ୨୮ତାରିଖଠାରୁ ବିଷ୍ଣୁପୁର ପଞ୍ଚାୟତର ସମସ୍ତ ସାହିରେ ଲୋକଙ୍କ ସ୍ବାବ ସଂଗ୍ରହ କରାଯାଉଛି। ପ୍ରଥମ ଦିନରେ ସଂଗ୍ରହ କରାଯାଇଥିବା ୧୦୭ ସ୍ବାବ ଓ ଦ୍ୱିତୀୟ ଦିନ ସଂଗ୍ରହ ହୋଇଥିବା ୫୮ଜଣଙ୍କ ସ୍ବାବ ମିଶି ମୋଟ୍‌ ୧୬୫ଜଣଙ୍କ ରିପୋର୍ଟ ଶୁକ୍ରବାର ଓ ଶନିବାର ପ୍ରକାଶ ପାଇଛି ା ସମସ୍ତ ସ୍ବାବ ପରୀକ୍ଷଣ ରିପୋର୍ଟ ନେଗେଟିଭ ରହିଛି। ଏହା ଜଣାପଡିବା ପରେ ଗ୍ରାମବାସୀ ଆଶ୍ୱସ୍ଥ ହୋଇଛନ୍ତି। ତୃତୀୟ ଦିନରେ ୩୦ଜଣଙ୍କ ସ୍ବାବ ଓ ୪ର୍ଥ ଦିନରେ ୪୦ଜଣଙ୍କ ସ୍ବାବ ସଂଗ୍ରହ କରାଯାଇଛି ା
ତଥ୍ୟ ସଂଗ୍ରହ ପାଇଁ ଅଙ୍ଗନୱାଡି କର୍ମୀ, ଆଶା କର୍ମୀ, ଏଏନଏମ୍‌ ସମେତ ଜଣେ ନୋଡାଲ ଅଫିସରଙ୍କୁ ନିଯୁକ୍ତି କରାଯାଇଛି। ଏହି କର୍ମଚାରୀମାନେ ଗ୍ରାମର ଲୋକଙ୍କ ଘରକୁ ଯାଇ ସମସ୍ତ ତଥ୍ୟ ଆଣିବା ସହିତ ଯେଉଁମାନେ ଅନ୍ୟ ରାଜ୍ୟରେ ଥିଲେ ବା ଯେଉଁମାନଙ୍କୁ ଥଣ୍ଡା ହୋଇଛି ସେମାନଙ୍କ ନିକଟରୁ ସ୍ବାବ ସଂଗ୍ରହ କରାଯାଇ କେନ୍ଦ୍ରକୁ ଅଣାଯାଉଛି। ବାଲେଶ୍ୱରର ଭେଷଜ ବିଶେଷଜ୍ଞ ଡା. ମୃତ୍ୟୁଞ୍ଜୟ ମିଶ୍ରଙ୍କ ନେତୃତ୍ୱରେ ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍‌ ରହି ସ୍ବାବ ସଂଗ୍ରହ କରୁଛନ୍ତି। ଗୋପାଳପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ଅଭୟ କୁମାର ପଣ୍ଡା ସହାୟତା କରୁଛନ୍ତି। ଏଥିରେ ମାଇକ୍ରୋବାୟୋଲୋଜିର ଏକ୍ସପର୍ଟ, ଜଣେ ସ୍ବାସ୍ଥ୍ୟ ବିଭାଗର ସୁପରଭାଇଜରଙ୍କ ସମେତ ନୋଡାଲ ଅଫିସର ଭାବେ ନିଯୁକ୍ତି ପାଇଥିବା ସୌଭାଗ୍ୟ ମଞ୍ଜରୀ ତ୍ରିପାଠୀ ସହଯୋଗ କରୁଛନ୍ତି। ପଞ୍ଚାୟତର ୧୨ ପ୍ରବେଶ ପଥକୁ ପ୍ରଶାସନ ସିଲ୍‌ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଲଗାଣ ବର୍ଷାରେ ଭୁଶୁଡ଼ିଲା ବାଞ୍ଛା ପୋଲ, ଯୋଗାଯୋଗ ବିଚ୍ଛିନ୍ନ

ହାଟହାଟଡିହୀ/ଛେନାପଦୀ,୨୨ା୭(ଶୁଭକାନ୍ତ ନାୟକ/ନିରାକାର ପରିଡା): ଲଗାଣ ବର୍ଷାରେ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ପରିସ୍ଥିତି ସଙ୍ଗୀନ ହୋଇ ପଡିଛି । ଲୋକେ ଘରୁ ବାହାରିବା ମୁସ୍କିଲ ହୋଇପଡିଛି…

ଚାଇନା ବିରୋଧରେ ଚନ୍ଦ୍ରଗିରିରେ ତିବତୀୟ ୟୁଥ୍ କଂଗ୍ରେସ ପକ୍ଷରୁ ଶାନ୍ତିପୂର୍ଣ୍ଣ ପ୍ରତିବାଦ, ଦାବି ରଖି…

ମୋହନା,୨୨ା୭( ମନ୍ମଥ ମିଶ୍ର ): ଗଜପତି ଜିଲା ଚନ୍ଦ୍ରଗିରିରେ ବସବାସ କରୁଥିବା ତିବତୀୟ ଶରଣାର୍ଥୀମାନେ ଚାଇନାର କଥିତ ଦମନ ନୀତିକୁ ବିରୋଧ କରି ଶାନ୍ତିପୂର୍ଣ୍ଣ ଭାବେ ଶୋଭାଯାତ୍ରା…

୪ ମାସର ବକେୟା ଭତ୍ତା ଅପେକ୍ଷାରେ ହିତାଧିକାରୀ, ଅଭିଯୋଗ କରିବାରୁ….

ଗୁଡାରି,୨୨ା୭(ପ୍ରମୋଦ କୁମାର ପତି): ସାମାଜିକ ସୁରକ୍ଷା ଯୋଜନାରେ ଗୁଡାରି ବ୍ଲକର ବହୁ ହିତାଧିକାରୀ ଗତ ୪ ମାସ ହେବ ଭତ୍ତା ପାଇନଥିବା ଅଭିଯୋଗ କରିଛନ୍ତି । ଏ…

ରାଜ୍ୟସ୍ତରୀୟ ଓପନ୍ ଟ୍ରାପ୍ ସୁଟିଂ ଚାମ୍ପିୟନସିପ୍-୨୦୨୬: ସ୍ୱର୍ଣ୍ଣ ପଦକ ଜିତିଲେ ଥୁଆମୂଳ ରାମପୁରର ଶୁଭମ

ଥୁଆମୂଳ ରାମପୁର,୨୨ା୭(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଥୁଆମୂଳ ରାମପୁର ବ୍ଲକ୍ ପାଇଁ ଗୌରବ । ଅନୁଗୁଳ ଜିଲା ତାଳଚେରସ୍ଥିତ ‘ରାଜା ହୃଦୟ ଚନ୍ଦ୍ର ଦେବ ସୁଟିଂ କମ୍ପ୍ଲେକ୍ସ’ଠାରେ…

୮ମ ଶ୍ରେଣୀ ଛାତ୍ରଙ୍କ ବେକରେ ଗୁଡାଇ ହୋଇଗଲା ଦୋଳି; ଅଚେତ ହୋଇ ତଳେ ପଡିଗଲେ ଛାତ୍ର, ତାପରେ…

ଦିଗପହଣ୍ଡି,୨୨ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଲରା ପଦର ପଞ୍ଚାୟତ ଭୁଡୁକି ଗ୍ରାମରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି । ୮ମ…

ଉତ୍ତମ ରାଷ୍ଟ୍ର ଗଠନ ପାଇଁ ଉତ୍ତମ ସାହିତ୍ୟ ଚେତନା ଜରୁରୀ

ଭଞ୍ଜନଗର,୨୨ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଳକ୍ ଶାସନ ପଞ୍ଚାୟତ ଅନ୍ତର୍ଗତ ବଡ଼ଦୋଡଙ୍ଗା ଗ୍ରାମରେ ବୁଧବାର ଏକ କବିତା ଆସର ଏବଂ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି।…

ନକଲି ଅଦାଲତ ଆଦେଶ ଦେଖାଇ ୫୦ ହଜାର ଟଙ୍କା ଠକେଇ, ଏପରି ଧରିଲା ପୋଲିସ

ଅତାବିରା,୨୨।୭(ଯୁଧିଷ୍ଠିର ମହାପାତ୍ର): ନିଜକୁ ଆଇନଜୀବୀ ପରିଚୟ ଦେଇ ଠକେଇ ଅଭିଯୋଗରେ ଜଣେ ଗିରଫ । ନକଲି ଅଦାଲତ ଆଦେଶ ପ୍ରସ୍ତୁତ କରି ଜଣେ ମହିଳାଙ୍କ ପରିବାରଠାରୁ ୫୦…

ହାର୍ଡକୋର ମହିଳା ମାଓବାଦୀ ଅନିତା କିସ୍କୁଙ୍କ ଆତ୍ମସମର୍ପଣ

କୋଇଡ଼ା, ୨୨।୭: ମାଓବାଦୀ ସଂଗଠନ ପାଇଁ ଏକ ବଡ଼ ଝଟକା ସୃଷ୍ଟି କରି ହାର୍ଡକୋର ମହିଳା ମାଓବାଦୀ ଅନିତା କିସ୍କୁ ଝାଡ଼ଖଣ୍ଡରେ ସୁରକ୍ଷା ବାହିନୀ ନିକଟରେ ଆତ୍ମସମର୍ପଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri