କଣ୍ଟେନମେଣ୍ଟ ଜୋନ୍‌ରେ ୩ ପଞ୍ଚାୟତର ୯ଗାଁ

ରସୁଲପୁର, ୬।୫(ଡି.ଏନ୍‌.ଏ.): ଯାଜପୁର ଜିଲା ରସୁଲପୁର ବ୍ଲକ ଅଧୀନ ନଠୁଆବର ପଞ୍ଚାୟତର ଜଣେ ୫୮ବର୍ଷୀୟ ବ୍ୟକ୍ତି କରୋନା ପଜିଟିଭ୍‌ (କ୍ରମିକ ନଂ.୧୭୬)ଙ୍କ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ତାଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଇଛି। ତାଙ୍କ ସଂସ୍ପର୍ଶରେ ଆସିଥିବା ୩୬ଜଣଙ୍କୁ ମଧ୍ୟରୁ ୧୦ ଜଣ ପୂର୍ବରୁ କ୍ୱାରାଣ୍ଟାଇନରେ ରହୁଥିବା ବେଳେ ବୁଧବାର ଅନ୍ୟମାନଙ୍କୁ କ୍ୱାରାଣ୍ଟାଇନରେ ରଖାଯାଇଥିବା ସୂଚନା ମିଳିଛି। ଏଥିସହ ନଠୁଆବର ପଞ୍ଚାୟତର ଆଦମପୁର, କପିଳ, କୃଷ୍ଣପଡା, କୋରକୋରା, ନଗୁଆଁ ସମେତ ଓଡିଶୋ ପଞ୍ଚାୟତର ବାହାବଳପୁର, କରଞ୍ଜିଆରୀ, ମେଳକ, ବଡକଇଁଚି ପଞ୍ଚାୟତର କାଇଁଚବାଡ (କଇଁଚିଶାସନ, ବେଦମତି, ନାଉପାଳ) ଗୋପୀନାଥପୁର ପଡ଼ା (ମହାନ୍ତି ସାହି, ନିହାରୀ ସାହି)କୁ ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। ଉକ୍ତ ଅଞ୍ଚଳଗୁଡ଼ିକରେ ମେ ୬ ତାରିଖ ସକାଳ ୬ଟାରୁ ୧୯ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ୍‌ କଟକଣା ବଳବତ୍ତର ରହିବ। ମେଡିକାଲ ଟିମ୍‌ ସେଠାକାର ପ୍ରତ୍ୟେକ ପରିବାର ସଦସ୍ୟଙ୍କ ରିପୋର୍ଟ ସଂଗ୍ରହ କରିବା ସହ ଉକ୍ତ ଜୋନ୍‌କୁ ପ୍ରବେଶ ଓ ପ୍ରସ୍ଥାନ ଉପରେ ମଧ୍ୟ କଟକଣା ରହିବ ବୋଲି ସୂଚନା ମିଳିଛି। ଏହାଛଡ଼ା କଣ୍ଟେନମେଣ୍ଟ ଜୋନ୍‌ରେ ବିଶୋଧନ ପ୍ରକ୍ରିୟା ଆରମ୍ଭ ହୋଇଛି। ରସୁଲପୁର ତହସିଲଦାର ଜ୍ୟୋତିକାନ୍ତ ଭୁଜବଳ, ବିଡିଓ ଉମାକାନ୍ତ ପରିଡା, କୁଆଖିଆ ଥାନା ଅଧିକାରୀ ମନୋଜ କୁମାର ସ୍ବାଇଁ, ରସୁଲପୁର ବ୍ଲକ ଜନ ସ୍ବାସ୍ଥ୍ୟ ଅଧିକାରୀ ଡା. ସୁଧୀର କୁମାର ସାହୁ ପ୍ରମୁଖ କଣ୍ଟେନମେଣ୍ଟ ଜୋନ୍‌ରେ ପହଞ୍ଚତ୍ ବିଭିନ୍ନ କାର୍ଯ୍ୟ ତଦାରଖ କରୁଛନ୍ତି।
ମିଳିଥିବା ସୂଚନା ଅନୁସାରେ, କରୋନା ଆକ୍ରାନ୍ତ (କ୍ରମିକ ନଂ.୧୭୬) ମାର୍ଚ୍ଚ ୨୮ ତାରିଖରେ କଲିକତାରୁ ଆସିବା ପରେ ଗାଁ ମନ୍ଦିରରେ ପୂଜାପାଠ କରିବା ସହ ପ୍ରସାଦ ସେବନର ବନ୍ଦୋବସ୍ତ କରାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୧୫ ବର୍ଷ ହେବ ବନ୍ଦ ରହିଛି ରଘୁନାଥ ବେଶ

ପୁରୀ ଅଫିସ, ୩।୧୦:  ମହାପ୍ରଭୁଙ୍କ ବିଭିନ୍ନ ବେଶ ମଧ୍ୟରେ ନାଗାର୍ଜୁନ ଓ ରଘୁନାଥ ବେଶ୍‌ ଅତ୍ୟନ୍ତ ଦୁଲର୍‌ଲଭ ଏବଂ ମନୋମୁଗ୍ଧକର। ପରମ୍ପରା ମୁତାବକ ତିଥି ଅନୁସାରେ...

୬୦ ଦିନ ପରେ ସର୍ବନିମ୍ନ ନୂଆ ଆକ୍ରାନ୍ତ ଚିହ୍ନଟ…

ନୂଆଦିଲ୍ଲୀ,୬।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଆତଙ୍କ ସୃଷ୍ଟି କରିଛି। ନୂଆ ଆକ୍ରାନ୍ତ ଏବଂ...

କ୍ୟାନ୍‌ସର: ପ୍ରଥମେ ସଚେତନତା ଆବଶ୍ୟକ

ଭୁବନେଶ୍ୱର, ୨।୨(ବ୍ୟୁରୋ): କର୍କଟ ରୋଗ ବା କ୍ୟାନ୍‌ସର ଅର୍ଥ ମୃତ୍ୟୁ। କ୍ୟାନ୍‌ସର ପୀଡ଼ିତଙ୍କ ମୃତ୍ୟୁ ସୁନିଶ୍ଚିତ ବୋଲି ସାଧାରଣରେ ଲୋକେ ଭାବିଥାନ୍ତି। ପୁଣି ଅନେକ ସ୍ଥାନରେ...

ଖଣି ଅଞ୍ଚଳରେ ବଢୁଛି ଟ୍ରାଫିକ୍‌ ସମସ୍ୟା

କାଳିଆପାଣି,୨୬|୬(ଡି.ଏନ୍‌.ଏ.)- ସୁକିନ୍ଦା ବ୍ଲକ ଖଣି ଅଞ୍ଚଳରେ ଦୈନନ୍ଦିନ ଟ୍ରାଫିକ୍‌ ସମସ୍ୟା ବଢିବାରେ ଲାଗିଛି। ଖଣିକୁ କ୍ରୋମାଇଟ ଲୋଡିଂ ପାଇଁ ଆସୁଥିବା ଟ୍ରକ୍‌ଗୁଡିକ ଉପରେ ପ୍ରଶାସନ ପକ୍ଷରୁ...

କ୍ୟାବିନେଟ ନିଷ୍ପତ୍ତି: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ ହେବ

ଭୁବନେଶ୍ୱର,୧୭ା୬(ବ୍ୟୁରୋ)-ଚଳିତବର୍ଷ ପୁରୀରେ ଶ୍ରୀଜୀଉଙ୍କ ରଥଯାତ୍ରା ଅନୁଷ୍ଠିତ ହେବ ନାହିଁ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଏ ନେଇ ଆଇନ ବିଭାଗ...

ଯାଞ୍ଚରେ ନାକଚ ହେଲା ୬ ନାମାଙ୍କନ: ୨ ସରପଞ୍ଚ, ୬ ସମିତିସଭ୍ୟ ଅପ୍ରତିନ୍ଦ୍ୱନ୍ଦ୍ୱୀ

ହିଞ୍ଜିଳିକାଟୁ,୨୨ା୧(ଡି.ଏନ୍‌.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ହିଞ୍ଜିଳିକାଟୁ ବ୍ଲକରେ ଶନିବାର ଯାଞ୍ଚ ପରେ ୬ ନାମାଙ୍କନ ଖାରଜ ହୋଇଛି। ୩ ସମିତି ସଦସ୍ୟ, ୨ ସରପଞ୍ଚ ଓ...

ଶୌଚ ହେବାକୁ ଯାଇଥିବା ନାବାଳିକାଙ୍କୁ ଅସଦାଚରଣ: ଅଭିଯୁକ୍ତ ଫେରାର, ପୋଲିସର ତଦନ୍ତ ଜାରି

ରସୁଲପୁର,୧୨।୩(ଡି.ଏନ୍‌.ଏ.): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ବାରବାଟୀ ପଞ୍ଚାୟତ ବେତଣ୍ଡା ଗ୍ରାମରେ ଗୁରୁବାର ସକାଳେ ଶୌଚ ହେବାକୁ ଯାଇଥିବା ଜଣେ ନାବାଳିକାଙ୍କୁ ସେହି ଗ୍ରାମର...

‘ଗନ୍ଧରେଲ ପ୍ରକଳ୍ପକୁ ପର୍ଯ୍ୟଟନସ୍ଥଳୀ ଭାବେ ବିକାଶ କରାଯିବ’

ବଲାଙ୍ଗୀର ଅଫିସ, ୧୪ା୧୨: ବଲାଙ୍ଗୀର ସହର ସନ୍ନିକଟ ଗନ୍ଧରେଲ ପାହାଡ ପାଦଦେଶରେ ଥିବା ଗନ୍ଧରେଲ ଜଳ ପ୍ରକଳ୍ପକୁ ଆଗାମୀ ଦିନରେ କିଭଳି ଏକ ପର୍ଯ୍ୟଟନସ୍ଥଳୀଭାବେ ବିକଶିତ...

Advertisement
Archives

Model This Week