କଡ଼ାକଡ଼ି ହେବ ଟ୍ରାଫିକ୍‌ ନିୟମ: ବାଲୁକାକଳାରେ ସଚେତନତାର ବାର୍ତ୍ତା ଦେଲେ ସୁଦର୍ଶନ

ପୁରୀ ଅଫିସ,୨୮।୨: ମାର୍ଚ୍ଚ ପହିଲାରୁ କଡ଼ାକଡ଼ି ହେବ ଟ୍ରାଫିକ୍‌ ନିୟମ। ଉଲ୍ଲଂଘନକାରୀଙ୍କଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରାଯିବ। ଏହା ପୂର୍ବରୁ ବାଲୁକାକଳା ମାଧ୍ୟମରେ ଲୋକମାନଙ୍କୁ ସଚେତନ କରାଇଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ମଦ୍ୟପାନ କରି ଗାଡ଼ି ଚଳାନ୍ତୁ ନାହିଁ। ହେଲମେଟ୍‌ ବ୍ୟବହାର କରନ୍ତୁ। ଏଥିସହ ଗାଡ଼ି ଚଳାଇବା ବେଳେ ମୋବାଇଲ୍‌ ବ୍ୟବହାର କରନ୍ତୁ ବୋଲି ସୁଦର୍ଶନ ବାର୍ତ୍ତା ଦେଇ କହିଛନ୍ତି।

ରାଜ୍ୟ ସରକାର ପୂର୍ବରୁ ଟ୍ରାଫିକ୍‌ ନିୟମକୁ ନେଇ ଅସନ୍ତୋଷ ଏବଂ ଆର୍‌ଟିଓରେ ଭିଡକୁ ଦେଖି ଦୁଇଥର ନିୟମ କୋହଳ କରିଥିଲେ। ଏବେ କୋହଳ ଅବଧି ସରିବା ଲାଗି ଅଳ୍ପ ଦିନ ବାକି ଅଛି। ମାର୍ଚ୍ଚ ପହିଲାରୁ ନିୟମ କଡ଼ାକଡ଼ି କରାଯିବା ସହ ଜରିମାନା ଆଦାୟ କରାଯିବ। ଏଥର ନିୟମ ଭାଙ୍ଗିଲେ ଚାଳକଙ୍କୁ ତ୍ରାହି ନାହିଁ। ଖିଲାପକାରୀଙ୍କୁ ଜରିମାନା ସହ ଲାଇସେନ୍ସ ରଦ୍ଦ କରାଯିବ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ଷୋଡ଼ଶ ଉପଚାର ପୂଜା: ଚମକୁଛି ଚଣ୍ଡୀ ମନ୍ଦିର, ଦଶହରାରେ ଫଳରେ ସଜାଯିବ

କଟକ ଅଫିସ,୨୨।୯: କେବଳ କଟକରେ ସୀମିତ ନାହିଁ। ଏବେ କଟକଚଣ୍ଡୀ ମନ୍ଦିରକୁ ନେଇ ଚର୍ଚ୍ଚା ବିଦେଶ ପର୍ଯ୍ୟନ୍ତ ପହଞ୍ଚିଲାଣି। ବିଭିନ୍ନ ଟୁଇଟ୍‌ରେ ମନ୍ଦିରର ସାଜସଜ୍ଜାକୁ ସ୍ଥାନ...

ମେ ୧୫ ଯାଏ ଶ୍ରଦ୍ଧାଳୁଙ୍କୁ ଶ୍ରୀମନ୍ଦିର ମନା

ନୂଆଦିଲ୍ଲୀ, ୧୬।୪(ପି.ଟି.):ଦେଶରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ସମେତ କେନ୍ଦ୍ରୀୟ ସଂରକ୍ଷଣରେ ଥିବା ତଥା ଭାରତର ପ୍ରତ୍ନତାତ୍ତ୍ୱିକ...

ପୁଣି କରୋନା ନେଲା ୧୯ ଜୀବନ

ଭୁବନେଶ୍ୱର,୧୩।୫(ବ୍ୟୁରୋ): ରାଜ୍ୟରେ ଗୁରୁବାର କରୋନାରେ ୧୯ ଜଣ ଆଖି ବୁଜିଛନ୍ତି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୦୨୫୧ରେ ପହଞ୍ଚିଯାଇଛି। ସ୍ବାସ୍ଥ୍ୟ ଓ ପରିବାର...

କେନ୍ଦ୍ରୀୟ ବିଦ୍ୟାଳୟ ଛାତରୁ ଛାତ୍ରୀ ଡେଇଁ ପଡ଼ିବା ଘଟଣା: ବଦଳିଲେ ଖେଳ ଶିକ୍ଷୟିତ୍ରୀ

ଭୁବନେଶ୍ୱର,୮।୧୨(ବ୍ୟୁରୋ): ବଦଳିଲେ କେନ୍ଦ୍ରୀୟ ବିଦ୍ୟାଳୟ-୩ର ଖେଳ ଶିକ୍ଷୟିତ୍ରୀ। ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଏବଂ ଅଭିଭାବକଙ୍କ ଧାରଣା ପରେ ଶିକ୍ଷୟିତ୍ରୀ ସୂର୍ଯ୍ୟମଣୀ ପଟ୍ଟନାୟକଙ୍କୁ ବଦଳି କରାଯାଇଛି। ଏନେଇ...

ପାକିସ୍ତାନ ସେନା ମୁଖପାତ୍ରଙ୍କ ଟୁଇଟ୍‌କୁ ଓଡ଼ିଆ ନେତାଙ୍କ ସମାଲୋଚନା

ଭୁବନେଶ୍ୱର,୨୭।୧୨(ବ୍ୟୁରୋ): ଖ୍ରୀଷ୍ଟମାସ ଶୁଭେଚ୍ଛା ଜଣାଇବା ବାହାନାରେ ପାକିସ୍ତାନ ସେନା ମୁଖପାତ୍ର ତଥା ମେଜର ଜେନେରାଲ ଆସିଫ ଗଫୁର ଓଡିଶାକୁ ବୁଧବାର ଟାର୍ଗେଟ କରିଥିଲେ। ସେ ହିନ୍ଦୁତ୍ୱ...

ନୀଳଚକ୍ରରେ ଉଡ଼ିଲା ଧଳାବାନା: ସ୍ବାଭାବିକ ବର୍ଷା, ପବନର ସୂଚକ

ପୁରୀ ଅଫିସ,୮।୬: ଶ୍ରୀମନ୍ଦିର ନୀଳଚକ୍ରରେ ପ୍ରତିଦିନ ଧ୍ୱଜା ବା ବାନା ବନ୍ଧାଯାଏ। ଚୁନରା ସେବକମାନେ ଅପରାହ୍ନରେ ଏହି ବାନା ବାନ୍ଧିଥାନ୍ତି। ନୀଳଚକ୍ର ଅଗ୍ରଭାଗରେ ଗୋଟିଏ ମୁଖ୍ୟ...

ନକଲି ମଦ କାରଖାନା ଠାବ: ବିପୁଳ ସାମଗ୍ରୀ ଜବତ, ୩ ଗିରଫ

ଢେଙ୍କାନାଳ ଅଫିସ,୧୯ା୫-ଢେଙ୍କାନାଳ ସହର ଉପକଣ୍ଠ ରାମେଶ୍ୱରପୁର ଅଞ୍ଚଳରୁ ସୋମବାର ବିଳମ୍ବିତ ରାତିରେ ଏକ ନକଲି ମଦ ତିଆରି କାରଖାନା ଠାବ କରାଯାଇଛି। ବେଆଇନ ମଦ ପ୍ରସ୍ତୁତିରେ...

ଶଟ୍‌ଡାଉନ୍‌ ଲାଗି ପିପିଲିକୁ ଗଡ଼ିବନି ମୋ ବସ୍‌

ଭୁବନେଶ୍ୱର,୨୩।୬(ବ୍ୟୁରୋ): ବହୁ ପ୍ରତିକ୍ଷାର ଅନ୍ତ ହେଲା, ଶେଷରେ ବିନା ଭକ୍ତରେ ରଥଯାତ୍ରା କରିବା ପାଇଁ ମାନ୍ୟବର ସୁପ୍ରିମ୍‌କୋଟ୍‌ ନିର୍ଦ୍ଦେଶ ଦେଲେ। ଏହି ପରିପ୍ରେକ୍ଷୀରେ ଆସନ୍ତାକାଲି ଅର୍ଥାତ୍‌...

Advertisement
Archives

Model This Week