କଟର ମେଶିନ ଛଡ଼ାଇନେଲେ

ଢେଙ୍କାନାଳ ଅଫିସ, ୮ା୬:  ଢେଙ୍କାନାଳ ଜିଲାରେ ପଥର ମାଫିଆଙ୍କ ଦାଦାଗିରି ପ୍ରଶାସନ ପାଇଁ ମୁଣ୍ଡ ବ୍ୟଥା ପାଲଟିଛି। ବେଆଇନ ଖାଦାନରେ ଚଢ଼ାଉବେଳେ କେତେବେଳେ ସେମାନେ ଆକ୍ରମଣ କରୁଛନ୍ତି ତ ଆଉ କେବେ ଅଧିକାରୀଙ୍କୁ ଅଟକ ରଖୁଛନ୍ତି। ରବିବାର ଏହାର ପୁନରାବୃତ୍ତି ହୋଇଛି। ନିହଲପ୍ରସାଦ ଥାନା ଛୋଟତେନ୍ତୁଳି ଗ୍ରାମ ନିକଟରେ ଥିବା ବେଆଇନ ପଥର ଖାଦାନରେ ଚଢ଼ାଉ ବେଳେ ଜବତ କରାଯାଇଥିବା କଟର ମେଶିନକୁ ବ୍ୟବସାୟୀମାନେ ଛଡ଼ାଇ ନେଇଛନ୍ତି। ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।
ଛୋଟତେନ୍ତୁଳି ଗ୍ରାମ ନିକଟରେ ବେଆଇନ ଭାବେ ପଥର କଟା ଚାଲିଥିବା ସୂଚନା ପାଇ ଅତିରିକ୍ତ ଜିଲାପାଳ ସୌଦାମିନୀ ସେଠୀ (ରାଜସ୍ବ)ଙ୍କ ନେତୃତ୍ୱରେ ଉପଜିଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ, ଅତିରିକ୍ତ ତହସିଲଦାର ଲକ୍ଷ୍ମଣ ଦଳେଇ, ଓଡ଼ାପଡା ଆର୍‌ଆଇ ଚିନ୍ମୟ ଦାସ ପୋଲିସ ଫୋର୍ସ ସହ ଚଢ଼ାଉ କରିଥିଲେ। ଘଟଣାସ୍ଥଳରୁ ଏକ ନମ୍ବର ବିହୀନ ପଥର ବୋଝେଇ ଟ୍ରାକ୍ଟର ଏବଂ କଟର ମେଶିନ ଜବତ କରାଯାଇଥିଲା। ଅଧିକାରୀମାନେ ଫେରୁଥିବାବେଳେ ରାସ୍ତାରେ ପଥର ବ୍ୟବସାୟୀମାନେ ଠେଙ୍ଗାବାଡ଼ି ଧରି ଅଟକାଇବା ସହ କଟର ମେଶିନ ନେଇଯାଇଥିଲେ। ଜବତ ଟ୍ରାକ୍ଟରକୁ ନିହଲପ୍ରସାଦ ଥାନା ପୋଲିସ ଜିମା ଦିଆଯାଇଛି। ଜିଲା ପ୍ରଶାସନ ଓ ପୋଲିସ ମଧ୍ୟରେ ସମନ୍ବୟ ଅଭାବ ଯୋଗୁ ଏଭଳି ଘଟଣା ଘଟୁଥିବା ଚର୍ଚ୍ଚା ହେଉଛି। ଏ ସଂକ୍ରାନ୍ତରେ ଉପଜିଲାପାଳ କୁହନ୍ତି, ଘଟଣା ସତ। ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

‘ମାନବ ଚାଲାଣ ରୋକିବା ପାଇଁ ସମସ୍ତଙ୍କ ସହଯୋଗ ଜରୁରୀ’

ଭଞ୍ଜନଗର,୩୦।୭ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ସମ୍ମିଳନୀ କକ୍ଷରେ ଗୁରୁବାର ବିଶ୍ୱ ମାନବ ଚାଲାଣ ବିରୋଧୀ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ମାନବ…

ଜମିରୁ ଫେରିବା ବେଳେ ଚାଷୀଙ୍କୁ ଦନ୍ତା ଆକ୍ରମଣ: ଉଜୁଡ଼ିଲା ସଂସାର, ଘର ଚଳାଇବା କଷ୍ଟକର

ଜି.ଉଦୟଗିରି,୩୦।୭ (ଚିନ୍ମୟ କୁମାର ସେଠି): କନ୍ଧମାଳ ଜିଲା ଜି.ଉଦୟଗିରି ବନାଞ୍ଚଳ ଅନ୍ତର୍ଗତ ଡଙ୍ଗାଏଜୁ ଗ୍ରାମର ସିରାପାଦେରୀ ନିକଟରେ ଦନ୍ତାହାତୀ ଆକ୍ରମଣରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି। କିଛି…

ଅସହାୟଙ୍କ ପାଇଁ ସାହା ହେଲା ବିନ୍ଦୁମିନା ସେବା ଫାଉଣ୍ଡେଶନ: ବର୍ଷା ବିପନ୍ନଙ୍କୁ ମାଗଣା ରାଶନ ଓ ଶୁଖିଲା ଖାଦ୍ୟ ବଣ୍ଟନ

ଭବାନୀପାଟଣା/ଗୋଲାମୁଣ୍ଡା,୩୦।୭(ଉତ୍ତମ କୁମାର ଦାଶ/ବଟକୃଷ୍ଣ ପଣ୍ଡା): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକରେ ପ୍ରବଳ ବର୍ଷା ଯାହାକି ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି କରିଛି, ସେହି ସମୟରେ ବିପନ୍ନଙ୍କ ପାଇଁ ଦେବଦୂତ…

ଛାଡ଼ି ଯାଇଛି ବନ୍ୟା, କମିନି ଦୁର୍ଦ୍ଦଶା: ୩୧ ହଜାରରୁ ଅଧିକ ଲୋକ ପ୍ରଭାବିତ; ଭାଙ୍ଗିଛି ଘର, ଚିନ୍ତାରେ…

ହାଟଡିହୀ/ଛେନାପଦୀ,୩୦।୭(ଶୁଭକାନ୍ତ ନାୟକ/ନିରାକାର ପରିଡା): ବୈତରଣୀ ନଦୀରେ ଆସିଥିବା ବନ୍ୟା ପାଣି କମିଯାଇଥିଲେ ମଧ୍ୟ କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ବନ୍ୟା ପ୍ରଭାବିତ ଅଞ୍ଚଳରେ ଲୋକଙ୍କ ଦୁର୍ଦ୍ଦଶା କମିବାର…

୪୮ ଘଣ୍ଟା ପାଇଁ ଧବଳେଶ୍ବର ପୀଠକୁ ଯିବା ମନା: ଲାଗିଲା ପ୍ରଶାସନିକ କଟକଣା

ଆଠଗଡ଼, ୩୦।୭: ଆଠଗଡ଼ର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ବରଙ୍କ ପୀଠକୁ ଗୁରୁବାର ଅପରାହ୍ଣ ୪ଟାରୁ ପରବର୍ତ୍ତୀ ୪୮ ଘଣ୍ଟା ପାଇଁ ଶ୍ରଦ୍ଧାଳୁଙ୍କ ଯିବା ଆସିବା ସମ୍ପୂର୍ଣ୍ଣ ବାରଣ…

ଟଙ୍କା ହେରଫେର, ପୂର୍ବତନ ସମିତି ସମ୍ପାଦକ ଗିରଫ

ହାଟଡିହୀ,୩୦।୭(ଶୁଭକାନ୍ତ ନାୟକ): ଟଙ୍କା ହେରଫେର ଅଭିଯୋଗରେ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସଢା ସେବା ସମବାୟ ସମିତିର ପୂର୍ବତନ ସମ୍ପାଦକ ଦୀନବନ୍ଧୁ ଜେନାଙ୍କୁ ଭିଜିଲାନ୍ସ ଗୁରୁବାର ଗିରଫ…

ଗୋରୁ ବୋଝେଇ ଗାଡ଼ି ସହ ୨ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ, ହାଟରେ ବିକ୍ରି ପାଇଁ ନେଉଥିଲେ

ଦିଗପହଣ୍ଡି,୩୦।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଓ ସାନଖେମୁଣ୍ଡି ଅଞ୍ଚଳରେ କିଛି ଗୋରୁ ବେପାରୀ ଗତ କିଛିଦିନ ହେଲା ବେଧଡକ ଭାବେ ବେଆଇନ ଗୋରୁ ବ୍ୟବସାୟ…

ବିଦ୍ୟୁତ୍‌ ଖୁଣ୍ଟ ଉପରେ ୫ ଦିନ ହେଲା ପଡ଼ିଛି ଗଛ, ହଟାଇବାର ନାଁ ଧରୁନି ବିଭାଗ, ଆନ୍ଦୋଳନ ପାଇଁ…

ଦାରିଙ୍ଗବାଡ଼ି,୩୦ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ତିଲୋରୀ ପଞ୍ଚାୟତର ଦୁର୍ଗମ ଗ୍ରାମ ପାଙ୍ଗାଲିଠାରୁ ଗଣ୍ଡିଗୁଡ଼ାକୁ ସଂଯୋଗ କରୁଥିବା ୧୧ କେଭି ବିଦ୍ୟୁତ ଖୁଣ୍ଟ ପାଙ୍ଗାଲି ନିକଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri