Posted inଖେଳ

କଟକ ଦିନିକିଆରେ ଖେଳିବେ ନାହିଁ ଦୀପକ

ନୂଆଦିଲ୍ଲୀ,୧୯।୧୨- କଟକର ବାରବାଟୀ ଷ୍ଟାଡିୟମରେ ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ ଓ ଭାରତ ମଧ୍ୟରେ ଦିନିକିଆ ସିରିଜ୍‌ର ଅନ୍ତିମ ତଥା ନିର୍ଣ୍ଣାୟକ ମ୍ୟାଚ୍‌ ଖେଳାଯିବ। ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରୁ ମିଡିୟମ ପେସର ଦୀପକ ଚହର ଆହତ ସମସ୍ୟା ଯୋଗୁ ଦଳରୁ ବାଦ୍‌ ପଡ଼ିଛନ୍ତି। ବିଶାଖାପାଟଣାରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ତାଙ୍କ ପିଠିର ତଳ ଭାଗରେ ଆଘାତ ଲାଗିଥିଲା ବୋଲି ବିସିସିଆଇ ପକ୍ଷରୁ ଗୁରୁବାର କୁହାଯାଇଛି। ବୋର୍ଡର ମେଡିକାଲ ଟିମ୍‌ ଯାଞ୍ଚ କରିବା ପରେ ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି। ଏଣୁ ସେ ୩ୟ ଦିନିକିଆରେ ଖେଳିପାରିବେ ନାହିଁ। ତାଙ୍କ ବଦଳରେ ନବଦୀପ ସାଇନିଙ୍କୁ ଦଳରେ ସାମିଲ କରାଯାଇଛି। ହେଲେ ସେ ଏପର୍ଯ୍ୟନ୍ତ ଦିନିକିଆ ଫର୍ମାଟରେ ପଦାର୍ପଣ କରି ନାହାନ୍ତି। ଏହାସତ୍ତ୍ୱେ ସେ କଟକଠାରେ ଦଳରେ ଯୋଗଦେବେ। ତାଙ୍କ ସହ ମହମ୍ମଦ ଶାମି ଓ ଶାର୍ଦ୍ଦୁଳ ଠାକୁର ଦଳର ପେସ ବିଭାଗ ସମ୍ଭାଳିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗୁରୁକୁଳ ଟେନିସ ଚାମ୍ପିୟନଶିପ୍‌: ଦେବାଶିଷ ସାହୁଙ୍କୁ ଦ୍ୱିମୁକୁଟ

ଭୁବନେଶ୍ୱର, ୨୮।୧୨(କ୍ରୀଡ଼ା ପ୍ରତିନିଧି)- କରୋନା ମହାମାରୀ ଜନିତ ବ୍ରେକ୍‌ ପରେ ରାଜ୍ୟର ପ୍ରଥମ ଟେନିସ ଟୁର୍ନାମେଣ୍ଟ ମେଣ୍ଢାଶାଳସ୍ଥିତ ଗୁରୁକୁଳ ଟେନିସ ରିସର୍ଟରେ ଅନୁଷ୍ଠିତ ହୋଇଯାଇଛି। ଶନିବାର...

ଭାରତ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇପାରନ୍ତି ଇଂଲଣ୍ଡର ଏହି ୫ ଖେଳାଳି

ଲଣ୍ଡନ,୪।୮: ଉଭୟ ଭାରତ ଏବଂ ଇଂଲଣ୍ଡ ଦଳ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ପ୍ରସ୍ତୁତ ହୋଇଛନ୍ତି। ସିରିଜର ପ୍ରଥମ ମ୍ୟାଚ ଅଗଷ୍ଟ ୪ରୁ...

ହାତରେ କରତ ଧରିଲେ ବିରାଟ କୋହଲି, ଜାଣନ୍ତୁ କାହିଁକି

ଚଳିତବର୍ଷ ଆଇପିଏଲ୍‌ରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଚାମ୍ପିଅନ୍‌ କରାଇବା ପାଇଁ ଜୋରଦାର ଅଭ୍ୟାସ ଆରମ୍ଭ କରିଛନ୍ତି ଅଧିନାୟକ ବିରାଟ କୋହଲି। ଏଥର ଟିମ୍‌ ସନ୍ତୁଳିତ ଅଛି,...

ପ୍ରଥମେ ବ୍ୟାଟିଂ କରିବ ଭାରତ

ଅହମ୍ମଦାବାଦ,୧୮।୩: ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିମୟରେ ଖେଳାଯିବାକୁ ଥିବା ୪ର୍ଥ ଟି୨୦ ମ୍ୟାଚ୍‌ରେ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରିବ। ଇଂଲଣ୍ଡ ଅଧିନାୟକ ଇଆନ ମୋର୍ଗାନ...

ବିଶ୍ୱର ୭ମ ବୋଲର ଭାବେ ୫୦୦ ଉଇକେଟ୍‌ ନେଲେ ବ୍ରଡ୍‌

ମାଞ୍ଚେଷ୍ଟର, ୨୮।୭: ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଏଠାରେ ଚାଲିଥିବା ଅନ୍ତିମ ତଥା ୩ୟ ଟେଷ୍ଟ ଅବସରରେ ଇଂଲଣ୍ଡର ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡ୍‌ ଏକ ଉଲ୍ଲେଖନୀୟ...

ତୃତୀୟ ସ୍ଥାନକୁ ଉଠିଲା ହାଇଦ୍ରାବାଦ

ଭାସ୍କୋ, ୧ା୨(ପି.ଟି.)-ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ)ରେ ରବିବାର ଖେଳାଯାଇଥିବା ପ୍ରଥମ ମ୍ୟାଚରେ ହାଇଦ୍ରାବାଦ ଏଫ୍‌ସି ୨-୦ ଗୋଲରେ ଚେନ୍ନାଇନ ଏଫ୍‌ସିକୁ ପରାସ୍ତ କରିଛି। ଏହାଦ୍ୱାରା ପ୍ଲେ-ଅଫ୍‌...

ଅଲିମ୍ପିକ୍ସ ବାତିଲ କରିବାକୁ ଜାପାନର ପ୍ରମୁଖ ଖବରକାଗଜର ଦାବି, ଜୁନ୍‌ ଶେଷ ପୂର୍ବରୁ ସ୍ଥିତି ସ୍ପଷ୍ଟ ହେବ

ଟୋକିଓ,୨୭।୫(ଏପି): ଟୋକିଓରେ ଆଉ ଦୁଇମାସରୁ କମ୍‌ ସମୟ ମଧ୍ୟର ଅଲିମ୍ପିକ୍ସ ଆରମ୍ଭ ହେବାକୁ ଯାଉଥିବା ବେଳେ ଏହି ମେଗା ଇଭେଣ୍ଟକୁ ବାତିଲ କରିବା ନେଇ ଦାବି...

ସୋନପୁର ପ୍ରିମିୟର ଫୁଟବଲ ଲିଗ: ଯତୀନ୍‌ ଫାଇଟର ଚାମ୍ପିୟନ

ସୋନପୁର,୨୮ା୭(ନି.ପ୍ର.):ଯତୀନ୍‌ ଫାଇଟର ସୋନପୁର ପ୍ରିମିୟର ଫୁଟବଲ ଲିଗ୍‌ ଚାମ୍ପିୟନ ହୋଇଛି। ସୋନପୁର ବୁଢି ସମଲେଇ ଫୁଟବଲ କ୍ଲବ ପକ୍ଷରୁ ସ୍ଥାନୀୟ କଲେଜ ପଡିଆରେ ଚାଲିଥିବା ଲିଗ୍‌ର...

Advertisement


Archives

Model This Week