କଟକରେ ବଲିଉଡ୍‌ ଚଳଚ୍ଚିତ୍ର ନିର୍ମାତା ଆଦିତ୍ୟ ସେଠ୍‌:‘ବାସ୍ତବତାକୁ କ୍ୟାମେରାରେ ତୋଳିବା ସହଜ ନୁହେଁ’

କଟକ ଅଫିସ,୧୭ା୧୨: ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାଣ କ୍ଷେତ୍ରରେ ଆଦିତ୍ୟ ସେଠ୍‌ ଜଣେ ଚର୍ଚ୍ଚିତ ଚେହେରା। ୧୯୮୬ ମସିହାରୁ ସେ ମନୋରଞ୍ଜନ ଦୁନିଆ ସହ ଜଡ଼ିତ। ଆଦିତ୍ୟଙ୍କ ଦ୍ୱାରା ନିର୍ମିତ ‘ବାହାଦୁର’ ପ୍ରାମାଣିକ ଚଳଚ୍ଚିତ୍ର ଦାଦା ସାହେବ ଫାଲ୍‌କେ ଆୱାର୍ଡ ଜିତିଛି। ଭାରତ ସମେତ ନେପାଳ, ଇରାକ, ଇଣ୍ଡୋନେସିଆ, ସ୍ପେନ, ଇରାନ, ସ୍କଟ୍‌ଲାଣ୍ଡ ଫିଲ୍ମ ଫେଷ୍ଟିଭାଲରେ ଆଦିତ୍ୟଙ୍କ କଳାକୁ ବେଶ୍‌ ପ୍ରଶଂସା ମିଳିଛି। ମଙ୍ଗଳବାର ରେଭେନ୍‌ଶା ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ପକ୍ଷରୁ ଆୟୋଜିତ ଏକ କର୍ମଶାଳାରେ ଆଦିତ୍ୟ ଯୋଗ ଦେଇଥିଲେ। ଏହି ଅବସରରେ ତାଙ୍କ ସହ ସାକ୍ଷାତ୍‌କାର।

ପ୍ରାମାଣିକ ଚଳଚ୍ଚିତ୍ରର କିଛି ନିର୍ଦ୍ଦିଷ୍ଟ ଦର୍ଶକ ଥାଆନ୍ତି। ଅଧିକାଂଶ ଲୋକଙ୍କୁ ଏହା ଆକୃଷ୍ଟ କରିପାରେନି। ତଥାପି ଆପଣ ଏହି ସିନେମା ପ୍ରସ୍ତୁତ କରୁଛନ୍ତି କାହିଁକି?
ବାସ୍ତବିକ ଘଟଣାକୁ ପ୍ରଦର୍ଶିତ କରିବାର ମଜା କିଛି ଅଲଗା। ହଁ ଏହା ସତ ଯେ, ଏହି ସିନେମାର ଦର୍ଶକ ସଂଖ୍ୟା ବେଶି ନୁହେଁ। ହେଲେ ଯିଏ ଏହାର ମଜା ପାଇଛି ସେ ଜାଣେ ଏକ ପ୍ରାମାଣିକ ଚଳଚ୍ଚିତ୍ରର ମହତ୍ତ୍ୱ କ’ଣ? ଏବେ ସୁଦ୍ଧା ମୁଁ ୩୦ରୁ ଊର୍ଦ୍ଧ୍ୱ ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାଣ କରିସାରିଛି। ବାସ୍ତବତାକୁ କ୍ୟାମେରାରେ ତୋଳିବା ସହଜ ନୁହେଁ। ଆଉ ଗୋଟିଏ କଥା, ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାଣ କରିବାକୁ ସାହସ ଦରକାର।
ଆପଣଙ୍କର କେଉଁ ଫିଲ୍ମ ସବୁଠାରୁ ଶ୍ରେଷ୍ଠ ବୋଲି ଭାବନ୍ତି?
‘ବାହାଦୁର -ଦି ଆକ୍ସିଡେଣ୍ଟାଲ ବ୍ରେଭ୍‌’। ନେପାଳୀମାନେ ଭାରତକୁ ଆସି କିଭଳି ସମସ୍ୟାରେ ଘାଣ୍ଟି ହୁଅନ୍ତି। ବାଧ୍ୟରେ ଦେହଜୀବୀ ବୃତ୍ତି ଆପଣେଇ ଏଚ୍‌ଆଇଭି ଭଳି ମାରାତ୍ମକ ରୋଗକୁ ବୃଦ୍ଧି କରାନ୍ତି, ତାହା ଉକ୍ତ ଚଳଚ୍ଚିତ୍ରରେ ପ୍ରଦର୍ଶିତ କରାଯାଇଥିଲା। ଏହି ଚଳଚ୍ଚିତ୍ର ପାଇଁ ଅନେକ ଆୱାର୍ଡ ପାଇଛି। ବିଶ୍ୱର ବିଭିନ୍ନ ସହରରେ ଏହା ପ୍ରଦର୍ଶିତ ମଧ୍ୟ ହୋଇଛି।
ଆପଣଙ୍କ ଫିଲ୍ମର ପ୍ରଭାବ ଲୋକଙ୍କ ଉପରେ ପଡ଼େ କି?
ବହୁତ ଲୋକଙ୍କ ଉପରେ ଫିଲ୍ମର ପ୍ରଭାବ ପଡ଼େ। ସକାରାତ୍ମକ ପ୍ରଭାବ ପଡ଼ିିବା ବେଳେ ନକାରାତ୍ମକ ପ୍ରଭାବ ବି ପଡ଼ିିଥାଏ। ଯେତେବେଳେ ବି ଲୋକେ ଫିଲ୍ମ ଦେଖନ୍ତି ସେମାନଙ୍କ ମତାମତ ଦିଅନ୍ତି। ଅନେକ ସମୟରେ ତର୍କବିତର୍କ ହୋଇଥାଏ। ଲୋକଙ୍କ ଚିନ୍ତାଧାରାକୁ ପ୍ରଭାବିତ କରିବା ଏଭଳି ସିନେମାର ମୁଖ୍ୟ ଉଦ୍ଦେଶ୍ୟ।
ଓଡ଼ିଆ ଡକ୍ୟୁମେଣ୍ଟାରୀ ଫିଲ୍ମ ଦେଖିଛନ୍ତି ?
ଅନେକ ଫିଲ୍ମ ଫେଷ୍ଟିଭାଲରେ ଓଡ଼ିିଆ ଡକ୍ୟୁମେଣ୍ଟାରୀ ଫିଲ୍ମ ଦେଖିଛି। କିନ୍ତୁ କୌଣସି ନାମ ମନେନାହିଁ।
ଡକ୍ୟୁମେଣ୍ଟାରୀ ଫିଲ୍ମକୁ ଆହୁରି ଭଲ କରିବା ପାଇଁ କ’ଣ ଆବଶ୍ୟକ?
ଯେ କୌଣସି ଭାଷାରେ ଫିଲ୍ମ ନିର୍ମାଣ କରିବା ସମୟରେ ଭାଷାର ପ୍ରଭାବ ବିଷୟବସ୍ତୁ ଉପରେ ନ ପଡ଼ିିବା ଦରକାର। ବିଷୟବସ୍ତୁକୁ ଠିକ୍‌ ଭାବେ ଦର୍ଶାଯାଉ, ଯାହା ଫଳରେ ଲୋକଙ୍କ ଉପରେ ଏହାର ପ୍ରଭାବ ପଡ଼ିିବ। ଯଦି ଠିକ୍‌ ଭାବେ ଏହାର ପ୍ରଭାବ ପଡ଼େ ସେ ଫିଲ୍ମ ନିଶ୍ଚୟ ଭଲ ରିଭ୍ୟୁ ପାଇବ।
ଯୁବପିଢିଙ୍କୁ କ’ଣ ପରାମର୍ଶ ଦେବେ?
ଯେଉଁମାନେ ବି ଏହି କ୍ଷେତ୍ରରେ ନିଜର କ୍ୟାରିୟର ଗଠନ କରିବା ପାଇଁ ଆସୁଛନ୍ତି ସେମାନେ ପ୍ରଥମେ ସବୁ କ୍ଷେତ୍ରରେ ଜ୍ଞାନ ଆହରଣ କରନ୍ତୁ। ଯେଉଁ ବିଷୟବସ୍ତୁ ଉପରେ ଫିଲ୍ମ ନିର୍ମାଣ କରିବାକୁ ଚାହୁଁଛନ୍ତି ତା’ ଉପରେ ଅଧ୍ୟୟନ କରିବା ଆବଶ୍ୟକ। ସେହି ବିଷୟବସ୍ତୁ ଉପରେ ଗବେଷଣା କରିବା ପାଇଁ ଆଗ୍ରହ ପ୍ରକାଶ କରିବା ସହ ଧୈର୍ଯ୍ୟଶକ୍ତି ରହିବା ଜରୁରୀ। କାରଣ ଗୋଟିଏ ଫିଲ୍ମ ତିଆରି କରିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟ ସୀମା ନ ଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?