କଟକଣା ଫାଙ୍କି କାମ

ବଇଣ୍ଡା, ୩ା୪(ଡି.ଏନ.ଏ.) – କରୋନା ମୁକାବିଲା ପାଇଁ ଲକ୍‌ଡାଉନ ସହ ସାମାଜିକ ଦୂରତା ରକ୍ଷା ଭଳି ବିଭିନ୍ନ କଟକଣା ଜାରି ହୋଇଥିଲେ ହେଁ ଅନୁଗୋଳ ଜିଲା କିଶୋରନଗର ବ୍ଲକ ଗାଁବଇଣ୍ଡା ପଞ୍ଚାୟତ ବଡହୁଲାଠାରେ ଥିବା ରାଇସ୍‌ ମିଲ୍‌ରେ ଏହାର ଉଲ୍ଲଂଘନ କରାଯାଇଥିବା ଅଭିଯୋଗ ହୋଇଛି। ମିଲ୍‌ରେ କେତେଜଣ ଶ୍ରମିକଙ୍କୁ କାମରେ ଲଗାଯାଇଥିବା ବେଳେ ସେମାନଙ୍କୁ ସୁରକ୍ଷା ଉପକରଣ ମଧ୍ୟ ଯୋଗାଇ ଦିଆଯାଇ ନାହିଁ। ଏ ନେଇ ସ୍ଥାନୀୟ ସରପଞ୍ଚ ମାନସ ସାହୁ ଗୁରୁବାର ଅନୁଗୋଳ ଜିଲାପାଳଙ୍କଠାରେ ଅଭିଯୋଗ କରିଛନ୍ତି।
ଅଭିଯୋଗ ମୁତାବକ, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ଲୋକଙ୍କୁ ଘରୁ ନ ବାହାରିବାକୁ ସଚେତନ କରାଉଥିବାବେଳେ ବଡହୁଲାଠାରେ ଥିବା ସରକାରୀ ରାଇସ ମିଲ୍‌ରେ ବ୍ୟତିକ୍ରମ ଦେଖିବାକୁ ମିଳିଛି। ବୁଧବାର ଉକ୍ତ ମିଲ୍‌ରେ ୨ଟି ଟ୍ରକ୍‌ରେ ଆସିଥିବା ଚାଉଳ ବସ୍ତା ଅନ୍‌ଲୋଡ କରିବାକୁ ୨୦ରୁ ଅଧିକ ଶ୍ରମିକ ନିୟୋଜିତ ହୋଇଥିଲେ। ତେବେ ସେମାନଙ୍କ ମଧ୍ୟରେ କିପରି ସାମାଜିକ ଦୂରତା ବଜାୟ ରହିବ ଓ ଶ୍ରମିକମାନେ ମାସ୍କ, ଗ୍ଲୋବ୍ସ ଆଦି ବ୍ୟବହାର କରିବ ସେ ନେଇ ଦୃଷ୍ଟି ଦିଆଯାଇ ନ ଥିଲା। ଏପରିକି ଶ୍ରମିକମାନଙ୍କୁ ସୁରକ୍ଷା ସାମଗ୍ରୀ ଦେବାକୁ ମିଲ୍‌ କର୍ମଚାରୀଙ୍କୁ ସରପଞ୍ଚ କହିଥିଲେ ହେଁ କେହି ଶୁଣି ନ ଥିବା ସେ ଅଭିଯୋଗ କରିଛନ୍ତି। ଜିଲାପାଳ ଏପରି ସମ୍ବେଦନଶୀଳ ଘଟଣା ପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି। ଏ ସମ୍ପର୍କରେ ଆଠମଲ୍ଲିକ ଉପଜିଲାପାଳ ଡ. ରଜନୀକାନ୍ତ ବିଶ୍ୱାଳ କୁହନ୍ତି, ଲକ୍‌ଡାଉନ୍‌ ବେଳେ ବଡହୁଲାଠାରେ ଥିବା ରାଇସ୍‌ ମିଲ୍‌ରେ ଶ୍ରମିକ ନିୟୋଜିତ ହେବା ଠିକ୍‌ ନୁହେଁ। ଏ ସମ୍ପର୍କରେ ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣପୁରରେ ବିଶ୍ୱ ଶ୍ରମିକ ଦିବସ

ଗୁଣପୁର, ୧।୫(ଡି.ଏନ୍‌.ଏ.)-ରାୟଗଡା ଜିଲା ଗୁଣପୁରରେ ବୁଧବାର ବିଶ୍ୱ ଶ୍ରମିକ ଦିବସ ପାଳିତ ହୋଇଛି। ବିଶ୍ୱ ଶ୍ରମିକ ଦିବସ ପାଳିତ ହୋଇଛି।   ଗୁଣପୁର ବେସରକାରୀ ମୋଟର କର୍ମଚାରୀ...

ଅନ୍‌ଲାଇନରେ ହେବ ଓପିଏସ୍‌ସି ପରୀକ୍ଷା

କଟକ ଅଫିସ,୧୪ା୧୨:ଓଡ଼ିଶା ଲୋକ ସେବା ଆୟୋଗ (ଓପିଏସ୍‌ସି)ର ସମସ୍ତ ପରୀକ୍ଷା ଏଣିକି ଅନ୍‌ଲାଇନରେ କରାଯିବ। କରୋନା ମହାମାରୀ ଲାଗି ଆସନ୍ତା ୨୦ରେ ହେବାକୁ ଥିବା ମେଡିକାଲ...

ଅନାସ୍ଥାରେ ପଦ ହରାଇଲେ ରାମଚନ୍ଦ୍ରପୁର ସରପଞ୍ଚ

ପାଟପୁର,୧୨ା୩- ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଇକ ରାମଚନ୍ଦ୍ରପୁର ଗ୍ରାମର ମହିଳା ସରପଞ୍ଚ ଗୁରୁବାର ଅନାସ୍ଥା ଭୋଟରେ ପଦ ହରାଇଛନ୍ତି। ଅନୁଷ୍ଠିତ ଅନାସ୍ଥା ଭୋଟରେ ପଞ୍ଚାୟତର...

କୋରାପୁଟରେ କଫି ପ୍ରକ୍ରିୟାକରଣ କେନ୍ଦ୍ରର ଉଦ୍‌ଘାଟନ ନେଇ ସମସ୍ତ ପ୍ରସ୍ତୁତି ଶେଷ

କୋରାପୁଟ,୧୦।୯(ସ୍ବ.ପ): କୋରାପୁଟ ଚନ୍ଦନ ପୋଖରୀ ନିକଟରେ ଥିବା କଫି ପ୍ରକ୍ର୍ରିୟାକରଣ କେନ୍ଦ୍ର ଆସନ୍ତା ବୁଧବାର ଉଦ୍‌ଘାଟିତ ହେବାର ରହିଛି। ଏଥିନିମନ୍ତେ କୋରାପୁଟ ଆଇଟିଡିଏ ପକ୍ଷରୁ ସମସ୍ତ...

ଯୁବକଙ୍କ ତଣ୍ଟି କାଟିବା ପରେ ପଥରରେ ଛେଚି ହତ୍ୟା

ବଣାଇଁ,୧୯।୧୨(ସ୍ବ.ପ୍ର.): ସୁନ୍ଦରଗଡ଼ ଜିଲା ବଣାଇଁ ଥାନା ଅନ୍ତର୍ଗତ କେନ୍ଦ୍ରୀକଳା ନିକଟରେ ଗୁରୁବାର ସକାଳେ ଜଣେ ଯୁବକଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ମିଳିବା ପରେ ପୋଲିସ ପକ୍ଷରୁ...

ବାଲିତୁଠ ପ୍ରାଥମିକ ବିଦ୍ୟାଳୟ: ୩ୟ ଶ୍ରେଣୀ ଛାତ୍ରୀଙ୍କୁ ମାଡ଼ ମାରି ଶିକ୍ଷୟିତ୍ରୀ ଗିରଫ

ଜଗତ୍‌ସିଂହପୁର ଅଫିସ,୨୩ା୧୨: ଜଗତ୍‌ସିଂହପୁର ଜିଲା କୁଜଙ୍ଗ ଥାନା ଅଧୀନ ବାଲିତୁଠ ପ୍ରାଥମିକ ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ଲିନା ନନ୍ଦ ଜଣେ ୩ୟ ଶ୍ରେଣୀ ଛାତ୍ରୀଙ୍କୁ ମାଡ଼...

୨୨୦ ଗ୍ରାହକଙ୍କ କଟାଗଲାଣି ବିଦ୍ୟୁତ୍‌ ସଂଯୋଗ

ଛତ୍ରପୁର,୨୬ା୨(ଡି.ଏନ.ଏ.)ସାଉଥ୍‌କୋ ୟୁଟିଲିଟି ପକ୍ଷରୁ ଛତ୍ରପୁର ଅଞ୍ଚଳରେ ମଙ୍ଗଳବାର ସ୍ବତନ୍ତ୍ର ସ୍କ୍ବାଡ୍‌ ଦ୍ୱାରା ବିଦ୍ୟୁତ୍‌ ବିଚ୍ଛିନ୍ନ ଆରମ୍ଭ ହୋଇଛି। ଏହି ସବ୍‌ଡିଭିଜନ ଅଧୀନରେ ବିଭିନ୍ନ ଗ୍ରାହକଙ୍କ ଉପରେ...

ତଳସରାରେ ପ୍ରଫୁଲ୍ଲ ମାଝି ପଛୁଆ

ତଳସରା,୨୩।୫: ଚତୁର୍ଥ ରାଉଣ୍ଡ ଗଣତି ଶେଷ ସୁଦ୍ଧା ତଳସରା ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ଡ. ପ୍ରଫୁଲ୍ଲ ମାଝି ପଛୁଆ ରହିଛନ୍ତି। ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ...

Advertisement


Archives

Model This Week