‘କଂସ’କୁ ନେଇ ଆଶାବାଦୀ ବିନୋଦ

ଆଗଧାଡ଼ିର ଯାତ୍ରା ନିର୍ଦ୍ଦେଶକ ଲିଟିଲ ମାଷ୍ଟର ବିନୋଦ ରାଉତ। ତାଙ୍କ ନାଟକ ପ୍ରତି ଦର୍ଶକମାନଙ୍କର ସ୍ବତନ୍ତ୍ର ଅପେକ୍ଷା ରହିଥାଏ। ଚଳିତବର୍ଷ ଖଣ୍ଡଗିରି ଯାତ୍ରା ମହାକୁମ୍ଭରେ ବିନୋଦ ରାଉତଙ୍କ ପ୍ରଶଂସକମାନେ ତାଙ୍କ ନିର୍ଦ୍ଦେଶିତ ନାଟକସବୁ ଦେଖିବା ପାଇଁ ଆଗ୍ରହାନ୍ବିତ ହୋଇ ଉଠିଛନ୍ତି। ବିନୋଦ ରାଉତ କହନ୍ତି : ମୋର ତ ଅନେକ ନାଟକ ରହିଛି। ତେବେ କୋଣାର୍କ ଗଣନାଟ୍ୟ ପ୍ରଯୋଜିତ ନାଟକ ‘କଂସ’କୁ ନେଇ ମୁଁ ବେଶି ଆଶାବାଦୀ ଅଛି। ‘କଂସ’ ନାଟକର ନାଟ୍ୟକାର ହେଉଛନ୍ତି ଅଧ୍ୟାପକ କୃଷ୍ଣଚନ୍ଦ୍ର ପାତ୍ର। ରାଜ ପରିବାରର ଗୋଟିଏ ପିଲା। ବିମାତାର ଅତ୍ୟାଚାରରେ ଅତ୍ୟାଚାରିତ ହେଉଛି। ସମୟକ୍ରମେ ସେ ତା’ର ମାନସିକ ସନ୍ତୁଳନ ହରେଇ ବସୁଛି। ଏହିପରି ଏକ ବିଷୟକୁ ନେଇ ରଚିତ ହୋଇଛି ‘କଂସ’। ନାଟକ ସମ୍ପର୍କରେ ନିର୍ଦ୍ଦେଶକଙ୍କ ମନ୍ତବ୍ୟ ହେଉଛି, କଂସ ଏକ ଚରିତ୍ର ନୁହେଁ। କଂସ ଏକ ମାନସିକତା। ମୁଁ ଏହାକୁ ହିଁ ନାଟକରେ ପ୍ରତିପାଦିତ କରିବାର ଚେଷ୍ଟା କରିଛି। ସାରା ଓଡ଼ିଶାର ଦର୍ଶକମାନେ ମୋର ସବୁ ନାଟକକୁ ଯଥୋଚିତ ଭଲ ପାଇବା ଦେଇଛନ୍ତି। ଏ ନାଟକଟିକୁ ମଧ୍ୟ ଅନୁରୂପ ଶ୍ରଦ୍ଧା ମିଳିବ ବୋଲି ମୋର ବିଶ୍ୱାସ। ସୂଚନାଯୋଗ୍ୟ ଯେ, ଲିଟିଲ ମାଷ୍ଟର ବିନୋଦ ରାଉତଙ୍କ କଳାକାର ଜୀବନ ଆରମ୍ଭ ହୋଇଥିଲା ଫିଲ୍ମରୁ। ସେ ରବି କିନ୍ନାଗୀଙ୍କ ମୁଖ୍ୟ ସହଯୋଗୀ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଥିଲେ। ସୁପରହିଟ୍‌ ଓଡ଼ିଆ ଫିଲ୍ମ ‘ପରଦେଶୀ ଚଢ଼େଇ’ର ନିର୍ଦ୍ଦେଶନା ଟିମ୍‌ରେ ଭାଗ ନେଇ ସେ ନିଜର ପ୍ରତିଭା ପ୍ରଦର୍ଶନ କରିଛନ୍ତି। ତାଙ୍କର ପ୍ରଥମ ନାଟକ ଥିଲା ‘ତାରିଣୀ ଗଣନାଟ୍ୟ’ର ‘ଅସୁରମାନଙ୍କ ସହର’। ଏହି ନାଟକଟିକୁ ରଚନା କରିଥିଲେ ଅଧ୍ୟାପକ ଚିନ୍ମୟ ଦାସ। ଏହି ନାଟକର ସଫଳତା ତାଙ୍କୁ ଯାତ୍ରାପ୍ରେମରେ ବାନ୍ଧି ଦେଇଥିଲା। ଆଉ ସେ ଇନିଂସ ପରେ ଇନିଂସ ଖେଳି ଚାଲିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ମୋତେ ଲୋକେ କହୁଛନ୍ତି ବୁଢ଼ୀ’

ମୁମ୍ବାଇ: ଅଭିନେତ୍ରୀ ମଲାଇକା ଆରୋରା ଏବଂ ଅର୍ଜୁନ କପୁରଙ୍କ ସମ୍ପର୍କକୁ ନେଇ ଅନେକ ଚର୍ଚ୍ଚା ହେଉଛି। ଲୋକେ ମଲାଇକାଙ୍କୁ ନେଇ ନାନା କଥା କହୁଛନ୍ତି। ଅଭିନେତ୍ରୀ...

ଦିନକୁ ଘଣ୍ଟାଏ ଶରୀରକୁ ଦିଅ

ସିରିଏଲ ଅଭିନେତା ରାକେଶ ଧଳ, ଯିଏକି ବହୁତ କମ ଦିନ ମଧ୍ୟରେ ଟେଲିଭିଜନ ଜଗତରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଫିଟ୍‌ ରହିବା...

ଅର୍ଜୁନଙ୍କ ସହ ସମ୍ପର୍କକୁ ପସନ୍ଦ କରୁ ନ ଥିଲେ ମଲାଇକାଙ୍କ ଭାବି ଶ୍ୱଶୁର; ସିଧାସିଧା ଅଲଗା ରହିବାକୁ…

ବମ୍ବେ: ସ୍ବାମୀ ଅରବାଜ ଖାନ୍‌ଙ୍କଠାରୁ ଅଲଗା ହେବା ପରେ ଅଭିନେତା ଅର୍ଜୁନ କପୁରଙ୍କ ପ୍ରେମରେ ପଡ଼ିଛନ୍ତି ମଲାଇକା ଅରୋରା। ବେଶ କିଛି ଦିନ ସେ ନିଜ...

‘ରିସ୍ତେ ମେଁ ହମ୍‌ ଉନ୍‌କେ ବାପ୍‌ ଲଗ୍‌ତେ ହୈ’; ଜାଣନ୍ତୁ କେବିସିରେ ଏପରି କାହାକୁ କହିଲେ ସେହ୍ବାଗ

ବମ୍ବେ: କୌନ ବନେଗା କରୋଡପତିର(କେବିସି) ହଟ୍‌ସିଟ୍‌ରେ ନଜର ଆସିବେ ଦୁଇ କିମ୍ବଦନ୍ତୀ ଖେଳାଳି। ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲୀ ଏବଂ ବିସ୍ଫୋରକ ଓପନର୍‌ ଭାବେ ପରିଚିତ...

କେଓ୍ବାଇସି ନାମରେ ଅଭିନେତା ଅନୁ କପୁରଙ୍କଠାରୁ ଠକିନେଲେ ୪.୩୬ ଲକ୍ଷ ଟଙ୍କା…

ମୁମ୍ବାଇ, ୧।୧୦ : ଜଣାଶୁଣା ଚଳଚ୍ଚିତ୍ର ଅଭିନେତା ଅନୁ କପୁର ଅନଲାଇନ ଠକେଇର ଶିକାର ହୋଇଛନ୍ତି। ଏକ ଅଗ୍ରଣୀ ଘରୋଇ କ୍ଷେତ୍ରୀୟ ବ୍ୟାଙ୍କରେ ତାଙ୍କ ଆକାଉଣ୍ଟରୁ...

ଆଲିଆଙ୍କ ଗୋଡ଼ ତଳେ ଲାଗୁନି

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଗୋଡ଼ ଆଉ ତଳେ ଲାଗୁନି। ଫିଲ୍ମ ‘ଗଙ୍ଗୁବାଇ କାଠିଆଓ୍ବାଡି’ ୧୦୦ କୋଟି ବ୍ୟବସାୟ କରିଛି। ଫିଲ୍ମ ହିଟ୍‌ ସାଙ୍ଗକୁ...

ପୂର୍ବ ସ୍ବାମୀଙ୍କ ବିରୋଧରେ ଖୁଲାସା କଲେ ପୁନମ୍‌

ମୁମ୍ବାଇ: କଙ୍ଗନା ରଣାୱାତ୍‌ ରିଆଲିଟି ଶୋ ‘ଲକଅପ’ରେ ପ୍ରତିଯୋଗୀ ଭାଗ ନେଇଛନ୍ତି। ଏହି ଶୋ’ରେ ଏଭଳି ଲୋକଙ୍କୁ ନିଆଯାଇଛି, ଯାହାର ନାମ କିଛି ବିବାଦ ସହ...

ପୁଅକୁ କ୍ରିକେଟର କରିବାକୁ ଚାହୁଁଛନ୍ତି ସୋନମ!

ମୁମ୍ବାଇ: ସୋନମ କପୁର ଓ ଆନନ୍ଦ ଆହୁଜା କିଛିଦିନ ହେବ ତାଙ୍କ ୧୦ ମାସର ପୁଅ ବାୟୁ ସହ ସ୍ପଟ ହେଉଛନ୍ତି। ଏବେ ଏହି କପଲ...

Advertisement
Archives

Model This Week