କଂଗ୍ରେସର ଭରସା ସାଜିଛି ଗ୍ୟାରେଣ୍ଟି କାର୍ଡ: ହାତରେ ଧରି ଭୋଟରଙ୍କୁ ବୁଝାଉଛନ୍ତି ନେତା

ବାଲେଶ୍ୱର ଅଫିସ,୧୭।୪-ଚଳିତ ନିର୍ବାଚନରେ କଂଗ୍ରେସର ବାଲେଶ୍ୱର ଲୋକ ସଭା ପ୍ରାର୍ଥୀ ତଥା ବିଧାନସଭା ପ୍ରାର୍ଥୀମାନଙ୍କର ଭରସା ସାଜିଛି ଗ୍ୟାରେଣ୍ଟି କାର୍ଡ। ଯୁବକ, ମହିଳା ଏବଂ ଚାଷୀମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥାର ଲିଖିତ ପ୍ରତିଶ୍ରୁତି ଦେଉଛି କଂଗ୍ରେସ। ଏହି ପରିପ୍ରେକ୍ଷୀରେ ଭୋଗରାଇ ବ୍ଲକ ବାଉଁଣ୍ଡା ଗ୍ରାମରେ ସୋମବାର ଏମ୍‌ପି ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ ଓ ବିଧାୟକ ପ୍ରାର୍ଥୀ ସତ୍ୟଶିବ ଦାସ ଭୋଟରମାନଙ୍କ ନିକଟରେ ପହଞ୍ଚି ଏହି କାର୍ଡ ବିଷୟରେ ବୁଝାଇଛନ୍ତି। ଏହାକୁ ପରଖି କଂଗ୍ରେସ ଉପରେ ଭରସା କରିବାକୁ ପ୍ରାର୍ଥୀମାନେ ଭୋଟରଙ୍କୁ ନିବେଦନ କରୁଛନ୍ତି। ଯୁବକମାନଙ୍କ ପାଇଁ ମୋ ସମ୍ମାନ-ମୋ ରୋଜଗାର ସ୍ଲୋଗାନ ଦିଆଯାଉଥିବା ବେଳେ ଏଥିରେ ପ୍ରତ୍ୟେକ ଦରିଦ୍ର ପରିବାର ପାଇଁ ସର୍ବନିମ୍ନ ଆୟ ଏବଂ ସରକାରୀ ହେଉ ବା ବେସରକାରୀ ଚାକିରି ଯୋଗାଇଦେବା ସହ ଚୁକ୍ତିଭିତ୍ତିକ ନିଯୁକ୍ତିକୁ ସ୍ଥାୟୀ କରିବାରେ ଗ୍ୟାରେଣ୍ଟି ଦେଉଛନ୍ତି। ସେହିପରି ମହିଳାମାନଙ୍କ ପାଇଁ ମୋ ଶିକ୍ଷା-ମୋ ସମ୍ମାନ, ମୋ ସୁରକ୍ଷା ଯୋଜନାରେ କନ୍ୟାମାନଙ୍କୁ ମାଗଣା ଉଚ୍ଚଶିକ୍ଷା ଓ ବିବାହ ପାଇଁଁ ଆର୍ଥିକ ସହାୟତା, ଘରେ ଘରେ ପାଣି ଯୋଗାଇଦେବା ସହ ମହିଳାଙ୍କ ପ୍ରତି ଅତ୍ୟାଚାର ରୋକିବା ପାଇଁଁ ପ୍ରତି ପଞ୍ଚାୟତରେ ସ୍ବତନ୍ତ୍ର ମହିଳା ଅଧିକାରୀ ନିଯୁକ୍ତି କରାଯିବ ବୋଲି କଂଗ୍ରେସ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଉଛି। ସେହିଭଳି ଚାଷୀମାନଙ୍କ ପାଇଁ ଚାଷ ମୋର-ଦେଶ ମୋର ଯୋଜନାରେ କଂଗ୍ରେସ ସରକାର ଗଠନର ପ୍ରଥମଦିନରେ କୃଷି ଋଣ ଛାଡ଼, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୬ଶହ ଟଙ୍କା ଓ ଡାଲିଜାତୀୟ ଫସଲରେ ସର୍ବନିମ୍ନ ସହାୟକ ମୂଲ୍ୟ ସହ ବୋନସ ପ୍ରଦାନ, କୃଷକମାନଙ୍କୁ ୫ବର୍ଷ ପର୍ଯ୍ୟନ୍ତ ନିରନ୍ତର ଭାବେ ଆର୍ଥିକ ସହାୟତା ସହିତ ମାଗଣା ସୌରଚାଳିତ ପମ୍ପସେଟ୍‌ ଯୋଗାଇଦେବାର ପ୍ରତିଶ୍ରୁତି ଦେଇ ନିର୍ବାଚନୀ ପ୍ରଚାରକୁ ଜୋର୍‌ଦାର କରାଯାଇଛି। ଗ୍ୟାରେଣ୍ଟି କାର୍ଡକୁ କେତେକ ଅଞ୍ଚଳର ଲୋକେ ଗ୍ରହଣ କରିପାରୁ ନ ଥିବାବେଳେ କଂଗ୍ରେସ ଦଳରୁ ମୁହଁ ମୋଡ଼ିଥିବା ଲୋକଙ୍କୁ ନବାଗତ ଏମ୍‌ପି ପ୍ରାର୍ଥୀ ନବଜ୍ୟୋତି ମନାଇବାକୁ ଉଦ୍ୟମ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ କେହି ନ ଥିବାବେଳେ ଲୁଟୁଥିଲେ ଲୁଟେରା, ହଠାତ୍‌ ଗୃହକର୍ତ୍ତା ପହଞ୍ଚିଯିବାରୁ…

ଜଳେଶ୍ୱର,୧୨ା୬(ଜନ୍ମେଜୟ ମିଶ୍ର): ବାଲେଶ୍ୱର ଜିଲା ସୋର ଥାନା ଅଧିନସ୍ଥ ମ୍ୟୁନିସିପାଲିଟିରେ ଘରେ କେହି ନ ଥିବାବେଳେ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି ଲୁଟେରା। ଏହି ସମୟରେ...

ଜୁନିୟର ଖଣି ଅଧିକାରୀଙ୍କୁ ଭ୍ୟାନରୁ ଟାଣି ଗୋଡ଼େଇ ମାରିଲେ

ବାଲେଶର,୧୦।୬(ବାଞ୍ଛାନିଧି ଦେ): ପୁଣି ବାଲି ମାଫିଆଙ୍କ ଆତଙ୍କରାଜ। ବାଲି ମାଫିଆଙ୍କ ଆକ୍ରମଣରେ ଲହୁ ଲୁହାଣ ହେଲେ ଜୁନିୟର ଖଣି ଅଧିକାରୀ । ବେଆଇନ ବାଲି ଚୋରା...

ପାଇଖାନା ଟାଙ୍କିରେ କାମ କରୁଥିବା ବେଳେ ଅଘଟଣ: ଶ୍ବାସରୁଦ୍ଧା ହୋଇ ୩ ଜୀବନ ଗଲା

ଖଇରା,୮।୬(ଉତ୍କଲବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ଖଇରା ବ୍ଲକ ଝିଙ୍କିରିଆ ପଞ୍ଚାୟତ ଅଧୀନ ଗଗନଧୂଳି ଗ୍ରାମରେ ରବିବାର ପାଇଖାନା ଟାଙ୍କିରେ କାମ କରୁଥିବା ବେଳେ ଅଭାବନୀୟ ଘଟଣା...

ହେଡ୍‌ଫୋନ୍‌ ଦେଇ ଟ୍ରାକ୍‌ରେ ଯାଉଥିଲେ ଯୁବକ: ସେପଟୁ ଆଲିଲା ଟ୍ରେନ୍‌, ପରେ…

ବାଲେଶ୍ୱର,୭।୬: ଟ୍ରାକ ଉପରେ ହେଡ୍‌ଫୋନ ଦେଇ କଥା ହେଉଥିବା ବେଳେ ମାଡ଼ିଗଲା ଟ୍ରେନ୍‌। ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲା ରେଳ ଷ୍ଟେସନ ନିକଟରେ।...

୫ ପୋଲିସ ବାବୁ ସସ୍‌ପେଣ୍ଡ୍‌

ବାଲେଶ୍ୱର,୭ା୬: ବାଲେଶ୍ୱରରେ ୫ ଜଣ ପୋଲିସ ବାବୁଙ୍କୁ ସସ୍‌ପେଣ୍ଡ୍‌ କରାଯାଇଛି। ଜଣେ ହାବିଲଦାରଙ୍କ ସହିତ ୪ କନଷ୍ଟେବଳ ସସ୍‌ପେଣ୍ଡ୍‌ ହୋଇଛନ୍ତି। କାର୍ଯ୍ୟରେ ଅବହେଳା ପାଇଁ ବାଲେଶ୍ୱର...

ଟ୍ରଲରକୁ ପିଟିଲା ତୀର୍ଥଯାତ୍ରୀ ବସ୍‌: ୫ ଆହତ

ବାଲେଶ୍ୱର,୭/୬(ବାଞ୍ଛାନିଧି ଦେ/ହରିଶଙ୍କର ପାଢୀ): ରାଜପଥ ପାର୍ଶରେ ଛିଡା ହୋଇଥିବା ଏକ ଟ୍ରଲରର ପଛପଟୁ ଧକ୍କା ଦେଲା ତୀର୍ଥଯାତ୍ରୀ ବସ l ୫ ଜଣ ତୀର୍ଥ ଯାତ୍ରୀ...

ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ଧର୍ମପତ୍ନୀଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

ବରଗଡ଼,୫ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଜଣାଶୁଣା ରାଜନେତା, ବିରୋଧୀ ଦଳ ଉପନେତା, ରେଢ଼ାଖୋଲ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ, ପୂର୍ବତନ ଏମ୍‌ପି ପ୍ରସନ୍ନ ଆଚାର୍ଯ୍ୟଙ୍କ ଧର୍ମପତ୍ନୀ ଚାରୁଶୀଳା...

ଏକ୍ସପ୍ରେସ୍‌ ଇଞ୍ଜିନରେ ଲାଗିଲା ନିଆଁ

ବସ୍ତା,୪ା୬(ହରିଶଙ୍କର ପାଢ଼ୀ): ବସ୍ତା ଦକ୍ଷିଣ କ୍ୟାବିନ ରେଳ ଫାଟକ ନିକଟରେ ବାଲେଶ୍ୱର ପଟରୁ ହାଓ୍ବଡା ଅଭିମୁଖେ ଆସୁଥିବା ଏକ ଏକ୍ସପ୍ରେସ ଇଞ୍ଜିନ ଉପରେ ନିଆଁ ଲାଗିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri