ଔଷଧ ଖାଇ ୧୮ ଛାତ୍ରୀଛାତ୍ର ଅସୁସ୍ଥ

କାମାକ୍ଷାନଗର, ୯।୮(ଡି.ଏନ.ଏ.)-ଢେଙ୍କାନାଳ ଜିଲା ତୁମୁସିଙ୍ଗା ଥାନା ବାରୁଆ (କା) ପଞ୍ଚାୟତ ଅଧୀନ ଆଞ୍ଚଳିକ ହାଇସ୍କୁଲରେ ଶୁକ୍ରବାର କୃମିନାଶକ ବଟିକା ଖାଇ ୧୮ଛାତ୍ରୀଛାତ୍ର ଅସୁସ୍ଥ ହୋଇପଡ଼ିଛନ୍ତି। ସେମାନଙ୍କୁ ଅଁଳାବେରେଣୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ସମସ୍ତେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ସରକାରୀ ନିର୍ଦ୍ଦେଶ ପରେ ସାରା ଜିଲାରେ ସାମୂହିକ ଫାଇଲେରିଆ ଏବଂ କୃମିନାଶକ ଔଷଧ ସେବନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହିକ୍ରମରେ ସ୍କୁଲରେ ମଧ୍ୟାହ୍ନ ଭୋଜନ ପରେ ପିଲାଙ୍କୁ ଔଷଧ ଦିଆଯାଇଥିଲା। ବଟିକା ଖାଇସାରିବା ପରେ ପାର୍ଶ୍ୱପ୍ରତିକ୍ରିୟା ଆରମ୍ଭ ହୋଇଥିଲା। ହଠାତ୍‌ ଛାତ୍ରୀଛାତ୍ରଙ୍କ ମୁଣ୍ଡ ଘୂରାଇବା ସହ ବାନ୍ତି ହୋଇଥିଲା। ଏଥିରେ ଦଶମ ଶ୍ରେଣୀ ଛାତ୍ର ଜ୍ଞାନରଞ୍ଜନ ପ୍ରଧାନ, ସୌମ୍ୟରଞ୍ଜନ ପ୍ରଧାନ, ନଗେନ୍ଦ୍ର ବେହେରା, ଗୁରୁପ୍ରସାଦ ମାହୁନ୍ତ, ଦେବ ଖଟୁଆ, ଶିଲା ପାତ୍ର, ରାଜେନ୍ଦ୍ର ସାହୁ, ସୁରିଆ ପଧାନ, ନବମ ଶ୍ରେଣୀର ମାମାଲି ଭୋଇ, କାର୍ତ୍ତିକ ବେହେରା, ଅଷ୍ଟମ ଶ୍ରେଣୀର ପାର୍ଥସାରଥୀ ପରିଡ଼ା, ବିନାୟକ ସେଠୀ, ଅଶେଷ ପାତ୍ର, କାର୍ତ୍ତିକ ନାୟକ, ସୁମନ ଭୋଇ, ଅନୀଲ ବେହେରା, ସୋମନାଥ ଦେହୁରୀ, ମହେଶ୍ୱର ନାୟକ ପ୍ରମୁଖ ଅସୁସ୍ଥ ହୋଇପଡ଼ିଥିଲେ। ସେମାନଙ୍କୁ ତୁରନ୍ତ ୧୦୮ ଆମ୍ବୁଲାନ୍ସରେ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସୁସ୍ଥ ଅନୁଭବ କରିବା ପରେ ସମସ୍ତଙ୍କୁ ଘରକୁ ପଠାଇ ଦିଆଯାଇଥିବା ଡାକ୍ତର ପ୍ରମିଳ ଚନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।
ସହକାରୀ ଜନସ୍ବାସ୍ଥ୍ୟ ଅଧିକାରୀ ଜ୍ୟୋତିଷ ଚନ୍ଦ୍ର ମହାପାତ୍ର, ସରପଞ୍ଚ ମମତା ମାହୁନ୍ତ, ସମିତିସଭ୍ୟ ଦୀପକ ମାହୁନ୍ତ ସ୍ବାସ୍ଥ୍ୟକେନ୍ଦ୍ରରେ ଛାତ୍ରୀଛାତ୍ରଙ୍କ ଅବସ୍ଥା ପଚାରି ବୁଝିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୩୫୦ ଶଯ୍ୟାର କୋଭିଡ୍‌ କେୟାର ସେଣ୍ଟର

ଢେଙ୍କାନାଳ ଅଫିସ,୧୪।୧ ଢେଙ୍କାନାଳ ନରେନ୍ଦ୍ରପୁରସ୍ଥିତ ଟାଟାଷ୍ଟିଲ୍‌ ମେରାମଣ୍ଡଳୀ ପକ୍ଷରୁ କୋଭିଡ୍‌-୧୯ର ମୁକାବିଲା ପାଇଁ ତ୍ୱରିତ ପଦକ୍ଷେପ ସ୍ବରୂପ କାରଖାନା ପରିସରରେ ୩୫୦ ଶଯ୍ୟା ବିଶିଷ୍ଟ କୋଭିଡ୍‌...

୪୮ ଘଣ୍ଟା ପୂରିଲା, ଫେରାର କଏଦୀଙ୍କ ପତ୍ତା ମିଳୁନି: କର୍ମଚାରୀଙ୍କୁ ଦୋଷଦେଲେ କର୍ତ୍ତୃପକ୍ଷ

ଢେଙ୍କାନାଳ ଅଫିସ, ୧୬।୧୨: ଢିଲା ସୁରକ୍ଷା ବ୍ୟବସ୍ଥାକୁ ନେଇ ଚର୍ଚ୍ଚାକୁ ଆସିଛି ୧୦୦ ବର୍ଷ ପୁରୁଣା ଢେଙ୍କାନାଳ ଜିଲା କାରଗାର। ନାବାଳିକା ବଳାତ୍କାର ଭଳି ସଙ୍ଗିନ ମାମଲାର...

ସ୍ତ୍ରୀଙ୍କ ପାଇଁ ଜହ୍ନରେ ଜାଗା କିଣିଲେ ସାଜନ୍‌

ଢେଙ୍କାନାଳ ଅଫିସ, ୧୯।୪: ସ୍ତ୍ରୀଙ୍କୁ ଜନ୍ମଦିନରେ ଉପହାର ସ୍ବରୂପ ମିଳିଛି ୫ ଏକର ଜାଗା। ତେବେ ପୃଥିବୀରେ ନୁହେଁ, ବରଂ ଜହ୍ନରେ କିଣାଯାଇଛି ଏହି ଜମି।...

ପୂରଣ ହେବ ଦୃଷ୍ଟିହୀନ ମଧୁମିତାଙ୍କ ସ୍ବପ୍ନ

ଢେଙ୍କାନାଳ ଅଫିସ, ,୧୫।୩ ଏଥର ହାର୍‌ମୋନିୟମ ଉପରେ ଚାଲିବ ଅଙ୍ଗୁଳି। ଜନ୍ମରୁ ଆଖି ନାହିଁ ବୋଲି ଯେଉଁ ଅବସୋସ ରହିଯାଇଛି, ସେହି କ୍ଷତକୁ ଅନେକାଂଶରେ ଉପଶମ...

କିନ୍ନର ପାଳିଲେ ସାବିତ୍ରୀ ବ୍ରତ

ଢେଙ୍କାନାଳ ଅଫିସ/ଅନୁଗୋଳ ଅଫିସ, ୩୧ା୫ ଢେଙ୍କାନାଳ ସହର ୯ନଂ. ୱାର୍ଡ କଣ୍ଟାନାଳୀ ବାଇପାସ୍‌ ନିକଟ ହିମାଳୟ ବସ୍ତିରେ ରହୁଥିବା କିନ୍ନରମାନେ ସୋମବାର ସାବିତ୍ରୀ ବ୍ରତକୁ ମହାସମାରୋହରେ...

ଆର୍‌ଏମ୍‌ସି ପକ୍ଷରୁ କୃଷକ ବଜାର ଲୋକାର୍ପିତ: ‘ଚାଷୀଙ୍କୁ ସ୍ବାବଲମ୍ବୀ କରିବା ଲକ୍ଷ୍ୟ’

ଢେଙ୍କାନାଳ ଅଫିସ, ୨୮ା୧୧:  ଢେଙ୍କାନାଳ ନିୟନ୍ତ୍ରିତ ବଜାର କମିଟି (ଆରଏମ୍‌ସି) ପକ୍ଷରୁ ବୁଧବାର ଅପରାହ୍ନ ୧ଟା ୪୫ରେ କୈବଲ୍ୟ ବଜାର ଗାୟତ୍ରୀ ମନ୍ଦିର ନିକଟରେ ନବନିର୍ମିତ କୃଷକ...

୯ ଦିନ ପରେ ଘୋଷଯାତ୍ରା; ରଥ ପାଇଁ କାଠ ଅଭାବ

ଢେଙ୍କାନାଳ ଅଫିସ, ୨୪।୬:  ଶ୍ରୀ କଳାଠାକୁରଙ୍କ ପ୍ରସିଦ୍ଧ ଘୋଷଯାତ୍ରାକୁ ଆଉମାତ୍ର ୯ ଦିନ। ରଥ ନିର୍ମାଣ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ବା କଥା। ହେଲେ କାଠ ଅଭାବ ଯୋଗୁ...

ସପ୍ତଶଯ୍ୟା ମହୋତ୍ସବ ଉଦ୍‌ଘାଟିତ: ‘ସହଯୋଗ ମିଳିଲେ ଆଗକୁ ବଢ଼ିବ ସଂସ୍କୃତି’

ଢେଙ୍କାନାଳ ଅଫିସ, ୧୧ା୧୧: ଢେଙ୍କାନାଳ ମାଟିର ଐତିହ୍ୟ ଯେତିକି ମହାନ୍‌ ସେତିକି ଗରିମାମୟ ଏହାର ସଂସ୍କୃତି। ଏଠାକାର ସାଂସ୍କୃତିକ ଅନୁଷ୍ଠାନଗୁଡ଼ିକ ପରମ୍ପରାକୁ ଶୀର୍ଷସ୍ଥାନ ଦେବାକୁ ଯେଉଁ ଉଦ୍ୟମ...

Advertisement
Archives

Model This Week