ଔଷଧ ଖାଇ ୧୮ ଛାତ୍ରୀଛାତ୍ର ଅସୁସ୍ଥ

କାମାକ୍ଷାନଗର, ୯।୮(ଡି.ଏନ.ଏ.)-ଢେଙ୍କାନାଳ ଜିଲା ତୁମୁସିଙ୍ଗା ଥାନା ବାରୁଆ (କା) ପଞ୍ଚାୟତ ଅଧୀନ ଆଞ୍ଚଳିକ ହାଇସ୍କୁଲରେ ଶୁକ୍ରବାର କୃମିନାଶକ ବଟିକା ଖାଇ ୧୮ଛାତ୍ରୀଛାତ୍ର ଅସୁସ୍ଥ ହୋଇପଡ଼ିଛନ୍ତି। ସେମାନଙ୍କୁ ଅଁଳାବେରେଣୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ସମସ୍ତେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ସରକାରୀ ନିର୍ଦ୍ଦେଶ ପରେ ସାରା ଜିଲାରେ ସାମୂହିକ ଫାଇଲେରିଆ ଏବଂ କୃମିନାଶକ ଔଷଧ ସେବନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହିକ୍ରମରେ ସ୍କୁଲରେ ମଧ୍ୟାହ୍ନ ଭୋଜନ ପରେ ପିଲାଙ୍କୁ ଔଷଧ ଦିଆଯାଇଥିଲା। ବଟିକା ଖାଇସାରିବା ପରେ ପାର୍ଶ୍ୱପ୍ରତିକ୍ରିୟା ଆରମ୍ଭ ହୋଇଥିଲା। ହଠାତ୍‌ ଛାତ୍ରୀଛାତ୍ରଙ୍କ ମୁଣ୍ଡ ଘୂରାଇବା ସହ ବାନ୍ତି ହୋଇଥିଲା। ଏଥିରେ ଦଶମ ଶ୍ରେଣୀ ଛାତ୍ର ଜ୍ଞାନରଞ୍ଜନ ପ୍ରଧାନ, ସୌମ୍ୟରଞ୍ଜନ ପ୍ରଧାନ, ନଗେନ୍ଦ୍ର ବେହେରା, ଗୁରୁପ୍ରସାଦ ମାହୁନ୍ତ, ଦେବ ଖଟୁଆ, ଶିଲା ପାତ୍ର, ରାଜେନ୍ଦ୍ର ସାହୁ, ସୁରିଆ ପଧାନ, ନବମ ଶ୍ରେଣୀର ମାମାଲି ଭୋଇ, କାର୍ତ୍ତିକ ବେହେରା, ଅଷ୍ଟମ ଶ୍ରେଣୀର ପାର୍ଥସାରଥୀ ପରିଡ଼ା, ବିନାୟକ ସେଠୀ, ଅଶେଷ ପାତ୍ର, କାର୍ତ୍ତିକ ନାୟକ, ସୁମନ ଭୋଇ, ଅନୀଲ ବେହେରା, ସୋମନାଥ ଦେହୁରୀ, ମହେଶ୍ୱର ନାୟକ ପ୍ରମୁଖ ଅସୁସ୍ଥ ହୋଇପଡ଼ିଥିଲେ। ସେମାନଙ୍କୁ ତୁରନ୍ତ ୧୦୮ ଆମ୍ବୁଲାନ୍ସରେ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସୁସ୍ଥ ଅନୁଭବ କରିବା ପରେ ସମସ୍ତଙ୍କୁ ଘରକୁ ପଠାଇ ଦିଆଯାଇଥିବା ଡାକ୍ତର ପ୍ରମିଳ ଚନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।
ସହକାରୀ ଜନସ୍ବାସ୍ଥ୍ୟ ଅଧିକାରୀ ଜ୍ୟୋତିଷ ଚନ୍ଦ୍ର ମହାପାତ୍ର, ସରପଞ୍ଚ ମମତା ମାହୁନ୍ତ, ସମିତିସଭ୍ୟ ଦୀପକ ମାହୁନ୍ତ ସ୍ବାସ୍ଥ୍ୟକେନ୍ଦ୍ରରେ ଛାତ୍ରୀଛାତ୍ରଙ୍କ ଅବସ୍ଥା ପଚାରି ବୁଝିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଢେଙ୍କାନାଳ ଶକ୍ତି ସୁଗାର ନିକଟରେ ରାସ୍ତାରୁ ଖାଲକୁ ଖସିଲା ଚଳନ୍ତା ବସ୍‌: ୫୦ ଯାତ୍ରୀ…

ଢେଙ୍କାନାଳ, ୬।୯: ଢେଙ୍କାନାଳ ଶକ୍ତି ସୁଗାର ନିକଟରେ ରବିବାର ଏକ ଚଳନ୍ତା ଯାତ୍ରୀବାହୀ ବସ୍‌ ରାସ୍ତାରୁ ଖାଲକୁ ଖସିପଡ଼ିଥିବା ଜଣାପଡ଼ିଛି। ବସ୍‌ଟି କେନ୍ଦୁଝର ଜିଲାର ତେଲକୋଇରୁ ଭୁବନେଶ୍ୱର…

ଢେଙ୍କାନାଳର ପୂର୍ବତନ ଜିଲାପାଳ ଦୋଷୀ ସାବ୍ୟସ୍ତ, ବର୍ଷେ ଜେଲ୍‌ ଦଣ୍ଡ ସହ ସମ୍ପୂର୍ଣ୍ଣ ସରକାରୀ ପେନ୍‌ସନ୍‌କୁ…

ଢେଙ୍କାନାଳ,୩ା୯(ରତନ ନାୟାର): ସରକାରୀ ପଦବୀର ଅପବ୍ୟବହାର, ଅନିୟମିତତା ଓ ଠିକାଦାରଙ୍କୁ ଅହେତୁକ ଅନୁକମ୍ପା ଦେଖାଇବା ମାମଲାରେ ଢେଙ୍କାନାଳର ପୂର୍ବତନ ଜିଲାପାଳ ନିତ୍ୟାନନ୍ଦ ମହାନ୍ତି ଦୋଷୀ ସାବ୍ୟସ୍ତ ହୋଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri