ଔଷଧ କିଣିଥିବା ଲୋକଙ୍କ ତଥ୍ୟ ଦେବେ ଦୋକାନୀ ଗଞ୍ଜାମ ଜିଲାପାଳଙ୍କ ନୂଆ ନିର୍ଦ୍ଦେଶନାମା

ଛତ୍ରପୁର,୨୩ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ପୁଣି ଏକ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏଣିକି ଜିଲାର ସମସ୍ତ ଘରୋଇ ଔଷଧ ଦୋକାନୀ ସେମାନଙ୍କ ଦୋକାନରୁ ଔଷଧ କିଣିଥିବା ଲୋକଙ୍କ ତଥ୍ୟ ପ୍ରଶାସନକୁ ଦେବା ବାଧ୍ୟତାମୂଳକ କରାଯାଇଛି। ଏଥିରେ ଖିଲାପ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ କହିଛନ୍ତି। ଗୁରୁବାରଠାରୁ ଜିଲାରେ ଏହା ଲାଗୁ କରାଯିବ। କରୋନା ସଂକ୍ରମଣ ଭୟାବହତାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି। ରୋଗୀ କିମ୍ବା ତାଙ୍କ ସମ୍ପର୍କୀୟ କେଉଁ ରୋଗ ପାଇଁ କି ଔଷଧ କିଣିଛନ୍ତି, ଔଷଧ କିଣିଥିବା ବ୍ୟକ୍ତିଙ୍କ ନାମ ଓ ସମ୍ପୂର୍ଣ୍ଣ ଠିକଣା ଦୋକାନୀମାନେ ପଚାରି ବୁଝିବେ। ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ଫର୍ମାଟରେ ଦୋକାନୀମାନେ ଏ ସବୁ ତଥ୍ୟ ରଖି ଦୈନିକ ଡ୍ରଗ୍ସ ଇନ୍ସପେକ୍ଟରଙ୍କୁ ଦେବେ। ଡ୍ରଗ୍ସ ଇନ୍ସପେକ୍ଟରମାନେ ଦୈନିକ ଏହି ରିପୋର୍ଟ ଜିଲା ଜନସ୍ବାସ୍ଥ୍ୟ ଅଧିକାରୀଙ୍କୁ ଦେବେ। ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ ଉକ୍ତ ରିପୋର୍ଟ ଡିଆରଡିଏ ପିଡି ଓ ଛତ୍ରପୁରସ୍ଥିତ କୋଭିଡ ସେଲକୁ ଦେବାକୁ ଜ଼ିଲାପାଳ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୁଗୁଡ଼ା ବ୍ଲକର ୨୦ ଅତିଶୟ ସମ୍ବେଦନଶୀଳ ବୁଥ୍‌

ବୁଗୁଡ଼ା,୧୪ା୨(ଡି.ଏନ.ଏ.) ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ବୁଗୁଡ଼ା ବ୍ଲକର ୨୧ଟି ପଞ୍ଚାୟତର ମୋଟ ୨୮୭ ଟି ବୁଥ୍‌ ମଧ୍ୟରୁ ୧୪ ପଞ୍ଚାୟତର ୨୦ ବୁଥ୍‌...

ଫଳକରେ ଶହୀଦ ପୀଠ ଭାଗ୍ୟ

ବାସୁଦେବପୁର, ୯।୮ (ଡି.ଏନ.ଏ.) – ଭଦ୍ରକ ଜିଲା ବାସୁଦେବପୁର ବ୍ଲକର ରକ୍ତତୀର୍ଥ ଇରମ ଶହୀଦ ପୀଠର ଉନ୍ନତୀକରଣ କେବଳ ରାଜ୍ୟ ସଂସ୍କୃତି ପର୍ଯ୍ୟଟନ ବିଭାଗର ଫଳକରେ...

‘ମୁଟ୍‌ କୋର୍ଟ’ ପ୍ରତିଯୋଗିତା ଜିତିଲେ ମିତାଲି ମଧୁସ୍ମିତା

ଭୁବନେଶ୍ୱର,୨୦ା୨(ବ୍ୟୁରୋ): ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନ ଆଇନ ମହାବିଦ୍ୟାଳୟର ଦ୍ୱିତୀୟ ବର୍ଷ ଛାତ୍ରୀ ମିତାଲି ମଧୁସ୍ମିତା କଟକ ହାଇକୋର୍ଟ ବାର୍‌ ଆସୋସିଏଶନ୍‌ ପକ୍ଷରୁ ଆୟୋଜିତ ବିବୁଧେନ୍ଦ୍ର ମିଶ୍ର...

ସ୍କୁଲ ଯିବାକୁ ଛାତ୍ରୀଛାତ୍ରଙ୍କୁ ମିଳିବ ଯାତାୟାତ ଖର୍ଚ୍ଚ: ୭୫% ଉପସ୍ଥାନ ଥିଲେ ବର୍ଷକୁ ମିଳିବ ୬ ହଜାର

ଭୁବନେଶ୍ୱର, ୨୨।୬(ବ୍ୟୁରୋ): ୧୦ରୁ କମ୍‌ ଛାତ୍ରୀଛାତ୍ର ଥିବା ସ୍କୁଲକୁ ବନ୍ଦ କରାଯିବ। ରାଜ୍ୟରେ ଏଭଳି ୯୬୬ଟି ସ୍କୁଲ ଚିହ୍ନଟ କରାଯାଇଛି। ତେବେ ବନ୍ଦ ହୋଇଥିବା ସ୍କୁଲର...

ସହଯୋଗର ହାତ ବଢାଉଛନ୍ତି ସ୍ବେଚ୍ଛାସେବୀ

ରାଇକିଆ,୧ା୪(ଡି.ଏନ୍‌.ଏ.)- ଲକ୍‌ଡାଉନ୍‌ ପରେ ବାହାରୁ ଆସି ରାଇକିଆ ବ୍ଲକରେ ଅଟକି ଯାଇଥିବା ଶ୍ରମିକଙ୍କ ଚିନ୍ତା ବଢ଼ିଛି। କାମ ବନ୍ଦ ପରେ ଗଜପତିରୁ ଆସିଥିବା ଶ୍ରମିକ ଗଁାକୁ...

ସୁଇସାଇଡ୍‌ ନୋଟର ପ୍ରଥମ ପୃଷ୍ଠା ଗାଏବ

କୋରେଇ,୩୦ା୩(ଡି.ଏନ.ଏ.):ଯାଜପୁର ଜିଲା କୋରେଇ ଥାନା ଅଧୀନ ରଗଡ଼ି ସରକାରୀ ପଲିଟେକନିକ କଲେଜର ୩ୟ ବର୍ଷ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ଛାତ୍ରୀ ରୋଜାଲିନ ପାତ୍ର(୧୮) କଲେଜ ମଧ୍ୟରେ ଥିବା...

ରାଜ୍ୟ ବାହାରକୁ ଶ୍ରମିକ ଚାଲାଣ: ୭୫ ଦାଦନ ଶ୍ରମିକ, ୧୦ ନାବାଳକଙ୍କୁ ଉଦ୍ଧାର କଲା ପୋଲିସ

ଖଡିଆଳ,୪।୧: ନୂଆପଡ଼ା ଜିଲା ଖଡିଆଳ ଥାନା ଅଧିନ ରାଣୀପୁର ନିକଟରେ ଥିବା ଏକ ଢ଼ାବା ପାଖରୁ ଖଡିଆଳ ପୋଲିସ ସୋମବାର ୭୫ ଜଣ ଦାଦନ ଶ୍ରମିକ...

କୋଭିଡ ନିୟମ ଉଲ୍ଲଂଘନ ନେଇ ୩ ଗିରଫ: ମାସ୍କ ପାଇଁ ୬୦ ହଜାର ଜରିମାନା

ଛତ୍ରପୁର,୬।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ବିଭିନ୍ନ ଥାନା ପକ୍ଷରୁ କୋଭିଡ୍‌ ଓ ଲକ୍‌ଡାଉନ୍‌ ନିୟମକୁ କଡ଼ାକଡ଼ି ପାଳନ କରାଯାଉଛି। ଏହାସହ ଧରପଗଡ଼ ଜାରି ରହିଛି। ଗତ ୨୪...

Advertisement
Archives

Model This Week