ଓୟୁଏଟି ପ୍ରବେଶିକା ପରୀକ୍ଷାରେ ନକଲି ପରୀକ୍ଷାର୍ଥୀ ମାମଲା: ୪ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବ ପୋଲିସ

ଭୁବନେଶ୍ୱର, ୨।୨୫(ବ୍ୟୁରୋ): ଓୟୁଏଟି ପ୍ରବେଶିକା ପରୀକ୍ଷାରେ ନକଲି ପରିକ୍ଷାର୍ଥୀ ଧରାପଡିବା ପରେ ଏଥିପାଇଁ ଏକ ବଡ଼ ର଼୍ୟାକେଟ କାର୍ଯ୍ୟ କରୁଥିବା ପୋଲିସ ଜାଣିବାକୁ ପାଇଛି। ଏ ସମ୍ପର୍କରେ ଅଧିକ ଖୋଳତାଡ଼ ପାଇଁ ଗିରଫ ୪ଜଣ ଅଭିଯୁକ୍ତଙ୍କୁ ୩ ଦିନିଆ ରିମାଣ୍ଡରେ ଆଣିବାକୁ ଯୋଜନା କରିଛି। ମଙ୍ଗଳବାର ଏନେଇ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟରେ ଆବେଦନ କରିଛି। ଅନୁମତି ମିଳିବା ପରେ ପୋଲିସ ସେମାନଙ୍କୁ ଆଣି ର଼୍ୟାକେଟର ପର୍ଦ୍ଦାଫାଶ କରିବ। ଆବଶ୍ୟକ ପଡ଼ିଲେ ପୋଲିସ ଝାଡ଼ଖଣ୍ଡ ଓ ରାଜସ୍ଥାନ ଯାଇ ର଼୍ୟାକେଟର ଚେର ଖୋଜିବ। ଏଥିରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି, ଓଡ଼ିଶାରେ ମୁଖ୍ୟ କାର୍ପଟଦାର କିଏ, ର଼୍ୟାକେଟର ଚେର ଅନ୍ୟ କେଉଁସବୁ ରାଜ୍ୟକୁ ଲମ୍ବିଛି ଓ ପୂର୍ବରୁ କେତେଜଣ ଏପରି ନକଲି ପରିକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି, ପୋଲିସ ଏସବୁ ଜାଣିବାକୁ ଲକ୍ଷ୍ୟ ରଖିଛି।
ଅନ୍ୟପକ୍ଷରେ ପୋଲିସ ମଙ୍ଗଳବାର ଗିରଫ ଅଭିଯୁକ୍ତଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ ଯାଞ୍ଚ କରିଥିଲା। ଭିନ୍ନ ଭିନ୍ନ ବ୍ୟକ୍ତିଙ୍କ ଆକାଉଣ୍ଟ ସହ ସେମାନଙ୍କ ଆକାଉଣ୍ଟକୁ ଲକ୍ଷ ଲକ୍ଷ ଟଙ୍କା କାରବାର ହୋଇଛି। ଟଙ୍କା ପଠାଇଥିବା ଜଣେ ବ୍ୟକ୍ତିଙ୍କୁ ପୋଲିସ ପଚାରିଥିଲେ ମଧ୍ୟ ସେମାନେ ଭିନ୍ନ ଉତ୍ତର ଦେଇଛନ୍ତି। ଗିରଫ ଯୁବକଙ୍କଠାରୁ ଧାର ନେଇଥିବା ଟଙ୍କାକୁ ତାଙ୍କ ଆକାଉଣ୍ଟ୍‌ରେ ଡିପୋଜିଟ କରିଥିବା ସେ ସଫେଇ ଦେଇଛନ୍ତି। ହେଲେ ପୋଲିସ ଏହାକୁ ବିଶ୍ୱାସକୁ ନେଇପାରିନାହିଁ। ଅନ୍ୟ ଯେଉଁମାନେ ଟଙ୍କା ପଠାଇଛନ୍ତି ସେମାନଙ୍କୁ ମଧ୍ୟ ପୋଲିସ ପଚରାଉଚରା କରିବ ବୋଲି ଜଣାପଡିଛି। ଏହାସହ ନକଲି ପରିକ୍ଷାର୍ଥୀଙ୍କ ପରୀକ୍ଷା ଖାତାକୁ ପୋଲିସ ଜବତ କରି କୋର୍ଟକୁ ପଠାଇଛି।
ସୂଚନା ଅନୁଯାୟୀ, ରବିବାର ଓୟୁଏଟି ପ୍ରବେଶିକା ପରୀକ୍ଷା ଥିଲା। ଖଣ୍ଡଗିରି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରୀକ୍ଷା କେନ୍ଦ୍ରରେ ରାଜସ୍ଥାନର ଆଦର୍ଶ ଚୌଧୁରୀ ନାମକ ଜଣେ ଯୁବକ ପୁରୀ ଗୋପ ଅଞ୍ଚଳର ଯୁଧିଷ୍ଠିର ମଲ୍ଲିକ ନାମରେ ପରୀକ୍ଷା ଦେଉଥିଲେ। ହେଲେ ପରୀକ୍ଷା ଦେବା ସମୟରେ ସେ ଯୁଧିଷ୍ଠିର ନାମ ଲେଖିବା ବଦଳରେ ନିଜର ପ୍ରକୃତ ନାମ ଭୁଲ୍‌ରେ ଲେଖି ଦେଇଥିଲେ। ଫଳରେ ପରୀକ୍ଷା ହଲରେ ଥିବା ଇନ୍‌ଭିଜିଲେଟରଙ୍କ ସନ୍ଦେହ ହୋଇଥିଲା। ସେ ଆଡମିଟ୍‌ କାର୍ଡରେ ଥିବା ଫଟୋ ଓ ପରୀକ୍ଷା ଦେଉଥିବା ଆଦର୍ଶଙ୍କ ଚେହେରାକୁ ଦେଖି ଅଲଗା ଥିବା ଜଣାପଡିଥିଲା। ଏ ସଂକ୍ରାନ୍ତରେ ସେ ତୁରନ୍ତ ଖଣ୍ଡଗିରି ପୋଲିସକୁ ଜଣାଇଥିଲେ। ପୋଲିସ ପହଞ୍ଚତ୍ ତାଙ୍କୁ ଥାନାକୁ ଆଣି ପଚରାଉଚରା କରିବା ପରେ ନକଲି ପରିକ୍ଷାର୍ଥୀ ବୋଲି ସ୍ପଷ୍ଟ ହୋଇଥିଲା। ତାଙ୍କ ବୟାନ ଅନୁସାରେ ଅନ୍ୟ ସେଣ୍ଟରରେ ପରୀକ୍ଷା ଦେଉଥିବା ଝାଡ଼ଖଣ୍ଡର ଅମିତ କୁମାର ସିଂ ଓ ବିହାରର ଅମୀୟ ଭୂଷଣଙ୍କୁ ଗିରଫ କରିଥିଲା। ସେମାନଙ୍କୁ ଅଧିକ ପଚରାଉଚରା କରିବାରୁ ଏଥିରେ ଏକ ର଼୍ୟାକେଟ କାର୍ଯ୍ୟ କରୁଥିବା ଓ ଏଥିପାଇଁ ଲକ୍ଷଲକ୍ଷ ଟଙ୍କା ଡିଲ୍‌ ହୋଇଥିବା ପୋଲିସ ଜାଣିବାକୁ ପାଇଥିଲା। ତେବେ ଯେଉଁ ହୋଟେଲରେ ଏପରି ଡିଲ୍‌ ହୋଇଥିଲା ସେଠାରେ ପୋଲିସ ଚଢାଉ କରି ନୟାପଲୀ ଅଞ୍ଚଳର ରଞ୍ଜିତ କୁମାର ବେଉରାଙ୍କୁ ଗିରଫ କରିଥିଲା।
‘ଚିଟିଂ ଇଣ୍ଡିଆ’ର
ବାସ୍ତବ ଚିତ୍ର ଓଡ଼ିଶାରେ
ହିନ୍ଦୀ ଫିଲ୍ମ ‘ଚିଟିଂ ଇଣ୍ଡିଆ’ର ବାସ୍ତବ ଚିତ୍ର ଓଡ଼ିଶାରେ ଦେଖିବାକୁ ମିିଳିଛି। ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନରେ ହେଉଥିବା ପ୍ରବେଶିକା ପରୀକ୍ଷାରେ ନକଲି ପରିକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି। ଏହି ରାକେଟର ଚେର ଝାଡ଼ଖଣ୍ଡ, ରାଜସ୍ଥାନ ଆଦି ରାଜ୍ୟକୁ ଲମ୍ବିଛି। ସେସବୁ ରାଜ୍ୟର ମେଧାବୀ ଛାତ୍ରମାନେ ଟଙ୍କା ନେଇ ପରୀକ୍ଷା ଦେଉଛନ୍ତି। ଏପରିକି ଜଣଙ୍କ ପିଛା ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଡିଲ୍‌ ହେଉଛି। ଅଧାଟଙ୍କା ଅଗ୍ରମ ଆକାରରେ ନିଆଯାଉଥିବାବେଳେ ବାକି ଟଙ୍କା ଫଳାଫଳ ବାହାରିବା ପରେ ନେଉଛନ୍ତି ଦଲାଲ। ଏଥିପାଇଁ ପ୍ରବେଶିକା ପରୀକ୍ଷାର କିଛି ବହି ମଧ୍ୟ ପଢିବାକୁ ଦିଆଯାଉଛି। ପ୍ରକୃତ ପରିକ୍ଷାର୍ଥୀଙ୍କ ଭଳି ଏମାନଙ୍କୁ ବେଶଭୂଷାଠାରୁ ଆରମ୍ଭ କରି ପରୀକ୍ଷା କେନ୍ଦ୍ର, ନିୟମାବଳୀ ଓ କଟକଣା ସଂକ୍ରାନ୍ତରେ ମଧ୍ୟ ଅବଗତ କରାଯାଇଥାଏ। ସୋମବାର ଓୟୁଏଟି ପ୍ରବେଶିକା ପରୀକ୍ଷା ଦେଇଥିବା ୪ଜଣ ନକଲି ପରିକ୍ଷାର୍ଥୀ ଧରାପଡିବା ପରେ ଏବେ ‘ଚିଟିଂ ଇଣ୍ଡିଆ’ ପିଲ୍ମକୁ ଓଡ଼ିଶା ସହ ଯୋଡ଼ି ନାନା ଚର୍ଚ୍ଚା ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ସାହିତି୍ୟକା ନିର୍ମଳାପ୍ରଭା ନାୟକଙ୍କ ପରଲୋକ

ଭୁବନେଶ୍ୱର,୭ା୨(ବ୍ୟୁରୋ):ବିଶିଷ୍ଟ ସାରସ୍ବତ ସାଧିକା ତଥା ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ମା’ ନିର୍ମଳାପ୍ରଭା ନାୟକଙ୍କ ସୋମବାର ପରଲୋକ...

୫ ଜିଲାରେ ବନ୍ୟା ପରିସ୍ଥିତି

ଭୁବନେଶ୍ୱର, ୮ା୮(ବ୍ୟୁରୋ): ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇଛି। ବାଲେଶ୍ୱର ଉପକୂଳଠାରୁ ୭୦ କିଲୋମିଟର ଦୂର ଦକ୍ଷିଣ-ପୂର୍ବ ଦିଗରେ ଏହା...

ସପ୍ତାହେ ହାଲୁକା ଶୀତ

ଭୁବନେଶ୍ୱର,୯ା୧୧(ବ୍ୟୁରୋ): କାର୍ତ୍ତିକ ମାସ ଶେଷ ହେଲା। ଶୀତର ନାଁଗନ୍ଧ ନାହିଁ। ହାଲୁକା ଶୀତ ପଡ଼ିଥିଲେ ବି ପାରଦ ତଳମୁହାଁ ହେଉନାହିଁ। ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା...

ଭାରରେ ବୁହା ହେଲେ ରୋଗୀ

ମହାକାଳପଡ଼ା,୧୫ା୮(ଡି.ଏନ୍‌.ଏ.): ଭାରତ ସ୍ବାଧୀନତା ଲାଭର ୭୫ ବର୍ଷ ପରେ ବି ଗ୍ରାମାଞ୍ଚଳର ଲୋକଙ୍କୁ ମୌଳିକ ସୁବିଧା ମିଳିନି। କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପେଟଚ୍ଛେଲା ପଞ୍ଚାୟତ...

ଡିବିରି ନିଆଁରୁ ଅଗ୍ନିକାଣ୍ଡ, ବାପପୁଅ ଗୁରୁତର

ତୁମୁଡ଼ିବନ୍ଧ,୨୬ା୬(ଡି.ଏନ୍‌.ଏ)-ତୁମୁଡ଼ିବନ୍ଧ ବ୍ଲକ ବେଲଘର ବଜାରସାହିରେ ସୋମବାର ରାତିରେ ଡିବିରିରୁ ନିଅଁା ବ୍ୟାପି ୨ ବଖରା ଜଳି ଯାଇଥିବାବେଳେ ବାପ ପୁଅ ଗୁରୁତର ହୋଇଛନ୍ତି। ସେମାନେ ହେଲେ...

ଜଗା, କାଳିଆଙ୍କୁ ଭେଟିଲେ ମନ୍ତ୍ରୀ ଅଶୋକ ପଣ୍ଡା

କଟକ ଅଫିସ,୨୫-୯: ଏସ୍‌ସିବି ମେଡିକାଲରେ ଚିକିତ୍ସିତ ହେଉଥିବା କନ୍ଧମାଳ ଜିଲାର ଜଗା, କାଳିଆଙ୍କୁ ମଙ୍ଗଳବାର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା, ସାମାଜିକ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ...

ଝିଅ ଜନ୍ମ ହେବାରୁ ନିର୍ଯାତନା ପରେ ହତ୍ୟା

ଗୋପାଳପୁର,୨୭ା୬: ମହିଳାଙ୍କୁ ଯୌତୁକ ଜନିତ ହତ୍ୟା ଅଭିଯୋଗରେ ଗୋପାଳପୁର ପୋଲିସ ଜଣେ ଯବାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ ଗୋଳାବନ୍ଧ ସ୍ଥିତ...

ଭାଜପା ଛାଡ଼ିବେ ଜୟରାମ ପାଙ୍ଗୀ

କୋରାପୁଟ/ପଟ୍ଟାଙ୍ଗୀ,୨।୪(ସ୍ବ.ପ୍ର./ଡି.ଏନ୍‌.ଏ.): କୋରାପୁଟର ପୂର୍ବତନ ଏମ୍‌ପି ତଥା ଭାଜପାର ବରିଷ୍ଠ ସଦସ୍ୟ ଜୟରାମ ପାଙ୍ଗୀ ଦଳ ଛାଡ଼ିବା ନେଇ ସୂଚନା ଦେଇଛନ୍ତି। ଶୁକ୍ରବାର କୋଟିଆଠାରେ ଆୟୋଜିତ ଓଡ଼ିଶା...

Advertisement
Archives

Model This Week