Posted inଖେଳ

ଓ୍ବେଷ୍ଟର୍ନ ଏସିଆନ ୟୁଥ୍‌ ଆଣ୍ଡ ଜୁନିୟର ଚେସ୍‌: ସାଇନା, ପଲକଙ୍କୁ ସ୍ବର୍ଣ୍ଣ ପଦକ

ଭୁବନେଶ୍ୱର, ୧୧।୯(କ୍ରୀଡ଼ା ପ୍ରତିନିଧି)-ଓଡ଼ିଶା ଚେସ୍‌ର ଭବିଷ୍ୟତଭାବେ ବିବେଚିତ ହେଉଥିବା ପ୍ରତିଭା ସମ୍ପନ୍ନ ସାଇନା ସାଲୋନିକା ନିଜ ଅନ୍ତର୍ଜାତୀୟ କ୍ୟାରିୟରରେ ଆଉ ୨ଟି ପଦକ ଅର୍ଜନ କରିଛନ୍ତି। ନୂଆଦିଲ୍ଲୀରେ ମଙ୍ଗଳବାର ଶେଷ ହୋଇଥିବା ଓ୍ବେଷ୍ଟର୍ନ ଏସିଆନ ୟୁଥ୍‌ ଆଣ୍ଡ ଜୁନିୟର ଚେସ୍‌ ଚାମ୍ପିୟନଶିପ୍‌ର ୧୬ ବର୍ଷରୁ କମ୍‌ ବାଳିକା ବ୍ଲିଜ୍‌ରେ ଏହି ମହିଳା ଫିଡେ ମାଷ୍ଟର(ଡବ୍ଲ୍ୟୁଏଫଏମ) ସ୍ବର୍ଣ୍ଣପଦକ ଲାଭ କରିଛନ୍ତି। ଏହି ପ୍ରତିଯୋଗିତାର ମୁଖ୍ୟ କ୍ଲାସିକାଲ ବିଭାଗରେ ରାଜ୍ୟର ଅନ୍ୟତମ ଚେସ୍‌ ପ୍ରତିଭା ପଲକ ମହାପାତ୍ର ୧୦ ବର୍ଷରୁ କମ୍‌ ବାଳିକା ବର୍ଗରେ ସ୍ବର୍ଣ୍ଣ ପଦକ ଅର୍ଜନ କରିଛନ୍ତି। ଏହି ଇଭେଣ୍ଟରେ ସାଇନା ୧୬ ବର୍ଷରୁ କମ୍‌ ବାଳିକା ବର୍ଗରେ ରୌପ୍ୟ ପଦକଲାଭ କରିଛନ୍ତି। ପ୍ରତିଯୋଗିତାରେ ସାଇନା ଗୋଟିଏ ସ୍ବର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ପାଇଛନ୍ତି। ଅନ୍ୟତ ଓଡ଼ିଶା ଖେଳାଳି ୟାଶିତା ରାଉତ ୧୨ ବର୍ଷରୁ କମ୍‌ ବାଳିକା ବ୍ଲିଜ୍‌ ଫର୍ମାଟରେ ରୌପ୍ୟ ପଦକ ଅର୍ଜନ କରିଛନ୍ତି। ସେ ୯ ରାଉଣ୍ଡରୁ ୭ ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି।
୯ ରାଉଣ୍ଡ ବିଶିଷ୍ଟ ବ୍ଲିଜ୍‌ ଇଭେଣ୍ଟରେ ସାଇନା ପୂରା ୯ ପଏଣ୍ଟ ପାଇ ଅପରାଜେୟ ରହିବା ସହ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଚାମ୍ପିୟନ ହେବା ପଥରେ ସେ ଜଣେ ଲେଖାଏ ଶ୍ରୀଲଙ୍କା ଓ ବାଂଲାଦେଶ ଏବଂ ୭ ଜଣ ନିଜ ରାଜ୍ୟ/ଭାରତୀୟ ଖେଳାଳିଙ୍କୁ ପରାସ୍ତ କରିଛନ୍ତି। ମହିଳା କ୍ୟାଣ୍ଡିଡେଟ ମାଷ୍ଟର ବୃଷ୍ଟି ମୁଖାର୍ଜୀ ୭ ଓ ଆରୁଷୀ କୋଟଓ୍ବାଲ ୬ ପଏଣ୍ଟ ସହିତ ଯଥାକ୍ରମେ ରୌପ୍ୟ ଓ ବ୍ରୋଞ୍ଜ ପଦକ ପାଇଛନ୍ତି। ସେହିପରି ୯ ରାଉଣ୍ଡ ବିଶିଷ୍ଟ କ୍ଲାସିକାଲ ବିଭାଗରେ ସାଇନା ୬.୫ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ଗ୍ରୀଷ୍ମା ଆନନ୍ଦ ଧୁମାଲ ୭ ପଏଣ୍ଟ ପାଇ ସ୍ବର୍ଣ୍ଣ ପଦକ ହାତେଇଛନ୍ତି। ଏଥିରେ ବିଜୟ ସହ ଅଭିଯାନ ଆରମ୍ଭ କରିଥିଲେ ହେଁ ସାଇନା ମୋଟ ୫ ମ୍ୟାଚ ଜିତିଥିବାବେଳେ ୩ ମ୍ୟାଚ ଡ୍ର ରଖିଥିଲେ ଏବଂ ଗୋଟିଏ ମ୍ୟାଚରେ ହାରି ଯାଇଥିଲେ। ୪ର୍ଥ ରାଉଣ୍ଡରେ ଧୁମାଲଙ୍କଠାରୁ ପରାଜୟ ଯୋଗୁ ସେ ସ୍ବର୍ଣ୍ଣ ପଦକ ହାସଲରୁ ଅଳ୍ପକେ ବଞ୍ଚତ୍ତ ହୋଇଥିଲେ। ଏହି ୨ ପଦକକୁ ମିଶାଇ ସାଇନାଙ୍କ ଅନ୍ତର୍ଜାତୀୟ ପଦକ ସଂଖ୍ୟା ୧୭ରେ ପହଞ୍ଚତ୍ଛି। କେନ୍ଦୁଝରଜିଲା ହାଟଡିହି ବ୍ଲକ୍‌ ସୁଲାନ ଗ୍ରାମର ବବିତା ଓ ଗଣେଶ୍ୱର ଜେନାଙ୍କ ଝିଅ ସାଇନା ସମ୍ପ୍ରତି କିଟ୍‌ରେ ଏକାଦଶ ଷ୍ଟାଣ୍ଡାର୍ଡରେ ଅଧ୍ୟୟନରତ।
ପ୍ରତିଯୋଗିତାର ୧୦ ବର୍ଷରୁ କମ୍‌ କ୍ଲାସିକାଲ ବିଭାଗ ଉଭୟ ବାଳିକା ଓ ବାଳକ ବର୍ଗରେ ହେଉଥିବାରୁ ପଲକ ଓଭରଅଲ୍‌ ୧୧ତମ ସ୍ଥାନରେ ଥିଲେ ହେଁ ବାଳିକାଙ୍କ ମଧ୍ୟରେ ପ୍ରଥମ ସ୍ଥାନ ଅଧିକାର କରି ସ୍ବର୍ଣ୍ଣ ପଦକ ପାଇଥିଲେ। ସେ ୯ ରାଉଣ୍ଡ ବିଶିଷ୍ଟ ପ୍ରତିଯୋଗିତାରୁ ୫.୫ ପଏଣ୍ଟ ପାଇଥିଲେ। ସେ ୫ଟି ମ୍ୟାଚରେ ବିଜୟୀ ହୋଇଥିବାବେଳେ ୩ ମ୍ୟାଚରେ ହାରିଥିଲେ ଏବଂ ଗୋଟିଏ ମ୍ୟାଚ ଡ୍ର ରଖିଥିଲେ। ଏଥିରେ ଅନ୍ୟତମ ଭାରତୀୟ ଖେଳାଳି ଏସ.ପୌର୍ଣ୍ଣମି ଓ ସଚିନ ଜୈନ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ। ସାଇନା, ପଲକ ଓ ୟାଶିତାଙ୍କୁ ଏସ.ଆର. ଚେସ୍‌ ସେଣ୍ଟର ପକ୍ଷରୁ ଅଭିନନ୍ଦନ ଜ୍ଞାପନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ଶେଷ ଓଭରରେ ଭାରତର ରୋମାଞ୍ଚକର ବିଜୟ, ଶେଷ ଯାଏ ଲଢ଼ିଲା ନେଦରଲ୍ୟାଣ୍ଡ

ଅହମ୍ମଦାବାଦ,୧୮।୨: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ୍‌ର ଏକ ରୋମାଞ୍ଚକର ମୁକାବିଲାରେ ଭାରତ ୧୭ ରନରେ ନେଦରଲ୍ୟାଣ୍ଡକୁ ପରାସ୍ତ କରିଛି। ଏହି ବିଜୟ ସହ ଭାରତ…

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

T20 ବିଶ୍ୱକପ୍‌ ୨୦୨୬: ଶିବମ ଦୁବେଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ନେଦରଲାଣ୍ଡ ଆଗରେ ୧୯୪ ରନ୍‌ର ଲକ୍ଷ୍ୟ

ଅହମ୍ମଦାବାଦ,୧୮।୨: T20 ବିଶ୍ୱକପ୍‌ ୨୦୨୬ର ଶେଷ ଗ୍ରୁପ୍‌ ମ୍ୟାଚ୍‌ରେ ଭାରତୀୟ ଦଳ ନେଦରଲାଣ୍ଡ ବିପକ୍ଷରେ ୬ ୱିକେଟ୍ ହରାଇ ୧୯୩ ରନ୍‌ର ଏକ ବଡ ସ୍କୋର ଛିଡ଼ା…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

କଳିଯୁଗର ସାବିତ୍ରୀ… ସ୍ବାମୀ ପାଇଁ ଭାଲୁ ସହ ଲଢ଼ି ବଞ୍ଚାଇଲେ ଜୀବନ

କରଞ୍ଜିଆ,୧୮।୨(କବିତା ମହାନ୍ତ): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ହାତୀସାଲବେଡ଼ା ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ହେଲେ ମାଲଦେ ସୋରେନ(୪୫)।…

ଶାନଦାର ବିଜୟ ସହ ସୁପର-୮ରେ ପାକିସ୍ତାନ, ପୁଣି ଭାରତ ସହ…

ନୂଆଦିଲ୍ଲୀ,୧୮।୨: କର ବା ମର ମୁକାବିଲାରେ ନାମ୍ବିୟାକୁ ୧୦୨ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରି ପାକିସ୍ତାନ ସୁପର-୮ରେ ନିଜର ସ୍ଥାନ ପକ୍କା କରିଛି। ଏହି ବିଜୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri