Posted inଖେଳ

ଓ୍ବେଷ୍ଟର୍ନ ଏସିଆନ ୟୁଥ୍‌ ଆଣ୍ଡ ଜୁନିୟର ଚେସ୍‌: ସାଇନା, ପଲକଙ୍କୁ ସ୍ବର୍ଣ୍ଣ ପଦକ

ଭୁବନେଶ୍ୱର, ୧୧।୯(କ୍ରୀଡ଼ା ପ୍ରତିନିଧି)-ଓଡ଼ିଶା ଚେସ୍‌ର ଭବିଷ୍ୟତଭାବେ ବିବେଚିତ ହେଉଥିବା ପ୍ରତିଭା ସମ୍ପନ୍ନ ସାଇନା ସାଲୋନିକା ନିଜ ଅନ୍ତର୍ଜାତୀୟ କ୍ୟାରିୟରରେ ଆଉ ୨ଟି ପଦକ ଅର୍ଜନ କରିଛନ୍ତି। ନୂଆଦିଲ୍ଲୀରେ ମଙ୍ଗଳବାର ଶେଷ ହୋଇଥିବା ଓ୍ବେଷ୍ଟର୍ନ ଏସିଆନ ୟୁଥ୍‌ ଆଣ୍ଡ ଜୁନିୟର ଚେସ୍‌ ଚାମ୍ପିୟନଶିପ୍‌ର ୧୬ ବର୍ଷରୁ କମ୍‌ ବାଳିକା ବ୍ଲିଜ୍‌ରେ ଏହି ମହିଳା ଫିଡେ ମାଷ୍ଟର(ଡବ୍ଲ୍ୟୁଏଫଏମ) ସ୍ବର୍ଣ୍ଣପଦକ ଲାଭ କରିଛନ୍ତି। ଏହି ପ୍ରତିଯୋଗିତାର ମୁଖ୍ୟ କ୍ଲାସିକାଲ ବିଭାଗରେ ରାଜ୍ୟର ଅନ୍ୟତମ ଚେସ୍‌ ପ୍ରତିଭା ପଲକ ମହାପାତ୍ର ୧୦ ବର୍ଷରୁ କମ୍‌ ବାଳିକା ବର୍ଗରେ ସ୍ବର୍ଣ୍ଣ ପଦକ ଅର୍ଜନ କରିଛନ୍ତି। ଏହି ଇଭେଣ୍ଟରେ ସାଇନା ୧୬ ବର୍ଷରୁ କମ୍‌ ବାଳିକା ବର୍ଗରେ ରୌପ୍ୟ ପଦକଲାଭ କରିଛନ୍ତି। ପ୍ରତିଯୋଗିତାରେ ସାଇନା ଗୋଟିଏ ସ୍ବର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ପାଇଛନ୍ତି। ଅନ୍ୟତ ଓଡ଼ିଶା ଖେଳାଳି ୟାଶିତା ରାଉତ ୧୨ ବର୍ଷରୁ କମ୍‌ ବାଳିକା ବ୍ଲିଜ୍‌ ଫର୍ମାଟରେ ରୌପ୍ୟ ପଦକ ଅର୍ଜନ କରିଛନ୍ତି। ସେ ୯ ରାଉଣ୍ଡରୁ ୭ ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି।
୯ ରାଉଣ୍ଡ ବିଶିଷ୍ଟ ବ୍ଲିଜ୍‌ ଇଭେଣ୍ଟରେ ସାଇନା ପୂରା ୯ ପଏଣ୍ଟ ପାଇ ଅପରାଜେୟ ରହିବା ସହ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଚାମ୍ପିୟନ ହେବା ପଥରେ ସେ ଜଣେ ଲେଖାଏ ଶ୍ରୀଲଙ୍କା ଓ ବାଂଲାଦେଶ ଏବଂ ୭ ଜଣ ନିଜ ରାଜ୍ୟ/ଭାରତୀୟ ଖେଳାଳିଙ୍କୁ ପରାସ୍ତ କରିଛନ୍ତି। ମହିଳା କ୍ୟାଣ୍ଡିଡେଟ ମାଷ୍ଟର ବୃଷ୍ଟି ମୁଖାର୍ଜୀ ୭ ଓ ଆରୁଷୀ କୋଟଓ୍ବାଲ ୬ ପଏଣ୍ଟ ସହିତ ଯଥାକ୍ରମେ ରୌପ୍ୟ ଓ ବ୍ରୋଞ୍ଜ ପଦକ ପାଇଛନ୍ତି। ସେହିପରି ୯ ରାଉଣ୍ଡ ବିଶିଷ୍ଟ କ୍ଲାସିକାଲ ବିଭାଗରେ ସାଇନା ୬.୫ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ଗ୍ରୀଷ୍ମା ଆନନ୍ଦ ଧୁମାଲ ୭ ପଏଣ୍ଟ ପାଇ ସ୍ବର୍ଣ୍ଣ ପଦକ ହାତେଇଛନ୍ତି। ଏଥିରେ ବିଜୟ ସହ ଅଭିଯାନ ଆରମ୍ଭ କରିଥିଲେ ହେଁ ସାଇନା ମୋଟ ୫ ମ୍ୟାଚ ଜିତିଥିବାବେଳେ ୩ ମ୍ୟାଚ ଡ୍ର ରଖିଥିଲେ ଏବଂ ଗୋଟିଏ ମ୍ୟାଚରେ ହାରି ଯାଇଥିଲେ। ୪ର୍ଥ ରାଉଣ୍ଡରେ ଧୁମାଲଙ୍କଠାରୁ ପରାଜୟ ଯୋଗୁ ସେ ସ୍ବର୍ଣ୍ଣ ପଦକ ହାସଲରୁ ଅଳ୍ପକେ ବଞ୍ଚତ୍ତ ହୋଇଥିଲେ। ଏହି ୨ ପଦକକୁ ମିଶାଇ ସାଇନାଙ୍କ ଅନ୍ତର୍ଜାତୀୟ ପଦକ ସଂଖ୍ୟା ୧୭ରେ ପହଞ୍ଚତ୍ଛି। କେନ୍ଦୁଝରଜିଲା ହାଟଡିହି ବ୍ଲକ୍‌ ସୁଲାନ ଗ୍ରାମର ବବିତା ଓ ଗଣେଶ୍ୱର ଜେନାଙ୍କ ଝିଅ ସାଇନା ସମ୍ପ୍ରତି କିଟ୍‌ରେ ଏକାଦଶ ଷ୍ଟାଣ୍ଡାର୍ଡରେ ଅଧ୍ୟୟନରତ।
ପ୍ରତିଯୋଗିତାର ୧୦ ବର୍ଷରୁ କମ୍‌ କ୍ଲାସିକାଲ ବିଭାଗ ଉଭୟ ବାଳିକା ଓ ବାଳକ ବର୍ଗରେ ହେଉଥିବାରୁ ପଲକ ଓଭରଅଲ୍‌ ୧୧ତମ ସ୍ଥାନରେ ଥିଲେ ହେଁ ବାଳିକାଙ୍କ ମଧ୍ୟରେ ପ୍ରଥମ ସ୍ଥାନ ଅଧିକାର କରି ସ୍ବର୍ଣ୍ଣ ପଦକ ପାଇଥିଲେ। ସେ ୯ ରାଉଣ୍ଡ ବିଶିଷ୍ଟ ପ୍ରତିଯୋଗିତାରୁ ୫.୫ ପଏଣ୍ଟ ପାଇଥିଲେ। ସେ ୫ଟି ମ୍ୟାଚରେ ବିଜୟୀ ହୋଇଥିବାବେଳେ ୩ ମ୍ୟାଚରେ ହାରିଥିଲେ ଏବଂ ଗୋଟିଏ ମ୍ୟାଚ ଡ୍ର ରଖିଥିଲେ। ଏଥିରେ ଅନ୍ୟତମ ଭାରତୀୟ ଖେଳାଳି ଏସ.ପୌର୍ଣ୍ଣମି ଓ ସଚିନ ଜୈନ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ। ସାଇନା, ପଲକ ଓ ୟାଶିତାଙ୍କୁ ଏସ.ଆର. ଚେସ୍‌ ସେଣ୍ଟର ପକ୍ଷରୁ ଅଭିନନ୍ଦନ ଜ୍ଞାପନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ଦାରିଙ୍ଗବାଡ଼ି ଶୀତ ମହୋତ୍ସବ ପାଇଁ ଜୋର୍‌ଦାର ପ୍ରସ୍ତୁତି

ଦାରିଙ୍ଗବାଡ଼ି,୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଶୀତ ମହୋତ୍ସବ ଆଉ ଗୋଟିଏ ସପ୍ତାହ ପରେ ହେବାକୁ ଯାଉଛି। ଏଥିପାଇଁ ପ୍ରସ୍ତୁତି ଜୋର୍‌ଦାର କରାଯାଉଛି। ୪ଦିନ ଧରି...

ନୂଆବର୍ଷରେ ବଡ଼ ପ୍ରତିଜ୍ଞା କରିଦେଲେ ଅନୁପମ ଖେର: ପ୍ରଶଂସକ ଚକିତ

ବଲିଉଡ ନୂଆବର୍ଷକୁ ଜୋରଦାର୍‌ ସ୍ବାଗତ କରିଛି। କିଏ ନିଜ ପରିବାର ସହିତ ସମୟ ବିତାଉଛନ୍ତି, ଆଉ କିଏ ମନ୍ଦିରରେ ପ୍ରାର୍ଥନା କରି ଆଶୀର୍ବାଦ ନେଉଛନ୍ତି। ଅଭିନେତା...

ସରକାରୀ ବସ୍‌ରେ ଯାତ୍ରୀଙ୍କୁ ମିଳୁନି ଟିକେଟ୍‌, ସଂଗୃହୀତ ଅର୍ଥ ଯାଉଛି କୁଆଡ଼େ

ଦାରିଙ୍ଗବାଡ଼ି,୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ କେରୁବାଡ଼ିଠାରୁ ଫୁଲବାଣୀକୁ ଯାତାୟାତ କରୁଥିବା ସରକାରୀ ଯାତ୍ରୀବାହୀ ବସ୍‌ରେ ସମସ୍ତ ଯାତ୍ରୀଙ୍କୁ ବସ୍‌ର କର୍ମଚାରୀ ବା ଟିକେଟ୍‌...

ଓଡ଼ିଶା ଆସିବେ ପ୍ରିୟଙ୍କା ଗାନ୍ଧି, ଏହି ଦିନ ଆସିବା ନେଇ ଭକ୍ତ ଦାସଙ୍କ ସୂଚନା

ଭୁବନେଶ୍ୱର,୧।୧: ଆସନ୍ତା ମାର୍ଚ୍ଚରେ ଓଡ଼ିଶା ଆସିବେ ପ୍ରିୟଙ୍କା ଗାନ୍ଧି । ଏନେଇ ପିସିସି ସଭାପତି ଭକ୍ତ ଚରଣ ଦାସ ସୂଚନା ଦେଇଛନ୍ତି । ତେବେ ମାର୍ଚ୍ଚ...

ବିମାନ ଉଡ଼ାଇବା ପୂର୍ବରୁ ମଦ ପିଇଦେଇଥିଲେ ଏୟାରଇଣ୍ଡିଆ ପାଇଲଟ: ଆଉ ତା’ପରେ…

ଓଟାଓ୍ବା,୧।୧: କାନାଡାର ଭାନକୁଭର ବିମାନବନ୍ଦରରେ ଜଣେ ଏୟାର ଇଣ୍ଡିଆ ପାଇଲଟଙ୍କୁ ନିଶାସକ୍ତ ଅବସ୍ଥାରେ ଅଟକ ରଖାଯାଇଛି। ଡିସେମ୍ବର ୨୩, ୨୦୨୫ରେ ଭାନକୁଭର-ଦିଲ୍ଲୀ (ଭିଏନା ଦେଇ) ଉଡ଼ାଣ...

ନୂଆବର୍ଷରେ ନଗର ଉନ୍ନୟନ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଭୁବନେଶ୍ବର ନିକୋ ପାର୍କର…

ଭୁବନେଶ୍ୱର,୧।୧: ରାଜଧାନୀ ଭୁବନେଶ୍ବରରେ ଥିବା ନିକୋ ପାର୍କର ହେବ ନବକଳେବର । ଏନେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି । ୩ଟି...

ନୂଆବର୍ଷରେ ଅଘଟଣ: ଦ୍ରୁତଗତିରେ ଆସି ମହିଳାଙ୍କୁ ଧକ୍କା ଦେଲା କାର୍‌, ୧୦ ମିଟର ଦୂରରେ ଯାଇ…

ଲାଞ୍ଜିଗଡ଼,୧ା୧(ରମେଶ ଚନ୍ଦ୍ର ନାୟକ): ବର୍ଷ ଆରମ୍ଭରୁ ଏକ ଦୁଃଖଦ ଘଟଣା ଘଟିଛି। କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ଥାନା ଅନ୍ତର୍ଗତ ଆଶ୍ରମପଡ଼ା ନିକଟରେ ଏକ ଅଜଣା ଗାଡ଼ି...

ନୂଆବର୍ଷରେ ଭାଇରାଲ ହେଲା ସ୍ମୃତି ମନ୍ଧାନାଙ୍କ ପୋଷ୍ଟ, ଗୋଟିଏ ଧାଡିରେ ଲେଖିଦେଲେ ମନର କଥା

ନୂଆଦିଲ୍ଲୀ,୧।୧: ଭାରତୀୟ ମହିଳା କ୍ରିକେଟ ଦଳର ତାରକା ସ୍ମୃତି ମନ୍ଧାନାଙ୍କ ପାଇଁ ୨୦୨୫ ବର୍ଷ ଏକ ରୋଲରକୋଷ୍ଟର ଯାତ୍ରାଠାରୁ କମ ନଥିଲା। କ୍ରିକେଟ କ୍ଷେତ୍ରରେ ମନ୍ଧାନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri