Posted inଖେଳ

ଓ୍ବେଷ୍ଟଇଣ୍ଡିଜ ଦଳରେ ଗେଲ୍‌, ରସେଲ

ସେଣ୍ଟ ଜନ୍ସ, ୨୫।୪(ପି.ଟି.)- ମେ ୩୦ରୁ ଇଂଲଣ୍ଡରେ ଆରମ୍ଭ ହେବାକୁ ଯାଉଥିବା ଆଇସିସି ବିଶ୍ୱକପ ପାଇଁ ବୁଧବାର ଓ୍ବେଷ୍ଟଇଣ୍ଡିଜ ଦଳ ଘୋଷିତ ହୋଇଛି। ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ରେ ବିସ୍ଫୋରକ ବ୍ୟାଟିଂ ପାଇଁ ଆନ୍ଦ୍ରେ ରସେଲଙ୍କୁ ଓ୍ବେଷ୍ଟଇଣ୍ଡିଜ ଦଳରେ ସ୍ଥାନ ମିଳିଛି। ୪୦ ବର୍ଷୀୟ କ୍ରିସ୍‌ ଗେଲ୍‌ଙ୍କୁ ମଧ୍ୟ ଦଳରେ ନିଆ ଯାଇଛି। ଏହା ତାଙ୍କର ଶେଷ ବିଶ୍ୱକପ ହେବ। ଚଳିତ ଆଇପିଏଲରେ ରସେଲ ନିଜ ଫ୍ରାଞ୍ଚାଇଜ୍‌ କୋଲକାତା ନାଇଟ ରାଇଡର୍ସକୁ ୪ଟି ମ୍ୟାଚରେ ବିଜୟୀ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। ତେବେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳୁଥିବା କେରନ ପୋଲାର୍ଡ ଓ ନାଇଟ ରାଇଡର୍ସର ସୁନୀଲ ନାରିନ୍‌ଙ୍କୁ ଦଳରେ ନିଆ ଯାଇନାହିଁ। ବିଶ୍ୱକପରେ ଗେଲ୍‌ଙ୍କ ଓପନିଂ ପାର୍ଟନର ହେବେ ଇଭିନ୍‌ ଲିଓ୍ବିସ। ଯୁବ ଖେଳାଳି ସାଇ ହୋପ୍‌ ଏବଂ ଶିମରନ ହେଟ୍‌ମେରଙ୍କ ଉପରେ ଚୟନକର୍ତ୍ତା ଆସ୍ଥା ସ୍ଥାପନ କରିଛନ୍ତି। ଆହତ ଆଲଜାରି ଜୋସେଫଙ୍କୁ ନିଆଯାଇ ନ ଥିବାବେଳେ ଭେଟେରାନ କେମର ରୋଚ୍‌ଙ୍କ ଓ୍ବେଷ୍ଟଇଣ୍ଡିଜ ବୋଲିଂ ଆକ୍ରମଣର ନେତୃତ୍ୱ ନେବେ।

ଓ୍ବେଷ୍ଟଇଣ୍ଡିଜ ଦଳ: ଜାସନ ହୋଲ୍ଡର(ଅଧିନାୟକ), ଆନ୍ଦ୍ରେ ରସେଲ, ଆଶଲେ ନର୍ସ, କାର୍ଲୋସ ବ୍ରାଥଓ୍ବେଟ, କ୍ରିସ୍‌ ଗେଲ୍‌, ଡାରେନ ବ୍ରାଭୋ, ଇଭିନ ଲିଓ୍ବିସ, ଫାବିଆନ ଆଲେନ, କେମର ରୋଚ୍‌, ନିକୋଲାସ ପୁରନ(ଉଇକେଟ କିପର), ଓଶାନେ ଥୋମାସ, ଶାଇ ହୋପ୍‌, ଶାନନ ଗାବ୍ରିଏଲ, ଶେଲଡନ କୋଟ୍ରେଲ, ଶିମରନ ହେଟମେର।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

Video: ପ୍ରଶଂସକଙ୍କ ନିଜର ଲାମ୍ବୋର୍ଗିନୀ ଦେଇଦେଲେ ରୋହିତ ଶର୍ମା, ଜାଣନ୍ତୁ କାରଣ

ମୁମ୍ବାଇ,୧୯ା୫: ଭାରତୀୟ କ୍ରିକେଟ ଦଳର ଅଧିନାୟକ ତଥା ମୁମ୍ବାଇ ଇଣ୍ଡିଆନ୍ସର ଷ୍ଟାର ଖେଳାଳି ରୋହିତ ଶର୍ମା ଏକ ହୃଦୟସ୍ପର୍ଶୀ ଅଙ୍ଗଭଙ୍ଗୀରେ ସମସ୍ତଙ୍କ ମନ ଜିଣିଛନ୍ତି। ସେ...

୧୦୨୧ ଦିନ ପରେ ଟିମ୍ ଇଣ୍ଡିଆକୁ ପ୍ରତ୍ୟାବର୍ତ୍ତନ, କେଏଲ ରାହୁଲଙ୍କ ହେବ ମେଗା ରିଟର୍ଣ୍ଣ! ଆଇପିଏଲ ୨୦୨୫ ମଝିରେ ଆସିଲା ବଡ଼ ଅପଡେଟ

ମୁମ୍ବାଇ,୧୯ା୫: ଆଇପିଏଲ ୨୦୨୫ ଶେଷ ହେବା ପରେ ଭାରତୀୟ ଦଳକୁ ଇଂଲଣ୍ଡ ଗସ୍ତ କରିବାକୁ ଅଛି। ଏହାପରେ ଅଗଷ୍ଟ ମାସରେ ଟିମ୍ ଇଣ୍ଡିଆ ହ୍ୱାଇଟ ବଲ...

ଅପରେଶନ ସିନ୍ଦୂର ବେଳେ ବାପା-ମା’ ପିଓକେରେ ଥିଲେ: ମୋଇନ ଅଲୀ

କୋଲକାତା,୧୯ା୫: ଭାରତ ଦ୍ୱାରା କରାଯାଇଥିବା ଅପରେଶନ ସିନ୍ଦୂର ବେଳେ ଇଂଲଣ୍ଡ ତଥା କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଅଲରାଉଣ୍ଡର ମୋଇନ ଅଲୀଙ୍କ ବାପା-ମା’ ପାକିସ୍ତାନ ଅଧିକୃତ...

IPL 2025: କୋହଲିଙ୍କୁ ପଛରେ ପକାଇଲେ ଗିଲ

ନୂଆଦିଲ୍ଲୀ,୧୯ା୫: ଚଳିତ ଆଇପିଏଲ୍‌ରେ ଜବରଦସ୍ତ ଫର୍ମରେ ଥିବା ଗୁଜରାଟ ଟାଇଟନ୍ସ (ଜିଟି) ଅଧିନାୟକ ଶୁବମନ ଗିଲ ରବିବାର ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ବିପକ୍ଷ ମ୍ୟାଚ୍‌ରେ ଟି୨୦...

ବିସିସିଆଇର ବଡ଼ ଘୋଷଣା: ଏସିଆ କପ୍‌ରୁ ଓହରିବ ନାହିଁ ଭାରତ

ନୂଆଦିଲ୍ଲୀ,୧୯ା୫: ଭାରତ ଆସନ୍ତା ପୁରୁଷ ଏସିଆକପ୍‌ ଓ ମହିଳା ଏମର୍ଜିଂ ଟିମ୍ସ ଏସିଆ କପ୍‌ରୁ ଓହରିଯିବା ଲାଗି ନିଷ୍ପତ୍ତି ନେଇଥିବା ଯେଉଁ ରିପୋର୍ଟ ପ୍ରକାଶ ପାଇଛି,...

ଭାରତ-ପାକିସ୍ତାନ ଟିମ୍‌ ଏସିଆ କପ୍‌ରେ ହେବେ କି ମୁହାଁମୁହିଁ? BCCI କଲା ବଡ଼ ଖୁଲାସା

ନୁଆଦିଲ୍ଲୀ,୧୯।୫: ଭାରତ ଏବଂ ପାକିସ୍ତାନ ସୀମାରେ ବଢ଼ୁଥିବା ଉତ୍ତେଜନା ଯୋଗୁ ଏସିଆ କପ ୨୦୨୫ ଚର୍ଚ୍ଚାରେ ଅଛି। ICC ଇଭେଣ୍ଟ ପରେ ଏହା ଏକମାତ୍ର ଟୁର୍ନାମେଣ୍ଟ...

ହାଇଦ୍ରାବାଦକୁ ବଡ଼ ଝଟକା: କରୋନାରେ ସଂକ୍ରମିତ ହେଲେ ଏହି ଷ୍ଟାର୍‌ ବ୍ୟାଟର

ହାଇଦ୍ରାବାଦ,୧୦।୫: ହାଇଭୋଲଟେଜ ମ୍ୟାଚ ପୂର୍ବରୁ ହାଇଦ୍ରାବାଦକୁ ଲାଗିଛି ଏକ ବଡ଼ ଝଟକା । ହାଇଦ୍ରାବାଦର ବିସ୍ଫୋରକ ବ୍ୟାଟର ଟ୍ରାଭିସ ହେଡ କରୋନାରେ ସଂକ୍ରମିତ ହୋଇଛନ୍ତି। ଏନେଇ...

ଭଲିବଲ ଟୁର୍ନାମେଣ୍ଟ: ପିପଲପଦର ଚାମ୍ପିୟନ

କର୍ଲାମୁଣ୍ଡା,୧୮।୫(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଞ୍ଜ ଯୁବ ସଙ୍ଗଠନ ପକ୍ଷରୁ ରାତ୍ରିକାଳୀନ ଭଲିବଲ ଟୁର୍ନାମେଣ୍ଟ ଉଦଯାପିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri