Posted inଖେଳ

ଓ୍ବେଷ୍ଟଇଣ୍ଡିଜ ଦଳରେ ଗେଲ୍‌, ରସେଲ

ସେଣ୍ଟ ଜନ୍ସ, ୨୫।୪(ପି.ଟି.)- ମେ ୩୦ରୁ ଇଂଲଣ୍ଡରେ ଆରମ୍ଭ ହେବାକୁ ଯାଉଥିବା ଆଇସିସି ବିଶ୍ୱକପ ପାଇଁ ବୁଧବାର ଓ୍ବେଷ୍ଟଇଣ୍ଡିଜ ଦଳ ଘୋଷିତ ହୋଇଛି। ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ରେ ବିସ୍ଫୋରକ ବ୍ୟାଟିଂ ପାଇଁ ଆନ୍ଦ୍ରେ ରସେଲଙ୍କୁ ଓ୍ବେଷ୍ଟଇଣ୍ଡିଜ ଦଳରେ ସ୍ଥାନ ମିଳିଛି। ୪୦ ବର୍ଷୀୟ କ୍ରିସ୍‌ ଗେଲ୍‌ଙ୍କୁ ମଧ୍ୟ ଦଳରେ ନିଆ ଯାଇଛି। ଏହା ତାଙ୍କର ଶେଷ ବିଶ୍ୱକପ ହେବ। ଚଳିତ ଆଇପିଏଲରେ ରସେଲ ନିଜ ଫ୍ରାଞ୍ଚାଇଜ୍‌ କୋଲକାତା ନାଇଟ ରାଇଡର୍ସକୁ ୪ଟି ମ୍ୟାଚରେ ବିଜୟୀ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। ତେବେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳୁଥିବା କେରନ ପୋଲାର୍ଡ ଓ ନାଇଟ ରାଇଡର୍ସର ସୁନୀଲ ନାରିନ୍‌ଙ୍କୁ ଦଳରେ ନିଆ ଯାଇନାହିଁ। ବିଶ୍ୱକପରେ ଗେଲ୍‌ଙ୍କ ଓପନିଂ ପାର୍ଟନର ହେବେ ଇଭିନ୍‌ ଲିଓ୍ବିସ। ଯୁବ ଖେଳାଳି ସାଇ ହୋପ୍‌ ଏବଂ ଶିମରନ ହେଟ୍‌ମେରଙ୍କ ଉପରେ ଚୟନକର୍ତ୍ତା ଆସ୍ଥା ସ୍ଥାପନ କରିଛନ୍ତି। ଆହତ ଆଲଜାରି ଜୋସେଫଙ୍କୁ ନିଆଯାଇ ନ ଥିବାବେଳେ ଭେଟେରାନ କେମର ରୋଚ୍‌ଙ୍କ ଓ୍ବେଷ୍ଟଇଣ୍ଡିଜ ବୋଲିଂ ଆକ୍ରମଣର ନେତୃତ୍ୱ ନେବେ।

ଓ୍ବେଷ୍ଟଇଣ୍ଡିଜ ଦଳ: ଜାସନ ହୋଲ୍ଡର(ଅଧିନାୟକ), ଆନ୍ଦ୍ରେ ରସେଲ, ଆଶଲେ ନର୍ସ, କାର୍ଲୋସ ବ୍ରାଥଓ୍ବେଟ, କ୍ରିସ୍‌ ଗେଲ୍‌, ଡାରେନ ବ୍ରାଭୋ, ଇଭିନ ଲିଓ୍ବିସ, ଫାବିଆନ ଆଲେନ, କେମର ରୋଚ୍‌, ନିକୋଲାସ ପୁରନ(ଉଇକେଟ କିପର), ଓଶାନେ ଥୋମାସ, ଶାଇ ହୋପ୍‌, ଶାନନ ଗାବ୍ରିଏଲ, ଶେଲଡନ କୋଟ୍ରେଲ, ଶିମରନ ହେଟମେର।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରାଜସ୍ଥାନକୁ ହରାଇ ଫାଇନାଲ୍‌ରେ ଗୁଜରାଟ, ମେ’ ୩୧ରେ RCB ସହ ମହାମୁକାବିଲା

ନୂଆଦିଲ୍ଲୀ,୨୯।୫: ଆଇପିଏଲ୍ ୨୦୨୬ର ଦ୍ୱିତୀୟ କ୍ୱାଲିଫାୟର୍‌ରେ ଗୁଜରାଟ ଟାଇଟନ୍ସ (GT) ଚମତ୍କାର ପ୍ରଦର୍ଶନ କରି ରାଜସ୍ଥାନ ରୟାଲ୍ସ (RR) କୁ ୮ ୱିକେଟ୍‌ରେ ପରାସ୍ତ କରିଛି। ଏହି…

ପଡ଼ିଆରେ ହେଡ୍ସ-ଟେଲ୍ସକୁ ନେଇ ହଙ୍ଗାମା! କ୍ୱାଲିଫାୟର୍-୨ ରେ ଦୁଇଥର ପଡ଼ିଲା ଟସ୍,ନିଷ୍ପତ୍ତି ବଦଳାଇଦେଲା…

ନୂଆଦିଲ୍ଲୀ,୨୯।୫: ଆଇପିଏଲ୍‌ ୨୦୨୬ର ଦ୍ୱିତୀୟ କ୍ୱାଲିଫାୟର୍‌ (Qualifier-୨) ମ୍ୟାଚ୍‌ରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁଜରାଟ ଟାଇଟନ୍ସ (GT) ଏବଂ ରାଜସ୍ଥାନ ରୟାଲ୍ସ (RR) ମଧ୍ୟରେ…

ହାରିଗଲେ ସିନ୍ଧୁ, ସାତ୍ତ୍ୱିକ-ଚିରାଗ ଯୋଡ଼ି ସେମିରେ

ସିଙ୍ଗାପୁର, ୨୯ା୫: ସ୍ଥିର ପ୍ରଦର୍ଶନ ଅଭାବରୁ ଭାରତର ଷ୍ଟାର ବ୍ୟାଡ୍‌ମିଣ୍ଟନ ଖେଳାଳି ପି.ଭି. ସିନ୍ଧୁ ଏଠାରେ ଚାଲିଥିବା ସିଙ୍ଗାପୁର ଓପନ ୭୫୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ମହିଳା ସିଙ୍ଗଲ୍ସ…

ପ୍ରଥମ ଟି୨୦ ମ୍ୟାଚ୍‌ ଜିତିଲା ଭାରତ

ଚେମ୍ସ ଫୋର୍ଡ, ୨୯ା୫: ଜେମିମା ରୋଡ୍ରିଗ୍ସ ଓ ୟାସ୍ତିକା ଭାଟିଆଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ଏବଂ ନବାଗତ ପେସ୍‌ର ନନ୍ଦନୀ ଶର୍ମାଙ୍କ ଚମତ୍କାର ବୋଲିଂ ଦ୍ୱାରା ଭାରତ ଶୁକ୍ରବାର…

ଆଇପିଏଲ ମଝିରେ ଲକ୍ଷ୍ନୌ କଲା ବଡ଼ ଘୋଷଣା: ଅଧିନାୟକ ପଦ ଛାଡ଼ିଲେ ରିଷଭ ପନ୍ତ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ, ୨୯।୫: ୨୦୨୬ ଆଇପିଏଲ ମଝିରେ ରିଷଭ ପନ୍ତ ଲକ୍ଷ୍ନୌ ସୁପରଜାଏଣ୍ଟସର ଅଧିନାୟକ ପଦ ଛାଡି ଦେଇଛନ୍ତି। ଶୁକ୍ରବାର ଫ୍ରାଞ୍ଚାଇଜ ସୋସିଆଲ ମିଡିଆରେ ପନ୍ତଙ୍କୁ ଅଧିନାୟକ ପଦରୁ…

ଖେଳାଳିଙ୍କ ପାଇଁ ନୂଆ ନିର୍ଦ୍ଦେଶ ଜାରି କଲା BCCI, ନିଷିଦ୍ଧ ଅଞ୍ଚଳରେ ସ୍ମାର୍ଟ ଚଷମା ପିନ୍ଧିବା ଉପରେ ପ୍ରତିବନ୍ଧକ

ନୂଆଦିଲ୍ଲୀ,୨୯।୫: ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ରେ ଅତ୍ୟାଧୁନିକ ଯୋଗାଯୋଗ ଉପକରଣର ବର୍ଦ୍ଧିତ ବ୍ୟବହାର ମଧ୍ୟରେ, ଖେଳାଳି ଏବଂ ସହାୟକ କର୍ମଚାରୀଙ୍କ ପାଇଁ ଏକ ନୂତନ ପରାମର୍ଶ ଜାରି କରାଯାଇଛି ।…

ଆଜି କ୍ୱାଲିଫାୟର-୨ ମହାମୁକାବିଲା

ମୁଲାନପୁର,୨୯।୫: ଶୁକ୍ରବାର ଖେଳାଯିବ ଆଇପିଏଲ୍‌ର କ୍ୱାଲିଫାୟର-୨ ମହାମୁକାବିଲା। ମ୍ୟାଚ୍‌ରେ ଗୁଜରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ ପରସ୍ପରକୁ ଭେଟିବେ। ଏହାର ବିଜେତା ରବିବାର ଅହମଦାବାଦରେ ହେବାକୁ ଥିବା…

ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ ପାଦ ଛୁଇଁଲେ, କ’ଣ କହିଲେ ‘ଲିଟିଲ ମାଷ୍ଟର’? ତିନୋଟି ଶବ୍ଦରେ ଦେଲେ ଆଶୀର୍ବାଦ

ନୂଆଦିଲ୍ଲୀ,୨୯।୫: ରାଜସ୍ଥାନ ରୟାଲ୍ସର ଯୁବ ବ୍ୟାଟସମ୍ୟାନ ବୈଭବ ସୂର୍ଯ୍ୟବଂଶୀ, IPL 2026 ର ସବୁଠାରୁ ଚର୍ଚ୍ଚିତ ଖେଳାଳିମାନଙ୍କ ମଧ୍ୟରୁ ଜଣେ ଭାବରେ ଉଭା ହୋଇଛନ୍ତି। ମାତ୍ର ୧୫…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri