Posted inଖେଳ

ଓ୍ବେଷ୍ଟଇଣ୍ଡିଜ୍‌ ଗସ୍ତ: ଜୁନିୟର ସପୋର୍ଟ ଷ୍ଟାଫ୍‌ ସଦସ୍ୟଙ୍କ ବିରୋଧରେ ଦୁର୍ବବ୍ୟବହାର ଅଭିଯୋଗ

ନୂଆଦିଲ୍ଲୀ,୨୭।୯(ପି.ଟି.): ଓ୍ବେଷ୍ଟଇଣ୍ଡିଜ ଗସ୍ତ ଅବସରରେ ଭାରତୀୟ କ୍ରିକେଟର ଦଳରେ ଜଣେ ଜୁନିୟର ସପୋର୍ଟ ଷ୍ଟାଫ୍‌ ସଦସ୍ୟଙ୍କ ବିରୋଧରେ ଦୁର୍ବବ୍ୟବହାର ଅଭିଯୋଗ ଆସିଥିଲା। ଆଣ୍ଟିଗୁଆରେ ଜଣେ ମହିଳା ହଟେଲ କର୍ମଚାରୀଙ୍କୁ ସମ୍ପୃକ୍ତ ସଦସ୍ୟ ଜଣକ ଦୁର୍ବବ୍ୟବହାର କରିଥିଲେ। ଆଣ୍ଟିଗୁଆରେ ଅଗଷ୍ଟ ୨୨ରୁ ୨୬ ତାରିଖ ମଧ୍ୟ ଅନୁଷ୍ଠିତ ପ୍ରଥମ ଟେଷ୍ଟ ମ୍ୟାଚ୍‌ ପୂର୍ବରୁ ଏହି ଘଟଣା ସାମ୍‌ନାକୁ ଆସିଥିଲା। ତେବେ ଚିହ୍ନି ନ ପାରିବା କାରଣରୁ ଏଭଳି ଘଟଣା ଘଟିଥିଲା ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଜଣେ ଅଧିକାରୀ କହିଛନ୍ତି । ପୂର୍ବତନ ଟିମ୍‌ ମ୍ୟାନେଜର ସୁନୀଲ ସୁବ୍ରମନିୟମ ସେପ୍ଟେମ୍ବର ୨୫ ତାରିଖରେ ଏ ସଂକ୍ରାନ୍ତରେ ପ୍ରଶାସକକ କମିଟି (ସିଓଏ)କୁ ଇମେଲ୍‌ ଜରିଆରେ ପ୍ରଥମେ ଅଭିଯୋଗ ଆଣିଥିଲେ। ପରେ ସୁନୀଲ ତାଙ୍କର ଏହି ଅଭିଯଯୋଗକୁ ପ୍ରତ୍ୟାହାର କରିନେଇଥିଲେ। ସମ୍ପୃକ୍ତ ସଦସ୍ୟାଙ୍କୁ ଏ ନେଇ ପଚରାଉଚାର କରାଯିବା ଉଚିତ ବୋଲି ସେ କହିଥିଲେ। ତେବେ ଏବେ ସତ ଘଟଣା ପଦାକୁ ଆସିଛି। ଚିହ୍ନି ନ ପାରିବା କାରଣରୁ ଏପରି ଘଟଣା ଘଟିଥିଲା। ତଦନ୍ତ ପରେ ଏଥିପାଇଁ ଆଣ୍ଟୁଗୁଆ ପୋଲିସ ସମ୍ପୃକ୍ତ ସଦସ୍ୟଙ୍କୁ ଅରୋପ ମୁକ୍ତ କରି ଛାଡ଼ି ଦେଇଥିଲା। ସମ୍ପୃକ୍ତ ମହିଳାଙ୍କୁ ଭାରତର ସବୁ ସପୋର୍ଟ ଷ୍ଟାଫଙ୍କ ଫଟୋ ଦେଖାଯାଇଥିଲା। ତେବେ ମହିଳା ଜଣକ କାହାକୁ ଚିହ୍ନି ପାରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବକ୍ସିଂ ରିଙ୍ଗ୍‌ରେ ଦୁଇ ଭାଇ ମୁହାଁମୁହିଁ

ଭୁବନେଶ୍ୱର, ୨ା୩ (କ୍ରୀଡ଼ା ପ୍ରତିନିଧି)- ରବିବାର ଶେଷ ହୋଇଥିବା ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ଗୋଟିଏ ଇଭେଣ୍ଟରେ ଦୁଇ ଭାଇ କିମ୍ବା ଯମଜ ଭଉଣୀଙ୍କ ମଧ୍ୟରେ...

ପ୍ରଥମ ମୁମ୍ବାଇ ଖେଳାଳି ଭାବେ ଏହି କିର୍ତ୍ତୀମାନ ସ୍ଥାପନ କଲେ କିରନ ପୋଲାର୍ଡ

ଆବୁଧାବି, ୨୩।୯: ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ୍‌ ରାଇଡର୍ସ ମଧ୍ୟରେ ଆଇପିଏଲ୍‌-୧୩ର ୫ମ ମ୍ୟାଚ୍‌ ବୁଧବାର ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଶେଖ୍‌...

ଟେକ୍‌ନିକରେ ସାମାନ୍ୟ ପରିବର୍ତ୍ତନ କରିଛି: ପୃଥ୍ବୀ

ମୁମ୍ବାଇ,୧୨।୪(ପି.ଟି.): ଦୁର୍ବଳ ପ୍ରଦର୍ଶନ କାରଣରୁ ଜାତୀୟ ଦଳରୁ ବାଦ୍‌ ପଡିଥିବା ଯୁବ ଓପନର ପୃଥ୍ବୀ ଶ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ରେ ଏଥର ଦମ୍‌ଦାର ଆରମ୍ଭ...

ତୁର୍କୀ ବକ୍ସର କରୋନାରେ ସଂକ୍ରମିତ

ଓ୍ବାଶିଂଟନ୍‌, ୨୬ା୩ (ଏପି)-ତୁର୍କୀର ଜଣେ ବକ୍ସର ସରହାତ୍‌ ଗୁଲର ଏବଂ ତାଙ୍କ ଟ୍ରେନର ସୈଫୁଲ୍ଲା ଡମ୍‌ଲୁପିନାର କରୋନା ଭାଇରସ ଦ୍ୱାରା ସଂକ୍ରମିତ ଥିବା ଜଣାପଡ଼ିଛି। ଲଣ୍ଡନରେ...

ଡ୍ରାଭିଡ୍‌, ଗାଙ୍ଗୁଲିଙ୍କ ଉପରେ କମେଣ୍ଟ ଶାହାଙ୍କୁ ମହଙ୍ଗା ପଡ଼ିପାରେ

ନୂଆଦିଲ୍ଲୀ,୨୫।୨: ଭାରତୀୟ ଦଳରୁ ବାଦ୍‌ ପଡ଼ିବା ପରେ ଉଇକେଟକିପର ରିଦ୍ଧିମାନ ଶାହା ମୁଖ୍ୟ କୋଚ୍‌ ରାହୁଲ ଡ୍ରାଭିଡ୍‌ ଓ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ଉପରେ...

ପ୍ରତିଷ୍ଠିତ ଫୁଟ୍‌ବଲ କୋଚ୍‌ ନନ୍ଦକିଶୋରଙ୍କ ପରଲୋକ

ଭୁବନେଶ୍ୱର, ୨।୬(କ୍ରୀଡ଼ା ପ୍ରତିନିଧି)- ରାଜ୍ୟ କ୍ରୀଡ଼ା ଜଗତ ପାଇଁ ଆସିଛି ଆଉ ଏକ ଦୁଃଖ ଖବର। ପ୍ରତିଷ୍ଠିତ ଫୁଟ୍‌ବଲ କୋଚ୍‌ ନନ୍ଦକିଶୋର ପଟ୍ଟନାୟକଙ୍କର ସୋମବାର ବିଳମ୍ବିତ...

ତୃତୀୟ ଟି୨୦: ଦକ୍ଷିଣ ଆଫ୍ରିକାର ରୋମାଞ୍ଚକ ବିଜୟ

ସେଣ୍ଟ ଜର୍ଜେଶ(ଗ୍ରେନେଡା), ୧।୭: ସ୍ଥାନୀୟ ନ୍ୟାଶନାଲ କ୍ରିକେଟ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ଟି୨୦ ମ୍ୟାଚ୍‌ରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ରୋମାଞ୍ଚମ ଢଙ୍ଗରେ...

ଓ୍ବାର୍ନରଙ୍କ ଶଟ୍‌ ପାଇଁ ଦୁଇ ଭାଗ ହେଲା କ୍ରିକେଟ ଜଗତ

ନୂଆଦିଲ୍ଲୀ,୧୨।୧୧: ଟି୨୦ ବିଶ୍ୱକପ୍‌ର ଦ୍ୱିତୀୟ ସେମିଫାଇନାଲରେ ପାକିସ୍ତାନ ଅଲରାଉଣ୍ଡର ମହମ୍ମଦ ହାଫିଜଙ୍କ ଦୁଇ ଥର ବାଉନ୍ସ ହୋଇଥିବା ବଲକୁ ଛକା ଲଗାଇଥିଲେ ଅଷ୍ଟ୍ରେଲିଆନ ଓପନର ଡେଭିଡ୍‌...

Advertisement
Archives

Model This Week