ଓ୍ବେଷ୍ଟଇଣ୍ଡିଜ୍‌ର ବିପଜ୍ଜନକ ଖେଳ ନେଇ ଫିଞ୍ଚ୍‌ ଚିନ୍ତିତ

ନଟିଂହାମ, ୬।୬ (ଏଏଫ୍‌ପି)- ଚଳିତ ବିଶ୍ୱକପ୍‌ରେ ଗୁରୁବାର ଅଷ୍ଟ୍ରେଲିଆ ଓ ଓ୍ବେଷ୍ଟଇଣ୍ଡିଜ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ସ୍ଥାନୀୟ ଟ୍ରେଣ୍ଟ ବ୍ରିଜ୍‌ରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ ଉଭୟ ଦଳ ପାଇଁ ଗୁରୁତ୍ୱବହନ କରୁଛି। ଓ୍ବେଷ୍ଟଇଣ୍ଡିଜ ଏବେ ବିପଜ୍ଜନକ ଦଳ ଭାବେ ଉଭା ହୋଇଛି। ତେଣୁ ଅଷ୍ଟ୍ରେଲିଆ ଅଧିନାୟକ ଆରୋନ ଫିଞ୍ଚ୍‌ ଓ୍ବେଷ୍ଟଇଣ୍ଡିଜର ବିପଜ୍ଜନକ ଖେଳ ନେଇ ଚିନ୍ତିତ ଅଛନ୍ତି। ଗତଥରର ଚାମ୍ପିୟନ ଅଷ୍ଟ୍ରେଲିଆ ତା’ର ପ୍ରଥମ ମ୍ୟାଚ୍‌ରେ ଆଫଗାନିସ୍ତାନକୁ ୭ ଉଇକେଟରେ ହରାଇ ଅଭିଯାନ ଆରମ୍ଭ କରିଛି। ଅନ୍ୟପଟେ ଓ୍ବେଷ୍ଟଇଣ୍ଡିଜ ତା’ର ପ୍ରଥମ ମ୍ୟାଚ୍‌ରେ ପାକିସ୍ତାନକୁ ମାତ୍ର ୧୦୫ ରନରେ ଅଲ୍‌ଆଉଟ କରି ବିପର୍ଯ୍ୟୟ ଘଟାଇବା ସହ ବିଜୟରୁ ଅଭିଯାନ ଆରମ୍ଭ କରିଛି।
ଓ୍ବେଷ୍ଟଇଣ୍ଡିଜ ଅଭିଜ୍ଞ ଓପନର କ୍ରିସ୍‌ ଗେଲଙ୍କ ବିସ୍ଫୋରକ ବ୍ୟାଟିଂ ପ୍ରତି ଅଷ୍ଟ୍ରେଲିଆ ସତର୍କ ରହିଛି। ଓ୍ବେଷ୍ଟଇଣ୍ଡିଜ ଏକ ବିପଜ୍ଜନକ ଦଳ ବୋଲି ଫିଞ୍ଚ୍‌ କହିଛନ୍ତି। ପ୍ରଥମେ ବୋଲିଂ ହେଉ କି ବ୍ୟାଟିଂ ହେଉ ବିଜୟରୁ ଅଭିଯାନ ଆରମ୍ଭ କରିବା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଇନିଂସର ପ୍ରଥମ ୧୦ ଓଭର ବେଶ୍‌ ଗୁରୁତ୍ୱବହନ କରୁଛି। ଏଥିରେ ଓ୍ବେଷ୍ଟଇଣ୍ଡିଜ ବେଶ୍‌ ଉଚ୍ଚକୋଟୀର ବୋଲିଂ କରିଥାଏ। ଅନ୍ୟପଟେ ଯଦି ଆମେ ପ୍ରଥମେ ଭଲ ଆରମ୍ଭ କରୁ ତାହାଲେ ଆମେ ବଡ଼ ସ୍କୋର ହାସଲ କରିବୁ। ଧୌର୍ଯ୍ୟର ସହ ଖେଳିଲେ ଆମେ ଓ୍ବେଷ୍ଟଇଣ୍ଡିଜ ଉପରେ ପ୍ରଭାବ ବିସ୍ତାର କରିପାରିବୁ ବୋଲି ଫିଞ୍ଚ୍‌ କହିଛନ୍ତି। ଟ୍ରେଣ୍ଟବ୍ରିଜ୍‌ର ଏହି ଗ୍ରାଉଣ୍ଡରେ ଇଂଲଣ୍ଡ ଗତବର୍ଷ ଦିନିକିଆର ସର୍ବାଧିକ ସ୍କୋର ୬ ଉଇକେଟ ହରାଇ ୪୮୧ ରନ ସଂଗ୍ରହ କରିଥିଲା। ତେଣୁ ଏହି ମ୍ୟାଚ୍‌ ହାଇସ୍କୋରିଂ ହେବ ବୋଲି ସେ ଆଶା କରୁଛନ୍ତି। ଦକ୍ଷତା ଅନୁରୂପ ଖେଳିଲେ ଆମେ ଓ୍ବେଷ୍ଟଇଣ୍ଡିଜକୁ ହରାଇ ପାରିବୁ ବୋଲି ଫିଞ୍ଚ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ମହାନ କ୍ରିକେଟର୍‌ଙ୍କୁ ସାହାଯ୍ୟ ମାଗିଥିଲେ କୋହଲି

ନୂଆଦିଲ୍ଲୀ,୫।୮: ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‌। କ୍ରିକେଟ୍‌ର ୩ ଫର୍ମାଟରେ ସେ ନିଜର ପ୍ରାଧାନ୍ୟ ବିସ୍ତାର କରିଛନ୍ତି।...

ବିଶ୍ୱ ଚାମ୍ପିୟନଶିପ୍‌: ଭାରତୀୟ ମିକ୍ସଡ ରିଲେ ଦଳକୁ ଅଲିମ୍ପିକ ଯୋଗ୍ୟତା

ଦୋହା, ୨୯।୯(ପି.ଟି.)- ବିଶ୍ୱ ଚାମ୍ପିୟଶିପ୍‌ର ଦ୍ୱିତୀୟ ଦିନରେ ମିକ୍ସଡ ୪ ଗୁଣା ୪୦୦ ରିଲେ ଦଳ ଭାରତୀୟ ଶିବିରରେ ଖୁସି ଆଣିଦେଇଛନ୍ତି। ଭାରତୀୟ ମିକ୍ସଡ ରିଲେ...

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ: ଚତୁର୍ଥ ସ୍ଥାନକୁ ଖସିଲା ଭାରତ: ଇଂଲଣ୍ଡ ଆଶା ଉଜ୍ଜୀବିତ

ଦୁବାଇ, ୧୦ା୨ (ପି.ଟି.)-ଚେନ୍ନାଇରେ ଅନୁଷ୍ଠିତ ଇଂଲଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ୨୨୭ ରନରେ ପରାଜୟ ଦ୍ୱାରା ଭାରତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ର଼୍ୟାଙ୍କିଙ୍ଗ ତାଲିକାରେ...

ହଠାତ୍‌ ପଡ଼ିଆରେ ଅଟକି ଗଲା ସ୍ପାଇଡର୍‌ କ୍ୟାମେରା: ଆଉ ତା’ପରେ

ମୁମ୍ବାଇ,୫।୧୨: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ସିରିଜର ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚରେ ଘରୋଇ ଦଳର ସ୍ଥିତି ମଜଭୁତ ରହିଛି। ଭାରତ ଜିତିବାକୁ...

ପୂଜା ରାଣୀ, ଦୀପିକା କୁମାରୀ ପଦକ ଆଶା ବଢାଇଲେ

ଟୋକିଓ,୨୮।୭: ଟୋକିଓ ଅଲିମ୍ପିକ୍ସରେ ଆଜି ଷଷ୍ଠ ଦିନ। ବୁଧବାର ବକ୍ସର ପୂଜା ରାଣୀ ଚମତ୍କାର ଖେଳ ପ୍ରଦର୍ଶନ କରିଥିଲେ। ଅନ୍ତିମ ୧୬ ମୁକାବିଲାରେ ସେ ଆଲଜେରିଆର...

ଭାରତକୁ ପିଠି ଦେଖାଇବା ନୁହେଁ ବରଂ ହାରିବା ପସନ୍ଦ ବୋଲି କହିଲେ ପାକିସ୍ତାନର ପୂର୍ବ ଅଧିନାୟକ; ଚର୍ଚ୍ଚାରେ…

ନୂଆଦିଲ୍ଲୀ,୩୦।୭: ଶ୍ରୀଲଙ୍କା ଗୁରୁବାର ଖେଳାଯାଇଥିବା ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ରେ ୭ ଉଇକେଟରେ ଭ୍ରମଣକାରୀ ଭାରତକୁ ପରାସ୍ତ କରି ସିରିଜ ହାତେଇଥିଲା। ହେଲେ ଭାରତୀୟ...

ସୁମିତ, ଯୋଗେଶଙ୍କ ବିଶ୍ୱରେକର୍ଡ

ବେଙ୍ଗାଲୁରୁ, ୨୦।୮ (ପି.ଟି.): ଏଠାରେ ଚାଲିଥିବା ୪ର୍ଥ ଇଣ୍ଡିଆନ ଓପନ ଜାତୀୟ ପାରା ଆଥଲେଟିକ୍ସ ଚାମ୍ପିୟନଶିପ୍‌ରେ ଟୋକିଓ ପାରାଲିମ୍ପିକ୍ସ ଚାମ୍ପିୟନ ଜାଭେଲିନ ଥ୍ରୋୟର ସୁମିତ ଆଣ୍ଟିଲ...

ଟସ୍‌ ଜିତିଲା ନ୍ୟୁଜିଲାଣ୍ଡ

ଅକଲାଣ୍ଡ,୨୫।୧୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଆଜିଠାରୁ ଆରମ୍ଭ ହେଉଛି। ଏହି ମ୍ୟାଚ୍‌ରେ ଟସ ଜିତିବା ପରେ ନ୍ୟୁଜିଲାଣ୍ଡର...

Advertisement
Archives

Model This Week