Posted inଖେଳ

ଓ୍ବାସିମ ଜାଫରଙ୍କୁ ନୂଆ ଦାୟିତ୍ୱ

କୋଲକାତା/ମୁମ୍ବାଇ, ୧୭|୫ (ପି.ଟି.)- ବାଂଲାଦେଶ କ୍ରିକେଟ ବୋର୍ଡ(ବିସିବିି) ପୂର୍ବତନ ଭାରତୀୟ ଓପନର ଓ୍ବାସିମ୍‌ ଜାଫରଙ୍କୁ ମୀରପୁରସ୍ଥିତ ଏହାର ଏକାଡେମୀରେ ବ୍ୟାଟିଂ ପରାମର୍ଶଦାତା ଭାବେ ନିଯୁକ୍ତି ଦେଇଛି। ବିସିବିର ଜଣେ ବରିଷ୍ଠ ଅଧିକାରୀ ଗୁରୁବାର ଏହି ସୂଚନା ଦେଇଛନ୍ତି। ଜାଫରଙ୍କ ସହିତ ୧ ବର୍ଷିଆ ଚୁକ୍ତି କରାଯାଇଛି। ସେ ଚଳିତ ମେ ମାସରୁ ୨୦୨୦ ଏପ୍ରିଲ ପର୍ଯ୍ୟନ୍ତ ତାଙ୍କ ପଦବୀରେ ରହିବେ। ଜାଫର ପ୍ରଥମେ ଏକାଡେମୀର ଗେମ୍‌ ଡେଭଲପମେଣ୍ଟ ୟୁନିଟ୍‌ରେ କାର୍ଯ୍ୟ କରିବେ। ୧୬ବର୍ଷରୁ କମ୍‌ ଏବଂ ୧୯ ବର୍ଷରୁ କମ୍‌ ବୟସ ବର୍ଗ ଦଳ ଦାୟିତ୍ୱରେ ରହିବେ। ପରେ ତାଙ୍କୁ ବିସିବି ହାଇପର୍ଫମାନ୍ସ ୟୁନିଟ୍‌ (ଏନସିଏ ସମକକ୍ଷ) ବ୍ୟାଟିଂ ପରାମର୍ଶଦାତା ଭାବେ ନିଯୁକ୍ତି ଦିଆଯାଇପାରେ ବୋଲି ବିସିବି ଗେମ୍‌ ଡେଭଲପମେଣ୍ଟ ମ୍ୟାନେଜର କେସାର ଅହମ୍ମଦ ପ୍ରକାଶ କରିଛନ୍ତି। ୪୧ ବର୍ଷୀୟ ଜାଫର ବିଦର୍ଭ ଦଳ ପକ୍ଷରୁ ପ୍ରତିନିଧିତ୍ୱ କରିବା ପୂର୍ବରୁ ୧୯ଟି ସିଜନ ମୁମ୍ବାଇ ପକ୍ଷରୁ ଖେଳିଛନ୍ତି। ତାଙ୍କ ତତ୍ତ୍ୱାବଧାନରେ ବିଦର୍ଭ କ୍ରମାଗତ ଦୁଇଥର ରଣଜୀ ଟ୍ରଫି ଟାଇଟଲ ଜିତିପାରିଛି। ଜାଫର ଭାରତ ପାଇଁ ୩୧ ଟେଷ୍ଟ ମ୍ୟାଚ ଖେଳି ୧,୯୪୪ ରନ କରିଛନ୍ତି। ତାଙ୍କର ସର୍ବୋଚ୍ଚ ସ୍କୋର ୨୧୨ ରହିଛି। ସେ ଆହୁରି ମଧ୍ୟ ଦୁଇଟି ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ ଖେଳିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପୂଜାରାଙ୍କ ମନ୍ଥର ବ୍ୟାଟିଂକୁ ନେଇ ଚର୍ଚ୍ଚା

ସିଡ୍‌ନୀ,୧୦।୧(ପି.ଟି.): ଭାରତ ପ୍ରଥମ ଇନିଂସରେ ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରାଙ୍କ ମନ୍ଥର ବ୍ୟାଟିଂକୁ ନେଇ ବେଶ୍‌ ଚର୍ଚ୍ଚା ହୋଇଛି। ପୂଜାରା ପ୍ରଥମ ଇନିଂସରେ ୧୭୬ ବଲ...

ଅର୍ଜୁନ ପୁରସ୍କାର: ପ୍ରଣବ, ଶିବନାଥଙ୍କ ନାମ ସୁପାରିସ

କୋଲକାତା, ୨୧ା୫ (ପି.ଟି.)-ସମ୍ମାନଜନକ ଅର୍ଜୁନ ପୁରସ୍କାର ପାଇଁ ବ୍ରିଜ୍‌ ଫେଡେରେଶନ ଅଫ୍‌ ଇଣ୍ଡିଆ ଏସିଆନ ଗେମ୍ସ ଦୁଇ ସ୍ବର୍ଣ୍ଣ ପଦକ ବିଜେତା ଶିବନାଥ ସରକାର ଓ...

ରୋହିତ ଶର୍ମାଙ୍କୁ ନେଇ ଚକିତ କଲା ଭଳି କଥା କହିଲେ କୋହଲି

ଅଷ୍ଟ୍ରେଲିଆ ବିପକ୍ଷ ଏକଦିବସୀୟ ସିରିଜ୍‌ ପୂର୍ବରୁ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ରୋହିତ ଶର୍ମା ପ୍ରସଙ୍ଗରେ ନିଜ ମତ ରଖିଛନ୍ତି। ୟକୋହଲି କହିଛନ୍ତି ଯେ...

ଡ୍ରାଭିଡଙ୍କ ବିରୋଧରେ ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ମାମଲା ଖାରଜ

ନୂଆଦିଲ୍ଲୀ, ୧୫ା୧୧(ପି.ଟି.)-ରାହୁଲ ଡ୍ରାଭିଡଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ତାଙ୍କ ବିରୋଧରେ ଅଣାଯାଇଥିବା ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ଅଭିଯୋଗକୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଏଥିକ୍ସ...

ଏଲିଟ୍‌ କ୍ଲବ୍‌ରେ ପୂଜାରା: ୫୦ତମ ପ୍ରଥମ ଶ୍ରେଣୀ ଶତକ ହାସଲ

ରାଜକୋଟ,୧୨।୧(ପି.ଟି.)- ଟେଷ୍ଟ ସ୍ପେଶାଲିଷ୍ଟ କୁହାଯାଉଥିବା ଚେତେଶ୍ୱର ପୂଜାରା ଏକ ବିରଳ ସଫଳତା ହାସଲ କରିଛନ୍ତି। ପ୍ରଥମ ଶ୍ରେଣୀ କ୍ରିକେଟରେ ୫୦ତମ ଶତକ ଅର୍ଜନ କରି ସେ...

ରାଇଜିଂ ଷ୍ଟାର ଜିତିଲା ଫାଓ ସୁପରକପ୍‌

ଭୁବନେଶ୍ୱର, ୩।୭(ତପନ ସ୍ବାଇଁ): ଫୁଟବଲ ଆସୋସିଏଶନ ଅଫ୍‌ ଓଡ଼ିଶା (ଫାଓ) ଆନୁକୂଲ୍ୟରେ ଆୟୋଜିତ ସୁପର କପ୍‌ ଫୁଟବଲ ଟୁର୍ନାମେଣ୍ଟରେ ରାଇଜିଂ ଷ୍ଟାର୍‌ ଚାମ୍ପିୟନ ହୋଇଛି। କଟକର...

୧୯ ବର୍ଷରୁ କମ୍‌ ଦଳର କୋଚ୍‌ ପଦ ଦୌଡ଼ରେ ସାକଲିନ

କରାଚୀ,୧୪।୮(ପିଟି): ଦେଶର ୧୯ ବର୍ଷରୁ କମ୍‌ ଦଳର ମୁଖ୍ୟ କୋଚ୍‌ ପଦ ଦୌଡ଼ରେ ସାମିଲ ହୋଇଛନ୍ତି ପୂର୍ବତନ ପାକିସ୍ତାନ ସ୍ପିନର ସାକଲିନ ମୁସ୍ତାକ। ଆଗାମୀ ବର୍ଷ...

ଜାତୀୟ ଜାଭେଲିନ ଥ୍ରୋ ଦିବସରେ ପ୍ରତିଯୋଗିତା

କଟକ ଅଫିସ, ୮।୮ : (ସୁପ୍ରିୟା ପ୍ରିୟଦର୍ଶିନୀ): ଟୋକିଓ ଅଲିମ୍ପିକ୍ସରେ ଅଗଷ୍ଟ ୭ରେ ଭାରତର ନୀରଜ ଚୋପ୍ରା ଜାଭେଲିନ୍‌ ଥ୍ରୋରେ ଐତିହାସିକ ସ୍ବର୍ଣ୍ଣ ପଦକ ଅର୍ଜନ...

Advertisement
Archives

Model This Week