ଓ୍ବାଶିଂଟନରେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ଭଙ୍ଗାରୁଜା

ଓ୍ବାଶିଂଟନ/ନୂଆଦିଲ୍ଲୀ,୫ା୬(ପି.ଟି.)ଆମେରିକାର ଓ୍ବାଶିଂଟନସ୍ଥିତ ଭାରତୀୟ ଦୂତାବାସ ବାହାରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ କେତେଜଣ ଅଜଣା ଦୁର୍ବୃତ୍ତ ଭଙ୍ଗାରୁଜା କରିବା ସହ ସେଥିରେ ରଙ୍ଗ ସ୍ପ୍ରେ କରିଛନ୍ତି। ଦୂତାବାସ ପକ୍ଷରୁ ଏନେଇ ସ୍ଥାନୀୟ ଆଇନ ପ୍ରବର୍ତ୍ତନକାରୀ ସଂସ୍ଥା ନିକଟରେ ଅଭିଯୋଗ କରାଯାଇଛି। କୃଷ୍ଣକାୟ ଜର୍ଜ ଫ୍ଲୋଏଡଙ୍କୁ ପୋଲିସ ହାଜତରେ ହତ୍ୟା ଘଟଣାକୁ ନେଇ ଆମେରିକାରେ ସପ୍ତାହେ ହେଲା ହିଂସାତ୍ମକ ପ୍ରତିବାଦ ଲାଗିରହିଥିବାବେଳେ ଶାନ୍ତିର ଦେବଦୂତ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିକୁ ୨ ତାରିଖ ରାତିରେ ଭଙ୍ଗାଯାଇଛି। ଏ ସମ୍ପର୍କରେ ଭାରତୀୟ ଦୂତାବାସ ଆମେରିକା ପରରାଷ୍ଟ୍ର ବିଭାଗକୁ ଜଣାଇଦେଇଛି। ମେଟ୍ରୋପଲିଟାନ ପୋଲିସ ଟିମ୍‌ ସହ କୂଟନୈତିକ ସୁରକ୍ଷା ସେବା ଏବଂ ନ୍ୟାଶନାଲ ପାର୍କ ପୋଲିସ ଘଟଣାସ୍ଥଳ ଅନୁଧ୍ୟାନ କରି ତଦନ୍ତ ଚଳାଇଛି। ଏହି ଘଟଣା ପାଇଁ ଭାରତରେ ଥିବା ଆମେରିକା ରାଷ୍ଟ୍ରଦୂତ କେନ୍‌ ଜଷ୍ଟର ଗୁରୁବାର କ୍ଷମା ମାଗିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାତ୍ରୀକାଳୀନ କର୍ଫ୍ୟୁ ସମୟରେ କାହାକୁ ମିଳିବ ଇ-ପାସ୍‌

ନୂଆଦିଲ୍ଲୀ,୬।୪: ରାଜଧାନୀ ଦିଲ୍ଲୀରେ ବର୍ଦ୍ଧିତ କରୋନା ମାମଲାକୁ ଦେଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ମଙ୍ଗଳବାରଠୁଁ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ...

ବଳାତ୍କାର ମାମଲାରୁ ବର୍ତ୍ତି ପାରିବେ ନାହିଁ ଟ୍ରମ୍ପ

ଓ୍ବାଶିଂଟନ,୮।୮: ନ୍ୟୁୟର୍କର ଜଣେ ବିଚାରପତି କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଯେଉଁ ବଳାତ୍କାର ଅଭିଯୋଗ ଆସିଛି ସେଥିରୁ ସେ ବର୍ତ୍ତି ପାରିବେ ନାହିଁ।...

ନିଜ ପାପ ପାଇଁ ରାହୁଲଙ୍କୁ କ୍ଷମା ମାଗିବାକୁ ପଡିବ: ନଡା

ନୂଆଦିଲ୍ଲୀ,୧୭।୩: ଭାଜପା ସଭାପତି ଜେପି ପଡା ଶୁକ୍ରବାର ପୁଣି କଂଗ୍ରେସ ଏବଂ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍‌ କରିଛନ୍ତି। ଲଣ୍ଡନରେ ଦେଇଥିବା ଜାତୀୟ ବିରୋଧୀ ବିବୃତ୍ତିକୁ ନେଇ...

ଲଦାଖରେ ପୁଣି ଭାରତୀୟ ଯବାନ-ଚାଇନା ସୈନ୍ୟ ମୁହାଁମୁହିଁ

ନୂଆଦିଲ୍ଲୀ,୧୨।୯: ଲଦାଖରେ ପୁଣିଥରେ ଭାରତୀୟ ଯବାନ ଓ ଚାଇନା ସୈନ୍ୟ ମୁହାଁମୁହିଁ ହୋଇଛନ୍ତି। ପୋଙ୍ଗା ହ୍ରଦର ଉତ୍ତର ପାର୍ଶ୍ୱରେ ଭାରତୀୟ ଯବାନ ପାଟ୍ରୋଲିଂ କରୁଥିବା ସମୟରେ...

ଚାଇନାରେ କରୋନାଭାଇରସ ପୀଡିତଙ୍କୁ ଦିଆଯାଉଛି କଇଁଛ ମାଂସ!

ବେଜିଂ,୮।୨: କରୋନାଭାଇରସ ଏବେ ଚାଇନାରେ ମହାମାରୀର ରୂପ ନେଇଛି। ଏବେସୁଦ୍ଧା ଏଥିରେ ପ୍ରାୟ ୭୨୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୪ ହଜାରରୁ ଊର୍ଦ୍ଧ୍ୱ ଏଥିରେ...

୨୦୨୨ରେ ଭାରତର ମାନବ ମିଶନ ‘ଗଙ୍ଗାୟାନ’: ୪ ମହାକାଶଚାରୀଙ୍କୁ ତାଲିମ ଦେବ ରୁଷିଆ

ନୂଆଦିଲ୍ଲୀ,୨୮।୮: ଭାରତ ପକ୍ଷରୁ ୨୦୨୨ରେ ଆରମ୍ଭ ହେବ ମାନବ ମିଶନ ‘ଗଙ୍ଗାୟାନ୍‌’। ଏହି ମିଶନ ପାଇଁ ୪ ମହାକାଶଚାରୀଙ୍କୁ ରୁଷିଆ ତାଲିମ୍‌ ଦେବ। ଏନେଇ ପ୍ରଧାନମନ୍ତ୍ରୀ...

ୟୁକ୍ରେନକୁ ସହଯୋଗର ହାତ ବଢାଇଲେ ଏଲନ ମସ୍କ

କ୍ୱିଭ,୨୭ ।୨: ରୁଷିଆ ଆକ୍ରମଣର ସାମ୍ନା କରୁଥିବା ୟୁକ୍ରେନକୁ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ ସହଯୋଗର ହାତ ବଢାଇଛନ୍ତି । ୟୁକ୍ରେନର ଗୋଟିଏ...

କରୋନା ସନ୍ଦିଗ୍ଧଙ୍କୁ ଦେଖିବାକୁ ମନା କରିଥିବା ମେଡିକାଲ ଅଫିସର ନିଲମ୍ବିତ

ଜମ୍ମୁ,୧୫ା୩(ପି.ଟି.): ଜମ୍ମୁ-କଶ୍ମୀରର ପୁଞ୍ଚ୍‌ ଜିଲାରେ କ୍ୱାରାଣ୍ଟାଇନ୍‌ରେ ଥିବା ଜଣେ କରୋନା ସନ୍ଦିଗ୍ଧଙ୍କ ସ୍ବାସ୍ଥ୍ୟବସ୍ଥା ଦେଖିବା ଲାଗି ମନା କରିଦେଇଥିବା ମେଡିକାଲ ଅଫିସରଙ୍କୁ ନିଲମ୍ବନ କରାଯାଇଛି। ମେଡିକାଲ...

Advertisement
Archives

Model This Week