ଓଲଟିଲା ଟାଟା ମ୍ୟାଜିକ୍‌: ୨୩ ଆହତ

କୋଟଗଡ, ୧୦।୧୨(ଡି.ଏନ.ଏ): କନ୍ଧମାଳ ଜିଲା କୋଟଗଡ ବ୍ଲକ ମଦାଙ୍ଗି ନିକଟରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ସକାଳ ୯.୩୦ରେ ଏକ ଯାତ୍ରୀବାହୀ ଟାଟା ମ୍ୟାଜିକ୍‌(ନଂ-ଓଡି୧୨ସି୩୦୭୨) ଗାଡି ଭାରସାମ୍ୟ ହରାଇ ଓଲଟି ପଡିଛି। ଫଳରେ ୨୩ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଗାଡିରେ ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ ବସିଥିଲେ। ସୂଚନାଯୋଗ୍ୟ, ଗୁଗୁରୁମାହା ପଞ୍ଚାୟତର ଭୁତାଡି ଗ୍ରାମର ଏକ ଟାଟା ମ୍ୟାଜିକ୍‌ ଗାଡିରେ ମଙ୍ଗଳବାର ହାଟ କରିବା ପାଇଁ ଯାତ୍ରୀମାନେ କୋଟଗଡ ବ୍ଲକ ଆସୁଥିଲେ। ଗାଡିଟି ଭାରସାମ୍ୟ ହରାଇ ମଦାଙ୍ଗି ନିକଟରେ ଓଲଟି ପଡିଥିଲା। ଆହତଙ୍କୁ ପ୍ରଥମେ କୋଟଗଡ ଡାକ୍ତରଖାନାରେ ଚିକିତ୍ସିତ କରାଯାଇ ୧୮ଜଣକୁ ବାଲିଗୁଡା ଉପଖଣ୍ଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସେଥିମଧ୍ୟରୁ ୩ ଜଣଙ୍କ ଗୁରୁତର ଥିବା ସୂଚନା ମିଳିଛି। ଘଟଣାସ୍ଥଳରୁ ଗାଡି ଚାଳକ ଫେରାର ଥିବାବେଳେ କୋଟଗଡ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡିଟିକୁ ଯବତ କରିବା ସହ ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନାଲସିଂହରେ ୧୫ ଟିକିଆ ହାତୀପଲ

ନିରାକାରପୁର,୧୭ା୧୦(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଟାଙ୍ଗୀ ବନାଞ୍ଚଳରେ ହାତୀ ଉପଦ୍ରବ ଲାଗି ରହିଛି। ଶୁକ୍ରବାର ରାତିରେ ପଟିଆରୁ ୧୫ ଟିକିଆ ହାତୀପଲ୍ଲ ଆସି ଅଚ୍ୟୁତପୁର ପଞ୍ଚାୟତ ନାଲସିଂହ...

କରୋନା କଟକଣା: ବାଣ ଫୁଟିବନି, ପ୍ରସ୍ତୁତକାରୀ ହତାଶ

କେନ୍ଦ୍ରାପଡ଼ା ଅଫିସ,୬ା୧୧: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଆସନ୍ତା ୧୦ରୁ ୩୦ ତାରିଖ ପର୍ଯ୍ୟନ୍ତ ବାଣ ଫୁଟାଇବା ଉପରେ କଟକଣା ଜାରି...

୨ ଫୁଟ ଉଠିଲା ୨ ମହଲା କୋଠା

କେନ୍ଦୁଝର,୨୧ା୧: ଅତ୍ୟାଧୁନିକ ଜ୍ଞାନ କୌଶଳରେ ଏକ ଦୁଇ ମହଲା କୋଠାଘରକୁ ୨ଫୁଟ ଉପରକୁ ଉଠାଯିବା ଘଟଣା କେନ୍ଦୁଝରରେ ଚର୍ଚ୍ଚାର ବିଷୟ ହୋଇଛି। ବିହାର ଅଞ୍ଚଳର ପପୁ...

ହାତୀଙ୍କ ଚରାଭୂଇଁ ହଳଦିଆବାହାଳ

ଢେଙ୍କାନାଳ ଅଫିସ, ୩୦।୯:  ଢେଙ୍କାନାଳ ଜିଲା ସଦର ରେଞ୍ଜ୍‌ ଓଡ଼ାପଡ଼ା ବ୍ଲକର ହଳଦିଆବାହାଳ ପାଲଟିଛି ହାତୀଙ୍କ ଚରାଭୂଇଁ। ଅଞ୍ଚଳ ଦେଇ ଯାଇଥିବା ୫୫ନଂ. ଜାତୀୟ ରାଜପଥକୁ ଦୈନିକ...

ପାପଡାହାଣ୍ଡି ଅଞ୍ଚଳରେ ପଙ୍ଗପାଳ ଭଳି କୀଟ: ଲୋକେ ଭୟଭୀତ

ପାପଡାହାଣ୍ଡି, ୪।୬ (ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ଅଞ୍ଚଳରେ ପଙ୍ଗପାଳ ଭଳି କିଟ ଦେଖିବାକୁ ମିଳିଛି। ରାଣିସଲାଠାରୁ ଉମରାହାଣ୍ଡି ରାସ୍ତାର ଗୋଟିଏ ଗଛରେ ପ୍ରାୟ...

ପର୍ଯ୍ୟଟକଙ୍କ ପାଇଁ ଜବାହର ଉଦ୍ୟାନରେ ହେବ ବୋଟିଂ

ସମ୍ବଲପୁର,୧୩ା୩(ବ୍ୟୁରୋ):ରାଜ୍ୟ ସରକାର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ପର୍ଯ୍ୟଟନସ୍ଥଳୀର ବିକାଶ କରୁଛନ୍ତି। ସମ୍ବଲପୁର ଜିଲାରେ ମଧ୍ୟ ଅଧିକାଂଶ ପର୍ଯ୍ୟଟନ ସ୍ଥଳର ଭିତ୍ତିଭୂମି, ଆନୁଷଙ୍ଗିକ ବ୍ୟବସ୍ଥା କରାଯାଉଛି।...

୩୦ ଜିଲାରେ ୩୪ କାଗଜବିହୀନ କୋର୍ଟ

କଟକ ଅଫିସ, ୧୮।୯: ବିଚାର ବ୍ୟବସ୍ଥାର ପରିଚାଳନା ପାଇଁ ବୈଷୟିକ ଜ୍ଞାନକୌଶଳ ଅପରିହାର୍ଯ୍ୟ ହୋଇଛି। ମାମଲାର ତ୍ୱରିତ ଫଇସଲା ଦିଗରେ ଏହା ସହାୟକ ହେବ। ଓଡ଼ିଶା...

‘ଆଗେ ଜମି ଦିଅ, ପରେ ଉଚ୍ଛେଦ’

ବାଲେଶ୍ୱର ଅଫିସ,୨୬।୮- ବାଲେଶ୍ୱର ସହରର ଅଙ୍ଗାରଗଡ଼ିଆ, କରଞ୍ଜିଆ, ଆଇଟିଆଇ ପମ୍ପହାଉସ ନିକଟବର୍ତ୍ତୀ ଅଞ୍ଚଳରେ ସରକାରୀ ଜମିରେ ଦୀର୍ଘଦିନ ଧରି ଗଢ଼ି ଉଠିଥିବା ସ୍ଥାୟୀ ବାସିନ୍ଦାଙ୍କୁ ଉଚ୍ଛେଦ...

Advertisement
Archives

Model This Week